Excuse Me Odisha

ଯାହା କହିବୁ ସତ କହିବୁ

ଯଦି କୋଟିଏ ଟଙ୍କାର କରଜ ବି ଆପଣଙ୍କର ଅଛି ତା ହେଲେ ସବୁ ହୋଇଯିବ ମାଫ, ବାସ ହନୁମାନ ମନ୍ଦିରରେ ଏହି ଗୋଟିଏ ଜିନିଷ ଚଢ଼ାନ୍ତୁ

ସେୟାର୍ କରନ୍ତୁ

କଥାରେ ଅଛି କୌଣସି ବ୍ୟକ୍ତି ଋଣ କଲେ, ସେଥିରୁ ମୁଳୁଳିବା ସହଜ ହୋଇ ନଥାଏ। ଏପରି ଥରେ କରଜ କଲେ, ବାରମ୍ବାର କରଜ କରିବାକୁ ଇଚ୍ଛା ହୋଇଥାଏ। ବ୍ୟକ୍ତି ଜଣକ କରଜରେ ବୁଡି ରହିଲେ ସର୍ବଦା ଚିନ୍ତାରେ ରହିଥାଆନ୍ତି। ଏହି ଚିନ୍ତା ବ୍ୟକ୍ତିର ଦୁର୍ଭାଗ୍ୟର କାରଣ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ମହାବୀର ହନୁମାନଙ୍କର ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣ ମାନେ କରଜରୁ ମୁକ୍ତି ପାଇ ପାରିବେ।

କଳିଯୁଗର ସଙ୍କଟ ମୋଚନ ଭାବେ ମହାବୀର ହନୁମାନଙ୍କୁ ମାନା ଯାଇଥାଏ। ତାଙ୍କର କୃପାରୁ ବ୍ୟକ୍ତିର ଜୀବନରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହୋଇଯିବ। ଏହି ଉପାୟ ଅତ୍ୟନ୍ତ ସହଜ ଓ ସରଳ ଅଟେ। ଏହି ଉପାୟକୁ କରିବା ପାଇଁ ଆପଣ ମାନଙ୍କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଭିତରୁ ଗୋଟେ ଦିନକୁ ବାଛିବାକୁ ପଡ଼ିବ। ତେବେ ଏହି ଉପାୟ କରିବା ପାଇଁ ଆପଣଙ୍କୁ ୧୧ଟି ପାନପତ୍ର, ୧୧ଟି ଗୁଆ ଓ ପ୍ରଭୁ ହନୁମାନଙ୍କ ସିନ୍ଦୁରର ଆବଶ୍ୟକତା ରହିଛି। ଏହି ସିନ୍ଦୁର କେବଳ ନାରଙ୍ଗୀ ବା କମଳା ରଙ୍ଗର ହୋଇଥିବା ଜରୁରୀ ଅଟେ।

ଏହି ସିନ୍ଦୁରକୁ ନେଇ ସବୁ ପାନପତ୍ରରେ ଚମେଲୀ ତେଲ ପକାଇ ଭଗବାନ ରାମଚନ୍ଦ୍ରଙ୍କ ନାମ ଲେଖନ୍ତୁ।ଏହାପରେ ଗୁଆକୁ ସିନ୍ଦୁର ଲଗାଇ ପାନ ପତ୍ରରେ ବାନ୍ଧି ନାଲି ସୂତାରେ ବାନ୍ଧି ଦେବେ। ଏହାପରେ ନିଜ ଘର ପାଖରେ ଥିବା ମହାବୀର ହନୁମାନଙ୍କ ମନ୍ଦିରରେ ଯାଇ ଚମେଲୀ ତେଲରେ ଦୀପ ଜଳାଇ ୧୧ ଥର ହନୁମାନ ଚାଳିଶା ପାଠ କରନ୍ତୁ। ଗୋଟିଏ ଥର ଲେଖାଏଁ ହନୁମାନ ଚାଳିଶା ପାଠ କରି ସାରିବା ପରେ ଯେଉଁ ପାନ ପତ୍ରରେ ଗୁଆ ଦେବା ବନ୍ଦ ହୋଇଯିବ, ସେହି ପାନକୁ ମହାବୀର ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟଟି ଆପଣ ସପ୍ତାହକୁ ଥରେ ମାତ୍ର କରନ୍ତୁ।

ଏହାପରେ ପରଦିନ ଏହି ପାନ ପତ୍ରକୁ ବରଗଛରେ ରଖି ଦେବେ। ଏପରି କରିବା ଦ୍ଵାରା ଆପଣ କରଜରୁ ମୁକ୍ତି ପାଇବେ। ଏହାସହିତ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ଓ ନବଗ୍ରହ ଶାନ୍ତି ହୋଇଥାଏ। ଆପଣଙ୍କ ଜୀବନରେ ଚାଲିଥିବା ଅନେକ ସମସ୍ୟାର ସମାଧାନ ହେବା ସହିତ ଚାକିରି ସମସ୍ଯା ମଧ୍ୟ ଦୂର ହୋଇଯିବ । ତେବେ ମହାବୀର ହନୁମାନଙ୍କ କୃପାରୁ ଆପଣ ଏହି ଉପାୟ କରିବା ଦ୍ଵାରା କରଜରୁ ମୁକ୍ତି ପାଇ ପାରିବେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ , ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *