Excuse Me Odisha

ଯାହା କହିବୁ ସତ କହିବୁ

ମଧୁମେହ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ ସଦାବାହାର ଫୁଲ ବିଷୟରେ କହିବାକୁ ଯାଉଛୁ। ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି। ଏହି ଫୁଲ ବାରମାସୀ ଅଟେ। ଏହି ଫୁଲ ଆମ ଦେଶରେ ଦୁଇ ପ୍ରଜାତିର ଦେଖିବାକୁ ମିଳିଥାଏ। ସଦାବାହାର ଫୁଲ ବାଇଗଣୀ ଓ ଧଳା ରଙ୍ଗର ଦେଖିବାକୁ ମିଳିଥାଏ। ଏହି ଫୁଲକୁ ଔଷଧ ଭାବରେ ବ୍ୟବହାର କରା ଯାଇଥାଏ। ଏହି ଫୁଲକୁ ଘରର ଅଗଣା ବା ବଗିଚାରେ ଲଗାଇଲେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଏହି ଫୁଲର ସୁନ୍ଦରତା ଘରର ପବିତ୍ରତା ଓ ଶୋଭାକୁ ବିକଶିତ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଫୁଲର କିଛି ଔଷଧୀୟ ଗୁଣ ବିଷୟରେ।

ଆପଣମାନେ ଜାଣିଥିବେ, ମଧୁମେହ ରୋଗ ଯୋଗୁଁ ପ୍ରାୟତଃ ଆମ ଶରୀରର କିଡନୀ ଖରାପ ହୋଇଥାଏ ଏବଂ ଆଖିର ଦ୍ରୁଷ୍ଟି ଶକ୍ତି ମଧ୍ୟ ଚାଲି ଯାଇଥାଏ। ସଦାବାହାର ଫୁଲର ବ୍ୟବହାର କରିବା ଦ୍ଵାରା ଏହାର ନିବାରଣ ସମ୍ଭବ ହୋଇଥାଏ। ସଦାବାହାର ଗଛର ପତ୍ର ଡାଇବେଟିସ ବା ମଧୁମେହ ରୋଗ ପାଇଁ ରାମବାଣ ଭାବରେ କାମ କରିଥାଏ। ଯଦି ଆପଣଙ୍କର କିଡନୀ ଜନିତ ସମସ୍ଯା ରହିଛି, ତାହେଲେ କଲରା, ବିଲାତି ଓ କାକୁଡିକୁ ନେଇ ଗରମ ପାଣିରେ ଧୋଇ ଦିଅନ୍ତୁ। ଏହି ୩ଟି ଜିନିଷର ରସ ପ୍ରସ୍ତୁତ କରନ୍ତୁ। ଏହା ପରେ ସଦାବାହାର ଫୁଲର ୫ରୁ ୭ଟି ଫୁଲ ବା ପତ୍ର ନିଅନ୍ତୁ।

ଏହା ଆମ ଶରୀରରେ ଟକସିନ ବାହାର କରିବାରେ ସହାୟକ ହୋଇଥାଏ। ଏହା ସହିତ ସଦାବାହାର ଗଛର ପତ୍ରକୁ ପାଉଡର କରି ଏହାକୁ ପାଣି ବା ରସ ଭଳି ସେବନ କରି ପାରିବେ। ଏହା ସହିତ ଯଦି କୌଣସି ବିଷଧର ଜନ୍ତୁ ଆପଣଙ୍କୁ କାମୁଡି ଦେଇଥାଏ, ତାହେଲେ ସଦାବାହର ଫୁଲର ବ୍ୟବହାର ଦ୍ଵାରା ସୁଫଳ ମିଳିଥାଏ। ଏହା ବ୍ୟତୀତ ସଦାବାହାର ଗଛର ଚେର ଓ ଫୁଲକୁ ଗରମ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହି ପାଣିର ସେବନ କରିବା ଦ୍ଵାରା ଡାଇବେଟିସ ବା ମଧୁମେହ ରୋଗ ଏବଂ ଶରୀରର ଅନ୍ୟ ଚର୍ବି ତରଳିବାକୁ ଲାଗିଥାଏ। ସଦାବାହାର ଗଛର ଚେର କ୍ୟାନ୍ସର ଭଳି ରୋଗରୁ ମୁକ୍ତି ଦେଇଥାଏ

ଏହାର ଅନ୍ୟ ଏକ ଉପାୟ ହେଉଛି, କିଛି ସଦାବାହାର ଚେର ସହିତ ମିଶ୍ରି ପାଉଡର କରି ଦିନକୁ ଦୁଇଥର ସେବନ କରନ୍ତୁ। ଏଭଳି କରିବା ଦ୍ଵାରା ଚର୍ମ ଜନିତ ସମସ୍ଯା ଦୂର ହୋଇ ଯାଇଥାଏ। ଏହାଛଡା ସଦାବାହାର ଗଛର ପତ୍ରକୁ ଗୁଣ୍ଡ କରି ଏହାର ସେବନ କଲେ, ଅନେକ ରୋଗର ନିବାରଣ ହୋଇଥାଏ। ବିଶେଷ ରୂପରେ ମଧୁମେହ ରୋଗୀ ମାନେ ସଦାବାହାର ଫୁଲ, ପତ୍ର ବା ଚେରର ବ୍ୟବହାର କରନ୍ତୁ। ଏଭଳି କରିବା ଦ୍ଵାରା ଶରୀରର ସୁଗାର ସ୍ତର କମ୍ ରହିଥାଏ।

ଏହି ସଦାବାହାର ପତ୍ର ଅଧିକ ପିତା ହେଲେ ମଧ୍ୟ ଶରୀର ପାଇଁ ହିତକାରକ ଅଟେ। ତେଣୁ ଏହାର ପ୍ରୟୋଗ ନିଶ୍ଚିନ୍ତ ଭାବେ କରନ୍ତୁ। ଦେଖିବେ ଆପଣଙ୍କ ଶରୀରରେ ଅନେକ ରୋଗରୁ ମୁକ୍ତି ପାଇବାର ସକ୍ଷମତା ଦେଖାଯିବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଆମ ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *