Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵୟଂ ମାଆ ଲକ୍ଷ୍ମୀ ଦେଇଛନ୍ତି ବରଦାନ : ଯିଏ ଏହି ସମୟରେ ଘର ଝାଡୁ କରିବେ, ମା ଲକ୍ଷ୍ମୀଙ୍କ କୃପାରୁ ତାଙ୍କ ଘର ଧନ ସମ୍ପତ୍ତିରେ ଭରି ହୋଇଯିବ

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଘରକୁ ମନ୍ଦିର ତୁଲ୍ୟ ମାନା ଯାଇଥାଏ। ସେଥିପାଇଁ ଗୃହକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ଅପରିଷ୍କାର ରହୁଥିବା ଘରକୁ ଦରିଦ୍ରତା ଆସିଥାଏ ଓ ଘରେ ନକରାତ୍ମକ ଶକ୍ତିର ବାସ ହୋଇଥାଏ ବୋଲି ମାନା ଯାଇଥାଏ। ହିନ୍ଦୁଧର୍ମର ପ୍ରାଚୀନ ଗ୍ରନ୍ଥରେ ଝାଡୁର ଖୁବ ମହତ୍ଵ ରହିଛି। ଏହାକୁ ସ୍ଵୟଂ ମାଆ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ। କାରଣ ଦେବୀ ଲକ୍ଷ୍ମୀ ସ୍ଵଚ୍ଛତା ପ୍ରିୟ ଅଟନ୍ତି। ଆଜି ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ଘର ଝାଡୁ କରିବା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ।

ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଉଛି ଝାଡୁକୁ କେବେ ଖୋଲାରେ ବା ବାହାର ବ୍ୟକ୍ତିଙ୍କ ନଜର ପଡୁଥିବା ସ୍ଥାନରେ ରଖନ୍ତୁ ନାହିଁ। ଏହା ଉପରେ ବାହାର ବ୍ୟକ୍ତିଙ୍କ ନଜର ପଡିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାଦ୍ବାରା ଆପଣଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ ପୁରୁଣା ଏବଂ ଭାଙ୍ଗି ଯାଇଥିବା ଝାଡୁ ଘରେ ବ୍ୟବହାର କରିବା ମଧ୍ୟ ଅନୁଚିତ ଅଟେ। ଏପରି ଝାଡୁକୁ ତୁରନ୍ତ ଫିଙ୍ଗି ନୂଆ ଝାଡୁ ରଖନ୍ତୁ। ନଚେତ ଏଥିଯୋଗୁଁ ଆପଣଙ୍କୁ ଅନେକ ପ୍ରକାର ସମସ୍ଯାର ସାମ୍ନା କରିବାକୁ ପଡ଼ିବ।

ବାସ୍ତୁଶାସ୍ତ୍ର ଅନୁସାରେ ଝାଡୁକୁ କେବେ ଠିଆ କରି ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ମଧ୍ୟ ଘରେ ଆର୍ଥିକ ସମସ୍ଯା ସୃଷ୍ଟି ହୁଏ। ତେଣୁ ଝାଡୁକୁ ସର୍ବଦା ଶୁଆଇ ରଖନ୍ତୁ। ସନ୍ଧ୍ୟା ସମୟରେ ଝାଡୁ କରିବା ମଧ୍ୟ ଅନୁଚିତ ଅଟେ। ଏହି ସମୟରୁ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ସନ୍ଧ୍ୟା ସମୟରେ ଝାଡୁ କରିବା ଘର ପାଇଁ ହାନୀ ସାବ୍ୟସ୍ତ ହୋଇଥାଏ। ଏହି ସମୟରେ ଝାଡୁ କଲେ, ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି।

ଏଭଳି କରିବା ଦ୍ଵାରା ନିକଟ ଭବିଷ୍ୟତରେ ଆପଣଙ୍କୁ ଧନହାନୀ ହେବାର ସମ୍ଭାବନା ରହିଛି। ଝାଡୁକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖନ୍ତୁ । ଏହାଦ୍ବାରା କୌଣସି ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ। ଝାଡୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥିବାରୁ ଏହାକୁ କେବେ ମଧ୍ୟ ଗୋଡ ଲଗାନ୍ତୁ ନାହିଁ। ଅଜାଣତରେ ଗୋଡ ବାଜିଗଲେ ଏହାକୁ ମଥାରେ ଲଗାଇ ତୁରନ୍ତ ମୁଣ୍ଡିଆ ମାରନ୍ତୁ। ସର୍ବଦା ଶନିବାର ଦିନ ହିଁ ନୂଆ ଝାଡୁ ଘରକୁ କିଣି ଆଣନ୍ତୁ। ଏହିଦିନ ନୂଆ ଝାଡୁ କିଣିବା ଏବଂ ତାର ଉପଯୋଗ କରିବା ଶୁଭ ବୋଲି ମାନାଯାଇଥାଏ।

ଝାଡୁ କିଣିବା ପରେ ପ୍ରଥମେ ତାର ପୂଜା କରନ୍ତୁ ଓ ତାପରେ ଏହାର ପ୍ରୟୋଗ କରନ୍ତୁ।ମଇଳା ଝାଡୁକୁ ସର୍ବଦା ସଫା ବା ପରିଷ୍କାର ପାଣିରେ ଧୁଅନ୍ତୁ। ଅପରିଷ୍କାର ପାଣିରେ ଝାଡୁ ସଫା କରିବା ଉଭୟ ଝାଡୁ ଓ ଦେବୀ ଲକ୍ଷ୍ମୀଙ୍କ ଅପମାନ ବୋଲି ମାନାଯାଏ। ଏପରି କରିବା ଦ୍ଵାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *