Excuse Me Odisha

ଯାହା କହିବୁ ସତ କହିବୁ

ଏହି ୮ ଟି ସଂକେତରୁ ପ୍ରମାଣ ମିଳିଥାଏ ଯେ ଭଗବାନ ଆପଣଙ୍କ ସହିତ ଅଛନ୍ତି ! ସବୁ ସମୟରେ ସେ ଆପଣଙ୍କୁ ସହଯୋଗ କରୁଛନ୍ତି ! ଜାଣି ରଖନ୍ତୁ ଏହି ୮ଟି ସଂକେତ

ସେୟାର୍ କରନ୍ତୁ

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଏବଂ ଭଗବାନଙ୍କ ନିକଟତର ହେବା ପାଇଁ ହେବା ପାଇଁ ଆମେ ସମସ୍ତେ ଇଛା ରଖି ଥାଉ। କିନ୍ତୁ ଈଶ୍ୱର ପ୍ରତ୍ୟେକ ମନୁଷ୍ୟକୁ ତାର କର୍ମ ହିସାବରେ ଅଲଗା ଅଲଗା ଫଳ ପ୍ରଦାନ କରିଥାନ୍ତି। କାହାକୁ କେବଳ ଦୁଃଖ ମିଳେ ତ ଆଉ କାହାକୁ ସୁଖଦୁଃଖର ମିଶ୍ରିତ ଫଳ ମିଳିଥାଏ। କିନ୍ତୁ ଯେତେବେଳେ ଗୋଟିଏ ସାଧାରଣ ଲୋକ ଜୀବନରେ ଦୁଃଖର ସମୟ ଆସେ ସେ ଭାବିବାକୁ ଲାଗେ ତାପାଇଁ ବୋଧେ ଭଗବାନ ନାହାଁନ୍ତି ଓ ଭଗବାନ ତାର ଦୁଃଖ କଥା ବୁଝି ପାରୁ ନାହାନ୍ତି।

ଭଗବାନଙ୍କ କୃପା ଦୃଷ୍ଟି ହୁଏତ ତା ଉପରେ ନାହିଁ। ବନ୍ଧୁଗଣ ଆସନ୍ତୁ ଏପରି ୮ଟି ସଙ୍କେତ ବିଷୟରେ ଜାଣିବା। ଯାହାକୁ ଜାଣିବା ପରେ ଆପଣ ନିଶ୍ଚିତ ହୃଦୟଙ୍ଗମ କରିବେ ଯେ ଆପଣଙ୍କ ସହିତ ସର୍ବଦା ଭଗବାନ ଅଛନ୍ତି ଏବଂ ତାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଏହାସହିତ ଆପଣ ଜାଣି ପାରିବେ ଆପଣ ଭଗବାନଙ୍କର କେତେ ନିକଟତର ଅଛନ୍ତି।

ପ୍ରଥମ ସଙ୍କେତ – ବନ୍ଧୁଗଣ ଯଦି ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ ଏବଂ ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି ତେବେ ତାଙ୍କର ପ୍ରଥମ ସଙ୍କେତ ହେଉଛି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ବିଫଳତା ମିଳିବା। ଏହାକୁ ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଏହା ସତ୍ୟ ଅଟେ। ଆପଣ ପ୍ରତ୍ୟେକ କାର୍ଯ୍ୟରେ ଅଧିକ ପ୍ରୟାସ କରିବେ, କିନ୍ତୁ ଆପଣଙ୍କୁ ସହଜରେ ସଫଳତା ମିଳିବ ନାହିଁ । ଯେତେ ପର୍ଯ୍ୟନ୍ତ ଆପଣ ନିଜର କର୍ମକୁ ସଠିକ ଭାବରେ ବୁଝି ନାହାନ୍ତି, ସେତେ ପର୍ଯ୍ୟନ୍ତ ଆପଣ ଏହି ବିଫଳତାର ସାମ୍ନା କରିବେ।

ଦିତୀୟ ସଙ୍କେତ – ଯେତେବେଳେ ଆପଣଙ୍କର ନିଜ ଉପରେ ଥିବା ବିଶ୍ୱାସ ସମାପ୍ତ ହୋଇଯିବ ଏବଂ ଯେତେବେଳେ ଈଶ୍ୱର ଆପଣଙ୍କ ସହିତ ଥାଆନ୍ତି, ସେତେବେଳେ ଆପଣଙ୍କୁ ଏକା ଅନୁଭବ ହୁଏ। ଏହାସହିତ ସେହି ସମୟରେ ଆପଣଙ୍କର କିଛି ଜ୍ଞାନ ମଧ୍ୟ ଆସି ନଥାଏ। ଆପଣ ନିଜର ପରିସ୍ଥିତିକୁ କାହାକୁ ଜଣାଇ ପାରୁ ନଥିବେ ଓ ନିଜର ଦୁଃଖ କାହା ସହିତ ବାଣ୍ଟି ପାରୁ ନଥିବେ, ଏଭଳି ପରିକଳ୍ପନା ଆପଣଙ୍କ ମନକୁ ଦୁଃଖିତ କରିବ। ଆପଣ ଯାହାକୁ ନିଜର ଦୁଃଖ ବିଷୟରେ କହିବେ, ସେ ଆପଣଙ୍କ କଥା ପ୍ରତି ଧ୍ୟାନ ଦେବେ ନାହିଁ।

ତୃତୀୟ ସଙ୍କେତ – ଭଗଵାନଙ୍କ ଉପସ୍ଥିତିର ଆଉ ଏକ ସଙ୍କେତ ହେଉଛି,ଆପଣଙ୍କ ଜୀବନର ଦୁଃଖ ସବୁଠାରୁ ଅଧିକ ରହିବ। ଆପଣଙ୍କୁ ଏପରି ଲାଗିବ ଯେ ବର୍ତ୍ତମାନ ଆପଣଙ୍କ ଜୀବନରେ ଯେଉଁ ଦୁଃଖକଷ୍ଟର ସମୟ ଚାଲିଛି, ଏହାଠାରୁ ବଡ଼ ଦୁଃଖ କିଛି ନାହିଁ। ଦୁଃଖରେ ମଣିଷ ମନରୁ ଭାଙ୍ଗି ପଡ଼ିଥାଏ। କିନ୍ତୁ ଏହି ଦୁଃଖ ମାଧ୍ୟମରୁ ହିଁ ମଣିଷ ମନରେ ଭଗବାନଙ୍କ ପ୍ରତି ଥିବା ବିଶ୍ୱାସ, ପ୍ରେମ ଓ ଭକ୍ତି ସୃଷ୍ଟି ହୋଇଥାଏ। ସେହି ସମୟରେ ମନୁଷ୍ୟ ଏହି ସଂସାରରେ କେବଳ ଦୁଃଖ ନୁହେଁ ଏମିତି କିଛି ଅଛି ଯାହା ଏ ବ୍ରହ୍ମାଣ୍ଡ ଠାରୁ ଭିନ୍ନ ବୋଲି ହୃଦୟଙ୍ଗମ କରିଥାଏ। ମନୁଷ୍ୟ ଏହି ସମୟରେ ଭଗବାନଙ୍କୁ ଅନୁଭବ କରିଥାଏ।

ଚତୁର୍ଥ ସଙ୍କେତ – ଯେତେବେଳେ ଆପଣଙ୍କର କୌଣସି ଇଛା ପୂରଣ ହେବନାହିଁ, ସେତେବେଳେ ଆପଣଙ୍କ ଜୀବନରେ ଗୋଟିଏ ନୂଆ ପରିଭାଷା ସୃଷ୍ଟି ହେବ। ଆପଣଙ୍କର ମନର ଆତ୍ମା ଜାଗ୍ରତ ହୋଇ ଉଠିବ। ଯେତେବେଳେ ଆପଣ ନିଜ ଭିତରେ ଥିବା ଭୁଲକୁ ସୁଧାରିବା ପାଇଁ ଚେଷ୍ଟା କରିବେ, ସେତେବେଳେ ପରାଜୟର କାରଣ ଖୋଜିବାକୁ ମଧ୍ୟ ଚେଷ୍ଟା କରିବେ ଏବଂ ନିଜ ଦୁର୍ବଳତାକୁ ସବଳତାରେ ପରିଣତ କରିବା ପାଇଁ ଚେଷ୍ଟା କରିବେ। ଜୀବନରେ ହରାଇଥିବା ପ୍ରତିଟି ସ୍ବପ୍ନ ଓ ମୁହୂର୍ତ୍ତକୁ ଖୋଜିବା ପାଇଁ ଚେଷ୍ଟା କରିବେ ।ଯେତେବେଳେ ଆପଣ ନିଜର ଆତ୍ମାକୁ ଜାଣିବା ପାଇଁ ଚେଷ୍ଟା କରିବେ, ସେତେବେଳେ ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆସିବ।

ପଞ୍ଚମ ସଙ୍କେତ – ଆପଣଙ୍କ ଚରିତ୍ରରେ ପରିବର୍ତ୍ତନ ଆସିବ। ଯେତେବେଳେ ଆପଣ ନିଜ ଅନ୍ତର ଆତ୍ମା ସହିତ ଯୋଡି ହେବାରେ ଲାଗିବେ ସେତେବେଳେ ଆପଣ ନିଜର ଭୁଲ ବୁଝି ପାରିବେ। ଯାହାଫଳରେ ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆସିବ। ପ୍ରତ୍ୟେକ କାର୍ଯ୍ୟ ଆପଣ ଭଲଭାବରେ ବୁଝି ବିଚାରି କରିବେ। ଯେତେବେଳେ ଆମେ ଈଶ୍ବରଙ୍କ ମାର୍ଗରେ ଚାଲିବାକୁ ଆରମ୍ଭ କରିଥାଉ, ସେ ଆମ ଭିତରେ ପରିବର୍ତ୍ତନର ଭାବନାକୁ ଜନ୍ମ ଦେଇଥାନ୍ତି। ଯେତେ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ମାର୍ଗରେ ଚାଲିବା ନାହିଁ , ସେତେ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ନିକଟତର ହୋଇ ପାରିବା ନାହିଁ।

ଷଷ୍ଠ ସଙ୍କେତ – ଆପଣ କୌଣସି ଜିନିଷରେ ଜିତିବା କିମ୍ବା ହାରିବା ଅନୁଭବ କରିବେ ନାହିଁ। ବନ୍ଧୁଗଣ ଏହା ହିଁ ସେହି ସମୟ ଯେତେବେଳେ ଆପଣଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇ ସାରିଥିବ। ଆପଣଙ୍କ ଭିତରେ ଜୀବନକୁ ପରଖିବାର ଶୈଳୀରେ ପରିବର୍ତ୍ତନ ହୋଇଯିବ। ଯାହାଦ୍ଵାରା ଦୁନିଆରେ ଘଟୁଥିବା କାର୍ଯ୍ୟର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ। ସଂସାରରେ ଘଟୁଥିବା ଘଟଣାକୁ ଆପଣ ଗୋଟିଏ ବାସ୍ତବିକ ରୂପ ନଦେଇ ନାଟକ ବୋଲି ଭାବିବେ। ଲୋକମାନଙ୍କର ନକାରାତ୍ମକ ଭାବନା ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସପ୍ତମ ସଙ୍କେତ – ଯେତେବେଳେ ଆପଣ ଭଗବାନଙ୍କ ନିକଟତର ଅଛନ୍ତି ବୋଲି ଅନୁଭବ କରିବେ, ସେହି ସମୟରେ ହିଁ ଆପଣଙ୍କୁ ସବୁଠାରୁ ବଡ଼ ଶିକ୍ଷା ମିଳିବ। ଏହି ସମୟରେ ହିଁ ଭଗବାନ ସବୁଠାରୁ କଠିନ ପରୀକ୍ଷା ନିଅନ୍ତି। ଈଶ୍ୱର ଆପଣଙ୍କର ବିଶ୍ୱାସ, ବୁଦ୍ଧି, ଏକାଗ୍ରତା ଓ ଭକ୍ତି ଏସବୁର ପରୀକ୍ଷା ନେଇଥାନ୍ତି। ଏହି ସମୟରେ ଆପଣ ନିଜ ଜୀବନର ପ୍ରତିଟି ପରିଶ୍ରମର ଫଳ ପାଇବେ।ଆପଣଙ୍କୁ ଏପରି ଏକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ, ଯେତେବେଳେ ଆପଣ ଭାବିବାକୁ ଲାଗିବେ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, ତାଙ୍କର କିଛି ଅସ୍ତିତ୍ବ ନାହିଁ। ଏହି ସମୟରେ ଆପଣଙ୍କୁ ସବୁଠାରୁ ଅଧିକ ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି।

ଅଷ୍ଟମ ସଙ୍କେତ – ଯଦି ଏହି ସଙ୍କେତ ଆପଣଙ୍କୁ ମିଳେ ତେବେ ଆପଣ ନିଶ୍ଚିତ ଭାବରେ ଭଗବାନଙ୍କର ନିକଟତର ହୋଇ ପାରିବେ। ତାହା ହେଉଛି ଈଶ୍ବରଙ୍କ ପ୍ରତି ପ୍ରଗାଢ଼ ଅତୁଟ ଆସ୍ଥା ଓ ବିଶ୍ୱାସ। ଏହି ପରିସ୍ଥିତିରେ ପହଞ୍ଚିବା ପରେ ଆପଣଙ୍କ ମନରେ ଭଗବାନ ଆପଣଙ୍କ ସହିତ ନାହାନ୍ତି ବୋଲି କୌଣସି ଦ୍ଵନ୍ଦ ରହିବ ନାହିଁ। ପ୍ରତି ମୁହୂର୍ତ୍ତରେ ଆପଣ ଈଶ୍ବରଙ୍କ ଆସ୍ଥାକୁ ଅନୁଭବ କରି ପାରିବେ। ବନ୍ଧୁଗଣ ଭଗବାନଙ୍କୁ ପାଇବାର ଗୋଟିଏ ସଫଳ ଉପାୟ ହେଉଛି ନିଜ ଭିତରର ଦୃଶ୍ୟତାକୁ ମାରିବା ବା ପରିବର୍ତ୍ତନ କରିବା। ଏହାଦ୍ବାରା ସମାଜ ମଧ୍ୟ ଆପେ ଆପେ ପରିବର୍ତ୍ତନ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *