Excuse Me Odisha

ଯାହା କହିବୁ ସତ କହିବୁ

ପଞ୍ଚୁକରେ ଆମିଷ ସେବନ କଲେ କେଉଁ ପାପ ଲାଗେ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ଓଡିଆ ଘରର ଲୋକମାନେ କାର୍ତ୍ତିକ ମାସରେ ଆମିଷ ଖାଇବା ଛାଡି ଦେଇ ଥାଉ ।ବୈଜ୍ଞାନିକ ମତରେ ଓ ଶାସ୍ତ୍ର ଅନୁସାରେ ଏଭଳି କରିବାର କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। କିଛି ଲୋକମାନେ କାର୍ତ୍ତିକ ମାସ ସରି ନଥିଲେ ମଧ୍ୟ ସେମାନେ ପଞ୍ଚୁକ ପାଞ୍ଚଦିନ ଯାଏଁ ପାଳନ କରି ଏହାକୁ ଛାଡି ଦେଇ ଥାଆନ୍ତି। ବୈଜ୍ଞାନିକ ମାନଙ୍କ ମତରେ ଦେଖିବାକୁ ଗଲେ ଆମେ ଜାଣି ପାରିବା କି, ଏହି ମାସରେ ମାଛ ଦେହରେ ଏକ ପ୍ରକାର ରୋଗ ହୋଇ ଥାଏ , ତେଣୁ ଆମେ ଏହାକୁ ଖାଇ ନଥାଉ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଜାଣି ପାରିବା କି ଆମେ ଏହାକୁ ଭଗବାନ ଶିବଙ୍କ ପୁଅ କାର୍ତ୍ତିକଙ୍କ ମାସ ବୋଲି ପାଳନ କରିଥାଉ। ଭଗବାନ ଶିବଙ୍କ ପୁଅ କାର୍ତ୍ତିକ ବହୁତ ଉଦାର ହୃଦୟର ଅଟନ୍ତି ।ସେ ସବୁ ପଶୁପକ୍ଷୀଙ୍କୁ ଭଲ ପାଇ ଥାଆନ୍ତି। ତେଣୁ ଏହି ମାସରେ ଆମିଷ ଖାଇବାକୁ ମନା କରାଯାଇଥାଏ। ପଞ୍ଚୁକ ପାଞ୍ଚଦିନ ଯାଏ ଏହାର ମହତ୍ଵ ଅଧିକ ହୋଇ ଯାଇଥାଏ। ଏହି କାର୍ତ୍ତିକ ମାସକୁ ପୂଣ୍ୟର ମାସ ବୋଲି କୁହାଯାଏ। କିଛି ଲୋକଙ୍କ ଘରକୁ ଆମିଷ ବା ପିଆଜ ରସୁଣ ମଧ୍ୟ ପଶି ନଥାଏ । ଏହାର ଆଉ ଏକ ମହତ୍ଵ ରହିଛି, ତାହା ହେଉଛି ଯେତେବେଳେ ରାବଣ ଦେବୀ ସୀତାଙ୍କୁ ହରଣ କରି ତାର ଲଙ୍କା ଦେଶକୁ ନେଇ ଯାଇଥିଲା, ସେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ର ଦେବୀ ସୀତାଙ୍କୁ ଆକୁଳ ହୋଇ ଖୋଜୁ ଥିଲେ।

ସେତେବେଳେ ଗୋଟେ ବଗ ଭଗବାନ ଶ୍ରୀରାମଙ୍କୁ କହିଥିଲା କି ଆପଣଙ୍କ ପତ୍ନୀ ଦେବୀ ସୀତାଙ୍କୁ ଲଙ୍କାର ରାଜା ରାବଣ ହରଣ କରି ନେଇଛି। ଯାହା ଦ୍ଵାରା ଶ୍ରୀରାମଚନ୍ଦ୍ର ଆଶ୍ଵସ୍ତ ହୋଇ ତାଙ୍କୁ ଏକ ବର ମାଗିବା ପାଇଁ କହିଥିଲେ। ସେହି ସମୟରେ ବଗ କହିଲା, ପ୍ରଭୁ ମୁଁ ମୋର ଧର୍ମ ପାଳନ କରୁଛି। ଆପଣ ଜାଣିଥିବେ କି ମୁଁ ସବୁଦିନ ଖାଦ୍ୟ ଖୋଜିବା ପାଇଁ ଯାଏ ଓ ଯାହା ଖାଦ୍ୟ ମୋତେ ମିଳେ, ତାହାକୁ ଆଣି ମୋ ପିଲା ଓ ସ୍ତ୍ରୀକୁ ଖାଇବା ପାଇଁ ଦିଏ। ଭଗବାନ କହିଲେ ହଁ ଏହା ତୁମର ଧର୍ମ ଅଟେ।

ଏହାପରେ ଭଗବାନଙ୍କୁ ବଗ କହିଲା, ବର୍ଷା ସମୟରେ ମୁଁ ଆଉ ବାହାରକୁ ଖାଦ୍ୟ ଖୋଜିବା ପାଇଁ ଯିବି ନାହିଁ। ମୋ ବଦଳରେ ମୋ ସ୍ତ୍ରୀ ଖାଦ୍ୟ ଆଣିବାକୁ ବାହାରକୁ ଯିବ। ଭଗବାନଙ୍କୁ ବଗ କହିଲା, ହେ ପ୍ରଭୁ! ଆପଣ ମୋତେ ଏହି ବରଦାନ ଦିଅନ୍ତୁ। ଏହାଛଡା ମୋର ଆଉ କିଛି ଦରକାର ନାହିଁ। ଶ୍ରୀରାମଚନ୍ଦ୍ର ବାଧ୍ୟ ହୋଇ ବଗକୁ ବରଦାନ ଦେଲେ। ଏହାପରେ ବଗ କହିଲା, ହେ ଭଗବାନ! ମୋ ସ୍ତ୍ରୀର ଅଇଁଠା ମୁଁ ଖାଇଲେ, ଏହି ପାପ କିଭଳି କଟିବ ? ଭଗବାନ କହିଲେ, ତୋର ଏହି ପାପକୁ କାଟିବା ପାଇଁ ମୁଁ ଏକ ଉପାୟ କହୁଛି। ଯେଉଁ ମାନେ କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଆମିଷ ସେବନ କରିବେ, ସେମାନେ ଏହି ପାପକୁ ଧାରଣ କରିବେ। ତାପରେ ତୁ ମୁକ୍ତ ହୋଇଯିବୁ। ତେଣୁ ଆପଣ ମାନେ ମଧ୍ୟ ପଞ୍ଚୁକ ସମୟରେ ଆମିଷ ସେବନ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *