Excuse Me Odisha

ଯାହା କହିବୁ ସତ କହିବୁ

ପ୍ୟାକେଟରେ ରହୁନାହିଁ କି ଟଙ୍କା, ଦୀପାବଳି ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି ଅଶୁଭ ଜିନିଷ, ହେବ ଧନ ବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ବର୍ତ୍ତମାନ ଦୀପାବଳି ପର୍ବର ଦିନ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସବୁ ଲୋକ ଦୀପାବଳି ପର୍ବ ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି।କହିବାକୁ ଗଲେ ଲୋକମାନେ ଦୀପାବଳି ପର୍ବ ପୂର୍ବରୁ ନିଜ ଘରର ସଫେଇ କରିଥାନ୍ତି। ଅଧିକାଂଶ ଲୋକେ ଦୀପାବଳି ପୂର୍ବରୁ ସେମାନଙ୍କ ଘରେ ନୂଆ ରଙ୍ଗ ମଧ୍ୟ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୀପାବଳି ପର୍ବ ପୂର୍ବରୁ ସଫା କରିବା ସମୟରେ ଘରୁ କିଛି ଜିନିଷ ବାହାର କରିଦେବା ଅଧିକ ଜରୁରୀ ଅଟେ।ଯେଉଁ ଘରେ ଅଶୁଭ ଜିନିଷ ରହିଥାଏ ବା ପରିଷ୍କାର ପରିଚ୍ଛନ୍ନ ନଥାଏ, ସେଠାରେ ଧନର ଦେବୀ ମାଆ ଲକ୍ଷ୍ମୀ ବାସ କରି ନଥାନ୍ତି।ସେହି ଘରେ ଧନର ଅଭାବ ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଦେଖା ଦେଇଥାଏ। ଦୀପାବଳି ପର୍ବ ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ କରିବା ସମୟରେ ଘର ଭିତରୁ କେଉଁ ଖରାପ ଜିନିଷ ଗୁଡ଼ିକ ବାହାର କରିଦେବା ଉଚିତ, ଆସନ୍ତୁ ସେହି ବିଷୟରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ବନ୍ଦ ବା ଖରାପ ହୋଇଯାଇଥିବା ଘଣ୍ଟା ରଖିବା ଅଶୁଭ ଅଟେ। ଚାଲୁଥିବା ଘଣ୍ଟା ସୁଖ ଏବଂ ପ୍ରଗତିର ପ୍ରତୀକ ହୋଇଥାଏ। ଯଦି ଆପଣଙ୍କ ଘରେ ବନ୍ଦ କିମ୍ବା ଭଙ୍ଗା ଘଣ୍ଟା ରହିଛି, ତାହେଲେ ଦୀପାବଳି ପର୍ବ ପୂର୍ବରୁ ଏହାକୁ ଘରୁ ବାହାର କରି ଦିଅନ୍ତୁ। ଏଭଳି ଭଙ୍ଗା ଫର୍ଣ୍ଣିଚର ଆଦି ଜିନିଷ ଘରେ ରଖିବା ବହୁତ ଅଶୁଭ ମାନା ଯାଇଥାଏ। ଏଗୁଡ଼ିକ ଘରେ ରଖିବା ଦ୍ଵାରା, ଘର ଉପରେ ଖରାପ ପ୍ରଭାବ ପଡିଥାଏ। ଯଦି ଆପଣଙ୍କ ଘରେ କୌଣସି ଟେବଲ,ଚୌକି କିମ୍ବା ଖଟ ଭାଙ୍ଗି ଯାଇଛି, ତେବେ ଏଗୁଡ଼ିକୁ ଘରୁ କାଢି ଫିଙ୍ଗି ଦିଅନ୍ତୁ। ଏହାଛଡା ଘରେ ଫର୍ଣ୍ଣିଚର ସବୁବେଳେ ଠିକ ସ୍ଥିତିରେ ରହିବା ଜରୁରୀ ଅଟେ, ସେଥିପ୍ରତି ମଧ୍ୟ ଆପଣ ଧ୍ୟାନ ରଖନ୍ତୁ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଭଙ୍ଗା ବାସନ ରହିବ ଖୁବ ଅଶୁଭ ବୋଲି ମାନା ଯାଇଥାଏ। ଦୀପାବଳି ପୂର୍ବରୁ ଘରୁ ଏହି ଭଙ୍ଗା ବାସନ ସବୁ ବାହାର କରି ଦିଅନ୍ତୁ।ଏଭଳି ଭଙ୍ଗା ବାସନ ଘରେ ରହିଲେ ଧନର ଦେବୀ ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଭଙ୍ଗା ମୂର୍ତ୍ତି ମଧ୍ୟ ରଖନ୍ତୁ ନାହିଁ। ଦୀପାବଳି ପୂର୍ବରୁ ଏସବୁ ଉପରେ ଧ୍ୟାନ ରଖନ୍ତୁ ଯେ, ଘରେ ଯେପରି କୌଣସି ଠାକୁରଙ୍କ ମୂର୍ତ୍ତି ଭାଙ୍ଗି ନଥାଏ।

ଯଦି କୌଣସି ଠାକୁରଙ୍କ ମୂର୍ତ୍ତି ଭାଙ୍ଗିଥାଏ, ତାହେଲେ ସେହି ମୂର୍ତ୍ତିକୁ ହଟାଇ ନୂଆ ମୂର୍ତ୍ତି ସ୍ଥାପିନ କରନ୍ତୁ।ଏଭଳି କରିବା ଆପଣଙ୍କ ପରିବାର ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ। ଯଦି ଘରେ ଭଙ୍ଗା କାଚ ରହିଛି, ତାହେଲେ ଏହା ଘର ପାଇଁ ଅଶୁଭ ହୋଇଥାଏ। ଏହାସହିତ ଭଙ୍ଗା କାଚରେ ନକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ତେଣୁ ଘରେ କୌଣସି ଦର୍ପଣ କିମ୍ବା କାଚର କୌଣସି ଜିନିଷ ଭାଙ୍ଗି ଗଲେ, ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ। ଦୀପାବଳିରେ ଘରେ ପୁରୁଣା ଯୋତା ଓ ଚପଲକୁ ମଧ୍ୟ ଫୋପାଡି ଦିଅନ୍ତୁ। କାରଣ ଏହା ରହିବା ଯୋଗୁଁ ଘରେ ନକାରତ୍ମକ ଶକ୍ତି ବୃଦ୍ଧି ପାଇବା ସହିତ ଅଶାନ୍ତି ବଢ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *