Excuse Me Odisha

ଯାହା କହିବୁ ସତ କହିବୁ

ଅଧିକାଂଶ ସ୍ତ୍ରୀ ନିଜ ସ୍ୱାମୀକୁ ଏହି ୧୦ଟି ବଡ ମିଛ କହିଥାନ୍ତି,ଆପଣ ଏସବୁ ଜାଣିଲେ ଚକିତ ହୋଇଯିବେ

ସେୟାର୍ କରନ୍ତୁ

ବିବାହ ସମୟରେ ପୁଅ ଏବଂ ଝିଅ ପରସ୍ପରକୁ ୭ ଜନ୍ମର ପ୍ରତିଜ୍ଞା ଦେଇଥାନ୍ତି। ଏହି ପ୍ରତିଜ୍ଞା ମଧ୍ୟରୁ ଗୋଟିଏ ପ୍ରତିଜ୍ଞା ହେଉଛି ସର୍ବଦା ସତ କହିବା ଏବଂ ଜୀବନସାଥୀଙ୍କୁ କିଛି ନ ଲୁଚାଇବା। କିନ୍ତୁ ବେଳେବେଳେ କିଛି କାରଣ ହେତୁ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ମିଛ କୁହନ୍ତି ଏବଂ ଅନେକ କଥା ଲୁଚାଇ ଥାଆନ୍ତି। ତେବେ ସ୍ତ୍ରୀମାନେ ସାଧାରଣତଃ ନିଜର ସ୍ବାମୀଙ୍କୁ ଏହି ୧୦ଟି ବଡ଼ ମିଛ କହିଥାନ୍ତି।

୧/ ମହିଳାମାନେ ନିଜ ପରିବାରର ଅବସ୍ଥା ଦେଖି ଅର୍ଥ ସଞ୍ଚୟ କରିବାର ଅଭ୍ୟାସ ରଖିଥାନ୍ତି। ସେ ଖରାପ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କିମ୍ବା ନିଜ ପାଇଁ କିଛି ବିଶେଷ ସାମଗ୍ରୀ କିଣିବା ପାଇଁ ସ୍ୱାମୀଙ୍କ ଅଜାଣତରେ ଟଙ୍କା ସଞ୍ଚୟ କରି ରଖିଥାନ୍ତି।

୨/ ଅଧିକାଂଶ ସ୍ତ୍ରୀମାନେ ସେମାନଙ୍କ ଅସୁସ୍ଥତା ବିଷୟକୁ ନେଇ ନିଜ ପରିବାରକୁ ମିଛ କହିଥାନ୍ତି।ଅଧିକ ଗୁରୁତର ଅସୁସ୍ଥତା ଥିଲେ ମଧ୍ୟ ନିଜ ପରିବାର ଲୋକଙ୍କୁ ବିଚଳିତ ନ କରିବା ପାଇଁ ସେମାନେ ଏକ ସାମାନ୍ୟ ରୋଗ ବୋଲି କହି ଥାଆନ୍ତି।

୩/ ଅନେକ ସମୟରେ ମହିଳାମାନେ ଜିନିଷ କିଣାକିଣି କରିବା ପାଇଁ ପସନ୍ଦ କରିଥାନ୍ତି। କିଣାକିଣି କରିବା ସମୟରେ କିଛି ଦାମୀ ଜିନିଷ ମଧ୍ୟ କିଣି ଥାଆନ୍ତି। କିନ୍ତୁ ସେମାନେ ଭୟରେ ନିଜ ସ୍ୱାମୀଙ୍କୁ ଏହି ସାମଗ୍ରୀର ପ୍ରକୃତ ମୂଲ୍ୟ କୁହନ୍ତି ନାହିଁ।

୪/ ଅନେକ ମହିଳାମାନେ ନିଜ ସ୍ୱାମୀଙ୍କ ଚାକିରି, ଦରମା ଏବଂ ପ୍ରତିଷ୍ଠା ବିଷୟରେ ନିଜ ସାଙ୍ଗମାନଙ୍କ ସାମ୍ନାରେ ମିଛ କହିଥାନ୍ତି।

୫/ ଯେତେବେଳେ ମହିଳାମାନେ ପରିବାର ଲୋକଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ ଯାଆନ୍ତି, ସେମାନେ ସର୍ବଦା ନିଜ ପସନ୍ଦର ଅର୍ଡର କରି ପାରନ୍ତି ନାହିଁ। ସେମାନେ ଅନ୍ୟମାନଙ୍କ ପସନ୍ଦରେ ଚାଲନ୍ତି ଓ ଭୋକ ନଥିବାର ବାହାନା କରିଥାନ୍ତି।

୬/ ଯେତେବେଳେ ଜଣେ ମହିଳା ନିଜ ସ୍ୱାମୀ କିମ୍ବା ନିକଟବର୍ତ୍ତୀ ଲୋକଙ୍କଠାରୁ ଉପହାର ଗ୍ରହଣ କରନ୍ତି, ତାହା ତାଙ୍କୁ ପସନ୍ଦ ନଥିଲେ ମଧ୍ୟ ସେ ସେହି ଉପହରକୁ ଭଲ ବୋଲି କହି ତାହାକୁ ରଖନ୍ତି। ସେମାନେ କାହାର ଭାବନାକୁ ଆଘାତ କରିବାକୁ ଚାହାଁନ୍ତି ନାହିଁ।

୭/ସବୁ ସ୍ତ୍ରୀଲୋକମାନେ କୁହନ୍ତି ଯେ ସେମାନେ ତାଙ୍କ ସ୍ୱାମୀଙ୍କ କାର୍ଯ୍ୟକ୍ଷେତ୍ର ପ୍ରତି ଆଗ୍ରହୀ ନୁହଁନ୍ତି। କିନ୍ତୁ ମନ ଭିତରେ ସେ ତାଙ୍କ ସ୍ୱାମୀ ବିଷୟରେ ସବୁକିଛି ଜାଣିବାକୁ ଇଛା ରଖିଥାନ୍ତି।

୮/ ଅନେକ ପତ୍ନୀ ନିଜ ସ୍ୱାମୀଙ୍କ ସାଙ୍ଗମାନଙ୍କୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯେତେବେଳେ ବି ସାଙ୍ଗମାନେ ଏକାଠି ହୁଅନ୍ତି, ସେ ସେମାନଙ୍କୁ ଖରାପ କିମ୍ବା ନାପସନ୍ଦ କରିବା ଭଳି କିଛି କଥା କୁହନ୍ତି ନାହିଁ।

୯/ ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କୁ ଖୁସି ରଖିବା ପାଇଁ ମହିଳାମାନେ ମଧ୍ୟ ଅନେକ ପ୍ରକାରର ମିଛ କହିଥାନ୍ତି। ସେମାନେ ସବୁବେଳେ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି।

୧୦/ ମହିଳାମାନେ ନିଜର ଅତୀତ ବିଷୟରେ ନିଜ ସ୍ୱାମୀଙ୍କୁ ମିଛ କହିଥାନ୍ତି। ସେମାନଙ୍କ ଅତୀତକୁ ନେଇ ତାଙ୍କ ସମ୍ପର୍କରେ କିଛି ସମସ୍ୟା ସୃଷ୍ଟି ହେଉ ବୋଲି ସେମାନେ ଚାହିଁ ନଥାନ୍ତି। ନାରୀମାନଙ୍କର ଅତୀତ ବିଷୟରେ ଜାଣି ସ୍ୱାମୀମାନେ ପ୍ରାୟତ ଦୁଃଖିତ କିମ୍ବା କ୍ରୋଧିତ ହୁଅନ୍ତି।

ଆମେ ପ୍ରତିଦିନ ଏମିତି ସ୍ବାସ୍ଥ୍ୟ, ବାସ୍ତୁ, ଜରୁରୀ ଖବର, ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ ରାଶିଫଳର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଆମ ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା, ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ସମ୍ପୂର୍ଣ୍ଣ ପଢିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ! ଭଲ ଲାଗିଲେ ନିଶ୍ଚୟ ଆମ ପେଜକୁ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *