Excuse Me Odisha

ଯାହା କହିବୁ ସତ କହିବୁ

ଏହି ସ୍ଥାନରେ ଚୁପଚାପ ପୋତି ଦିଅନ୍ତୁ ନାଲି ଲଙ୍କା,ଦେଖିବେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ,ଶତ୍ରୁ ନିଜେ ଆସି ହାତ ଯୋଡ଼ି କ୍ଷମା ମାଗିବେ

ସେୟାର୍ କରନ୍ତୁ

ପୁରାଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ମଣିଷ ଜୀବନରେ ଯେଉଁ ଶୁଭ ଓ ଅଶୁଭ ବା ଭଲମନ୍ଦ ଘଟିଥାଏ, ତାହା ସବୁ ଆମର କର୍ମ ଉପରେ ନିର୍ଭର କରିଥାଏ। ଜୀବନଶୈଳୀକୁ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ କେତେକ ନୀତି ନିୟମକୁ ଜାଣି ରଖିବା ଉଚିତ। ଆମେ ସର୍ବଦା ଅଜାଣତରେ ହେଉ ପଛକେ କିଛି ଅଭ୍ୟାସ କରି ନେଇଥାଉ, ତେଣୁ ଆମକୁ ବହୁତ ପଶ୍ଚାତାପ କରିବାକୁ ପଡ଼ିଥାଏ। ଆଜି ଆମେ କିଛି ଏପରି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣଙ୍କ ବିଷୟ ସୁଖମୟ ରହିବ।

ବେଳେବେଳେ ଶତ୍ରୁ ମାନେ ଆମକୁ ଅଧିକ ହଇରାଣ କରିଥାନ୍ତି।ଆପଣଙ୍କୁ ସେଥିରୁ ବାହାରିବା ବା ମୁକ୍ତି ପାଇବା ସହଜ ହୋଇ ନଥାଏ। ଅନେକ ସମୟରେ ବାହାର ଲୋକ ଶତ୍ରୁତା କରିବା ସହିତ ଅଫିସ ଲୋକ ମଧ୍ୟ ଆପଣଙ୍କ ସହିତ ଶତ୍ରୁତା କରିଥାନ୍ତି। ବ୍ୟବସାୟ କରୁଥିବା ଲୋକେ ବା ଆପଣଙ୍କର ସହିତ କାର୍ଯ୍ୟରତ ଥିବା କର୍ମଚାରୀ ଆପଣଙ୍କୁ ଆଗକୁ ବଢିବାର ଦେଖି ଈର୍ଷା କରିଥାନ୍ତି।

ଏହାସହିତ ଆପଣଙ୍କ ସମ୍ପର୍କୀୟ, ଚାକର ମାନେ ମଧ୍ୟ ଆପଣଙ୍କୁ ଦେଖି ଈର୍ଷା କରିଥାନ୍ତି।ଆପଣ ଏହାକୁ ନେଇ ଚିନ୍ତା କରିଥାନ୍ତି କି ଆପଣ ଏହି ସମସ୍ୟାରୁ କିପରି ମୁକୁଳିବେ। ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ପରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ଯିବେ

ତେଣୁ ଆଜି ଆମେ ଏକ ଛୋଟ ଉପାୟ ବିଷୟରେ କହିବାକୁ ଯାଉଛୁ।ତାହା ହେଉଛି ନାଲି ଲଙ୍କା।ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କର ସବୁ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ଯିବେ।ଏହାସହିତ ଆପଣଙ୍କ ଶତ୍ରୁ ମାନେ ଆପଣଙ୍କୁ ହାତଯୋଡି କ୍ଷମା ମଧ୍ୟ ମାଗିବେ।

ସପ୍ତାହର କୌଣସି ମଙ୍ଗଳବାର ବା ଶନିବାର ଦିନ ରାତିରେ ଆପଣ ଏହି ଉପାୟକୁ ଆଖପାଖରେ କରି ପାରିବେ। ଘରର ଆଖପାଖରେ ମାଟିରେ ଗୋଟେ ଛୋଟ ଗାତ ଖୋଳିବେ ଏବଂ ଏହି ଗାତରେ ୫ଟି ଶୁଖିଲା ଲଙ୍କା ପକାଇବେ। ମନେ ରଖନ୍ତୁ ଯେ ଲଙ୍କାର ଡେମ୍ଫ ଛଡାଇବେ ନାହିଁ। ଗାତରେ ନାଲି ଲଙ୍କା ପକାଇବା ସମୟରେ ନିଜର ଶତ୍ରୁ ମାନଙ୍କର ନାମ ପାଟିରେ ଧରିବେ ଏବଂ ଗାତଟିକୁ ବନ୍ଦ କରିଦେବେ। ଏହି ଉପାୟକୁ ୧୨ଦିନ ପର୍ଯ୍ୟନ୍ତ କଲେ, ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ ଏବଂ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *