Excuse Me Odisha

ଯାହା କହିବୁ ସତ କହିବୁ

ଏହି ମୁଠାଏ ଚାହାପତି ସାତ ପିଢ଼ି ଯାଏଁ କରି ଦିଏ ଧନୀ,ପାଖ ମାଡି ନଥାଏ ଅଭାବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସାତ ପିଢ଼ିଯାଏ କରିଦିଏ ଧନୀ ଅଭାବ କଣ ଭୁଲାଇ ଦିଏ ମାତ୍ର ମୁଠାଏ ଚା ପତି।

ବନ୍ଧୁଗଣ ଛୋଟ ଛୋଟ ଉପାୟମାନ ଯାହାକି ଆପଣ ମାନଙ୍କୁ ଉନ୍ନତିର ଶୀର୍ଷରେ ପହଞ୍ଚାଇ ଦେଇଥାଏ ଓ ଅନେକ ମାତ୍ରାରେ ସହାୟକ ହୋଇଥାଏ। ବନ୍ଧୁଗଣ ପ୍ରାଚୀନ ଗ୍ରନ୍ଥ ପ୍ରାଚୀନ ଜ୍ଞାନର ସମସ୍ତ ବିବରଣୀ ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣ ମାନଙ୍କୁ ଆମେ ଜଣାଇଥାଉ। ଆଜିର ଏହି ପୋଷ୍ଟରେ ଏପରି କିଛି ଉପାୟମାନ ଜଣାଇବୁ ଯାହାକୁ ପ୍ରୟୋଗ କରି ଆପଣ ମାନଙ୍କର ଘରର ଆର୍ଥିକ ସମସ୍ୟାକୁ ଦୂର କରିପାରିବେ।ଆର୍ଥିକ କଷ୍ଟରୁ ମୁକ୍ତି ପାଇପାରିବେ ଏବଂ ଘରେ ଧନ ବୃଦ୍ଧି କରିପାରିବେ।

ଲୁଣ। ଏହି ଲୁଣ ଦେଖିବାକୁ ଅତି ସାମାନ୍ୟ ହୋଇଥାଏ ମାତ୍ର ଭିତରୁ ଅତ୍ୟନ୍ତ ଚମତ୍କାରୀ ହୋଇଥାଏ। ଏହା ସମୁଦ୍ରରୁ ଉତ୍ପନ ହେଉଥିବାରୁ ଘରର ସମସ୍ତ ବାସ୍ତୁଦୋଷକୁ ଦୂର କରିଥାଏ ଓ ବାସ୍ତୁକୁ ଶାନ୍ତ କରିଥାଏ। ଘରେ ଥିବା ଦୁଃଖ ଦୁର୍ଦଶା ସମସ୍ୟାମାନ ଦୂର କରିଥାଏ। ଏହି ଲୁଣକୁ କିପରି ପ୍ରୟୋଗ କରାଯାଏ ଆସନ୍ତୁ ଜାଣିନେବା। ଏକ ମୁଠି ଲୁଣ ନେଇ ଘରର ଚାରିପଟେ ୭ ଥର ପରିକ୍ରମା କରି ନିଅନ୍ତୁ। ଘରର ବାହାର ପଟେ ଅସମ୍ଭବ ହେଲେ ଘରର ଭିତର ପଟେ ଏହାକୁ କରିବେ। ଏହିପରି ପରିକ୍ରମା କରିବା ସମୟରେ ପ୍ରାର୍ଥନା କରନ୍ତୁ। ନିଜର ଦୁଃଖ ଭଗବାନଙ୍କୁ ଜଣାନ୍ତୁ। ଏପରି କରିବା ଦ୍ୱାରା ରାହୁ ସମେତ ଅନ୍ୟ ଗ୍ରହ ମାନଙ୍କର କୁପ୍ରଭାଵରୁ ମୁକ୍ତି ମିଳିଥାଏ। ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ଘରୁ ପଳାୟନ କରିଥାନ୍ତି ଏବଂ ଘରେ ଯଦି ଅଲକ୍ଷ୍ମୀ ବାସ କରିଥାନ୍ତି ତେବେ ଅଲକ୍ଷ୍ମୀ ମଧ୍ୟ ପଳାୟନ କରିଥାନ୍ତି। ଏହା ସହିତ ଧନ ସୁଖ ସମୃଦ୍ଧିରେ ବୃଦ୍ଧି ଘଟିଥାଏ। ଧନର ସଞ୍ଚୟ ହୋଇଥାଏ। ତେବେ ଏହି ଉପାୟଟିକୁ କିପରି କରିବେ। ଲୁଣ ମୁଠାଏକୁ ହାତରେ ଧରି ଘରର ଚାରିପଟେ ୭ ଥର ପରିକ୍ରମା କରନ୍ତୁ ଏବଂ ଏହା ପରେ ସେହି ଲୁଣକୁ ନେଇ କୌଣସି ଏକ ଦୂଷିତ ଜଳରେ ପ୍ରବାହିତ କରି ଦିଅନ୍ତୁ ବା ଡ୍ରେନରେ ପ୍ରବାହିତ କରି ଦିଅନ୍ତୁ ଏବଂ ଘରକୁ ଫେରି ଆସନ୍ତୁ।

ଦ୍ୱିତୀୟ । ଏକ ମୁଠି ଚିନି ନିଅନ୍ତୁ ଏହାକୁ ଲାଲ ରଙ୍ଗର କପଡ଼ାରେ ବା ସାଲୁ କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ଯେକୌଣସି ମନ୍ଦିରରେ ତାହାକୁ ଅର୍ପଣ କରି ଫେରି ଆସନ୍ତୁ। ଏହି ଉପାୟକୁ କରି ଅନେକ ଲୋକ ଲାଭବାନ ହୋଇ ସାରିଛନ୍ତି। ଏହି ଉପାୟଟି ହେଉଛି କରଜରୁ ମୁକ୍ତି ପାଇବା ପାଇଁ। ବହୁ ପରିମାଣର କରଜ କରି ଚିନ୍ତାରେ ପଡ଼ିଥିବା ଲୋକମାନଙ୍କ ପାଇଁ। ବହୁତ କରଜ କରି ସୁଝିବାର ବାଟ ପାଉନଥିବା ଲୋକ ମାନଙ୍କ ପାଇଁ ଏହା ବହୁତ ଲାଭକାରୀ ଅଟେ। ଏକ ମୁଠି ଚିନିକୁ ଲାଲ ଚନେରୀରେ ବାନ୍ଧି ଦିଅନ୍ତୁ କିମ୍ବା ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ତାହାକୁ ନେଇ ଯେକୌଣସି ମନ୍ଦିରରେ ଅର୍ପଣ କରି ଫେରି ଆସନ୍ତୁ ଏହି ଉପାୟଟିକୁ କରି ଅନେକ ଲୋକ ଲାଭବାନ ହୋଇଛନ୍ତି।

ତୃତୀୟ ଉପାୟ। ଚା ପତିର ଉପାୟ। ଏହା ଅତ୍ୟନ୍ତ ଚମତ୍କାରି ଉପାୟ ଅଟେ। ଏହା ରାହୁ ଦୋଷରୁ ମୁକ୍ତି ଦେଇଥାଏ। ଘରୁ ରାହୁ ଗ୍ରହଙ୍କୁ ଦୂର କରିବାରେ ସହାୟକ ହୋଇଥାଏ ଏବଂ ଘରୁ ଦରିଦ୍ରତା ଦୂର କରିବା ପାଇଁ ସହାୟକ ହୋଇଥାଏ। ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ରାହୁ ଗ୍ରହ ଅତ୍ୟନ୍ତ ବିପଦ ଜନକ ଗ୍ରହ ଅଟନ୍ତି ଏବଂ ସେ କଳା ରଙ୍ଗକୁ ଦେଖି ସେ ଟାଣି ହୋଇ ଆସନ୍ତି। ଏହି ଚା ପତି ମଧ୍ୟ କଳା ରଙ୍ଗର ହୋଇଥାଏ। ଏଣୁ ରାହୁଙ୍କୁ ପ୍ରାର୍ଥନା କରନ୍ତୁ ମୋ ଘରୁ ବା ମୋ ପାଖରୁ ଦୂରେଇ ଯାଆନ୍ତୁ। ଏହି ଚା ପତିରେ ପ୍ରବେଶ କରନ୍ତୁ। ଏପରି ପ୍ରାର୍ଥନା କରି ଚା ପତିକୁ ହାତ ମୁଠାରେ ଧରି ଘରର ଚାରିପଟେ ୭ ଫେରା ପରିକ୍ରମା କରନ୍ତୁ। ଏବଂ ଏହା ପରେ ସେହି ଚା ପତିକୁ ନେଇ ପ୍ରବାହିତ ଜଳରେ ବା ଚଲା ପାଣିରେ ପକାଇ ଦିଅନ୍ତୁ। ଦେଖିବେ ସେହିଦିନ ଠାରୁ ସମସ୍ତ ସମସ୍ୟା ମାନଙ୍କରୁ ମୁକ୍ତି ମିଳିଥାଏ। ଧନର ଆଗମନ ହୋଇଥାଏ। ସୌଭାଗ୍ୟର ଦ୍ୱାର ଖୋଲିଯାଇଥାଏ। ଭାଗ୍ୟ ଉଦୟ ହୋଇଥାଏ। ଧନର ବୃଦ୍ଧି ଘଟିଥାଏ। ଏହି ୩ଟି ଉପାୟ ମଧ୍ୟରୁ ଯାହା ଆପଣଙ୍କୁ ଭଲ ଲାଗିବ ତାହାକୁ କରନ୍ତୁ। ଏହାକୁ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଉଦୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *