Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ୨୦୨୧ : ଏହି ପ୍ରାଣୀ ମାନଙ୍କୁ ଦୀପାବଳି ସମୟରେ ଦର୍ଶନ କଲେ, ବର୍ଷସାରା ଖୁସିରେ ରହିବେ। ଘରେ ରହିବ ଖୁସିର ମାହୋଲ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଏକ ପ୍ରମ୍ମୁଖ ପର୍ବ ଦୀପାବଳି ଆସିବା ପାଇଁ ଆଉ ମାତ୍ର କିଛିଦିନ ହିଁ ବାକି ରହିଛି।ଏହି ଦୀପାବଳି ରାତିରେ ଯଦି ଆପଣମାନେ ଏହି ୫ଟି ପ୍ରାଣୀଙ୍କୁ ଦେଖିବେ, ତାହେଲେ ଆପଣଙ୍କର ଭାଗ୍ୟ ବଦଳିଯିବ। ଆପଣଙ୍କର ଆର୍ଥିକ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ତେବେ ଦର୍ଶକବନ୍ଧୁ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ମାନ୍ୟତା ରହିଛି କି ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି ଏବଂ ବର୍ଷସାରା ପରିବାରରେ ଶାନ୍ତିର ବାତାବରଣ ରହିଥାଏ।

ଏହି କାରଣରୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ଲୋକେ ନିଜ ଘରକୁ ସଫାସୁତୁରା କରିବାରେ ଲାଗି ପଡିଥାନ୍ତି। ସୁକନ ଶାସ୍ତ୍ର ଅନୁସାରେ, ଯଦି ଦୀପାବଳି ରାତିରେ ଆପଣଙ୍କ ଘର ପାଖରେ କିମ୍ବା ଆଖପାଖ ଅଞ୍ଚଳରେ କୌଣସି ଜୀବଜନ୍ତୁ ନଜର ଆସୁଛନ୍ତି, ତାହେଲେ ଏହା ହେଉଛି ଦେବୀ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ମାନାଯାଇଥାଏ।ଆସନ୍ତୁ ଜାଣିବା ସେହି ପ୍ରାଣୀ ମାନଙ୍କ ବିଷୟରେ, ଯେଉଁମାନଙ୍କୁ ଦୀପାବଳି ରାତିରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ

ଝିଟିପିଟି – ପ୍ରାୟତଃ ସବୁବେଳେ ଘରେ ଝିଟିପିଟି ଦେଖା ଯାଇଥାନ୍ତି। ଯାହାକୁ ଆମେ ଘରୁ ବାହାର କରିବା ପାଇଁ ଚେଷ୍ଟା କରିଥାଉ। କହିବାକୁ ଗଲେ ଏହା ଆମକୁ କେବେବି କୌଣସି କ୍ଷତି ପହଞ୍ଚାଇ ନଥାଏ ।କିନ୍ତୁ କୀଟ ପତଙ୍ଗ ଭଳି ଛୋଟ ଛୋଟ ବସ୍ତୁ ଖାଇ ଝିଟିପିଟି ଘରକୁ ସଫାସୁତୁରା କରିଥାଏ। ସୁପନ ଶାସ୍ତ୍ର ଅନୁସାରେ ଦୀପାବଳି ପର୍ବରେ ଝିଟିପିଟି ଦେଖିଲେ ଘରର ସୁଖଶାନ୍ତି ବୃଦ୍ଧି ପାଇଥାଏ।

ବିଲେଇ – ଦୀପାବଳି ରାତିରେ ଘରର ଆଖପାଖ ଅଞ୍ଚଳରେ ବିଲେଇ ଦେଖିଲେ ମଧ୍ୟ ମାତା ଲକ୍ଷ୍ମୀଙ୍କ ଆଗମନର ଶୁଭ ସଂକେତ ବୋଲି ମାନା ଯାଇଥାଏ। କହିବାକୁ ଗଲେ ବିଲେଇ ଦେଖିଲେ ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ।

ଗାଈ- ଭାରତୀୟ ସଂସ୍କୃତିରେ ଗାଈ ସବୁବେଳେ ଏକ ପବିତ୍ର ପ୍ରାଣୀ ମଧ୍ୟରେ ଗଣା ହୁଏ। ଅନ୍ୟ ଶବ୍ଦରେ କହିବାକୁ ଗଲେ ଗାଈ ଏକ ଦେବୀର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଦୀପାବଳି ରାତିରେ ଗାଈ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବୀ ଲକ୍ଷ୍ମୀଙ୍କ ଆଗମନ ବୋଲି ସଂକେତ ମିଳିଥାଏ।ଏହାଦ୍ବାରା ପରିବାର ଲୋକଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ବଢିଥାଏ ଏବଂ ସମ୍ପର୍କ ବହୁତ ସୁଦୃଢ ହୋଇଥାଏ।

ପେଚା – ପେଚା ଦେବୀ ଲକ୍ଷ୍ମୀଙ୍କ ବାହାନ ହୋଇଥାଏ। ସୁପନ ଶାସ୍ତ୍ରରେ କୁହାଯାଇଛି ଯେ ଦୀପାବଳି ରାତିରେ ଯଦି ଆପଣ ପେଚା ଦେଖୁଛନ୍ତି ତାହା ବହୁତ ଶୁଭ ମାନାଯାଇଥାଏ। ମାନ୍ୟତା ରହିଛି ଯେ ପେଚା ଦେଖିବା ଦ୍ୱାରା ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

ଶୁଚୁନ୍ଦ୍ରା – ଶୁଚୁନ୍ଦ୍ରା ମୂଷା ଭଳି ଦେଖାଯାଉଥିବା ଏକ ଛୋଟିଆ ଜୀବ ଅଟେ। ସାଧାରଣ ଏହି ଜୀବକୁ ଲୋକ ଘଉଡାଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ସୁପନ ଶାସ୍ତ୍ରରେ କୁହାଯାଇଛି, ଯଦି ଦୀପାବଳି ରାତିରେ ଆପଣ ଶୁଚୁନ୍ଦ୍ରା ଦେଖୁଛନ୍ତି ତାହେଲେ ଏହା ବହୁତ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *