Excuse Me Odisha

ଯାହା କହିବୁ ସତ କହିବୁ

ଖଣ୍ଡିଏ ଡାଳ ଗରିବଙ୍କୁ କରିଦେବ କୋଟିପତି !! ଏକ ଦିବ୍ୟ ଓ ଚମତ୍କାରୀ ଗଛ !!!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଗଛର ଖଣ୍ଡେ ଡାଳ ଗରିବକୁ କରିଦେବ କୋଟିପତି। ଏକ ଦିବ୍ୟ ଏବଂ ଚମତ୍କାରୀ ଗଛ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଗଛ ତାର ପତ୍ର ଫୁଲ ଡାଳ ଓ ଚେରର ଅନେକ ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣିତ ଅଛି। ଆଜି ଆମେ ଆପଣଙ୍କୁ ଏପରି ଏକ ଦିବ୍ୟ ଏବଂ ଚମତ୍କାରୀ ଗଛ ବିଷୟରେ ଜଣାଇବୁ ଯାହାକି ଅତି ସହଜରେ ଏବଂ ହାତ ପାହାନ୍ତାରେ ମିଳିଯିବ ଏବଂ ତାହାର ଗୁଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ସେହି ଗଛର ନାମ ହେଉଛି ଡାଳିମ୍ବ ଗଛ। ଏହି ଡାଳିମ୍ବକୁ ମା ଦୁର୍ଗା ମା ଲକ୍ଷ୍ମୀ ଏବଂ ମା କାଳୀଙ୍କୁ ଭୋଗ ଲଗାଇଲେ ମା ଖୁସି ହୋଇ ବରଦାନ କରିଥାନ୍ତି। ସମସ୍ତ ଫଳର କିଛି ନାଁ କିଛି ଅଲଗା ଅଲଗା ମହତ୍ୱ ଥାଏ। ଏହି ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ଅଟେ। ଏହି ଫଳକୁ ଯଦି ଜଣେ ଲୋକ ପ୍ରତିଦିନ ଗୋଟିଏ ଗୋଟିଏ ଖାଏ ତାର ଅନେକ ରୋଗ ଦୂର ହୋଇଯିବ। ଏହି ଗଛ ମଣିଷର ଭାଗ୍ୟ ଉଜ୍ଵଳ କରିପାରେ। ଆପଣଙ୍କର ଭାଗ୍ୟରେ ଯଦି ତାଲା ପଡିଛି ତାହେଲେ ଆପଣଙ୍କର ଭାଗ୍ୟର ତାଲା ଖୋଲି ଦେଇପାରେ। ଆପଣ ମାନେ ଜାଣିନଥିବେ ଏହି ଫଳ ଦ୍ୱାରା କୌଣସି ଦେବୀ ଦେବତାଙ୍କୁ ମଧ୍ୟ ପ୍ରସନ୍ନ କରିପାରିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଡାଳିମ୍ବ ଫଳ ବିଷୟରେ ନୁହେଁ ଡାଳିମ୍ବ ଗଛର ଡାଳ ବିଷୟରେ ଜଣେଇବୁ। ଧାର୍ମିକ ମହତ୍ୱ ବିଷୟରେ ଜଣାଇବୁ। ଏହି ଡାଳରେ ଅନେକ ମାହାତ୍ମ୍ୟ ଅଛି। ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଏହି ଡାଳିମ୍ବ ଗଛରେ ଶ୍ରୀହରି ବିଷ୍ଣୁ ଏବଂ ମା ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଅନେକ ଲୋକ ଏହି ଡାଳିମ୍ବ ଗଛ ଘରେ ଲଗାଇ ପୂଜା କରିଥାନ୍ତି। ଏହାକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲଗାଇଥାନ୍ତି କାରଣ ଏହି ଗଛ ଘରର ବାସ୍ତୁଦୋଷ ଦୂର କରିଥାଏ। ଏହା ଆପଣଙ୍କୁ ସକାରତ୍ମକ ଉର୍ଜାରେ ଭରି ଦେଇଥାଏ।

ଘରର ବାତାବରଣରେ ମଧ୍ୟ ଶୁଦ୍ଧତା ଆଣିଥାଏ। ଘରେ ଧନର ଅଭାବ ରହିନଥାଏ। ଘରେ ଧନର ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଜୀବନରେ ସବୁବେଳେ ବାଧା ଆସୁଛି ଆପଣଙ୍କ ଜୀବନରେ ସବୁବେଳେ ଦୁଃଖ କଷ୍ଟ ଲାଗି ରହୁଛି ଆପଣ ଜାଣି ପାରନ୍ତି ନାହିଁ କାହିଁକି ଜୀବନରେ ବାରମ୍ବାର ଏମିତି ହେଉଛି ଜୀବନରେ କାହିଁକି ଏତେ ଅଭାବ ଦେଖା ଦେଉଛି ବୋଲି ଆପଣ ଏହିପରି ସ୍ଥିତିରେ ଡାଳିମ୍ବ ଗଛର ଡାଳରେ ପ୍ରୟୋଗ କରିପାରିବେ। ଏହା ବହୁତ ସହଜ ଉପାୟଟିଏ। ଯେଉଁ ମାସରେ ରାହୁ ସ୍ୱାତି ନକ୍ଷତ୍ରକୁ ଆସିଥାଏ ସେହି ଦିନ ଡାଳିମ୍ବ ଗଛରୁ ଡାଳ ଭାଙ୍ଗି ଆଣିବେ ଏବଂ ଡାଳ ଭାଙ୍ଗି ସାରିବା ପରେ ଡାଳିମ୍ବ ଗଛକୁ କ୍ଷମା ମାଗିବେ କାହିଁକିନା ଏହି ଗଛରେ ଭଗବାନ ବାସ କରିଥାନ୍ତି। ଡାଳିମ୍ବ ଡାଳଟି ଆଣିବା ପରେ ଛୋଟ କରିଦିଅନ୍ତୁ। କୌଣସି ପାତ୍ରରେ ରଖି ଠାକୁର ଘରେ ରଖିଦିଅନ୍ତୁ ଏବଂ ଏହାକୁ ଧୂପ ଦୀପ ଚନ୍ଦନ ଚାଉଳ ଦେଇ ପୂଜା କରନ୍ତୁ ଏବଂ ପୂଜା କରିସାରିବା ପରେ ଏକ ରୁପାର ତାବିଜ ଭିତରେ ପୁରାଇ ଶନିବାର ଦିନ ଏହାକୁ କଳା ସୂତା ଦ୍ୱାରା ଗଳାରେ ଧାରଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ଭିତରେ ଥିବା ସମସ୍ତ ନକରାତ୍ମକତା ଦୂର ହୋଇଥାଏ। କରଜରୁ ମୁକ୍ତି ମିଳିଥାଏ ଶତ୍ରୁ ନାଶ ହୋଇଥାଏ ଏବଂ ଆପଣ ଯେଉଁ କାମରେ ହାତ ଦେବେ ସେହି କାମରେ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ।

ଆପଣଙ୍କ ଜୀବନରେ ଉନ୍ନତି ଆଣିଦେବ। ଏହାକୁ ପିଦ୍ଧିବା ଦ୍ୱାରା ଆପଣଙ୍କର ଅନେକ ଲାଭ ହେବ। ଯେଉଁ ମାନଙ୍କର ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥାଏ ଅବା ବିବାହ ବିଛେଦ ହୋଇଯାଇଥାଏ ସ୍ୱାମୀ ସ୍ତ୍ରୀ ପ୍ରେମିକ ପ୍ରେମିକା କୌଣସି କାରଣରୁ ଅଲଗା ହୋଇଯାଇଥାନ୍ତି ଏବଂ ପୁଣି ଥରେ ଏକାଠି ହେବାକୁ ଚାହିଁଥାନ୍ତି ଅବା ଜଣେ ଜଣଙ୍କୁ ପସନ୍ଦ କରୁଛି କିନ୍ତୁ କହିବାକୁ ଭୟ କରୁଛି ତେବେ ଏହି କ୍ଷେତ୍ରରେ ଏହା ଅତ୍ୟନ୍ତ ଚମତ୍କାରୀ ଲାଭ ଦେଇଥାଏ। ସ୍ୱାମୀ ସ୍ତ୍ରୀଙ୍କୁ ଏକାଠି କରିଥାଏ ଜଣେ ଜଣଙ୍କୁ ବଶୀଭୂତ କରିଥାଏ। ତେବେ ଏହି ବସିକରଣ କାର୍ଯ୍ୟ ପାଇଁ ଆପଣ ପୂର୍ବ ଫାଲ୍ଗୁନି ନକ୍ଷତ୍ର ଦିନ ଡାଳିମ୍ବ ଗଛର ଡାଳଟିଏ ଭାଙ୍ଗି ଆଣିବେ ଏବଂ ଗଛକୁ କ୍ଷମା ମାଗିବେ ଏବଂ ଏହାକୁ ପୂଜା କରି ନିଜର ଡାହାଣ ବାହୁରେ ପିନ୍ଧିନେବେ। ଆପଣ ଏହି ଡାଳଟିକୁ ହାତରେ ବାନ୍ଧିବା ଦ୍ୱାରା ଆପଣ ଏହା ଦେଖିବେ ସମସ୍ତେ ଆପଣଙ୍କ ବସରେ ରହିବେ ଓ ସମସ୍ତଙ୍କୁ ଆପଣ ବଶୀଭୂତ କରିପାରିବେ। ସମସ୍ତେ ଆପଣଙ୍କର କଥା ମାନିବେ।

ଏହି ଗଛ ମଣିଷର ଭାଗ୍ୟ ବଦଳାଇବାର କ୍ଷମତା ରଖିଥାଏ। ମନ କାମନା ମଧ୍ୟ ପୂରଣ କରିଥାଏ। ଧନ ପ୍ରାପ୍ତି ପାଇଁ ଏହାର ଆଉ ଏକ ସୁନ୍ଦର ଉପାୟଟିଏ କରିପାରିବେ। ଏହି ଗଛର ଡାଳଟିଏ ଆଣି ଏକ ଲାଲ କପଡ଼ାରେ ରଖିବେ ତାକୁ ଚାରିମୁଖୀ ଦୀପ ଦ୍ୱାରା ପୂଜା କରିବେ ଏବଂ ଗୋଟେ ତମ୍ବାର ଲୋଟାରେ ପାଣି ଭରି କୁବେରଙ୍କର ମନ୍ତ୍ର ଜପ କରିବେ। ଏପରି ୨୧ ଦିନ ଜପ କରିବେ। ଏବଂ ଜପ କରିବା ପରେ ସେହି ପାଣିକୁ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦେବେ ଏହିପରି ପୂଜା ୨୧ ଦିନ ପର୍ଯ୍ୟନ୍ତ କରିବେ। ୨୧ ଦିନ ପରେ ଏହାକୁ ହଳଦିଆ କପଡ଼ାରେ ଗୋଡ଼ାଇ ସିନ୍ଦୁକ କିମ୍ବା ପଇସା ବାକ୍ସରେ ରଖିଦେବେ। ଏହା ପରେ ଦେଖିବେ କେମିତି ଧନର ବୃଦ୍ଧି ହେବ। ଏହି ଗଛର ଡାଳକୁ ଯଦି ସେମିତିରେ ଭାଙ୍ଗି ଠାକୁର ଘରେ ରଖି ପୂଜା କରିବେ ତେବେ ଏହା ଚମତ୍କାରି ଫଳ ପ୍ରଦାନ କରିଥାଏ। ତେବେ ଏହି ଡାଳିମ୍ବ ଗଛର ଡାଳ ନିଶ୍ଚୟ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *