Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ୍ ଦିନ ଭୁଲରେବି କରନ୍ତୁ ନାହିଁ ଏହି ୩ଟି କାମ | ଧନତେରସ୍ ଦିନ ଏହି ଗୋଟେ ବସ୍ତୁ କିଣନ୍ତୁ ନାହିଁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନତେରସ ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ ଟି କାମ।

ବନ୍ଧୁଗଣ ଧନତେରସ ଦିନ କେଉଁ ଜିନିଷ କିଣିବା ଉଚିତ ନୁହେଁ କେଉଁ ଜିନିଷ କାହାକୁ ଦେବା ଉଚିତ ନୁହେଁ ଏହା ଦ୍ବାରା ମା ଲକ୍ଷ୍ମୀ ଘରୁ ଚାଲି ଯାଇଯାଇଥାନ୍ତି। ଏହା ସହିତ ଆସନ୍ତୁ ଜାଣିବା ଝାଡୁ ଧନତେରସ ଦିନ କିଣିବା ଉଚିତ ନାଁ ଦୀପାବଳି ଦିନ କିଣିବା ଉଚିତ। ଜାଣନ୍ତୁ କ୍ରୟ କରିବାର ଶୁଭ ମୁହୂର୍ତ୍ତ ଏବଂ ତା ସହିତ ଜାଣନ୍ତୁ ଧନତେରସ ଦିନ କେଉଁସବୁ କାମ କରିବା ଉଚିତ ନୁହେଁ। ଯାହା ମା ଲକ୍ଷ୍ମୀ ଆମ ଘର ଛାଡି ଅନ୍ୟ କାହା ଘରକୁ ଚାଲିଯାନ୍ତି। ବନ୍ଧୁଗଣ ହିନ୍ଦୁ ଧର୍ମରେ ଦୀପାବଳି ପର୍ବରେ ବହୁତ ମହତ୍ୱ ରହିଛି। ଦୀପାବଳି ପୂର୍ବରୁ ଧନତେରସ ପର୍ବ ମାନାଯାଏ। ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ତ୍ରୟଦୋଷୀ ତିଥିକୁ ଧନତେରସ ମାନାଯାଏ। ଏହି ବର୍ଷ ଧନତେରସ ୨୦୨୧ ନଭେମ୍ବର ୨ ତାରିଖ ମଙ୍ଗଳବାର ଦିନ ଧନତେରସ ପର୍ବ ପାଳନ କରାଯିବ। ଏହି ଭଗବାନ ଧର୍ମ ଶାସ୍ତ୍ର ଅନୁସାରେ ଏହି ଦିନ ଧନନ୍ତରୀ ଏବଂ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଜୀବନରେ କେବେବି ଧନର ଅଭାବ ହୋଇନଥାଏ। ଏହି ଦିନ ଭଗବାନ କୁବେରଙ୍କର ପୂଜା ମଧ୍ୟ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହା ସହିତ ଏହି ଧନତେରସ ଦିନ ନିଜ ଘରୁ ଏହି ଗୋଟିଏ ଜିନିଷ କାହାକୁ ଦେବେନାହିଁ ଏବଂ ଧନତେରସ ଦିନ ଏହିପରି ଝାଡୁ ମଧ୍ୟ ଘରକୁ ଆଣନ୍ତୁ ନାହିଁ ଏବଂ ଏହି ଦିନ ଏମିତି ଭୋଜନ ମଧ୍ୟ ପ୍ରସ୍ତୁତ କରନ୍ତୁ ନାହିଁ। ଏହି ଦିନ ସମସ୍ତ ସଂସାରେ ଧନର ଉତ୍ପତ୍ତି ହୋଇଥିଲା। କୁହାଯାଏ ଯେ ଏହି ଦିନ ଲୁହାର ଜିନିଷ କ୍ରୟ କରିବା ଉଚିତ ନୁହେଁ କାହିଁକିନା ଏହି ସମୟରେ ରାହୁ କାଳ ଚାଲିଥାଏ ସେଥିପାଇଁ ଏହି ରାହୁକାଳ ସମୟରେ ଲୁହା ଜିନିଷ କିଣିଲେ ରାହୁଙ୍କ ବାସ ହୋଇଥାଏ। ଅର୍ଥାତ ରାହୁ ଏବଂ କେତୁଙ୍କ ବାସ ହୋଇଥାଏ ଯାହା ଦ୍ୱାରା ଜୀବନ ସାରା ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ। ଏହି ସୁନା ରୁପା ଚାନ୍ଦି ପିତଳ କ୍ରୟ କରିବା ଉଚିତ। କାହିଁକିନା ଯେତେବେଳେ ଧନର ଦେବତା ପ୍ରକଟ ହୋଇଥିଲେ ସେତେବେଳେ ହାତରେ ମୂଲ୍ୟବାନ ଧାତୁର କଳସ ନେଇ ପ୍ରକଟ ହୋଇଥିଲେ।

ସେଥିପାଇଁ ଏହି ଦିନ ଲୁହାର କୌଣସି ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହି ବାସନ କିଣିବାକୁ ଅଶୁଭ ମାନାଯାଏ। କାରଣ ଷ୍ଟିଲ ଲୁହାର ହିଁ ପ୍ରତୀକ ଏହା ଦ୍ବାରା ରାହୁର ପ୍ରବେଶ ହୋଇପାରେ। ସେଥିପାଇଁ ଏହି ଧନତେରସ ଦିନ ଷ୍ଟିଲ ବାସନ କ୍ରୟ କରନ୍ତୁ ନାହିଁ ଆଉ ଅନ୍ୟ ଦିନ ମାନଙ୍କରେ ଷ୍ଟିଲ ବାସନ କିଣି ପାରିବେ। ଘରକୁ ସଫା ସୁତରା ରଖନ୍ତୁ ଗଙ୍ଗା ଜଳ ମଧ୍ୟ ଛିଞ୍ଚନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଘରେ ଭାଙ୍ଗି ଯାଇଥିବା ଜିନିଷ ଭଙ୍ଗା ଖଟ ଭଙ୍ଗା ଆଇନା ଭଙ୍ଗା ଫର୍ନିଚର ଛିଡା ଜୋତା ଭାଙ୍ଗି ଯାଇଥିବା ପାନିଆ ତଥା ଘରେ ଯେତେବି ଭଙ୍ଗା ଜିନିଷ ଗୁଡିକୁ ଫୋପାଡ଼ି ଦେବା ଉଚିତ। ଏହି ଦିନ ଲୁହା ଦାନ କରିବା ଦ୍ୱାରା ଶନି ଶାନ୍ତ ହୋଇଥାନ୍ତି। ଏହି ଦିନ କଳା କପଡା ପିନ୍ଧିବା ଉଚିତ ନୁହେଁ କି କଳା ଜିନିଷ କ୍ରୟ କରିବା ଉଚିତ ନୁହେଁ। କାହିଁକିନା କଳା ରଙ୍ଗ ଶନିଙ୍କର ପ୍ରତୀକ। ଏହି ଦିନ ସୋରିଷ ତେଲ କିଣିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଏହି ଦିନ ଝାଡୁ କ୍ରୟ କରିବା ଉଚିତ। ଦୀପାବଳି ଦିନ ଝାଡୁ କ୍ରୟ କରିବା ଉଚିତ ନୁହେଁ। ଏହି ଦିନ ମା ଲକ୍ଷ୍ମୀ ପ୍ରକଟ ହୋଇଥିଲେ ସେଥିପାଇଁ ଏହି ଦିନ ଝାଡୁ କିଣିବା ଉଚିତ। ଏହି ଦିନ ଝାଡୁ କିଣିବା ବହୁତ ମଙ୍ଗଳକାରୀ ଏବଂ ଶୁଭ ହୋଇଥାଏ କିନ୍ତୁ ମନେରଖନ୍ତୁ ଝାଡୁର ପୂଜା ଦୀପାବଳି ଦିନ ହିଁ କରନ୍ତୁ। ମନେରଖନ୍ତୁ ଧନତେରସ କିମ୍ବା ଦୀପାବଳି ଦିନ ପ୍ଲାଷ୍ଟିକ ଝାଡୁ କିଣନ୍ତୁ ନାହିଁ। ଏହି ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଇନଥାଏ। ଏହି ଦିନ ଧନିଆ ଆଣିବା ଶୁଭ ମାନାଯାଏ। ଏହି ଦିନ କୌଣସି ମାଟିରେ କୁଣ୍ଡରେ ଧନିଆ ଚାରା ଲଗେଇବା ଦ୍ୱାରା ସେଥିରେ ସବୁଜ ଚାରା ହୋଇଥାଏ ସେଥିରୁ ଜଣାଯାଏ ଧନର ଦେବତା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ଏବଂ ମା ଲକ୍ଷ୍ମୀ ଆପଣଙ୍କୁ ମାଲାମାଲ କରିବକି ଯାଉଛନ୍ତି। ଧନିଆରେ ବାହାରୁଥିବା ଚାରାରେ ୧ ଟଙ୍କିଆ ମୁଦ୍ରା ନିଶ୍ଚୟ ପକେଇ ଦିଅନ୍ତୁ। ଏହା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ। ମନେରଖନ୍ତୁ ଏହି ଦିନ କେବେ ମଧ୍ୟ କାହାକୁ ଧନିଆ ଦିଅନ୍ତୁ ନାହିଁ। ନଚେତ ଆପଣଙ୍କର ଧନ ସବୁଦିନ ପାଇଁ ଚାଲିଯିବ ଏହାକୁ ଆପଣ ମାମୁଲି କଥା ଭାବନ୍ତୁ ନାହିଁ।

ଏହି ଧନତେରସ ଦିନ କେବେବି କାହାକୁ ଉଧାର ଦିଅନ୍ତୁ ନାହିଁ। ଏହିଦିନ କରଜ ନିଅନ୍ତୁ ନାହିଁ କି ଉଧାର ଆଣନ୍ତୁ ନାହିଁ। ପଇସାକୁ ମା ଲକ୍ଷ୍ମୀ ବୋଲି ମାନାଯାଏ। ଏହି ଦିନ ମା ଲକ୍ଷ୍ମୀଙ୍କ ସ୍ୱରୂପ ଟଙ୍କାକୁ କାହାରିକୁ ବି ଦିଅନ୍ତୁ ନାହିଁ ନେହେଲେ ଆପଣ ନିଜ ହାତରେ ଘରର ଲକ୍ଷ୍ମୀଙ୍କୁ ଅନ୍ୟ କାହାକୁ ଦେଉଛନ୍ତି। ଏହି ଦିନ ଚାଉଳ କାହାକୁ ବି ଦିଅନ୍ତୁ ନାହିଁ। କାହିଁକିନା ଚାଉଳ ମା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ। ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଫୋଟ କିମ୍ବା କୌଣସି ଦେବୀ ଦେବତାଙ୍କ ଫୋଟ କାହାକୁ ଦେବା ଉଚିତ ନୁହେଁ। ଏହା ଦ୍ବାରା ଧନର ହାନି କିମ୍ବା ଧନର ଅଭାବ ଦେଖାଦେଇପାରେ। ଏହି ସମୟରେ ଇଶ୍ଵର ଘରକୁ ଆସିଥାନ୍ତି ଯାଆନ୍ତି ନାହିଁ। ଏହି ଧନତେରସ ଦିନ କାଚ କିଣିବା ଉଚିତ ନୁହେଁ ଲୁହା କିଣିବା ଉଚିତ ନୁହେଁ ଏବଂ କୌଣସି ବି ଧାରୁଆ ଜିନିଷ କିଣିବା ଉଚିତ ନୁହେଁ। ଏହି ବସ୍ତୁ ଗୁଡିକ ଏହି ଦିନ ଘରକୁ ଆଣିଲେ ବହୁତ ଅଶୁଭ ହୋଇଥାଏ। ଏହି ଦିନ କାହା ଠାରୁ କରଜ ମାଗି ଜିନିଷ କିଣିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାରର ଫଳ ମିଳିବ ନାହିଁ। କରଜ ନେଇ ଧନତେରସ ପର୍ବ ପାଳନ କରାଯାଏ ନାହିଁ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଏବଂ ଓଲଟା ଘରର ଅଭାବ ହୋଇଥାଏ। ଏହି ଦିନ ରସୁଣ ପିଆଜର ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ ତା ସହିତ ମାଛ ମାଂସ ମଧ୍ୟ ଘରକୁ ଆଣନ୍ତୁ ନାହିଁ। ଏହି ଦିନ ଝଗଡା କରିବା ଉଚିତ ନୁହେଁ ସ୍ତ୍ରୀ ମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏହା ଦ୍ବାରା ଧୀରେ ଧୀରେ ଧନର ହାନି ହେବାକୁ ଲାଗିଥାଏ।

ଏହି ଦିନ ଖାଦ୍ୟରେ ଧନିଆ ବିଜ ନିଶ୍ଚୟ ପକାନ୍ତୁ। ଏହାକୁ ବହୁତ ହିଁ ଶୁଭ ମାନାଯାଇଥାଏ। ଏହି ଦିନ ଗାଈକୁ ସବୁଜ ଧନିଆ ଚାରା ଖାଇବାକୁ ଦେବା ଦ୍ୱାରା ବହୁତ ହିଁ ଲାଭ ପ୍ରାପ୍ତ ହୋଇଥାଏ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ତା ସହିତ ଧନର କୌଣସି ଅଭାବ ହୋଇନଥାଏ। ଏହି ଦିନ ଗାଈକୁ ସବୁଜ ଚାରା ରୁଟି ଖୁଆଇବା ଦ୍ୱାରା ଧନର ଦେବତା ପ୍ରସନ୍ନ ହୋଇଥାନ୍ତି କାହିଁକିନା ଏହି ଦିନ ସବୁଆଡେ ଗାଈକୁ ପୂଜା କରାଯାଏ। ଏହି ଦିନ ଗାଈକୁ ପୂଜା କରିବା ଦ୍ୱାରା କୋଟିପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହି ଦିନ ଗାଈର ଚରଣ ଛୁଇଁବା ଦ୍ୱାରା ୩୩ କୋଟି ଦେବୀ ବେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି ଦିନ ଆପଣ ଯାହା ମାଗିବେ ନିଶ୍ଚିୟ ରୂପରେ ମିଳିବ। ଧନତେରସ ଦିନ ଘରେ ଝିଟିପିଟି ଦେଖାଯିବାକୁ ବହୁତ ଶୁଭ ମାନାଯାଏ। ଝିଟିପିଟିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଇଛି। ମନ୍ଦିରରେ ଝିଟିପିଟି ଦେଖିବା କିମ୍ବା ଘରକୁ କୌଣସି ପକ୍ଷୀ ବା ପେଚା ଆସିବା ବହୁତ ଶୁଭ ମାନାଯାଇଛି। ଏହି ଦିନ ଲମ୍ବା ଲମ୍ବା ଜନ୍ଦା ଆସିବାକୁ ବହୁତ ଶୁଭ ମାନାଯାଇଛି। ଏହାକୁ ଧନର ଦେବୀ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ମାନାଯାଏ। ଧନତେରସ ଦିନ ରାତି କିମ୍ବା ଦୀପାବଳି ରାତିରେ ମା ଲକ୍ଷ୍ମୀ ଆପଣଙ୍କ ସ୍ୱପ୍ନରେ ଆସବାକୁ ବହୁତ ଶୁଭ ବୋଲି ମାନାଯାଇଛି। ଏବଂ ଧ୍ୟାନ ରଖନ୍ତୁ ସ୍ଵପ୍ନ କଥା କାହାକୁ କହିବେ ନାହିଁ ନଚେତ ଏହାର ଫଳ ମିଳିବ ନାହିଁ। ଏହି ଦିନ ଗାଈକୁ ଦେଖିବା ବହୁତ ଶୁଭ ହୋଇଥାଏ। ଏହି ଦିନ ଗାଈର ଚରଣ ଛୁଅନ୍ତୁ ଏବଂ କିଛି ନାଁ କିଛି ଖାଇବାକୁ ଦିଅନ୍ତୁ।

ଏହି ଦିନ ମାଛ ଦେଖିବା ଶୁଭ ହୋଇଥାଏ। ମାଛ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତୀକ ହୋଇଥାଏ। ଏହି ଦିନ ଧଳା ବିଲେଇ ଦେଖିବା ଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଧନତେରସ ଦିନ ମୟୁର ପଙ୍ଖ ଘରକୁ ପ୍ରବେଶ କରିବା ବହୁତ ଶୁଭ ହୋଇଥାଏ। କାହିଁକିନା ମୟୁର ପଙ୍ଖ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ହୋଇଥାଏ। ମୟୁର ପଙ୍ଖ କିଣିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ ନିଶ୍ଚୟ କରନ୍ତୁ। ଏହା ଦ୍ବାରା ଧନ ବୈଭବ ବା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *