Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ଦିନ ଘରକୁ ଏହି ଜିନିଷ ଆଣିଲେ ଧନର ବର୍ଷା ହେବ। ଧନତେରସ ଦିନ ଝାଡୁ କିଣିବାର କାରଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନତେରସ ଦିନ ଘରକୁ ଏହି ଜିନିଷ ଆଣିଲେ ଧନର ବର୍ଷା ହେବ। ଧନତେରସ ଦିନ ଝାଡୁ କିଣିବାର କାରଣ। ଦୀପାବଳିରେ ଦୀପ।

ଧନତେରସ ୨୦୨୧ ରେ ଘରକୁ ନେଇ ଆସନ୍ତୁ ଏହି ୫ ଟି ଜିନିଷ ମଧ୍ୟରୁ ଗୋଟେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷ ସାରା ବର୍ଷୁ ଥିବ। ଘରେ ଧନର ଅଭାବ ରହିବ ନାହିଁ। ବନ୍ଧୁଗଣ ଏବେ ପର୍ବ ପର୍ବାଣୀର ଦିନ ଆରମ୍ଭ ହୋଇଗଲାଣି। ଏବଂ ଏହି ଦୀପାବଳିରେ ଚାଲୁଥିବା ୫ ଦିନ ମଧ୍ୟରୁ ଯେଉଁ ଗୋଟେ ଦିନ ଥାଏ ଧନତେରସ ଦିନ ଏହି ଦିନକୁ କିଣା କିଣିରେ ବିଶେଷ ମହତ୍ୱ ଦିଆଯାଇଥାଏ। ବହୁତ ବଡ଼ ଶୁଭ କାର୍ଯ୍ୟ ବୋଲି ମାନାଯାଇଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ୨୦୨୧ ର ଧନତେରସ ବିଷୟରେ ଜଣେଇବୁ। ତେଣୁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ବନ୍ଧୁଗଣ ଝାଡୁ ପ୍ରତ୍ୟକଙ୍କ ଘରେ ଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଝାଡୁକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ଝାଡୁକୁ ନେଇ ବହୁତ ଶୁଭ ଏବଂ ଅଶୁଭ କଥା ରହିଛି ଏବଂ ଝାଡୁକୁ ଆପଣ କେମିତି ରଖିବେ କେବେ କିଣିବେ କେବେ ଆପଣ ଏହାକୁ ଫୋପାଡିବେ ଏମିତି ଅନେକ ନିୟମ ଅଛି। ଆପଣମାନେ ଧନତେରସ ଦିନ ଏହି ପ୍ରୟୋଗକୁ ନିଶ୍ଚୟ କରନ୍ତୁ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ବନ୍ଧୁଗଣ ଧନତେରସ ଠୁ ନେଇ ଦୀପାବଳି ପର୍ଯ୍ୟନ୍ତ ବହୁତ କିଛି ପ୍ରସ୍ତୁତି କରନ୍ତି। ପ୍ରତ୍ୟକ ଧନତେରସ ଦିନ କିଣା କିଣି ନିଶ୍ଚୟ କରନ୍ତି କାରଣ କୁହାଯାଏ କି ଧନତେରସ ଦିନ କିଛି ବି କିଣିଲେ ଆପଣ ଘରକୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇ ଆସୁଛନ୍ତି। ସେଥିପାଇଁ ପ୍ରତ୍ୟକ ଲୋକ ଏହି ଦିନ କିଛି ନାଁ କିଛି ଘରକୁ କିଣି ଆଣିଥାନ୍ତି। ପରମ୍ପରା ଅଛି କି ଏହି ଦିନ ସୁନା କିଣିବାକୁ ଶୁଭ ବୋଲି ମାନାଯାଏ। ବହୁତ ଆଗରୁ ଏହି ପରମ୍ପରା ରହିଆସିଛି। କିନ୍ତୁ ସୁନା ବହୁତ ମହଙ୍ଗା ଏହାକୁ ସମସ୍ତେ କିଣି ପାରନ୍ତି ନାହିଁ। ମହଙ୍ଗା ଯୋଗୁ ଏହାକୁ ଅନେକ ଲୋକ କିଣି ପାରନ୍ତି ନାହିଁ। ଆଜି ଆମେ ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଧନତେରସ ଦିନ ଆପଣମାନେ କଣ କଣ କିଣିବେ। ଯାହା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ଧନରାଜ କୁବେର ଏବଂ ଧନନ୍ତରୀ ଦେବୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କୁ ଶୁଭ ଫଳର ପ୍ରାପ୍ତି ହେବ। ଧନର ଅଭାବ କେବେ ମଧ୍ୟ ରହିବ ନାହିଁ। ଯଦି ଆପଣ ଧନତେରସ ଦିନ କଇଁଛର ମୁଦି ଚାନ୍ଦିରେ ତିଆରି କରି ଅନାମିକା ଆଙ୍ଗୁଳିରେ ପିନ୍ଧିବେ ତ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। ଯଦି ଆପଣ ଚାନ୍ଦିର କିଣି ପାରୁନାହାନ୍ତି ତେବେ ପିତଳରେ ବି କିଣି ପାରିବେ। ତ ଏହା ଥିଲା ପ୍ରଥମ ଜିନିଷ।

ଦ୍ୱିତୀୟ ହେଉଛି। ଆପଣ ଧନତେରସ ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ଫୋଟ କିମ୍ବା ମୂର୍ତି କିଣି ଆଣନ୍ତୁ। ଏହି ବର୍ଷ ୨୦୨୧ରେ ଧନତେରସ ନଭେମ୍ବର ୨ ରେ ପଡୁଛି। ଆପଣ ଏହି ବର୍ଷ ଧନତେରସ ମଙ୍ଗଳବାରରେ ମା ଲକ୍ଷ୍ମୀଙ୍କ ଫୋଟ ବା ମୂର୍ତ୍ତିକୁ ଘରକୁ ଆଣନ୍ତୁ। ଏଥି ଦ୍ୱାରା ଆପଣଙ୍କର ମଙ୍ଗଳ ହେବ।

ତୃତୀୟ ହେଉଛି ମୟୁର ପଙ୍ଖ। ଏହାକୁ ବହୁତ ଶୁଭ ମାନାଯାଏ। ଆପଣ ଏହି ମୟୁର ପଙ୍ଖକୁ ଘରର ମୁଖ୍ୟ ଦ୍ୱାରରେ ଲଗେଇ ଦିଅନ୍ତୁ। ଆପଣ ଯେଉଁଠାରେ ଘରେ ଭଗବାନ କୃଷ୍ଣଙ୍କର ଫୋଟ କିମ୍ବା ମୂର୍ତି ରଖି ଛନ୍ତି ସେଠାରେ ଲଗେଇ ଦିଅନ୍ତୁ। ଏହା ଦ୍ବାରା ଧନର ବର୍ଷା ହେବ। ସବୁବେଳେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ।

ଚତୁର୍ଥ ଜିନିଷ। ଧନତେରସ ଦିନ ଆପଣ ଘରକୁ ଶଙ୍ଖ ଆଣନ୍ତୁ। ଏହାକୁ ବହୁତ ଶୁଭ ମାନାଯାଏ।

ପଞ୍ଚମ ଜିନିଷ ହେଉଛି ମା ଲକ୍ଷ୍ମୀଙ୍କର ପାଦୁକ ବା ଚରଣ। ଆପଣ ଏହାକୁ ପୂଜା ସ୍ଥାନରେ ରଖନ୍ତୁ କିମ୍ବା ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖିଦିଅନ୍ତୁ। ଘରେ ଧନର ଅଭାବ କେବେ ମଧ୍ୟ ହେବନାହିଁ। ଧନତେରସ ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପଦ୍ମ ଫୁଲ ନେଇ ଆସନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି। ଆପଣ ଧନତେରସ ଦିନ ଯେଉଁ ବି ଜିନିଷ ଆଣିବେ ତାକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରିବେ। ଏମିତିରେ ବହୁତ ଲୋକ ଧନତେରସ ଦିନ ଗାଡି କିଣନ୍ତି। ଆପଣ ଯେଉଁ ବି ଜିନିଷ ଏହି ଦିନ କିଣିବେ ତାକୁ ଦୀପାବଳି ଦିନ ପୂଜା କରନ୍ତୁ। ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ଗାଡି କିମ୍ବା ସୁନା କିଣିବା ପାଇଁ କିଛି ଏମିତି ଜିନିଷ ମଧ୍ୟ ଅଛି ଯାହାକୁ ଆପଣ କିଣିକି ଧନତେରସ ଦିନ ଘରକୁ ଆଣିବେ ତ ମା ଲକ୍ଷ୍ମୀ ବହୁତ ଶୀଘ୍ର ପ୍ରସନ୍ନ ହୋଇଯିବେ। ଯେପରିକି ଧନିଆ ମାତ୍ର ୧୦ ଟଙ୍କାରେ ଧନିଆ କିଣି ଆଣନ୍ତୁ ଏହା ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ଏହାକୁ ନେଇ ଆସନ୍ତୁ। ଏହାକୁ କୌଣସି ବି ଗାମ୍ବଲାରେ ଭିଜେଇକି ଚାରା ସୃଷ୍ଟି କରନ୍ତୁ। ଏଥିରେ କୌଣସି ବି ଟଙ୍କା ଖର୍ଚ୍ଚ ହେବନାହିଁ ଏବଂ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବ।

ଯଦି ଆପଣ ଦୌଡୁଥିବା ୭ ଟି ଘୋଡାର ଫୋଟ ଆଣନ୍ତି ଏହା ଦ୍ବାରା ମଧ୍ୟ ଧନର ଅଭାବ କେବେବି ହେବ ନାହିଁ। ଆପଣ ଏହିସବୁ ଜିନିଷକୁ ନେଇଆସନ୍ତୁ। ଏହିସବୁକୁ ବହୁତ ଲାଭକାରୀ ମାନାଯାଏ। ଧନତେରସ ଦିନ ଯଦି ଆପଣ ଏହାକୁ ଆଣନ୍ତି ତେବେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ବହୁତ ସାରା ଲୋକ ଲୁହା ଏବଂ ଝାଡୁ ମଧ୍ୟ କିଣନ୍ତି। ଝାଡୁକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନାଯାଏ। ଧନତେରସ ଦିନ ଯଦି ଆପଣ ଝାଡୁ କିଣି ଆଣନ୍ତି ଏବଂ ଦୀପାବଳି ଦିନ ଏହାକୁ ପୂଜା କରନ୍ତି ତେବେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବର୍ଷିବ। କାରଣ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ ଧନତେରସ ଦିନ ଯଦି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ ଏବଂ ଆକର୍ଷିତ କରିବାକୁ ଚାହାନ୍ତି ତେବେ ଝାଡୁ ଧନତେରସ ଦିନ ନିଶ୍ଚିତ ରୂପେ ଆଣନ୍ତୁ। ଝାଡୁ ଏମିତି ଏକ ଜିନିଷ ଯାହା ଆମ ଘରକୁ ସଫା ସୁତରା ରଖିଥାଏ। ଆପଣ ଏହିସବୁ ମଧ୍ୟରୁ ଗୋଟିଏ ଜିନିଷ ନେଇ ଆସନ୍ତୁ ଆପଣଙ୍କୁ ଧନର ଅଭାବ ହେବ ନାହିଁ। ଆପଣ ଚାହିଁଲେ ଧନତେରସ ଦିନ କଉଡ଼ିକୁ ମଧ୍ୟ ଆଣିପାରିବେ ୫ ରୁ ୭ଟି କହଡି ଆଣନ୍ତୁ। ଏହାକୁ ମା ଲକ୍ଷ୍ମୀଙ୍କୁ ଅର୍ପିତ କରି ଦୀପାବଳି ଦିନ ପୂଜା କରନ୍ତୁ। ଏହା ଦ୍ବାରା ଆପଣଙ୍କ ଘରେ କେବେବି ଧନର କମି ହେବନାହିଁ। ଆପଣ ଏହିଦିନ ଗରିବ ଲୋକଙ୍କୁ ଦାନ କରନ୍ତୁ ଦେଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହେବେ। ଆପଣ ଚାହିଁଲେ କୁବେର ଦେବତାଙ୍କର ଫୋଟ କିମ୍ବା ମୂର୍ତି ମଧ୍ୟ ଆଣିପାରିବେ। ଯଦି ଆପଣ ଧନତେରସ ଦିନ ଝାଡୁ ତଳେ ଏହି ଗୋଟିଏ ଜିନିଷ ରଖିଦିଅନ୍ତି ତାହେଲେ ମା ଲକ୍ଷ୍ମୀ ନିଜେ ଆପଣଙ୍କ ଘରକୁ ଚାଲି ଆସିବେ। ଝାଡୁତ ପ୍ରତ୍ୟକ ଘରେ ଥାଏ କଣ ଆପଣଙ୍କୁ ଜଣା ଅଛି ଝାଡୁକୁ ସିଧା ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ। ଝାଡୁକୁ ନେଇ ବହୁତ ଶୁଭ ଏବଂ ଅଶୁଭ କଥା ରହିଛି ଏବଂ ଝାଡୁକୁ ଆପଣ କେମିତି ରଖିବେ କେବେ କିଣିବେ କେବେ ଆପଣ ଏହାକୁ ଫୋପାଡିବେ ଏମିତି ଅନେକ ନିୟମ ଅଛି। ଆପଣମାନେ ଧନତେରସ ଦିନ ଏହି ପ୍ରୟୋଗକୁ ନିଶ୍ଚୟ କରନ୍ତୁ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ। ତା ସହିତ ଆସନ୍ତୁ ଜାଣିବା ଦୀପାବଳି ଦିନ କେଉଁ ୫ ଟି ଜାଗାରେ ଦୀପ ଜାଳିଲେ ଧନ ପ୍ରାପ୍ତି ହୋଇଥାଏ। ଝାଡୁ ଘରର ଅପରିଷ୍କାରକୁ ସଫା କରିବା ସହିତ ଘରର ସମସ୍ୟାକୁ ମଧ୍ୟ ବାହାରକୁ ବାହାର କରିଦେଇଥାଏ। ଝାଡୁ ସହିତ ଜଡ଼ିତ ବହୁତ ସାରା ପ୍ରୟୋଗ ରହିଛି। ଆଜି ଆମେ ଆପଣଙ୍କୁ ସେଥିମଧ୍ୟରୁ ଗୋଟେ ଖାସ ପ୍ରୟୋଗ ବିଷୟରେ ଜଣେଇବୁ। ଆପଣ ଏହା ଦ୍ବାରା ଆପଣଙ୍କ ଜୀବନରେ ସବୁ ସମସ୍ୟାକୁ ଦୂର କରିପାରିବେ। ଏହା ଦ୍ବାରା ଘରର କଳହ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ।

ଧନତେରସ ଦିନ ଯଦି ଆପଣ ଘରକୁ ଝାଡୁକୁ କିଣନ୍ତି ତ ବହୁତ ଶୁଭ ହୋଇଥାଏ। ଏହାକୁ ଧନତେରସ ଦିନ ଯଦି ପୂଜା କରନ୍ତି କିମ୍ବା ରାତିରେ ଶୋଇବା ପୂର୍ବରୁ ଏହାର ତଳେ ଏହି ଖାସ ଜିନିଷକୁ ରଖି ଦିଅନ୍ତି ତାହେଲେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିଥାଏ। ଧନତେରସ ଦିନ ଆପଣ ସୂର୍ଯ୍ୟସ୍ତ ପରେ ଆପଣ ଝାଡୁକୁ ଲଗାନ୍ତୁ ନାହିଁ। ଏପରି ମାନ୍ୟତା ଅଛି କି ଏହିପରି କଲେ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ସୂର୍ଯ୍ୟସ୍ତ ପରେ ଝାଡୁ କରିବା ପୋଛା କରିବା ମଧ୍ୟ ଉଚିତ ନୁହେଁ। ଯଦି ଜରୁରୀ ତ ଝାଡୁ କରନ୍ତୁ କିନ୍ତୁ ଅଳିଆକୁ ବାହାରକୁ ବାହାର କରନ୍ତୁ ନାହିଁ। ଆପଣଙ୍କୁ ଏହି କଥାର ଧ୍ୟାନ ଧନତେରସ ଦିନ ଖାସ କରି ରଖିବା ଉଚିତ। ଆପଣ ଧନତେରସ ଦିନ ଝାଡୁକୁ ଏପରି ରଖନ୍ତୁ ଯେପରି କାହାର ନଜର ପଡିବ ନାହିଁ। ଏହିପରି କଲେ ବହୁତ ଲାଭ ମିଳିବ। ଝାଡୁ ଲଗାଇବା ସମୟରେ ଅଳିଆକୁ ଏଠି ସେଠି ପକାନ୍ତୁ ନାହିଁ। ଗୋଟିଏ ଜାଗାରେ ରଖି ବାହାର କରନ୍ତୁ। ଏହିପରି କଲେ ଧନର ଆଗମନରେ ପ୍ରଭାବ ପଡିନଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇନଥାଏ। ଯଦି ଆପଣ ଧନତେରସ ଦିନ ସ୍ୱପ୍ନରେ ଝାଡୁ ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କ ଘରକୁ ଧନ ଆସିବ। ଯଦି ବହୁତ ସମୟରୁ ଆପଣଙ୍କ ଘରେ ପୁରୁଣା ଝାଡୁ ପଡିରହିଛି ତ ଫୋପାଡ଼ି ଦିଅନ୍ତୁ ଏବଂ ନୂଆ ଝାଡୁ ଆଣନ୍ତୁ। କାରଣ ଏହିଦିନ ନୂଆ ଝାଡୁ ଆଣିବାର ପରମ୍ପରା ରହିଛି। ଯଦି ପୁରୁଣା ଝାଡୁକୁ ଫୋପାଡ଼ି ଦେବେ ତ ନେଗେଟିଭିଟି ସବୁ ଆପଣଙ୍କ ଘରୁ ଚାଲିଯିବ। ପୁରୁଣା ଝାଡୁକୁ ଅଳେଇବା ସମୟରେ ଝାଡୁର ଟୁକୁରା ସବୁ ଯେଉଁ ଝଡିପଡ଼େ ଏହା ଧନ ସହିତ ସମସ୍ୟାକୁ ଆହୁରି ବଢାଇଥାଏ। ତେଣୁ ପୁରୁଣା ଝାଡୁକୁ ବ୍ୟବହାର କରନ୍ତୁ ନାହିଁ। ତେଣୁ ଆପଣ ଧନତେରସ ଦିନ ନୂଆ ଝାଡୁ କିଣନ୍ତୁ। ଦେଖିବେ ଆପଣଙ୍କ ସହିତ କେମିତି ଶୁଭ ହିଁ ଶୁଭ ହେବ। ଘରେ ଖୁସି ବନି ରହିବ। ଘରେ ଏହାକୁ ଲୁଚେଇ ରଖନ୍ତୁ ଯେମିତି କାହାରି ନଜର ପଡିବ ନାହିଁ। ଖୋଲା ଜାଗାରେ କିମ୍ବା ଅଗଣାରେ କିମ୍ବା ଖୋଲା ଛାତରେ ଏହାକୁ ରଖନ୍ତୁ ନାହିଁ। ନଚେତ ଜୀବନରେ ସମସ୍ୟା ସବୁ ବଢିଥାଏ। ଖୋଲା ଆକାଶ ତଳେ ରଖିଲେ ଜୀବନରେ କଷ୍ଟ ବଢିଥାଏ। ଘରେ ଝାଡୁକୁ ଯେବେବି ରଖୁଛନ୍ତି ତାହାକୁ ଠିକ ଦିଗ ଏବଂ ସ୍ଥାନରେ ରଖନ୍ତୁ। ଉତ୍ତର ପଶ୍ଚିମ ଦିଗରେ ଝାଡୁକୁ ରଖନ୍ତୁ। ଧନତେରସ ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଯଦି ଆପଣ ଗୋଟିଏ ଚାନ୍ଦିର ପଇସା ରଖିକି ଆପଣ ଶୋଇ ପଡିବେ ତ ଜୀବନରେ କିପରି ଚଳନ୍ତା ଆସିବ ଆପଣ ନିଜେ ହିଁ ଦେଖିବେ। ଯଦି ଚାନ୍ଦି ବା ରୁପାର ପଇସା ନଥାଏ ତ ଆପଣ ଗୋଟେ ଟଙ୍କାର କଏନ ମଧ୍ୟ ରଖିପାରିବେ।

ଝାଡୁରେ ନକରାତ୍ମକ ଶକ୍ତି ଥାଏ ଆଉ ଏହି ଟଙ୍କା ସେହି ନକରାତ୍ମକତାକୁ ଟାଣି ନେଇଥାଏ। ପରେ ଚାହିଁଲେ ସେହି ଟଙ୍କାକୁ ଆପଣ କୌଣସି ଜଳରେ ଭସାଇ ଦିଅନ୍ତୁ କିମ୍ବା ମାଟି ତଳେ ପୋତି ଦିଅନ୍ତୁ କୌଣସି ବି ଅସୁବିଧା ନାହିଁ କେବେବି ଆପଣଙ୍କର ଧନର କମି ରହିବ ନାହିଁ। ଯଦି ଆପଣ ଝାଡୁର ତଳେ ଚାନ୍ଦିର ପଇସାକୁ ଧନତେରସ ଦିନ ରାତିରେ ଶୋଇବା ପୂର୍ବରୁ ରଖିଦେବେ ତାହେଲେ ଜୀବନରେ କେବେବି ଧନର କମି ରହିବ ନାହିଁ। ବନ୍ଧୁଗଣ ଆପଣ ମାନେ ସବୁବେଳେ ପ୍ରଥମେ ପୋଛା ଲଗାନ୍ତୁ ଏବଂ ପରେ ଝାଡୁ ଲଗାନ୍ତୁ। ଝାଡୁ ତଳେ ଆପଣ ଚାହିଁଲେ ଦୁଇଟି ଅଳେଇଚ ଏବଂ ଦୁଇଟି ଲବଙ୍ଗକୁ ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ ହିଁ ଏହାକୁ ମଧ୍ୟ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ। ବିଶ୍ୱାସ କରନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ବାସ କରିବେ। ଘରେ କେବେବି ଧନର କମି ହେବ ନାହିଁ। ଯଦି କଉଡ଼ି ମିଳେ ତ ଆପଣ କଉଡିକୁ ବି ରଖିପାରିବେ କାରଣ କଉଡ଼ି ମା ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ। ଏହା ଦ୍ବାରା ଜୀବନରେ କଷ୍ଟ ସବୁ ଦୂର ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପାରୁ ଗରିବୀ ଦୂରେଇ ଯିବ। ଏବଂ ଆପଣ ମାଲାମାଲ ହୋଇଯିବେ। ଚାହିଁଲେ ଆପଣ ମଧ୍ୟ ମୟୁର ପଙ୍ଖ ମଧ୍ୟ ରଖିପାରିବେ। କାରଣ ଏହା ନକରାତ୍ମକତାକୁ ଦୂର କରି ଘରେ ସକାରାତ୍ମକତାର ସଂଚାର କରିଥାଏ। ଧନତେରସ ଦିନ ଏସବୁ ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ମଧ୍ୟ ଚୁପଚାପ ଝାଡୁ ତଳେ ରଖିଦିଅନ୍ତୁ ଯଦି ଆପଣଙ୍କ ପାଖରେ ଏସବୁ ଜିନିଷ ନାହିଁ ତ ଆପଣ ଚାହିଁଲେ ଲୁଣକୁ ବି ମଧ୍ୟ ରଖିପାରିବେ। କାରଣ ଲୁଣ ନକରାତ୍ମକତାକୁ ଦୂର କରିଥାଏ। ବନ୍ଧୁଗଣ ଧନତେରସ ଦିନ ଝାଡୁ କିଣିବାକୁ ଶୁଭ ମାନାଯାଏ ଏବଂ ଏହି ଛୋଟ ଜିନିଷ ଧନତେରସ ଦିନ ରଖିବାର ପ୍ରୟୋଗ କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସର୍ବଦା ବନି ରହିବ।

ହିନ୍ଦୁ ଧର୍ମରେ ମାନ୍ୟତା ଅଛି ଯେ ଦୀପାବଳି ଦିନ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ। ମା ଲକ୍ଷ୍ମୀ ଦୀପାବଳି ଦିନ ଯାହା ଘରେ ବାସ କରନ୍ତି ସେହି ଘରେ ଧନର ଅଭାବ ରହିନଥାଏ। ତେବେ ଏହି ଦିନ ଲୋକମାନେ ସମସ୍ତ ସ୍ଥାନରେ ଦୀପ ଜାଳି ଆଲୋକିତ କରିଥାନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଘରର ଏପରି କିଛି ସ୍ଥାନ ରହିଛି ଯେଉଁ ଠାରେ ଦୀପ ଜାଳିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଜାଗା ଗୁଡିକ ବିଷୟରେ।

ପ୍ରଥମ ଜାଗା। ଦୀପାବଳି ଦିନ ଆମ ଘରେ ସମସ୍ତ ଜାଗାରେ ଦୀପ ଜାଳିଥାଉ ଏହି ଦିନ ଗୋଟିଏ ଦୀପ ନେଇ ଅସ୍ତ ଗଛ ମୂଳେ ଲଗାନ୍ତୁ। କୁହାଯାଏ ଯେ ଅସ୍ତ ଗଛ ମୂଳରେ ୩୩କୋଟି ଦେବୀ ଦେବତା ବାସ କରନ୍ତି। ଏଣୁ ଏହି ଜାଗାରେ ଦୀପ ଲଗାଇବା ଦ୍ୱାରା ଭଗବାନଙ୍କର ଆଶୀର୍ବାଦ ମିଳିବା ସହିତ ଘରକୁ ଧନ ଅଗମନର ବାଟ ଖୋଲି ଥାଏ।

ଘରର ମୁଖ୍ୟ ଦ୍ୱାର ଦୁଇ ପାଖରେ ଦୀପ ଲଗାନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ମା ଲକ୍ଷ୍ମୀଙ୍କୁ ଘରକୁ ସ୍ୱାଗତ କରିବା ପାଇଁ ଏହା ଠାରୁ ଭଲ ଉପାୟ କିଛି ନାହିଁ। ମା ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ହୋଇନଥାଏ।

ମା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ରହିନଥାଏ। କେବଳ ଆଲୋକରେ ପ୍ରକାଶିତ ହୋଇଥାଏ। ଘରର ଅଗଣାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ ଏବଂ ଦୀପାବଳି ଦିନ ସନ୍ଧ୍ୟା ହେବା ମାତ୍ରେ ହିଁ ଦୀପ ଜାଳିବା ଆରମ୍ଭ କରିଦିଅନ୍ତୁ।

କୁହାଯାଇଥାଏ ଯେ ଦୀପାବଳି ଦିନ ଘର ବାହାରେ ଚଉରାରେ ମଧ୍ୟ ଦୀପ ଜାଳିବାକୁ ଭୁଲନ୍ତୁ ନାହିଁ। ଏହା ଦ୍ବାରା ଦେବୀ ମା ଆପଣଙ୍କର ମନସ୍କାମନା ପୂରଣ କରିଥାନ୍ତି। ସେଠାରେ ଥିବା ବୃନ୍ଦାବତୀ ମା ମଧ୍ୟ ଆପଣଙ୍କର ସମସ୍ତ ମନକାମନା ପୂରଣ କରିବାକୁ ଚେଷ୍ଟା କରିବେ।

କୁହାଯାଏ ଯେ ଏହି ଦୀପାବଳି ଦିନ କୌଣସି ସୁନସାନ ଜାଗାରେ ଥିବା ଶିବ ଲିଙ୍ଗ ପାଖରେ ମଧ୍ୟ ଦୀପ ନିଶ୍ଚୟ ଭାବରେ ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କର ସମସ୍ତ ମନକାମନା ପୁର୍ଣ ହୋଇଥାଏ ଏବଂ ମନର ସବୁ ଇଛା ପୂରଣ ହେବା ସହିତ ଏହାର ଆଉ ଗୋଟେ ମାହାତ୍ମା ରହିଛି ଯେ ଘରକୁ ମଧ୍ୟ ପ୍ରକାଶିତ କରିପାରିଲେ ଯେଉଁଠାରେ ସଦାସର୍ବଦା ଅନ୍ଧାର ଥିଲା। ବନ୍ଧୁଗଣ ଆପଣ ମାନେ ଚେଷ୍ଟା କରନ୍ତୁ ଯେ ଦୀପାବଳି ଦିନ ସବୁ ଜାଗାରେ ଦୀପ ଜଳାଇବା ପାଇଁ। ଏମିତି କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କର ସମସ୍ତ ମନକାମନା ପୂରଣ କରିଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *