Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ୨ ରୁ ୧୦ ତାରିଖ ପର୍ଯ୍ୟନ୍ତ ୮ଟି ରାଶିର ଲୋକଙ୍କ ପାଇଁ ଖୁସି ଖବର ! ଆଉ ବାକି ରାଶିର ଲୋକଙ୍କ ପାଇଁ ମହାବିପଦ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ କହିବା ପାଇଁ ଯାଉଛୁ କି ନଭେମ୍ବର ମାସ ଆପଣଙ୍କ ପାଇଁ କିପରି କଟିବ। ଆପଣମାନେ ଜାଣିଥିବେ, ଆମ ଜୀବନରେ କେବେ ଭଲ ସମୟ ଆସିଥାଏ ତ ଆଉକେବେ ଖରାପ ସମୟ ଆସିଥାଏ। ଜୀବନରେ ଆମେ ଯେଉଁ କାର୍ଯ୍ୟ କରିବାକୁ ଇଛା କରୁ ବା ଯେକୌଣସି କାର୍ଯ୍ୟ କରୁ, ତାହା ସର୍ବଦା ଆମ ଉପରେ ନିର୍ଭର କରେ। ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ, ଏହି ମାସଟି ଆପଣଙ୍କ ପାଇଁ କିପରି ଅତିବାହିତ ହେବ।

ମେଷ ରାଶି –

ଆପଣଙ୍କ ପାଇଁ ଦିନଟି ସାମାନ୍ୟ ରହିବ। ଆପଣ ପୂଜାପାଠ ଧର୍ମକର୍ମରେ ମନ ନିବେଶ କରିବେ। ଆପଣ ଯେଉଁ କାର୍ଯ୍ୟ କରିବେ,ସେଥିପାଇଁ ଆପଣ ନିଜେ ଚିନ୍ତାରେ ରହିବେ। କିଛି ସମୟ ପାଇଁ ଆପଣଙ୍କ ମନ ଅଶାନ୍ତି ରହିପାରେ। କୌଣସି ନୂଆ ସ୍ଥାନକୁ ଯିବା ଓ ନୂଆ ଲୋକଙ୍କ ସହିତ ମିଶିବା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ।

ବୃଷ ରାଶି –

ଆପଣଙ୍କ ପାଇଁ ସମୟ ଭଲ ରହିଛି। କିନ୍ତୁ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ତାହାକୁ ବୁଝି ବିଚାରି କରନ୍ତୁ। ଆପଣଙ୍କର କୌଣସି ସମ୍ପର୍କୀୟ ଆପଣଙ୍କ ସହିତ ବିଶ୍ବାସଘାତକତା କରି ପାରନ୍ତି।

ମିଥୁନ ରାଶି –

ଆପଣଙ୍କ ପାଇଁ ସମୟ ଖୁବ୍ ଭଲ ରହିଛି।ସମାଜ ପାଇଁ ଆପଣ କିଛି ଭଲ କାମ କରିବେ। ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।

କର୍କଟ ରାଶି –

ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଉତ୍ତମ ସାବ୍ୟସ୍ତ ହେବ। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚିତ ଭାବରେ ଆପଣ ସଫଳତା ହାସଲ କରିବେ।

ସିଂହ ରାଶି –

ଗାଡ଼ି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ ଦୁର୍ଘଟଣାଗ୍ରସ୍ତ ହୋଇ ପାରନ୍ତି। ଆପଣଙ୍କୁ ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ଠାରୁ ସାହାଯ୍ୟ ଓ ସମର୍ଥନ ପ୍ରାପ୍ତ ହେବ।ଶାରୀରିକ ଭାବରେ ଅସୁସ୍ଥତା ଦେଖା ଦେଇପାରେ।ଆପଣଙ୍କୁ ନିଜର ଖାଦ୍ୟପେୟ ପ୍ରତି ସାବଧାନ ରହିବା ଆବଶ୍ୟକ।

କନ୍ୟା ରାଶି –

କନ୍ୟା ରାଶିର ଲୋକମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣ ଅଯଥା ଖର୍ଚ୍ଚ କରି ପାରନ୍ତି। ଆପଣଙ୍କୁ ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ।

ତୁଳା ରାଶି –

ଆପଣଙ୍କର ଆଜି ଦାୟିତ୍ୱରେ ବୃଦ୍ଧି ହେବ।ଅଧିକ କାର୍ଯ୍ୟ ଚାପ ଯୋଗୁଁ ଆପଣ କ୍ଳାନ୍ତ ଅନୁଭବ କରିବେ। ନୂଆ ବନ୍ଧୁଙ୍କ ସହିତ ସମ୍ପର୍କ ଘନିଷ୍ଠ ହେବ ।ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ।କିନ୍ତୁ ଆପଣ ସବୁ ସମସ୍ୟାକୁ ସଠିକ ଢଙ୍ଗରେ ସମାଧାନ କରିବେ।

ବିଛା ରାଶି –

ଆପଣଙ୍କୁ ଦୂଷିତ ବାତାବରଣରୁ ଦୂରେଇ ରହିବା ଆବଶ୍ୟକ।ଆପଣଙ୍କୁ ନିଜ ଘର ଠାରୁ ଦୂରକୁ ଯିବାକୁ ପଡିପାରେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ଗୁରୁଜନଙ୍କ ଠାରୁ ଉଚିତ ପରାମର୍ଶ ନେବା ଆବଶ୍ୟକ।

ଧନୁ ରାଶି –

ଆପଣ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।ବ୍ୟବସାୟ ଓ ବ୍ୟାପାରରେ ଆପଣ ଲାଭବାନ ହେବେ। ଆପଣ ସମାଜ ପାଇଁ ଏକ ଉଦାହରଣ ହେବେ ଏବଂ ନିଜର ଏକ ପରିଚୟ ସୃଷ୍ଟି କରିବେ। ଆପଣଙ୍କର ପ୍ରେମ ସମ୍ପର୍କ ସୁଖମୟ ରହିବ।

ମକର ରାଶି –

ଆପଣ ଯଦି କିଛି ଅଲଗା କାର୍ଯ୍ୟ କରିବାକୁ ଚାହୁଞ୍ଚନ୍ତି, ତାହେଲେ ଏବେ ସେହି କାର୍ଯ୍ୟ ସ୍ଥଗିତ ରଖନ୍ତୁ, ନଚେତ କିଛି ଅସୁବିଧା ଉତ୍ପନ୍ନ ହୋଇପାରେ। ଆପଣଙ୍କ ବ୍ୟବସାୟରେ ଆମଦାନୀ ବୃଦ୍ଧି ବଢିବ। ଆପଣଙ୍କର ବନ୍ଧୁଙ୍କ ସହିତ ଘନିଷ୍ଠ ସଂପର୍କ ବଢିବ।

ମୀନ ରାଶି –

ଆପଣ କିଛି ନୂଆ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଆପଣ କିଛି ସମସ୍ୟାରେ ଫସି ଯାଇ ପାରନ୍ତି। ଆପଣ ନିଜ କର୍ମ ପାଇଁ ସଂଘର୍ଷ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *