Excuse Me Odisha

ଯାହା କହିବୁ ସତ କହିବୁ

ମଶା ଘର ଛାଡ଼ି ଚାଲିଯିବେ। କରନ୍ତୁ ଏହି ଘରୋଇ ଉପାୟ।

ସେୟାର୍ କରନ୍ତୁ

ଆଜି ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଖାସ ରେମିଡ଼ି ନେଇ ଆସିଛୁ ଯାହାର ପ୍ରୟୋଗରେ ମଶା ଘର ଛାଡ଼ି ଚାଲିଯିବେ।

ବନ୍ଧୁଗଣ ମଶା କାମୁଡିବା ଦ୍ୱାରା ଆପଣଙ୍କୁ ଭୟଙ୍କର ଡେଙ୍ଗୁ ମ୍ୟାଲେରୀୟ ଭଳି ରୋଗ ହୋଇଥାଏ। ଯାହା ଆପଣଙ୍କ ପ୍ରାଣ ମଧ୍ୟ ନେଇପାରେ। ସେଥିପାଇଁ ବନ୍ଧୁଗଣ ମଶାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଆପଣ ଅନେକ ପ୍ରକାରର ଉପାୟ ମାନ କରିଥାନ୍ତି। ବନ୍ଧୁଗଣ ମାର୍କେଟରେ ମିଳୁଥିବା ମଶା ଘଉଡ଼ାଇବା ପାଇଁ ଲିକୁଇଟ ବା ମଶା ଧୂପର ପ୍ରୟୋଗ କରିବା ଦ୍ୱାରା ସ୍ୱାସ୍ଥ୍ୟର ଅବସ୍ଥା ଆହୁରି ଅଧିକ ବିଗିଡି ଯାଇଥାଏ। ସେଥିପାଇଁ ମଶା ଘଉଡ଼ାଇବା ପାଇଁ ଆପଣ ମାନେ ସବୁବେଳେ ପ୍ରାକୃତିକ ଜିନିଷର ବ୍ୟବହାର କରନ୍ତୁ। ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଘରୋଇ ରେମିଡ଼ି ନେଇ ଆସିଛୁ ଯାହାର ପ୍ରୟୋଗରେ ଆପଣଙ୍କର ଘରୁ ମଶା ପଳେଇଯିବା ସହିତ ଆପଣଙ୍କର ସ୍ୱାସ୍ଥ୍ୟରେ କୌଣସି ପ୍ରକାରର ଖରାପ ହେବ ନାହିଁ ସ୍ୱାସ୍ଥ୍ୟ ଭଲ ରହିବ। ତେବେ ଆସନ୍ତୁ ଜାଣିବା ମଶା ଘଉଡ଼ାଇବା ପାଇଁ ଆପଣ ଏହି ଘରୋଇ ଉପଚାରକୁ କେମିତି ବନାଇବେ ଏବଂ ଏହାର ପ୍ରୟୋଗ କେମିତି କରିବେ।

ବନ୍ଧୁଗଣ ମଶାକୁ ଘରୁ ଘଉଡ଼ାଇବା ପାଇଁ ଏବଂ ଆଜିର ଏହି ଘରୋଇ ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ନିମ୍ବପତ୍ର। ବନ୍ଧୁଗଣ ଏହି ପତ୍ରତ ଅଧିକାଂଶ ବାଡ଼ି ଘରୁ ସହଜରେ ମିଳି ଯାଇଥାଏ। ପ୍ରଥମେ ଆପଣ ଏହି ନିମ୍ବପତ୍ର ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଭଲ ଭାବରେ ସେଥିରୁ ପାଣି ନିଗିଡି ଗଲା ପରେ ଆପଣ ତାହାକୁ ଛଡାଇ ଦିଅନ୍ତୁ। ବନ୍ଧୁଗଣ ଏହାର ପ୍ରୟୋଗ ଦ୍ବାରା ମଶା ଆପଣଙ୍କ ଘରେ ରହିବେ ନାହିଁ। ଯଦି ଅଳ୍ପ ସମୟ ଏହି ଉପଚାରର ପ୍ରୟୋଗ କରିବେ ତ ଦେଖିବେ ଆପଣଙ୍କ ଘରେ ଗୋଟେ ବି ମଶା ଦେଖିବାକୁ ପାଇବେ ନାହିଁ। ପ୍ରଥମେ ଆପଣ ନିମ୍ବପତ୍ର ସଂଗ୍ରହ କରିନେବେ ଏବଂ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ପାଉଡର ବନାଇ ଦେବେ। ଏହି ପତ୍ର ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହା ସହିତ ଏହା ମଶା ଘଉଡ଼ାଇବା ପାଇଁ ବହୁତ ଚମତ୍କାରି ଉପାୟ ଅଟେ। ଏବେ ଏଥିରେ ରାଶି ତେଲ ମିଶାଇ ଫୁଟାଇ ଦିଅନ୍ତୁ ନଚେତ ତିଳ ତେଲ ଯାହା ଆମେ ଦୀପରେ ପ୍ରୟୋଗ କରିଥାଉ ଏହା ବ୍ୟତୀତ ଏଥିରେ ସୋରିଷ ତେଲ କିମ୍ବା ନଡ଼ିଆ ତେଲ ମଧ୍ୟ ବ୍ୟବହାର କରିପାରିବେ। ବନ୍ଧୁଗଣ ପ୍ରଥମେ ଏକ ପାତ୍ର ଗ୍ୟାସର ବସାନ୍ତୁ ଏବଂ ସେଥିରେ ଦେଢ଼ କପ ତେଲ ପକାନ୍ତୁ ଏବଂ ଏଥିରେ ନିମ୍ବପତ୍ର ପକାଇ ଏହି ତେଲକୁ ୫ ରୁ ୬ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ ଯେମିତି ଏହି ନିମ୍ବପତ୍ରର ପଡିଯିବ ଏବଂ ପତ୍ରର ପୋଷକ ତତ୍ତ୍ୱ ଏହି ତେଲକୁ ଆସିଯିବ। ପ୍ରସ୍ତୁତ ହୋଇଯିବ ନିମ୍ବତେଲ।

ଏହି ତେଲକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। ଏବେ ଏଥିରେ ଆଉ ଗୋଟେ ଜିନିଷର ଆବଶ୍ୟକତା ପଡିବ ତାହା ଅଟେ କର୍ପୂର। ଏହି କର୍ପୁରକୁ ଗୁଣ୍ଡ କରି ଦିଅନ୍ତୁ। ଏବେ ଆପଣ ପୂର୍ବରୁ ପ୍ରସ୍ତୁତ କରିଥିବା ତେଲକୁ ଛାଣି ନିଅନ୍ତୁ ଏବେ ଏହି ତେଲରେ ଏକ ଚାମଚ କର୍ପୂର ଗୁଣ୍ଡ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ। ଏବେ ଆପଣଙ୍କର ମଶା ଘଉଡ଼ାଇବା ପାଇଁ ତେଲ ପ୍ରସ୍ତୁତ ହୋଇଗଲା। ଏବେ ଏହି ତେଲକୁ ଗୋଟେ କାଚ ବୋତଲରେ ରଖି ଦିଅନ୍ତୁ କିମ୍ବା କୌଣସି ବି ବୋତଲରେ ରଖିପାରିବେ। ବୋତଲର ଠିପି ଉପରେ ଆପଣ ଗୋଟେ କଣା କରିଦିଅନ୍ତୁ ଏବଂ ସେହି କଣାରେ ଗୋଟେ ବତୀ ଦେଇଦିଅନ୍ତୁ। ଏବେ ଆପଣ ଏହି ଠିପିରେ ବଳିତାକୁ ଜଳେଇ ବୋତଲ ଠିପି ଦେଇଦିଅନ୍ତୁ। ଏବେ ବନ୍ଧୁଗଣ ଆପଣଙ୍କର ମଶା ଘଉଡାଇବା ଉପଚାର ପ୍ରସ୍ତୁତ ହୋଇଗଲା। ଏବଂ ଘରର ଯେଉଁ ଜାଗାରେ ମଶା ହେଉଛନ୍ତି ସେହି ଜାଗାରେ ଏହି ବତୀ ଲଗେଇ ଦିଅନ୍ତୁ। ଦେଖିବେ ମାତ୍ର ୫ ମିନିଟ ଭିତରେ ସେଠାରୁ ମଶା ପଳାଇଯିବେ। ଏହା ଏକ ପ୍ରାକୃତିକ ଏବଂ ଘରୋଇ ଉପଚାର ଅଟେ। ଏଥିରେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ଖରାପ ହେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *