Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ପାର୍ଟନର ଆପଣଙ୍କୁ ପ୍ରେମ କରୁଛନ୍ତି ନା ନାହିଁ ? ଏମିତି ଭାବରେ ଜାଣନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ, ଏହି ଦୁନିଆରେ ସମସ୍ତେ ନିଜ ଜୀବନରେ କାହାକୁ ନା କାହାକୁ ନିଜର ହୃଦୟ ନିଶ୍ଚିତ ଦେଇଛନ୍ତି ଅର୍ଥାତ ସେ ନିଶ୍ଚିତ କାହାକୁ ପ୍ରେମ କରିଛନ୍ତି । କିନ୍ତୁ ସମସ୍ତେ ପ୍ରେମ ତ କରନ୍ତି କିନ୍ତୁ ସାମ୍ନାରେ ଥିବା ବ୍ୟକ୍ତିର ମନରେ ତାଙ୍କ ପାଇଁ ପ୍ରେମର ଭାବନା ଅଛି କି ନାହିଁ, ଏହା ନ ଜାଣିବା କାରଣରୁ ଅନେକ ଲୋକ ପ୍ରେମରେ ବିଶ୍ବାସଘାତକତା ପାଇଥାନ୍ତି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏହାର ଏକ ସରଳ ଉପାୟ ନେଇ ଆସିଛୁ। ଯାହା ଦ୍ଵାରା ଆପଣ ଜାଣି ପାରିବେ କି ଆପଣଙ୍କ ପାର୍ଟନରଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଭାବନା ରହିଛି।

ଯେତେବେଳେ ଆପଣ କାହାକୁ ଅଧିକ ଭଲ ପାଇଥାନ୍ତି,ତାଙ୍କର ଅଧିକ ଧ୍ୟାନ ରଖିଥାନ୍ତି, ଏହାସହିତ ତାଙ୍କ କଥା ଅଧିକ ଚିନ୍ତା ମଧ୍ୟ କରନ୍ତି। ବେଳେବେଳେ ଏପରି ହୋଇଥାଏ କି ଆପଣଙ୍କର ଅଧିକ ଧ୍ୟାନ ରଖିବା କିମ୍ବା ତାଙ୍କର ଦେଖାଶୁଣା କରିବା ଯୋଗୁଁ ସେଠାରେ ଆପଣଙ୍କର ମୂଲ୍ୟ କମିଯାଏ।

ଏହାପରେ ଆପଣଙ୍କ ସାଥୀ ଆପଣଙ୍କୁ ଅଣଦେଖା କରିବା ଆରମ୍ଭ କରି ଦେଇଥାନ୍ତି। ଯେତେବେଳେ ଆପଣ ସର୍ବଦା ନିଜ ସାଥୀଙ୍କୁ ଅଧିକ ସମୟ ଦେଇଥାନ୍ତି, ଆପଣଙ୍କ ସାଥୀଙ୍କୁ ଲାଗିଥାଏ କି ଆପଣ ପ୍ରାୟତଃ ବେକାର ବସିଛନ୍ତି। ଆପଣଙ୍କ ପାଖରେ କୌଣସି ଅନ୍ୟ କାମ ନାହିଁ। ଏହାର ଅର୍ଥ ଏହା ନୁହେଁ କି ଆପଣ ନିଜ ସାଥୀଙ୍କୁ ପ୍ରେମ କରନ୍ତୁ ନାହିଁ ବା ତାଙ୍କୁ ସମୟ ଦିଅନ୍ତୁ ନାହିଁ।

କିନ୍ତୁ ଯେବେ ଦୁଇ ଦିଗର ଅନୁଭବ ସମାନ ହେବ, ସେହି ସମୟକୁ ଧର୍ଯ୍ୟର ସହିତ ଅପେକ୍ଷା କରନ୍ତୁ। ପ୍ରଥମେ ଆପଣଙ୍କୁ ନିଜ ସାଥୀଙ୍କର ମନକୁ ବୁଝିବାକୁ ପ୍ରୟାସ କରନ୍ତୁ। ଆପଣଙ୍କୁ ଜାଣିବାକୁ ପଡ଼ିବ ଯେ ଆପଣଙ୍କ ପାଇଁ ଆପଣଙ୍କର ପାର୍ଟନର ସେହିଭଳି ଭାବନା ରଖୁଛନ୍ତି ନା ନାହିଁ। ଯଦି ସାଥୀଙ୍କ ଭାବନା ଆପଣଙ୍କ ଭଳି ନୁହେଁ, ତାହେଲେ ବୁଝି ଯାଆନ୍ତୁ କି ସେ ଏହି ସମ୍ପର୍କକୁ ନେଇ ଅଧିକ ଗମ୍ଭୀର ନୁହନ୍ତି। ଯଦି ଆପଣ ହିଁ ତାଙ୍କର ଧ୍ୟାନ ରଖୁଛନ୍ତି, ତାଙ୍କ ପାଇଁ ସବୁକିଛି କରୁଛନ୍ତି। କିନ୍ତୁ ସେ ଆପଣଙ୍କ ପାଇଁ କିଛି ବି କରୁ ନାହାନ୍ତି, ତାହେଲେ ବୁଝି ଯାଆନ୍ତୁ ଯେ ସେ ଆପଣଙ୍କୁ ଅଧିକ ଗୁରୁତ୍ଵ ଦେଉ ନାହାନ୍ତି।

ତେବେ ଏହିଭଳି ପରିସ୍ଥିତିରେ ଆପଣ ନିଜ ତରଫରୁ ପ୍ରେମ ସ୍ବୀକାର କରନ୍ତୁ ନାହିଁ। ଆପଣ ଧର୍ଯ୍ୟ ସହକାରେ ଅପେକ୍ଷା କରନ୍ତୁ। କାରଣ ଏହିଭଳି ସମ୍ପର୍କରେ ଆପଣଙ୍କୁ ଦୁଃଖ ଓ ଆଖିରେ ଲୁହ ଛଡା କିଛି ମଧ୍ୟ ମିଳିବ ନାହିଁ। ଯଦି ଆପଣଙ୍କୁ ଆପଣଙ୍କ ପାର୍ଟନର ସତରେ ପ୍ରେମ କରୁଛନ୍ତି, ତାହେଲେ ସେ ଆପଣଙ୍କୁ ସବୁ କିଛି ଜଣାଇବେ । ଆପଣଙ୍କୁ ତାଙ୍କର ସମୟ ଦେବେ। ଆପଣଙ୍କ ପାଇଁ ମୁଣ୍ଡ ମଧ୍ୟ ନୁଆଇଁବେ। ଏଭଳି ପ୍ରେମ କରୁଥିବା ବ୍ୟକ୍ତିକୁ କେବେ ବି ନିଜ ଠାରୁ ଦୂରେଇ ଦିଅନ୍ତୁ ନାହିଁ।

ଏହିଭଳି ସମ୍ପର୍କରେ ଆପଣଙ୍କ ସମୟର, ଆପଣଙ୍କର ମଧ୍ୟ ଧ୍ୟାନ ରଖାଯିବ ଓ ଆପଣଙ୍କର ପ୍ରେମକୁ ସବୁବେଳେ ଗୁରୁତ୍ଵ ଦିଆଯିବ। ଏହିଭଳି ସମ୍ପର୍କରେ ସମୟ ଦେବା ଦ୍ଵାରା ଆପଣଙ୍କ ଜୀବନ ଖୁସିରେ ଭରି ଉଠିବ। ଯଦି ଏହି ଭବାନା ଆପଣଙ୍କ ସାଥୀଙ୍କର ନାହିଁ, ତାହେଲେ ଆଜି କିମ୍ବା କାଲି ଆପଣଙ୍କର ହୃଦୟ ନିଶ୍ଚିତ ଭାଙ୍ଗିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *