Excuse Me Odisha

ଯାହା କହିବୁ ସତ କହିବୁ

ସାପ କାମୁଡ଼ିଲେ କଣ କରିବେ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସାପ କାମୁଡ଼ିଲେ କଣ କରିବେ।

ବନ୍ଧୁଗଣ ପ୍ରାୟତଃ ଅନେକ ସମୟରେ ଲୋକମାନଙ୍କୁ ସାପ କାମୁଡି ଦେଇଥାଏ ଏବଂ ଟିକେ ଟିକେ ଭୁଲ ପାଇଁ ତାଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ। ଯଦି ଆପଣ ସାପ କାମୁଡିବା ପରେ ପ୍ରାଥମିକ ଚିକିତ୍ସା କରନ୍ତି ତେବେ ପ୍ରାୟତଃ ଲୋକ ମାନଙ୍କର ଜୀବନ ବଞ୍ଚି ଯାଇପାରିବ। ସାପ କାମୁଡିବାର ସମସ୍ୟା ସହର ଅପେକ୍ଷା ଗାଁରେ ଅଧିକ ଦେଖାଯାଇଥାଏ ଏବଂ ସାପ କାମୁଡ଼ିରେ ମୃତ୍ୟୁ ମଧ୍ୟ ଗାଁ ମାନଙ୍କରେ ଅଧିକ ହୋଇଥାଏ। ଯଦି ଜଣଙ୍କୁ ହଠାତ ସାପ କାମୁଡି ଦିଏ ତେବେ କଣ କରିବେ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଯାହା ଆପଣଙ୍କର ଜାଣିବା ନିହାତି ଆବଶ୍ୟକ।

ପ୍ରଥମେ ଆପଣ ଜାଣିରଖନ୍ତୁ କି ଆମ ଭାରତରେ ପ୍ରଥମେ ୫୫୦ ପ୍ରଜାତିର ସାପ ଦେଖାଯାଏ କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯାଇ ପାରନ୍ତି କି ମାତ୍ର ୧୦ ପ୍ରକାରର ସାପଙ୍କ ଠାରେ ବିଷ ଦେଖାଯାଏ। ଅର୍ଥାତ ସେମାନେ କାମୁଡ଼ିଲେ ଶରୀରକୁ ବିଷ ଯାଇଥାଏ। ଅନ୍ୟ ୫୪୦ ପ୍ରଜାତିର ସାପ କାମୁଡ଼ିଲେ ବିଷ ହୋଇନଥାଏ। ତେବେ ଆମେ ଏହି ବିଷୟକୁ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରାୟତଃ ଗାଁ ମାନଙ୍କରେ ଗୋଟିଏ ଭୁଲ କରନ୍ତି କି କାହାକୁ ସାପ କାମୁଡ଼ିଲେ ଡ଼ାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ଡାକି ଝଡା ଫୁଙ୍କା କରିଥାନ୍ତି।ଏହି ଭୁଲକୁ କୌଣସି ମତେ ପରିସ୍ଥିତିରେ କରନ୍ତୁ ନାହିଁ। ଯିଏ ଯାହା କହୁ ବାସ କେବଳ ଆପଣ ଏତିକି ମନେରଖିବେ କି ଜଣଙ୍କୁ ସାପ କାମୁଡ଼ିଆର ୩ ଘଣ୍ଟା ମଧ୍ୟରେ ହିଁ ସେ ବ୍ୟକ୍ତିର ମୃତ୍ୟୁ ହୋଇଯାଇପାରେ। କାହା କଥା ନଶୁଣି ଆପଣ ଡ଼କ୍ଟରଙ୍କ ପାଖକୁ ନେଇଯିବେ। ଆସନ୍ତୁ ଜାଣି ନେବାକି ଯଦି ଜଣଙ୍କୁ ସାପ କାମୁଡି ଦିଏ ତାହେଲେ କଣ କରିବା ଉଚିତ। ମନେରଖନ୍ତୁ ସାପ ଯେଉଁଠାରେ ମଧ୍ୟ କାମୁଡି ଥାଉ ସେ ହାତ ହେଉ କିମ୍ବା ଗୋଡ଼ ହେଉ ବିଷ ସବୁବେଳେ ଉପରକୁ ଚଢ଼ିଥାଏ ଅର୍ଥାତ ଯଦି ଗୋଡ଼ରେ କାମୁଡ଼େ ତାହେଲେ ବିଷ ଗୋଡ଼ର ଉପରକୁ ରକ୍ତ ସହିତ ହାର୍ଟକୁ ଯାଇଥାଏ। ତେବେ ଯେଉଁଠି ସାପ କାମୁଡି ଥିବ ତାର ଟିକେ ଉପରକୁ କୌଣସି ଗାମୁଛା କିମ୍ବା ଶକ୍ତ ଜିନିଷ ଜୋରରେ ବାନ୍ଧି ଦିଅନ୍ତୁ କାରଣ ବିଷ ଗୋଡ଼ର ଉପରକୁ ରକ୍ତ ଦେଇ ହାର୍ଟ ପାଖକୁ ଯାଇଥାଏ। ହାର୍ଟରୁ ପୁରା ଶରୀର ମଧ୍ୟରେ ରକ୍ତରେ ଖେଳାଇ ହୋଇଯାଇଥାଏ ଏବଂ ଯେବେ ରକ୍ତ ମୁଣ୍ଡକୁ ଚଢ଼ିଥାଏ ସେହି ସମୟରେ ବ୍ୟକ୍ତିର ମୃତ୍ୟୁ ଘଟେ ଏବଂ ଏମିତି କିଛି ୩ ଘଣ୍ଟା ମଧ୍ୟରେ ହୋଇଯାଏ। ତେଣୁ ଯାହାକୁ ସାପ କାମୁଡୁଛି ତା ପାଖରେ ମାତ୍ର ୩ ଘଣ୍ଟାର ସମୟ ରହିଛି। ଏଥି ସହିତ ଆଉ ଗୋଟେ କଥାର ଧ୍ୟାନ ରଖନ୍ତୁ କି ଯେଉଁ ସାପ କାମୁଡିଛି ଯଦି ସମ୍ଭବ ହେବ ତାକୁ ଚିନ୍ହିବା ପାଇଁ ତାର ଫୋଟ ଉଠାଇନେବେ। କାରଣ ଭିନ୍ନ ଭିନ୍ନ ସାପ ପାଇଁ ଭିନ୍ନ ଭିନ୍ନ ଇଞ୍ଜେକ୍ସନ ରହିଥାଏ। ଯଦି କେଉଁ ସାପ କାମୁଡିଛି ଆପଣ କହିପାରିବେ ନାହିଁ ତ ବ୍ଲଡ଼ ଟେଷ୍ଟ କରି ଜାଣିଲା ବେଳକୁ ସମୟ ଚାଲିଯାଇଥିବ ତେଣୁ ଏହି ବିଷୟକୁ ଭୁଲିବେ ନାହିଁ। ତାପରେ ଯାହାଙ୍କୁ ସାପ କାମୁଡିଥିବ ତାଙ୍କୁ କୌଣସି ବି ପରିସ୍ଥିତିରେ କିଛି ଖାଇବାକୁ ଦେବେ ନାହିଁ। ଖାଇବା ଦ୍ୱାରା ବିଷ ଅଧିକ ରିୟକ୍ସନ କରିଥାଏ।

ସାପ କାମୁଡି ଥିବା ବ୍ୟକ୍ତିଙ୍କୁ ଅଧିକ ଚଲା ବୁଲା କରିବାକୁ ଦେବେ ନାହିଁ କିମ୍ବା ଚଲେଇକି କୁଆଡେ ନେବେ ନାହିଁ। କୌଣସି ଗାଡି କିମ୍ବା ଓଟରେ ନେବେ। ଆପଣ ଯଥା ସମ୍ଭବ ଡାକ୍ତରଙ୍କ ପାଖକୁ ନେଇଯିବେ। ଆଉ ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇ ପାରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *