Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ,ନହେଲେ ଲାଗିବ ମହାପାପ

ସେୟାର୍ କରନ୍ତୁ

ଆମର ଶାସ୍ତ୍ରରେ ପ୍ରତ୍ୟକ ଦିନ ଓ ବାରର ମହତ୍ୱ କୁହାଯାଇଛି। ସପ୍ତାହର ପ୍ରତ୍ୟକ ଦିନ କିଛି ନାଁ କିଛି ବିଶେଷତ୍ୱ ରହିଥାଏ କାରଣ କୌଣସି ନାଁ କୌଣସି ଭଗବାନ ଗ୍ରହମାନଙ୍କ ସହିତ ଯୋଡି ହୋଇରହିଥାନ୍ତି। ଏଥିପାଇଁ ସପ୍ତାହରେ କିଛି ନାଁ କିଛି ନିୟମ ରହିଛି। ଏହାର ପାଳନ କରିବା ଦ୍ୱାରା ଆମର ଜୀବନରେ ଅନେକ ଭଲ ପରିବର୍ତ୍ତନ ଆସିପାରିବ। ଆମର ଶାସ୍ତ୍ରରେ ଯେଉଁସବୁ କଥା ଲେଖା ଯାଇଛି ବା କୁହାଯାଇଛି ତଥା ଯେତେସବୁ ମାନ୍ୟତା ବନାଯାଇଛି ସେହି ସବୁ ମାନ୍ୟତା ପଛରେ ଏକ ଖାସ କାରଣ ରହିଥାଏ। ଏହିସବୁ ମାନ୍ୟତା ଆମ ଜୀବନ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କ ଘରେ କୌଣସି ବୟସ୍କ ଲୋକ ଆପଣଙ୍କୁ କିଛି ନିୟମ ବିଷୟରେ ବୁଝେଇବା ବେଳେ ତାଙ୍କର କିମ୍ବା ସେହି ମାନ୍ୟତାର ମଜାକ ଉଡାନ୍ତୁ ନାହିଁ ତାଙ୍କ କଥା ଶୁଣି ହସନ୍ତୁ ନାହିଁ।

ଯଦି ଆପଣ ତାଙ୍କ ଦ୍ବାରା କୁହାଯାଇଥିବା କଥାର ଯେତିକି ପାରିବେ ଯାହା ଆପଣଙ୍କ ଦ୍ଵାରା ସମ୍ଭବ ହେବ ସେତିକି କରିବାକୁ ଚେଷ୍ଟା କରନ୍ତୁ। ଆଜି ଆମେ କଥା ହେବା ସପ୍ତାହର ଦ୍ୱିତୀୟ ବାର ମଙ୍ଗଳବାର ବିଷୟରେ। ହିନ୍ଦୁ ଧର୍ମରେ ମଙ୍ଗଳକୁ ଯୁଦ୍ଧର ଦେବତା ମାନାଯାଇଥାଏ। ହେଲେ ବି ମଙ୍ଗଳବାର ଦିନ ଭଗବାନ ହନୁମାନ ମା ପାର୍ବତୀ ଏବଂ ଭଗବାନ ଗଣେଶଙ୍କର ପୂଜା କରାଯାଇଥାଏ। ମଙ୍ଗଳବାରକୁ ଆସୁଥିବା ଗଣପତି ଉପାସନାର ସନ୍ତୁଷ୍ଟି ଚତୁର୍ଥୀର ବିଶେଷ ମହତ୍ୱ ରହିଛି। ଯାହାକୁ ଅଙ୍ଗାରର ଚତୁର୍ଥୀ ମଧ୍ୟ କୁହାଯାଏ। ମଙ୍ଗଳବାର ଭଗବାନ ହନୁମାନଙ୍କର ଅତି ପ୍ରିୟ ବାର ହୋଇଥାଏ। ଏଥିପାଇଁ ମଙ୍ଗଳବାର ଦିନ ନିଷ୍ଠା ମନରେ ଭଗବାନ ହନୁମାନଙ୍କୁ ଧ୍ୟାନ କରିବା ସହିତ କିଛି ଏମିତି କଥା ଅଛି ଯାହାର ପାଳନ କରିବା ଦ୍ୱାରା ଆମର ମନସ୍କାମନା ପୂରଣ ହୋଇଥାଏ। ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ କରିବା ଉଚିତ ଏବଂ କେଉଁ ଜିନିଷ ଖାଇବା ଉଚିତ ଏବଂ କେଉଁ ଜିନିଷ ଖାଇବା ଅନୁଚିତ।

ପ୍ରଥମ କଥା। ମଙ୍ଗଳବାର ଦିନ ହନୁମାନଙ୍କର ମନ୍ଦିରକୁ ଯାଇ ତାଙ୍କୁ ସିନ୍ଦୁର ତଥା ନାଲି ରଙ୍ଗର ଫୁଲ ଚଢାନ୍ତୁ। ଏଥିରେ ଭଗବାନ ହନୁମାନ ପ୍ରସନ୍ନ ହେବେ ଏବଂ ଆପଣଙ୍କୁ ମନ ବାଂଛିତ ଫଳ ପ୍ରଦାନ କରିବେ।

ଦ୍ୱିତୀୟ କଥା। ମଙ୍ଗଳବାର ଦିନ ହନୁମାନ ଚାଳିସା ପାଠ କରିବା ସହିତ ଭଗବାନ ହନୁମାନଙ୍କ ମନ୍ତ୍ରର ଜପ କରନ୍ତୁ। ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନ ଚାଳିସା ପାଠ କରିବା ଦ୍ୱାରା ଜୀବନରେ ନକରାତ୍ମକ ଦୂର ହୋଇଥାଏ ଏବଂ ବ୍ୟକ୍ତିର ଶରୀରରେ ଥିବା ସବୁ ବିକାରରବି ସମାପ୍ତ ହୋଇଯାଇଥାଏ।

ତୃତୀୟ କଥା। ମଙ୍ଗଳବାର ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଏବଂ କିଛି ବିଶେଷ କାର୍ଯ୍ୟ କରିବା ପୂର୍ବରୁ ନାଲି ରଙ୍ଗର ଜିନିଷ କିମ୍ବା କପଡା ରଖନ୍ତୁ।

ଚତୁର୍ଥ କଥା। ଭଗବାନ ହନୁମାନଙ୍କୁ ଗୁଡ଼ କିମ୍ବା ଚଣା ଅର୍ପଣ କରନ୍ତୁ ଏହା ସହିତ ପାନପତ୍ର ବି ଚଢାନ୍ତୁ। ଯାହା ଦ୍ୱାରା ଆପଣଙ୍କୁ ଶାରୀରିକ ବଳ ଏବଂ ବୁଦ୍ଧି ପ୍ରାପ୍ତି ହେବ।

ପଞ୍ଚମ କଥା। ଯେମିତିକି ଆପଣ ଜାଣିଲେ ଏହି ଦିନର ସ୍ୱାମୀ ହେଉଛନ୍ତି ମଙ୍ଗଳ ଏଥିପାଇଁ ଯଦି ଆପଣଙ୍କ ଜାତକରେ ଦୋଷ ଅଛି ତେବେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା କରନ୍ତୁ। ଏଥି ଦ୍ବାରା ମଙ୍ଗଳର ପ୍ରଭାବ କମ ହୋଇଥାଏ। ଯଦି ମଙ୍ଗଳ ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ଅଧିକ ଅଛି ତେବେ ଏହାକୁ କମ କିମ୍ବା ଦୂର କରିବା ପାଇଁ ଭଗବାନ ମହା ପୁରାଣରେ କୁହାଯାଇଛି ମଙ୍ଗଳବାର ଦିନ ମଙ୍ଗଳ ଚଣ୍ଡୀ ଦେବୀଙ୍କ ଉପାସନା କରିବା ଦ୍ୱାରା ଏହି ଦୋଷର ପ୍ରଭାବ କମ ହୋଇଥାଏ। ଏହା ସହିତ ଏହି ଉପାସନା କରିବା ଦ୍ୱାରା ଆମ ଜୀବନରେ ପାରିବାରିକ ସାମାଜିକ ଏବଂ ଆର୍ଥିକ ସଂକଟ ସବୁ ଦୂରେଇ ଯାଇଥାଏ।

ଷଷ୍ଠ କଥା। ମଙ୍ଗଳବାର ଦିନ ମା ପାର୍ବତୀ ଏବଂ ଭଗବାନ ଗଣେଶଙ୍କର ବାର ହୋଇଥାଏ। ଏହି ଦିନ ମା ଙ୍କ ବ୍ରତ ଉପାସନା ରଖା ଯାଇଥାଏ।

ସପ୍ତମ କଥା। ମଙ୍ଗଳବାର ବ୍ରତରେ ଗୋଟିଏ ସମୟ ଭୋଜନ କରି ସ୍ୱାତିକ ଆହାର ପାଳନ କରନ୍ତୁ।

ଅଷ୍ଟମ କଥା। ମଙ୍ଗଳବାର ଦିନ ଲାଲ ମସୁର ଡାଲି ଏବଂ ଗୁଡ଼ର ଦାନ କରିବା ଉଚିତ। ଯାହା ଦ୍ଵାରା ଘରୁ ଦୁଃଖ ଦରିଦ୍ର ଏବଂ କଷ୍ଟ ଦୂର ହୋଇଥାଏ।

ଏହା ଥିଲା କିଛି କଥା ଯାହାକୁ କରିବା ଦ୍ୱାରା ଲାଭ ମିଳିଥାଏ। କିନ୍ତୁ ଏମିତି କିଛି କାମ ବି ଅଛି ଯାହା ମଙ୍ଗଳବାର ଦିନ କରିବା ଉଚିତ ନୁହେଁ।

କୌଣସି ନୂଆ କାମ ଆରମ୍ଭ କରିବା ପାଇଁ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ମଙ୍ଗଳବାର ଦିନ କରିବା ଉଚିତ ମାନାଯାଇ ନଥାଏ। ଏହିଦିନ ଆପଣ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ।

ମଙ୍ଗଳବାର ଦିନ ଦୂର ଯାତ୍ରା କରନ୍ତୁ ନାହିଁ।

ମଙ୍ଗଳକୁ ପାପ ଗ୍ରହ ମାନାଯାଇଥାଏ ଏଥିପାଇଁ ଯାହାର ଜାତକରେ ରହିଥାଏ ଯାହାର ପ୍ରଭାବରେ ଅନ୍ୟ ଲୋକଙ୍କ ଜୀବନରେ ଅଧିକ ଅସୁବିଧା ଆସିଥାଏ। ଏଥିପାଇଁ ଏମିତି ଲୋକଙ୍କୁ ମଙ୍ଗଳବାର ଦିନ ବିଶେଷ ଧ୍ୟାନ ରଖିବା ଉଚିତ।

ମଙ୍ଗଳବାର ଦିନ ମାତାଙ୍କ ଉପାସନା କରିବା ଏବଂ ମନ୍ଦିର ଯିବା ସମୟରେ କଳା ରଙ୍ଗର ବସ୍ତ୍ର ପିଦ୍ଧନ୍ତୁ ନାହିଁ। ତା ବଦଳରେ ନାଲି ରଙ୍ଗର ବସ୍ତ୍ର ପିନ୍ଧିଲେ ଶୁଭ ହୋଇଥାଏ।

ମଙ୍ଗଳବାର ଦିନ କ୍ଷୀର କିଣନ୍ତୁ ନାହିଁ କିମ୍ବା କ୍ଷୀରର ତିଆରି ଜିନିଷର ଅଧିକ ସେବନ କରନ୍ତୁ ନାହିଁ। କାରଣ କ୍ଷୀରର ସମ୍ବଦ୍ଧ ଚନ୍ଦ୍ରଙ୍କ ସହ ରହିଛି ଏବଂ ମଙ୍ଗଳ ଏବଂ ଚନ୍ଦ୍ର ବିରୋଧୀ ଗ୍ରହ ଅଟନ୍ତି। ମଙ୍ଗଳବାର ଦିନ ମାଛ ଖାଇବା ଅଶୁଭ ମାନାଯାଇଛି। ଏହା ଆପଣଙ୍କ ଜୀବନରେ ଆର୍ଥିକ ସଂକଟ ଆସିଥାଏ ଏବଂ ଆପଣଙ୍କୁ ଧନର ସମସ୍ୟା ଆସିଥାଏ। ମଙ୍ଗଳବାର ଦିନ ରୁଟି ଖାଇବାକୁ ଦିଅନ୍ତୁ। ଏହି ଦିନ ଗାଈକୁ ରୁଟି ଖାଇବାକୁ ଦେଲେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। ଏହି ଦିନ ଲୁହାର ଜିନିଷ କିଣନ୍ତୁ ନାହିଁ। ଏହି ଦିନ ମହିଳା ମାନଙ୍କୁ ସିଙ୍ଗାର ଜିନିଷ କିଣିବା ଉଚିତ ନୁହେଁ। ଏମିତି କରିଲେ ବୈବାହିକ ଜୀବନରେ ଫାଟ ଆସିଥାଏ। ଏହି ଦିନ ଭୁଲରେ ବି ବିରି ଡାଲି ଖାଆନ୍ତୁ ନାହିଁ। ଏହି ଦିନ ବିରି ଡାଲି ଖାଇଲେ ଶନି ଏବଂ ମଙ୍ଗଳ ଆପଣଙ୍କ ପାଇଁ କଷ୍ଟଦାୟକ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *