Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ପିଇ ନିଅନ୍ତୁ ଜୁଆଣି ପାଣି,ମୂଳରୁ ଶେଷ ହୋଇଯିବ ୧୦ଟି ବଡ଼ ରୋଗ

ସେୟାର୍ କରନ୍ତୁ

ବନ୍ଧୁଗଣ ଜୁଆଣିକୁ ଆମ ରୁଷେଇ ଘରେ ଗୋଟିଏ ମସଲା ରୂପରେ ବ୍ୟବହାର କରିଥାଉ।କିନ୍ତୁ ଏହା କେବଳ ମସଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଜୁଆଣିରେ କ୍ୟାଲସିୟମ,ପୋଟାସିୟମ, ଫସଫରସ, ଆୟଡ଼ିନ ଏବଂ କେରାଟିନ ନାମକ ପୋଷକ ତତ୍ୱ ଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଜୁଆଣିର ବ୍ୟବହାର ପୁରାତନ ଯୁଗରୁ ଅନେକ ରୋଗ ଦୂର କରିବା ପାଇଁ କରାଯାଇ ଆସିଅଛି। ଜୁଆଣିକୁ ସେବନ କରିବାର ସବୁଠାରୁ ଭଲ ଉପାୟ ହେଲା ଏହାର ଡ୍ରିଙ୍କସ ବନେଇକି ପିଇବା। ଜୁଆଣିର ଡ୍ରିଙ୍କସ ବନେଇବାର ସଠିକ ଉପାୟ ଆମେ ପୋଷ୍ଟରେ ଶେଷରେ ଲେଖିବୁ। ବର୍ତ୍ତମାନ ଜାଣିବା ଜୁଆଣିର ଉପକାରୀତା ବିଷୟରେ।

ପାଚନ କ୍ରିୟା ଭଲ କରିଥାଏ। ଜୁଆଣି ପାଣି ପିଇଲେ ଶରୀରର ମେଟାବେଲିଜିମରେ ବଢି ଯାଇଥାଏ। ହଜମ କ୍ରିୟା ଭଲସେ ହୋଇଥାଏ। କଷ୍ଟକାଠିନ୍ୟ, ବଦହଜମି, ଏସିଡିଟି,ଗ୍ୟାଷ୍ଟିକ ଏବଂ ଡାଇରିୟା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।କାରଣ ଜୁଆଣିରେ ଥିବା ପୋଷକ ତତ୍ୱ ବା ପାଚକ ରସ କ୍ଷରକୁ ତ୍ଵରାନିତ କରିଥାଏ।

ସାଧାରଣ ଥଣ୍ଡା ଏବଂ ସର୍ଦ୍ଦି ଦୂର କରିଥାଏ।ଥଣ୍ଡା ଯୋଗୁ ନାକ ବନ୍ଦ ସମସ୍ୟାକୁ ଦୂର କରିଥାଏ। ଜୁଆଣି ଏହାକୁ ଉଷୁମ ପାଣିରେ ପକାଇ ଖାଇଲେ ଏହା ସାଧାରଣ ଥଣ୍ଡା ଏବଂ ସର୍ଦ୍ଧି ଉପରେ ଭଲ ଫଳ ଦେଇଥାଏ। କେବଳ ଏତିକି ନୁହେଁ ଜୁଆଣି ଗୁଣ୍ଡକୁ ଏକ ସଫା କପଡ଼ାରେ ବାନ୍ଧି ବାରମ୍ବାର ସୁଙ୍ଗିଲେ ମୁଣ୍ଡ ବିନ୍ଧା, ମାଇଗ୍ରାଇଣ୍ଡ ବା ଅଧା କପାଳ ମୁଣ୍ଡବିଦ୍ଧା ଦୂର ହୋଇଥାଏ। ଏହା ବ୍ୟତୀତ ସ୍ୱାଶ ରୋଗ ଭଲ କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ। ଜୁଆଣି ଗୋଟିଏ ପ୍ରାକୃତିକ ଆଣ୍ଟିବାଟିକ ଭଳି କାମ କରିଥାଏ। ଜୁଆଣି ପାଣି ପିଇଲେ ଫୁସଫୁସରେ ଜମି ଥିବା କଫ ବାହାରି ଆସେ। ତେଣୁ ସ୍ବାସ ରୋଗୀଙ୍କୁ ସ୍ବାସ ନେବାରେ ସମସ୍ୟା ଆସିନଥାଏ।

ଦାନ୍ତ ବିନ୍ଧା ଏବଂ କାନ ବିନ୍ଧା ଦୂର କରେ।ଯଦି ଥଣ୍ଡାରୁ ଆପଣଙ୍କର କାନ ବା ଦାନ୍ତ ବିନ୍ଧୁଥାଏ ତେବେ ଜୁଆଣି ଆପଣଙ୍କର ଏହି ସମସ୍ୟା ଦୂର କରିଦେଇଥାଏ। କାନ ବିନ୍ଧୁଥିଲେ କାନରେ ଦୁଇ ବୁନ୍ଦା ଜୁଆଣିର ତେଲ ପକାଇଲେ ଏହା ଦୂର ହୋଇଯାଇଥାଏ। ଏହା ଛଡା ଯଦି ଥଣ୍ଡାରୁ ଦାନ୍ତ ବିନ୍ଧୁଥାଏ ତେବେ ଉଷୁମ ପାଣିରେ ଗୋଟେ ଚାମଚ ଜୁଆଣି ଏବଂ ଅଳ୍ପ ଲୁଣ ପକାଇ ଗାରଗିଲିଙ୍ଗ କଲେ ଦାନ୍ତ ବିନ୍ଧା ଭଲ ହୋଇଯାଏ। ପ୍ରତିଦିନ ସକାଳେ ଜୁଆଣି ପାଣି ପିଇଲେ ଦାନ୍ତ ଏବଂ ମାଢିସୁସ୍ଥ ରହିଥାଏ। ଏହା ବ୍ୟତୀତ ଦାନ୍ତ ବିନ୍ଧା,ପାଇରିୟା ଏବଂ ପାଟି ଗନ୍ଧ କରିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଚୁଟି ଧଳା ହେବା ସମସ୍ୟା ଦୂର କରିଥାଏ। ଯଦି ଆପଣଙ୍କର ବୟସ ପୂର୍ବରୁ କେଶ ପାଚୁଥାଏ ତେଣୁ ଜୁଆଣିର ବ୍ୟବହାର ଦ୍ୱାରା ଏହା ଭଲ ହୋଇଯାଇଥାଏ। ଗୋଟିଏ ପାତ୍ରରେ ଭୁସଙ୍ଗ ପତ୍ର, କିଛି ଖଣ୍ଡ ଖିସମିଶ ଏବଂ ଗୋଟିଏ ଚାମଚ ଜୁଆଣି ନେଇ ତାକୁ ଫୁଟାନ୍ତୁ। ଏହି ମିଶ୍ରଣକୁ ପ୍ରତିଦିନ ପିଇଲେ କମ ବୟସରୁ ଚୁଟି ପାଚିବା ସମସ୍ୟାରୁ ମୁକ୍ତି ମିଳିଥାଏ।

ଆଣ୍ଠୁ ଗଣ୍ଠି ବ୍ୟଥା ଭଲ କରିଥାଏ। ଜୁଆଣିରେ ଥିବା ଆଣ୍ଟିବେଟିକ ଏବଂ ଆଣ୍ଟିସେପ୍ଟିକ ଗୁଣ ଆଣ୍ଠୁ ଗଣ୍ଠି ବ୍ୟଥାକୁ ସମ୍ପୂର୍ଣ ଭାବେ ଦୂର କରିବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଆଣ୍ଟିଇମ୍ପ୍ଲାମେଣ୍ଟରି ଗୁଣ ଆଣ୍ଠୁ ଗଣ୍ଠି ଫୁଲିବାକୁ ଠିକ କରିଥାଏ। ଜୁଆଣିକୁ ପେଶୀ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ଆଣ୍ଠୁ ଗଣ୍ଠି ବ୍ୟଥା ଜାଗାରେ ଲଗାନ୍ତୁ। ଏହାକୁ ଆଣ୍ଠୁ ଗଣ୍ଠି ବ୍ୟଥାରେ ଲଗାଇଲେ ବ୍ୟଥା ଦୂର ହୋଇଥାଏ। ନଚେତ ଜୁଆଣିକୁ ପାଣିରେ ମିଶାଇ ଏହି ପାଣିରେ ଗୋଡ଼ ୩୦ ମିନିଟ ବୁଡାଇ ରଖିଲେ ଏହି ବ୍ୟଥା ଦୂର ହୋଇଥାଏ।

ମାସିକ ଧର୍ମରେ ଅତ୍ୟଧିକ ବ୍ଲିଡିଂ ଏବଂ ଇରେଗୁଲାର ପିରିୟଡ଼ସ ସମସ୍ୟା ଦୂର କରିଥାଏ। ଦୁଇ ଚାମଚ ଜୁଆଣିକୁ ଗୋଟିଏ ଗ୍ଲାସ ପାଣିରେ ଫୁଟାଇ ଏହାର ସେବନ କଲେ ମାସିକ ଧର୍ମ ସମୟରେ ଅତ୍ୟଧିକ ବ୍ଲିଡିଂ ଏବଂ ଇରେଗୁଲାର ପିରିୟଡ଼ସ ସମସ୍ୟା ଦୂର ହୋଇଯାଇଥାଏ। ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ଏହି ପାଣି ପିଇଲେ ତାଙ୍କର ସବୁ ସମସ୍ୟା ଦୂର ହୋଇଯାଏ।

କିଡ୍ନୀଷ୍ଟନ ଦୂର କରିଥାଏ। କିଡ୍ନୀରେ ଷ୍ଟନକୁ ପ୍ରାକୃତିକ ଉପାୟରେ ମେଲଟ କରିବା ପାଇଁ ଜୁଆଣି ଲାଭଦାୟକ ହୋଇଥାଏ। ଗୋଟିଏ ଚାମଚ ଜୁଆଣିକୁ ଗୋଟିଏ ଚାମଚ ମହୁ ଏବଂ ଅଧା ଚାମଚ ଭିନେଗାର ସହିତ ମିକ୍ସ କରି ଏହାର ସେବନ କଲେ କିଡ୍ନୀଷ୍ଟନ ଧୀରେ ଧୀରେ ମେଲଟ ହୋଇଯାଏ। ଏବଂ କିଛି ମାସ ଏମିତି କଲେ ଶେଷରେ କିଡ୍ନୀଷ୍ଟନ ପରିଶ୍ରା ବାଟେ ବାହାରି ଯାଇଥାଏ।

ଓଜନ କମାଇବାରେ ସାହାର୍ୟ୍ଯ କରିଥାଏ। ମୋଟାପା ଓଜନ କମାଇବାରେ ବା ପେଟ ଚର୍ବି କମାଇବାରେ ଜୁଆଣି ବହୁତ ଉପଯୋଗୀ ହୋଇଥାଏ। ଯଦି ଲଗାତାର ଗୋଟିଏ ମାସ ଧରି ସକାଳେ ଜୁଆଣି ପାଣି ପିଅନ୍ତି ତେବେ ଆପଣ ୨ କେଜି ପର୍ଯ୍ୟନ୍ତ ଓଜନ କମାଇ ପାରିବେ। ଜୁଆଣି ଖାଇବା ଯୋଗୁ ମେଟାବଲିଯିମ ଭଲ ହୋଇଥାଏ। ତେଣୁ ଖାଦ୍ୟରେ ଥିବା ସମ୍ପୂର୍ଣ ଶକ୍ତି ଶରୀରକୁ ମିଳିଥାଏ। ଏବଂ ଚର୍ବି ତିଆରି ପ୍ରକ୍ରିୟା ସ୍ଥିର ହୋଇଯାଇଥାଏ।

ଡାଇବେଟିସ ରୋଗୀଙ୍କୁ ରକ୍ଷା କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇଲେ ଡାଇବେଟିସ ହେବାର ସମ୍ଭାବନା ବହୁତ କମି ଯାଇଥାଏ। କାରଣ ଏହା ଆମ ବ୍ଲଡ଼ ସୁଗର ଲେବୁଲକୁ ନିୟନ୍ତ୍ରଣ କରିଥାଏ।

ଅନିଦ୍ରା ଏବଂ ମାନସିକ ଚାପ ଦୂର କରିଥାଏ। ଜୁଆଣିର ସେବନ କଲେ ଭଲ ନିଦ୍ରା ହୋଇଥାଏ। ମାନସିକ ଚାପ ଏବଂ ଥକା ଦୂର ହୋଇଥାଏ। ଏହା ଆମ ହାର୍ଟକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା କଲେଷ୍ଟଲ କମ କରିବାରେ ସାହାର୍ଯ୍ୟ କରିଥାଏ।ରକ୍ତ ନଳୀରେ ଥିବା ବ୍ଲୋକେଜ ଦୂର ହୋଇଥାଏ। ତେଣୁ ରକ୍ତ ସଂଚାଳନ ଭଲ ହୋଇଥାଏ। ଏବଂ ହୃଦ ରୋଗ ହେବାର ସମ୍ଭାବନା କମ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଜୁଆଣିର ଡ୍ରିଙ୍କସ ବନେଇବାର ଉପାୟ ବିଷୟରେ। ଜୁଆଣିର ଡ୍ରିଙ୍କସ ବନେଇବା ପାଇଁ ୨ ଚାମୁଚ ଜୁଆଣିକୁ ରାତିରୁ ଗୋଟେ ଗ୍ଲାସ ପାଣିରେ ପକାଇ ରଖିଦିଅନ୍ତୁ ସକାଳେ ଏହି ମିଶ୍ରଣକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଉଷୁମ ହୋଇଗଲା ପରେ ଏହାର ସେବନ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *