Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ସଫେଇ କରିବା ବେଳେ ଯଦି ଏସବୁ ଜିନିଷ ପାଉଛନ୍ତି, ତେବେ ବର୍ଷିବ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ

ସେୟାର୍ କରନ୍ତୁ

ବନ୍ଧୁଗଣ କେବଳ ହିନ୍ଦୁ ଧର୍ମରେ ନୁହେଁ, ବରଂ ସବୁ ଧର୍ମରେ ଦୀପାବଳି ପର୍ବ ଖୁବ୍‌ ଧୁମଧାମରେ ପାଳନ କରାଯାଇଥାଏ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦୀପାବଳୀ ପର୍ବ ପାଳିତ ହୁଏ। ଆଲୋକର ପର୍ବ ହେଉଛି ଦୀପାବଳି। ଚଳିତବର୍ଷ ୪ ନଭେମ୍ବର ୨୦୨୧ରେ ଗୁରୁବାର ଦିନ ଦୀପାବଳି ପଡ଼ୁଛି। ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ଖୁବ୍‌ ପସନ୍ଦ ବୋଲି ମାନ୍ୟତା ରହିଛି। ତେଣୁ ଯେଉଁ ସ୍ଥାନ ସଫାସୁତୁରା ବା ପରିଷ୍କାର ପରିଚ୍ଛନ୍ନ ରହିଥାଏ, ସେଠାରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଦୀପାବଳି ପୂର୍ବରୁ ଲୋକମାନେ ପ୍ରାୟତଃ ଘରକୁ ସଫାସଫି କରିଥାନ୍ତି। ଆପଣ ବି ଏବେ ଠୁ ଘରର ସଫେଇ କରିବା ଆରମ୍ଭ କରି ଦେଇଥିବେ। ତେବେ ଘରକୁ ପରିଷ୍କାର କରିବା ସମୟରେ ଯଦି ଘରୁ ଅଚାନକ ଏହି ୫ଟି ଜିନିଷ ମିଳେ, ତାହେଲେ ବୁଝିଯାଆନ୍ତୁ ଯେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଛି।

ଦୀପାବଳି ସମୟରେ ଏହିସବୁ ଜିନିଷ ମିଳିବା ଶୁଭ ହୋଇଥାଏ –

– ଦୀପାବଳୀରେ ଘର ସଫା କରିବା ସମୟରେ ଯଦି ଆପଣଙ୍କୁ ପୁରୁଣା ପର୍ସ କିମ୍ବା ଡ୍ରେସ୍‌ ପକେଟରୁ ପଇସା ମିଳେ ତେବେ ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହି ଟଙ୍କାକୁ କୌଣସି ଧାର୍ମିକ କାର୍ଯ୍ୟରେ ଉପଯୋଗ କରି ଦେବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

– ଘର କିମ୍ବା ଠାକୁର ଘର ସଫା କରିବା ସମୟରେ ଯଦି ବଇଁଶୀ କିମ୍ବା ମୟୂର ପର ମିଳେ, ତାହେଲେ ତାହା ଶୁଭ ମାନା ଯାଇଥାଏ। କୁହାଯାଏ, ଏସବୁ ଜିନିଷର ସମ୍ପର୍କ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରହିଛି। ଏହି ଜିନିଷ ମିଳିଲେ, ଘରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବଜାୟ ରହିଥାଏ।

– ଘର ସଫେଇ ସମୟରେ ଯଦି ଶଙ୍ଖ କିମ୍ବା କଉଡ଼ି ମିଳେ, ତାହେଲେ ଏହାକୁ ଗଙ୍ଗାଜଳରେ ସ୍ନାନ କରାଇ ଧନଭଣ୍ଡାର ଥିବା ସ୍ଥାନରେ ରଖନ୍ତୁ। ଏଭଳି କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ।

– ରୋଷେଇ ଘର ସଫା କରିବା ସମୟରେ ଯଦି କିଛି ଚାଉଳ ମିଳୁଛି, ଯାହାକୁ ଆପଣ ରଖିବା ପାଇଁ ପୁରାପୁରି ଭୁଲିଯାଇଛନ୍ତି। ତାହେଲେ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ।

– ଘର ସଫା କରିବା ସମୟରେ ଯଦି ଲାଲ ସାଲୁ କପଡ଼ା ମିଳେ, ତାହେଲେ ଏହାକୁ ସମ୍ଭାଳି ରଖନ୍ତୁ। ଏହି ଲାଲ ସାଲୁ କପଡା ଆପଣଙ୍କ ଭବିଷ୍ୟତକୁ ରଙ୍ଗୀନ କରିବ, ଏଭଳି ମାନ୍ୟତା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *