Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ସକାଳୁ ଉଠି ଭୁଲରେ କରନ୍ତୁ ନାହିଁ ଏହି ତିନୋଟି କାର୍ଯ୍ୟ, ନଚେତ କୋଟିପତି ହୋଇଥିଲେ ମଧ୍ୟ ହୋଇଯିବେ କାଙ୍ଗାଳ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୌଣସି ବ୍ୟକ୍ତିର ସମ୍ପୂର୍ଣ୍ଣ ଦିନର ଆରମ୍ଭ ସକାଳ ସମୟରେ ଶୁଭ ରହିଲେ, ସେହି ଦିନଟି ଅତ୍ୟନ୍ତ ସୁଖମୟ ଓ ହସଖୁସିରେ ଅତିବାହିତ ହୋଇଥାଏ।କିନ୍ତୁ କିଛି ଲୋକମାନେ ସକାଳ ସମୟରେ ଏପରି କିଛି କାର୍ଯ୍ୟ କରିଥାନ୍ତି, ଯାହାଦ୍ଵାରା ଦିନର ଆରମ୍ଭ ଠିକ ଭାବରେ ହୋଇପାରେ ନାହିଁ ଏବଂ ବ୍ୟକ୍ତି ଅନେକ ସମସ୍ୟାର ସମୁଖୀନ ହୋଇଥାଏ। ଏହାସହିତ ତାର ମନ ଭଲ ରହେ ନାହିଁ। ସକାଳେ ଉଠିବା ପରେ ଏପରି କିଛି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ବ୍ୟକ୍ତିର ସାରାଦିନ ସମସ୍ତଙ୍କ ସହିତ କଳହ ହେବା ସହ ବ୍ୟକ୍ତି ଜଣକ ମାନସିକ ଚିନ୍ତାରେ ରହିବ। ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ପରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ, ସେହି ବିଷୟରେ ଜଣାଇବୁ।

୧/ ପ୍ରଥମ କଥା ହେଉଛି ବ୍ୟକ୍ତି ଜଣକ ସକାଳୁ ଉଠିବା ପରେ ନିଜ ପରିବାର ଲୋକ ବା ଜୀବନସାଥୀଙ୍କ ସହିତ କୌଣସି ବିବାଦ କରିବା ଉଚିତ ନୁହେଁ। ପରିବାର ଲୋକଙ୍କ ସହିତ ସକାଳ ସମୟରେ ପ୍ରସନ୍ନ ଭାବ ରଖି ବାର୍ତ୍ତାଳାପ କରନ୍ତୁ, ଦେଖିବେ ଆପଣ ଖୁସି ଅନୁଭବ କରିବେ। ଯଦି ସକାଳ ସମୟରେ ଆପଣ କାହା ସହିତ ବିବାଦ କରନ୍ତି, ତାହେଲେ ସାରାଦିନ ଆପଣ ମାନସିକ ଚିନ୍ତାରେ ବୁଡି ରହିବେ। ଏହାର ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ମଧ୍ୟ ଦେଖିବାକୁ ମିଳିବ । ଆପଣ ନିଜେ ଦୁଃଖୀ ରହିବା ସହ ଆପଣଙ୍କ ପରିବାର ଲୋକେ ମଧ୍ୟ ଦୁଃଖିତ ରହିବେ। ତେଣୁ ସକାଳ ସମୟରେ ସମସ୍ତଙ୍କ ସହିତ ହସଖୁସିରେ କଥାବାର୍ତ୍ତା କରନ୍ତୁ।

୨/ ଦିତୀୟରେ ହେଉଛି କ୍ରୋଧ, ଯାହା ମଣିଷର ସବୁଠାରୁ ବଡ ଶତ୍ରୁ ଅଟେ। କ୍ରୋଧରେ ବ୍ୟକ୍ତି ଯେଉଁ କାର୍ଯ୍ୟ କରିଥାଏ, ସେଥିପାଇଁ ତାକୁ ଅନେକ ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡ଼ିଥାଏ ଏବଂ ଏହା ତାର ଚିନ୍ତାର କାରଣ ମଧ୍ୟ ହୋଇଥାଏ। କ୍ରୋଧ ବଶତଃ ବ୍ୟକ୍ତି ନିଜର କ୍ଷତି କରିବା ସହିତ ଅନ୍ୟମାନଙ୍କର ମଧ୍ୟ କ୍ଷତି କରିବାକୁ ପ୍ରୟାସ କରିଥାଏ। ଏହାପରେ ବ୍ୟକ୍ତିକୁ ଘୋର ଅନୁତାପ ମଧ୍ୟ କରିବାକୁ ପଡିଥାଏ। ଯଦି ସକାଳର ଆରମ୍ଭରେ ବ୍ୟକ୍ତି ଜଣକ କ୍ରୋଧିତ ହୁଏ, ତାହେଲେ ସେ ଦିନସାରା ନକାରାତ୍ମକ ଭାବନାରେ ବୁଡି ରହିବ। କ୍ରୋଧ ବଶତଃ ବ୍ୟକ୍ତି ଏପରି କିଛି କଥା କହି ଦେଇଥାଏ, ଯାହା ତାର ସବୁ ସମ୍ପର୍କକୁ ଖରାପ କରି ଦେଇଥାଏ । କ୍ରୋଧ ବଶତଃ ବ୍ୟକ୍ତି ଠିକ ଓ ଭୁଲ ମଧ୍ୟରେ ପାର୍ଥକ୍ଯ ମଧ୍ୟ ଜାଣିପାରେ ନାହିଁ। ତେଣୁ ସର୍ବଦା କ୍ରୋଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଏହାସହିତ ସକାଳ ସମୟରେ ଯୋଗ ଓ ଧ୍ୟାନ କରିବା ଉଚିତ।

୩/ ତୃତୀୟରେ ହେଉଛି କୌଣସି ବ୍ୟକ୍ତିର ଅପମାନ କରନ୍ତୁ ନାହିଁ। ସକାଳ ସମୟରେ ଗୁରୁଜନ ମାନଙ୍କୁ ସମ୍ମାନ ସହିତ ବ୍ୟବହାର କରିବା ଉଚିତ। ପରିବାରରେ ଅନେକ ସମୟରେ ଏପରି ପରିସ୍ଥିତି ଉପୁଜି ଥାଏ, ସେହି ସମୟରେ ଅନ୍ୟମାନଙ୍କୁ ଅପମାନ କରିବା ଉଚିତ ନୁହେଁ।ଏହାଦ୍ବାରା ଦୁଇ ପକ୍ଷ କଷ୍ଟ ଅନୁଭବ କରିଥାନ୍ତି।ଯଦି ସକାଳ ସମୟରେ ଏପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ ସାରା ଦିନ ସମସ୍ତଙ୍କର ମନ ଦୁଃଖିତ ରହିଥାଏ। ତେଣୁ ପ୍ରତ୍ୟେକ ମଣିଷକୁ ଉଚିତ ବ୍ୟବହାର ଓ ସମ୍ମାନ ଦେବା ଆବଶ୍ୟକ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *