Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳାଙ୍କ ଶରୀରରେ ଥାଏ ଏପରି ଚିହ୍ନ,ସେମାନେ ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ,ଏମାନଙ୍କ ପାଦ ଘରେ ପଡ଼ିଲାମାନେ,ଘରେ ବଢିଚାଲେ ଧନ ସମ୍ପତ୍ତି

ସେୟାର୍ କରନ୍ତୁ

ହିନ୍ଦୁଧର୍ମ ଅନୁସାରେ କନ୍ୟା ସନ୍ତାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ବରୂପ ବୋଲି ମାନାଯାଏ। ପ୍ରତ୍ଯେକ ଝିଅ ନିଜ ପିତାମାତାଙ୍କ ପାଇଁ ସୌଭାଗ୍ୟ ନେଇ ଆସେ। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ମଧ୍ୟରେ ଗୁଣବାନ ଏବଂ ଭାଗ୍ୟଶାଳୀ ସ୍ତ୍ରୀଙ୍କ ବିଶେଷତା ବିଷୟରେ କିଛି ଉଲ୍ଲେଖ ରହିଛି। ସ୍ତ୍ରୀର ଶାରୀରିକ ଗଠନ, ଚାଲିଚଳନ ଓ ଚିହ୍ନ ଆଦି ଯୋଗୁଁ ଅନେକ କିଛି ଜାଣି ହୋଇଥାଏ। ଏହା ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ କେଉଁ ଚିହ୍ନ ସ୍ତ୍ରୀକୁ ଖାସ୍ ବନେଇ ଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶାସ୍ତ୍ର ଅନୁସାରେ ସୁନ୍ଦର, ବଡ ଓ ଗୋଲାପି ନଖ ଥିବା ମହିଳା ମାନେ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଚରିତ୍ରର ହୋଇଥାନ୍ତି। ଏମାନେ ନିଜ ସ୍ଵାମୀ ଓ ପରିବାର ଉଭୟଙ୍କ ସୁଖ ଦୁଃଖର ଧ୍ୟାନ ରଖନ୍ତି। କିନ୍ତୁ ଯେଉଁ ମହିଳାଙ୍କ ମଧ୍ୟମ ଆଙ୍ଗୁଳି ଅପେକ୍ଷାକୃତ ବଡ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ମାନା ଯାଇଥାଏ। ଯେଉଁ ମହିଳାଙ୍କ ବାମ ଗାଲରେ କଳାଜାଇ ଥାଏ, ସେମାନେ ଅଧିକ ଖାଦ୍ୟ ପ୍ରିୟ ହୋଇଥାନ୍ତି। ସେମାନେ ବହୁତ ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି। ଏହାସହିତ ସେମାନେ ନିଜ ପରିବାରର ଖୁବ ଯତ୍ନ ନେଇଥାନ୍ତି।

ଯେଉଁ ମହିଳାଙ୍କର ଲମ୍ବା ନାକ ରହିଥାଏ, ସେହି ମହିଳାଙ୍କ ମଧ୍ୟରେ ଯେକୌଣସି ସମସ୍ଯାକୁ ସମାଧାନ କରିବାର କ୍ଷମତା ରହିଥାଏ। ଏମାନଙ୍କୁ ଅଧିକ ଖର୍ଚ୍ଚ କରିବା ପାଇଁ ଭଲ ଲାଗିଥାଏ। କିନ୍ତୁ ସେମାନଙ୍କ ଖର୍ଚ୍ଚ କେବେ ମଧ୍ୟ ବେକାର ଯାଏ ନାହିଁ। ଲମ୍ବା ଆଙ୍ଗୁଳି ଥିବା ମହିଳା ବହୁତ ବୁଦ୍ଧିମାନ ହୋଇଥାନ୍ତି, ସେମାନଙ୍କୁ ପଢାଲେଖା ବହୁତ ପସନ୍ଦ ହୋଇଥାଏ। ଟଙ୍କାକୁ ଦ୍ଵିଗୁଣ କରିବାର ସମ୍ପୂର୍ଣ୍ଣ କ୍ଷମତା ମଧ୍ୟ ଏମାନଙ୍କ ପାଖରେ ରହିଥାଏ। ଏମାନେ ଅଳ୍ପ ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କ ସ୍ଵାମୀ ଓ ପରିବାର ଲୋକେ ତାଙ୍କ ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି।

ଯେଉଁ ମହିଳାଙ୍କ ପାଦ ଗୋଲାପି ଓ କୋମଳ ହୋଇଥାଏ, ସେମାନେ ନିଜ ପ୍ରେମୀ ବା ପତିଙ୍କୁ ବହୁତ ଖୁସିରେ ରଖିଥାନ୍ତି। ଶାରୀରିକ ସମ୍ବନ୍ଧରେ ଏମାନଙ୍କର ଅଧିକ ରୁଚି ରହିଥାଏ ଓ ଏମାନଙ୍କ ପାର୍ଟନର ସର୍ବଦା ତାଙ୍କ ନିକଟରେ ରହିବାକୁ ଭଲ ପାଆନ୍ତି। ପ୍ରେମ ମାମଲାରେ ଏହି ମହିଳାମାନେ ସର୍ବଦା ଆଗରେ ରୁହନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣ ଚିହ୍ନ ରହିଥାଏ, ସେମାନେ ବହୁତ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତି।

ଏମାନଙ୍କୁ ବିବାହ କରୁଥିବା ବ୍ୟକ୍ତି ନିଜ ଜୀବନରେ କେବେ ମଧ୍ୟ ନିରାଶ ହୁଅନ୍ତି ନାହିଁ। ବଡ ଆଖି ଥିବା ମହିଳାଙ୍କ ଜୀବନରେ ପ୍ରେମ ଓ ସୁଖ ସର୍ବଦା ରହିଥାଏ। ଏହି ମହିଳା ମାନଙ୍କୁ ନିଜ ଜୀବନରେ କୌଣସି ଅଭାବ ହୁଏ ନାହିଁ ଓ ଏମାନଙ୍କୁ ବିବାହ କରୁଥିବା ବ୍ୟକ୍ତି ସର୍ବଦା ସୁଖରେ ଜୀବନ ଅତିବାହିତ କରନ୍ତି। ଯେଉଁ ମହିଳାଙ୍କ ନାକ ତଳେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ସେମାନେ ଯାହା ଇଚ୍ଛା ରଖିଥାନ୍ତି, ତାହା ହାସଲ କରିବା ପାଇଁ ପ୍ରୟାସ ଜାରି ରଖନ୍ତି।ସେମାନଙ୍କ ଜୀବନରେ କୌଣସି ଜିନିଷର ଅଭାବ ରହେ ନାହିଁ। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *