Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ଦିନ ଘରକୁ କେଉଁ କେଉଁ ସବୁ ଜିନିଷ ଆଣିଲେ ଶୁଭ ହୋଇଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଶୁଭ ହୋଇଥାଏ।

ବନ୍ଧୁଗଣ ଚଳିତ ବର୍ଷ ନଭେମ୍ବର ୩ ତାରିଖରେ ପଡିବାକୁ ଯାଉଅଛି ପବିତ୍ର ଧନତେରସ ପର୍ବ ବା ଧନନ୍ତରି ଜୟନ୍ତୀ। ଏହି ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ କେଉଁ ଜିନିଷ ଆଣିବା ଦ୍ୱାରା ଅଶୁଭ ହୋଇଥାଏ। ଦୀପାବଳି ଦିନ ଘରକୁ ଧନ ସମ୍ପତ୍ତି ଏବଂ ଖୁସି ଆଣିବା ପାଇଁ ଆମେ ମା ଲକ୍ଷ୍ମୀଙ୍କୁ ପୂଜା କରିଥାଉ। ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ପଡିଥାଏ। ଏହି ଦିନ ଠାରୁ ହିଁ ଦୀପାବଳୀ ଆରମ୍ଭ ହୋଇଥାଏ। କୁହାଯାଏ କି ସମୁଦ୍ର ମନ୍ଥନ ସମୟରେ ଧନତେରସ ଦିନ ଭଗବାନ ଧନନ୍ତରୀ ନିଜ ସହିତ ଅମୃତ କଳସ ଏବଂ ଆୟ୍ୟର୍ବେଦ ନେଇ ଆସିଥିଲେ। କୁହାଯାଏ ଧନତେରସ ଦିନ କିଛି ନାଁ କିଛି କିଣା କିଣି କଲେ ଏହା ବହୁତ ଶୁଭ ହୋଇଥାଏ। ଦୀପାବଳି ସମ୍ବଦ୍ଧିତ ଜିନିଷ କିଣା କିଣି ମଧ୍ୟ ଏହି ଦିନ କରାଯାଇଥାଏ। ତେବେ ଆମେ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଅଛୁ ଯାହାକୁ ଏହିଦିନ କିଣିଲେ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଗୃହହରେ ରହିବ। ଯଦି ଆପଣ ଧନ ସମ୍ବଦ୍ଧିତ କୌଣସି ସମସ୍ୟାର ସମୁଖୀନ ହେଉଛନ୍ତି ଏବଂ ଏଥିରୁ ମୁକ୍ତିପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ବର୍ଷ ଧନତେରସ ଦିନ ଆପଣ ଏହିସବୁ ଜିନିଷ ନିଜ ଘରକୁ ନେଇ ଆସନ୍ତୁ। ଦେଖିବେ ଆପଣଙ୍କ ଘରେ କେବେବି କୌଣସି ଧନ ସମ୍ବଦ୍ଧିତ ସମସ୍ୟା ଦେଖାଦେବ ନାହିଁ। ତେବେ ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ ଜିନିଷ କିଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ କେଉଁ ଜିନିଷ କିଣିବା ଅନୁଚିତ।

କୁହାଯାଏ କି ଯେତେବେଳେ ଭଗବାନ ଧନନ୍ତରୀ ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ। ତେଣୁ ଧନତେରସ ଦିନ ପିତଳ ପାତ୍ର କିଣିବା ଅତ୍ୟନ୍ତ ଶୁଭ ମାନାଯାଏ।

ଲୁଣ। ଅନେକ ଲୋକ ଅନେକ ଲୋକ ଧନତେରସ ଦିନ ସୁନା ରୂପା ପିତଳ ଆଦି ଜିନିଷ ଘରକୁ ଆଣିଥାନ୍ତି କିନ୍ତୁ ଏହା ବଦଳରେ ଯଦି ଆପଣ ଗୋଟେ ଲୁଣ ପକେଟ ଧନତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନର ବୃଦ୍ଧି ହେବ। କାରଣ ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ କିନ୍ତୁ ଲୁଣର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ।

ହଳଦୀ। ଆପଣ ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ତେବେ ଆପଣଙ୍କର ବହୁତ ଶୁଭ ହୋଇଥାଏ। ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ।

ଧନିଆ ମଞ୍ଜି। ଧନତେରସ ଦିନ ଧନିଆର ମଞ୍ଜି କ୍ରୟ କରି ତାକୁ ଦୀପାବଳି ଦିନ ରୋପଣ କଲେ ଧନହାନି ହୋଇ ନଥାଏ।

ଗୋମତି ଚକ୍ର। ଗୋମତି ଚକ୍ର ଆପଣଙ୍କୁ ମାର୍କେଟରେ ବହୁତ ସହଜରେ ମିଳିଯିବ। ଏହି ଗୋମତି ଚକ୍ରକୁ ଯଦି ଆପଣ ଧନତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ।

ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ର। ଯଦି ଆପଣ ଧନତେରସ ଦିନ ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ।

ରୂପାରେ ତିଆରି ମା ଲକ୍ଷ୍ମୀଙ୍କର କିମ୍ବା ଭଗବାନ ଗଣେଶଙ୍କଙ୍କର ମୂର୍ତ୍ତି। ଧନତେରସ ଏବଂ ଦୀପାବଳି ଦିନ ବିଧି ବିଧାନରେ ପୂଜା କରିବା ପରେ ରୂପାରେ ତିଆରି ମା ଲକ୍ଷ୍ମୀ କିମ୍ବା ଗଣେଶଙ୍କର ମୂର୍ତ୍ତି ଘରେ ସ୍ଥାପିତ କରନ୍ତୁ। ଏହା କରିବା ଦ୍ୱାରା କେବେବି ଧନର କମି ହୋଇନଥାଏ ଆଉ ଘରେ ସୁଖ ଶାନ୍ତିର ବାସ ହୋଇଥାଏ।

ଲଘୁ ନଡ଼ିଆ। ଏହି ନଡ଼ିଆ ସାମାନ୍ୟ ନଡ଼ିଆ ଠାରୁ ଟିକେ ସାନ ହୋଇଥାଏ। ଏହା ଶ୍ରୀ ଫଳ ମଧ୍ୟ କୁହାଯାଇଥାଏ ଅର୍ଥାତ ମା ଲକ୍ଷ୍ମୀଙ୍କର ଫଳ। ଧନତେରସ କିମ୍ବା ଦୀପାବଳି ଦିନ ପୂଜା କରିବା ଘରେ ଏହି ନଡ଼ିଆକୁ ଲାଲ କପଡ଼ାରେ ବାନ୍ଧି ଏମିତି ଜାଗାରେ ରଖି ଦିଅନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନପଡିବ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଆଉ ଆପଣଙ୍କର ଘରେ ବାସ କରିବେ।

ମା ଲକ୍ଷ୍ମୀଙ୍କର ଚରଣ ପାଦୁକା। ଧନତେରସ କିମ୍ବା ଦୀପାବଳି ଦିନ ରୂପାର ମା ଲକ୍ଷ୍ମୀଙ୍କ ଚରଣ ପାଦୁକାକୁ ଘରେ ସ୍ଥାପିତ କରନ୍ତୁ ଏବଂ ପ୍ରତିଦିନ ଏହାକୁ ପୂଜା କରନ୍ତୁ। ଯଦି ଆପଣ ରୂପାରେ ଆଣିପାରୁ ନାହାନ୍ତି ତେବେ କେଉଁ ବି ଚରଣ ପାଦୁକା ସ୍ଥାପିତ କରନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତ ହେବ।

କଉଡ଼ି। ଏହି ଜିନିଷ ଦେଖିବାରେ ତ ବହୁତ ସାମାନ୍ୟ ଅଟେ କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାରି ହୋଇଥାଏ। ଏହାକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଇଥାଏ। ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ଏହାକୁ ପୂଜା ଘରେ କିମ୍ବା ସିନ୍ଦୁକରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ଘରେ ଧନର ବର୍ଷା ହୋଇଥାଏ।

ମୋତି ଶଙ୍ଖ। ମୋତି ଶଙ୍ଖ ଗୋଟେ ଦୁର୍ଲଭ ପ୍ରକାରର ଶଙ୍ଖ ଅଟେ। ଶାସ୍ତ୍ରରେ ଏହି ଶଙ୍ଖର ବହୁତ ମହତ୍ୱ ଅଛି। ଏହି ଶଙ୍ଖ ବହୁତ ସୁନ୍ଦର ଦେଖାଯାଇଥାଏ। ଆଉ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଯଦି ଆପଣ ଦୀପାବଳି କିମ୍ବା ଧନତେରସ ଦିନ ଏହାକୁ ନିଜ ପୂଜା ଘରେ ସ୍ଥାପିତ କରିଦେବେ ତ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ।

ଏକାକୀ ନଡ଼ିଆ। ଏହା ଏକ ଖାସ ପ୍ରକାରର ନଡ଼ିଆ ଅଟେ। ଏହି ନଡ଼ିଆ ଉପରେ ଆଖି ପରି ଗୋଟେ ଆକୃତି ଥାଏ ଏହି କାରଣରୁ ଏହାକୁ ଏକାକୀ ବା ଏକ ଆଖି ଥିବା ନଡ଼ିଆ କୁହାଯାଏ। ଧନତେରସ କିମ୍ବା ଦୀପାବଳି ଦିନ ଏହାକୁ ଘରେ ସ୍ଥାପିତ କରିବା ଦ୍ୱାରା ମଣିଷର ଭାଗ୍ୟ ଦେଖୁ ଦେଖୁ ହିଁ ବଦଳି ଯାଇଥାଏ।

ଚାନ୍ଦି। ଚାନ୍ଦି ଚନ୍ଦ୍ରମାଙ୍କ ଧାତୁ ହୋଇଥିବାରୁ ଧନତେରସ ଦିନ ରୁପାର କିଛି ଜିନିଷ ଘରକୁ ଅଣାଯାଏ। ଏହିଦିନ ରୂପା କିଣିଲେ ଘରେ ଯଶ କୀର୍ତି ଏବଂ ସମ୍ପତି ବୃଦ୍ଧି ହୋଇଥାଏ।

ଧନତେରସ ଦିନ ଦୀପାବଳି ସମ୍ବଦ୍ଧିତ ସାମଗ୍ରୀ ଯଥା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ମୂର୍ତି ମାଟି ଦୀପ ଆଦି କ୍ରୟ କରିପାରିବେ।

ଏବେ ବନ୍ଧୁଗଣ ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ ଜିନିଷ କିଣିବା ଅନୁଚିତ ହୋଇଥାଏ। ଏହାକୁ କିଣିବାକୁ ଅଶୁଭ ମାନାଯାଇଥାଏ।

ଧନତେରସ ଦିନ କାଚର ଜିନିଷ ଭୁଲରେ ବି କିଣିବା ଭଲ ନୁହେଁ। ଏହାର ସମ୍ବଦ୍ଧ ରାହୁ ଗ୍ରହ ସହିତ ହୋଇଥାଏ। ସେଥିପାଇଁ ଏହି ଜିନିଷକୁ କିଣନ୍ତୁ ନାହିଁ।

ମାନାଯାଏ କି ଧନତେରସ ଦିନ ଆଲୁମିନିୟମର ବାସନ କିଣିବା ଶୁଭ ହୋଇନଥାଏ। ଏହି ଧାତୁର ଅଧିପତି ରାହୁ ହିଁ ହୋଇଥାନ୍ତି। ସେଥିପାଇଁ ଧନତେରସ ଦିନ ଏହି ଜିନିଷ କିଣନ୍ତୁ ନାହିଁ

ଏହିଦିନ କୌଣସି ଧାରୁଆ ଜିନିଷ ଯେମିତିକି କଇଁଚି ଏବଂ ଛୁରୀ ଯେମିତି ଧାରୁଆ ଜିନିଷ କିଣ୍ଟନ୍ତୁ। ଏହା ଦ୍ବାରା ଘରକୁ ଦରିଦ୍ରତା ଆସିଥାଏ

ନୂଆ ବାହନ ଆଦି କିଣିବା ଭଲ ନୁହେଁ। ଯଦି କିଣିବେ ରାହୁ କେତୁଙ୍କର ଧ୍ୟାନ ରଖି କିଣନ୍ତୁ।

ପ୍ରାୟ ଶୁଭ ଦିନରେ କଳା ରଙ୍ଗର ବସ୍ତ୍ର ପିଦ୍ଧିବା ଭଲ ନୁହେଁ। ମାନାଯାଏ କି ଧନତେରସ ଦିନ କଳା ଜିନିଷ କିଣିବା ଅଶୁଭ ହୋଇଥାଏ। ଏହା ଦ୍ବାରା ବହୁତ କ୍ଷତି ଭୋଗିବାକୁ ପଡିଥାଏ।

ଲୁହା ନିର୍ମିତ ବସ୍ତୁ। ଲୁହାର ନିର୍ମିତ ବସ୍ତୁ ଆପଣ ଭୁଲରେ ବି ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ। ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *