Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳୀ ୨୦୨୧ : ଦୀପାବଳୀ ଦିନ କେଉଁ ଜାଗାରେ ଦୀପ ଜାଳିଲେ ଅଜସ୍ର ଧନ ସମ୍ପତି ପ୍ରାପ୍ତି ହୋଇଥାଏ !

ସେୟାର୍ କରନ୍ତୁ

ବନ୍ଧୁଗଣ ଚଳିତବର୍ଷ ଦୀପାବଳି ୪ ନଭେମ୍ବରକୁ ପାଳିତ ହେବାକୁ ଯାଉଛି ଆଲୋକର ପର୍ବ ଦୀପାବଳି ପର୍ବ। ପବିତ୍ର ଦୀପାବଳି ଉପଲକ୍ଷେ ଆମ ମାନଙ୍କ ତରଫରୁ ଆପଣଙ୍କୁ ହାର୍ଦିକ ଶୁଭକାମନା। ଦୀପାବଳି ପର୍ବକୁ ଆପଣ ମାନେ ପରିବାର ସହିତ ପାଳନ କରନ୍ତୁ ଏବଂ ସତର୍କତାର ସହିତ ପାଳନ କରନ୍ତୁ। ଦୀପାବଳି ଆମ ଭାରତରେ ସବୁଠାରୁ ବଡ଼ ପର୍ବ ବା ଆଲୋକର ପର୍ବ ଏହାକୁ ଆମ ଦେଶରେ ଧୁମଧାମରେ ପାଳନ କରାଯାଏ। ରାବଣ ଉପରେ ବିଜୟୀ ଲାଭ କଲା ପରେ ଭଗବାନ ଶ୍ରୀରାମ ଚନ୍ଦ୍ର ତାଙ୍କ ପତ୍ନୀ ଏବଂ ତାଙ୍କ ଭାଇଙ୍କୁ ଧରି ଅଯୋଧ୍ୟା ଫେରି ଆସିଥିଲେ।ଏବଂ ସମ୍ମାନର ସହିତ ପାଳନ କରାଯାଇଥିଲା।

ଏହି ଦୀପାବଳିରେ ଦୀପର ମହତ୍ୱ ରହିଥାଏ। ଦୀପାବଳୀରେ କିଏ ଦୀପ ନଜାଳିବ ଏହା କେବେବି ସମ୍ଭବ ନୁହେଁ। ତେବେ ଏହି ଉତ୍ସ୍ୟବଟି ଆଲୋକର ଉତ୍ସ୍ୟବ ଅଟେ। ଏହା ମାନ୍ୟତା ଅଛି ଯେ ଦୀପାବଳିରେ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ। ଏହା ମଧ୍ୟ କୁହାଯାଏ ଯେ ଦୀପାବଳିରେ ମା ଲକ୍ଷ୍ମୀ ଯାହାର ଘରେ ବାସ କରନ୍ତି ତା ଘରେ ଜୀବନସାରା ଧନ ଟଙ୍କା ପଇସାରେ ଅଭାବ ରହିନଥାଏ। ଏହି କାରଣରୁ ଦୀପାବଳି ଦିନ ସମସ୍ତେ ଘରେ ଦୀପ ଜଳାଇ ସମ୍ପୂର୍ଣ ଘରକୁ ପ୍ରକସିତ କରିଥାନ୍ତି। ଏହା ବହୁତ ଲୋକଙ୍କୁ ଜଣା ନାହିଁ ଯେ ଦୀପାବଳି ଦିନ ଘରର କେଉଁ ସ୍ଥାନରେ ଦୀପ ଜଳାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଘର ସହିତ ଏହି ଜାଗା ମାନଙ୍କରେ ମଧ୍ୟ ଦୀପ ଜାଳିବାରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେବେ ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଦୀପାବଳି ଦିନ କେଉଁ ୫ ଟି ଜାଗାରେ ଦୀପ ଲଗାଇବା ଦ୍ୱାରା ଆପଣଙ୍କ ଘର ଧନ ଧାନ୍ୟରେ ପୁରୀ ଉଠିବ।

ପ୍ରଥମ ଜାଗାଟି ହେଉଛି। ଦୀପାବଳି ଦିନ ଆମ ଘରେ ଦୀପ ଜାଳି ଆଲୋକିତ କରିବା ସହିତ ଘର ବାହାରେ ମଧ୍ୟ ଦୀପ ଜାଳି ଆଲୋକିତ କରିଥାଉ କିନ୍ତୁ ଗୋଟେ ଦୀପ ନେଇ ଅଶ୍ୱସ୍ତ ଗଛ ମୂଳରେ ନିଶ୍ଚୟ ଲଗାନ୍ତୁ। କୁହାଯାଇଥାଏ ଯେ ଏହି ଅଶ୍ୱସ୍ତ ଗଛ ମୂଳରେ ୩୩ ଲୋଟି ଦେବୀ ଦେବତା ବାସ କରିଥାନ୍ତି। ତେଣୁ ଏହି ଜାଗାରେ ଦୀପ ଜଳାଇବା ଦ୍ୱାରା ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି।

ଦ୍ୱିତୀୟ ସ୍ଥାନଟି ହେଉଛି। ମା ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଦୀପାବଳି ଦିନ ଘରର ମୁଖ୍ୟ ଦ୍ୱାର ଦୁଇ ପାଖରେ ଦୀପ ନିଶ୍ଚୟ ଜଳାନ୍ତୁ ଅର୍ଥାତ ମୁଖ୍ୟ କବାଟରେ ବା ମୁଖ୍ୟ ଫାଟକରେ ଦୀପ ନିଶ୍ଚୟ ଲଗାନ୍ତୁ। ଡାହାଣ ପଟେ ଏବଂ ବାମ ପଟେ ଦୀପ ନିଶ୍ଚୟ ଭାବରେ ଜଳାନ୍ତୁ ମା ଲକ୍ଷ୍ମୀ ସ୍ୱାଗତ ପାଇଁ ଏହା ଠାରୁ ଭଲ ଉପାୟ ଆଉ କିଛି ବି ହୋଇ ପାରିବ ନାହିଁ। ମା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ରହିନଥାଏ। କେବଳ ଆଲୋକରେ ପ୍ରକାଶିତ ହୋଇଥାଏ। ଘରର ଅଗଣାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ ଏବଂ ଦୀପାବଳି ଦିନ ସନ୍ଧ୍ୟା ହେବା ମାତ୍ରେ ହିଁ ଦୀପ ଜାଳିବା ଆରମ୍ଭ କରିଦିଅନ୍ତୁ।

ତୃତୀୟ ସ୍ଥାନଟି ହେଉଛି। ଦୀପାବଳି ଦିନ ନିଜ ଘରେ ତ ପୂଜା କରିବେ କିନ୍ତୁ ଏହା ସହିତ ଆପଣଙ୍କର ଘର ବାହାରେ କୌଣସି ମନ୍ଦିର ଅଛି ତ ସେଠାରେ ମଧ୍ୟ ଦୀପ ଜାଳି ଦିଅନ୍ତୁ। ଆପଣ ଏହା ଦ୍ବାରା ଭଗବାନଙ୍କର ସେବା କରିବାର ସୁଯୋଗ ପାଇବେ ତା ସହିତ ଭଗବାନଙ୍କର ଘରକୁ ମଧ୍ୟ ପ୍ରକାଶିତ କରିପାରିବେ।କୁହାଯାଇଥାଏ ଯେ ସବୁ ପୂଜାର ବିଧିବିଧାନ ଥାଏ କିନ୍ତୁ ଦୀପାବଳି ପୂଜାରେ ଏହି ବିଧାନକୁ ମଧ୍ୟ ବଡ଼ ବୋଲି କୁହାଯାଇଥାଏ। ଏହା ସହିତ ଆପଣଙ୍କ ଉପରେ ମଧ୍ୟ ସଦାସର୍ବଦା ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଲାଗି ରହିଥାଏ।

ଚତୁର୍ଥ ଜାଗା। କୁହାଯାଇଥାଏ ଯେ ଦୀପାବଳି ଦିନ ଘର ବାହାରେ ଚଉରାରେ ମଧ୍ୟ ଦୀପ ଜାଳିବାକୁ ଭୁଲନ୍ତୁ ନାହିଁ। ଏହା ଦ୍ବାରା ଦେବୀ ମା ଆପଣଙ୍କର ମନସ୍କାମନା ପୂରଣ କରିଥାନ୍ତି। ସେଠାରେ ଥିବା ବୃନ୍ଦାବତୀ ମା ମଧ୍ୟ ଆପଣଙ୍କର ସମସ୍ତ ମନକାମନା ପୂରଣ କରିବାକୁ ଚେଷ୍ଟା କରିବେ।

ପଞ୍ଚମ ସ୍ଥାନଟି ହେଉଛି। କୁହାଯାଏ ଯେ ଏହି ଦୀପାବଳି ଦିନ କୌଣସି ସୁନସାନ ଜାଗାରେ ଥିବା ଶିବ ଲିଙ୍ଗ ପାଖରେ ମଧ୍ୟ ଦୀପ ନିଶ୍ଚୟ ଭାବରେ ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କର ସମସ୍ତ ମନକାମନା ପୁର୍ଣ ହୋଇଥାଏ ଏବଂ ମନର ସବୁ ଇଛା ପୂରଣ ହେବା ସହିତ ଏହାର ଆଉ ଗୋଟେ ମାହାତ୍ମା ରହିଛି ଯେ ଘରକୁ ମଧ୍ୟ ପ୍ରକାଶିତ କରିପାରିଲେ ଯେଉଁଠାରେ ସଦାସର୍ବଦା ଅନ୍ଧାର ଥିଲା। ବନ୍ଧୁଗଣ ଆପଣ ମାନେ ଚେଷ୍ଟା କରନ୍ତୁ ଯେ ଦୀପାବଳି ଦିନ ସବୁ ଜାଗାରେ ଦୀପ ଜଳାଇବା ପାଇଁ। ଏମିତି କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କର ସମସ୍ତ ମନକାମନା ପୂରଣ କରିଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *