Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ଟି ରାଶିର ଲୋକଙ୍କର କାନ୍ଦିବାର ଦିନ ହେଲା ଶେଷ,୨୩୫ ବର୍ଷ ପରେ ମହାବୀର ହନୁମାନ ଏମାନଙ୍କ ଉପରେ ହେବେ ପ୍ରସନ୍ନ,ହୋଇଯିବେ ମାଲାମାଲ

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଲଗାତାର ପରିବର୍ତ୍ତନ ଯୋଗୁଁ ଜଣେ ବ୍ୟକ୍ତିର ଜୀବନ, ​​ବ୍ୟବସାୟ, ଚାକିରୀ, ପରିବାର ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ। ଯଦି ଜଣେ ବ୍ୟକ୍ତିର ରାଶିରେ ଗ୍ରହମାନଙ୍କର ସ୍ଥିତି ଭଲ ରହିଛି, ତାହେଲେ ଏହା ପ୍ରତ୍ୟେକ କ୍ଷେତ୍ରରେ ଶୁଭ ଫଳାଫଳ ପ୍ରଦାନ କରିଥାଏ।କିନ୍ତୁ ଗ୍ରହର ଚଳନ ଅଶୁଭ ରହିଲେ, ସବୁ ଦିଗରୁ ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଗ୍ରହନକ୍ଷତ୍ର ଗୁଡିକର ଶୁଭ ଚଳନ ଯୋଗୁଁ ପବନ ପୁତ୍ର ମହାବୀର ହନୁମାନଙ୍କ ଆଶୀର୍ବାଦ କିଛି ରାଶିର ଲୋକଙ୍କ ଉପରେ ରହିବ। ଏହି ରାଶିର ଲୋକଙ୍କର ଦୁଃଖ ସମୟ ସମାପ୍ତ ହେବ ଏବଂ ସବୁ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। ତେବେ ତାହା କେଉଁ ୪ଟି ଭାଗ୍ୟଶାଳୀ ରାଶି ଅଟେ, ଆସନ୍ତୁ ସେହି ବିଷୟରେ ଜାଣିବା।

ମେଷ ରାଶି –

ମେଷ ରାଶିର ଲୋକେ ବିଶେଷ ଲାଭବାନ ହେବାକୁ ଯାଉଛନ୍ତି। ମହାବୀର ହନୁମାନଙ୍କୁ ଆରାଧନା କରି ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ମିଳିବ। ଆପଣଙ୍କର ପୂର୍ବରୁ ଅଟକି ରହିଥିବା ସବୁ କାର୍ଯ୍ୟ ଏବେ ସମ୍ପନ୍ନ ହେବ। ପିଲାମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ନୂଆ ପୁରୁଣା ସାଙ୍ଗମାନଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।ଘରେ ସୁଖଶାନ୍ତି ବୃଦ୍ଧି ପାଇବ। ଆପଣ ସକରାତ୍ମକ ଚିନ୍ତାଧାରାରେ ପରିପୂର୍ଣ୍ଣ ରହିବେ। ବ୍ୟବସାୟ ପାଇଁ କରିଥିବା ଯୋଜନା ସଫଳ ହୋଇପାରେ।

ବୃଷ ରାଶି –

ଏହି ରାଶିର ଲୋକଙ୍କୁ କୌଣସି କାର୍ଯ୍ୟ କରିବା ସମୟରେ ଭଲଭାବରେ ବିଚାର କରିବା ଆବଶ୍ୟକ। ଆପଣଙ୍କୁ କର୍ମକ୍ଷେତ୍ରରେ ଅଧିକ କଷ୍ଟ କରିବାକୁ ପଡିପାରେ। ଯେଉଁଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବ। ପରିବାରରେ ସମସ୍ୟା ଦେଖା ଦେଇପାରେ। ଏହି ରାଶିର ଲୋକମାନେ ପାରିବାରିକ କ୍ଷେତ୍ରରେ ସଠିକ ନିଷ୍ପତ୍ତି ନେବା ଉଚିତ।ସର୍ବଦା ନିଜ ମନକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ। ଶାରୀରିକ ଏବଂ ମାନସିକ ଭାବରେ ଆପଣ ପରିବର୍ତ୍ତନ ଅନୁଭବ କରି ପାରନ୍ତି। ବାହାରର ଖାଦ୍ୟ ଅଧିକ ସେବନ କରନ୍ତୁ ନାହିଁ।

ମିଥୁନ ରାଶି –

ଏହି ରାଶିର ଲୋକମାନେ ସାମାନ୍ୟ ପରିସ୍ଥିତିରେ ଅଧିକ କ୍ରୋଧିତ ହେବା ଉଚିତ ନୁହେଁ। ଜୀବନସାଥୀଙ୍କ କଥାବାର୍ତ୍ତାକୁ ନେଇ ଆପଣ ବହୁତ ଦୁଃଖିତ ଅନୁଭବ କରି ପାରନ୍ତି। ଘରୋଇ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରି ପାରନ୍ତି। ଏହି ରାଶିର ଲୋକେ ନିଜର ପ୍ରେମ ଜୀବନକୁ ନେଇ ଅଧିକ ଉତ୍ସାହିତ ରହିବେ। ଅଚାନକ ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିବ। ଘରର ଆର୍ଥିକ ଅବସ୍ଥା ସାମାନ୍ୟ ରହିବ।

କର୍କଟ ରାଶି –

ଏହି ରାଶିର ଲୋକଙ୍କ ଉପରେ ମହାବୀର ହନୁମାନଙ୍କର ବିଶେଷ ଆଶୀର୍ବାଦ ରହିବ। ବ୍ୟବସାୟ ପାଇଁ କରିଥିବା ଯୋଜନା ଗୁଡ଼ିକରୁ ଆପଣ ବହୁତ ଲାଭବାନ ହେବେ।ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ। ଗୁରୁଜନଙ୍କ ଠାରୁ ସମର୍ଥନ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଏହି ରାଶିର ଲୋକେ ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଅନେକ କ୍ଷେତ୍ରରୁ ଆପଣ ସଫଳତା ହାସଲ କରିବେ।

ସିଂହ ରାଶି –

ସିଂହ ରାଶିର ଲୋକେ କିଛି ବିଷୟକୁ ନେଇ ଚିନ୍ତିତ ରହି ପାରନ୍ତି। ଅଧିକ ସମସ୍ୟା ଯୋଗୁଁ ଆପଣ ଦୁଃଖିତ ଅନୁଭବ କରିବେ। ଆପଣ କୌଣସି ପ୍ରକାର ବିତର୍କରୁ ଦୂରରେ ରହିବା ଉଚିତ। ପରିବାର ଲୋକଙ୍କର ସମ୍ପୂର୍ଣ୍ଣ ସମର୍ଥନ ପ୍ରାପ୍ତ ହେବ। ଶାରୀରିକ ରୂପରେ ଅସୁସ୍ଥତା ଦେଖା ଦେଇପାରେ। ଚାକିରି କରିଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ବରିଷ୍ଠ ଅଧିକାରୀଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ। ପ୍ରେମ ଜୀବନକୁ ନେଇ ଦୃଢ ନିଷ୍ପତ୍ତି ନେଇ ପାରନ୍ତି।

କନ୍ୟା ରାଶି –

ଏହି ରାଶିର ଲୋକେ ଯେକୌଣସି ପୁରୁଣା ବିନିଯୋଗରୁ ବିପୁଳ ଲାଭ ପାଇବେ। ମହାବୀର ହନୁମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ବ୍ୟବସାୟିକ ଯୋଜନା ଆପଣଙ୍କ ପାଇଁ ଫଳପ୍ରଦ ହେବ। ଗୁରୁଜନ ଆପଣଙ୍କୁ ମାର୍ଗଦର୍ଶନ କରାଇବେ। ଘରେ ସୁଖଶାନ୍ତି ବିରାଜମାନ କରିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଲୋକେ ଆପଣଙ୍କର ଭଲ ଆଚରଣ ଦ୍ୱାରା ଅଧିକ ପ୍ରଭାବିତ ହେବେ।କିଛି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଲୋକେ ଆପଣଙ୍କ ଠାରୁ ଉପଦେଶ ଗ୍ରହଣ କରିବାକୁ ଆଗ୍ରହୀ ହେବେ।

ତୁଳା ରାଶି –

ଏହି ରାଶିର ଲୋକଙ୍କୁ ନିଜର ପରିସ୍ଥିତି ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କୁ ଆପଣଙ୍କର ଆର୍ଥିକ ପରିସ୍ଥିତି ବିଷୟରେ ଭଲ ଭାବରେ ବିଚାର କରିବା ଉଚିତ। ଘରର ସାମଗ୍ରୀ ଓ ମନୋରଞ୍ଜନ କାର୍ଯ୍ୟରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ପାଣିପାଗର ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଇବ। ଆପଣଙ୍କର ଚିନ୍ତାଧାରା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆପଣଙ୍କୁ ନିଜ କ୍ରୋଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

ବିଛା ରାଶି –

ଏହି ରାଶିର ଲୋକେ ଯଦି କାହାର ଇଛା ପୂରଣ କରି ପାରିବେ ନାହିଁ, ତାହେଲେ ପ୍ରତିଜ୍ଞା ମଧ୍ୟ କରନ୍ତୁ ନାହିଁ।ବିରୋଧୀମାନେ ସକ୍ରିୟ ରହିବେ ଏବଂ ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। ଆପଣଙ୍କୁ ସାମାଜିକ, ଆର୍ଥିକ ଏବଂ ବ୍ୟକ୍ତିଗତ ଦାୟିତ୍ବ ତୁଲାଇବା ପାଇଁ ସୁଯୋଗ ମିଳିପାରେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେଇପାରେ। ଆପଣ ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ।

ଧନୁ ରାଶି –

ଏହି ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ କରିପାରନ୍ତି। ଯାହା ଭବିଷ୍ୟତରେ ଏମାନଙ୍କ ପାଇ। ଲାଭଦାୟକ ସାବ୍ୟସ୍ତ ହେବ।କାର୍ଯ୍ୟରତ ଲୋକଙ୍କ ଉପରେ ଅଧିକ କାର୍ଯ୍ୟ ଚାପ ରହିବ। ଯାହା ସେମାନଙ୍କ ଶରୀରକୁ ଅସୁସ୍ଥ କରିପାରେ। କାର୍ଯ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆପଣ କୌଣସି ବଡ ବିନିଯୋଗ କରିବା ଠାରୁ ଦୂରେଇ ରୁହନ୍ତୁ।ଜୀବନସାଥୀ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ।ଗାଡି ଚଳାଚଳ ସମୟରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ।

ମକର ରାଶି –

ମକର ରାଶିର ଲୋକମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଯଦି ଆପଣ କୌଣସି କାର୍ଯ୍ୟ କରୁଛନ୍ତି, ତାହେଲେ ଭାବିଚିନ୍ତି କରନ୍ତୁ। ପ୍ରେମ ମାମଲାକୁ ନେଇ ଆପଣ ଭାଗ୍ୟବାନ ହେବେ। ଆପଣ ବ୍ୟବସାୟରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଜଣା ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ।

କୁମ୍ଭ ରାଶି –

ଏହି ରାଶିର ଲୋକମାନେ ସେମାନଙ୍କର ବ୍ୟବସାୟରେ ଅଧିକ ଲାଭବାନ ହେବେ। ମହାବୀର ହନୁମାନଙ୍କ ଆଶୀର୍ବାଦରେ ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆପଣଙ୍କ ଜୀବନ ସୁଖମୟ ରହିବ, ତେଣୁ ଆପଣ ସର୍ବଦା ଖୁସି ଅନୁଭବ କରିବେ।ପ୍ରେମ ମାମଲାରେ ସଫଳତା ଅର୍ଜନ କରିବେ।ବିଭିନ୍ନ ଉପାୟକୁ ନେଇ ଆପଣ କାର୍ଯ୍ୟ କରିବେ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଅଳ୍ପ ପରିଶ୍ରମ ଦ୍ଵାରା ଆପଣ ସଫଳତା ଅର୍ଜନ କରିବେ।

ମୀନ ରାଶି –

ଏହି ରାଶିର ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ। ଆପଣ ନୂଆ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରି ପାରନ୍ତି। କିଛି ଲୋକ ଆପଣଙ୍କର ଉତ୍ତମ ସ୍ବଭାବକୁ ନେଇ ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅନେକ ସମସ୍ୟା ରହିଥିବା ସତ୍ୱେ ଆପଣ ମାନସିକ ରୂପରେ ସୁଦୃଢ ରହିବେ ଏବଂ ଆପଣଙ୍କର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *