Excuse Me Odisha

ଯାହା କହିବୁ ସତ କହିବୁ

କାହା ପାଦଧୂଳି ଘରେ ପଡ଼ିଲେ ଗରିବଲୋକ ମଧ୍ୟ ହୋଇଯାଏ ଧନୀ, ଜାଣନ୍ତୁ ୨୦ଟି ଅନୁଚିନ୍ତା

ସେୟାର୍ କରନ୍ତୁ

ବନ୍ଧୁଗଣ ଜୀବନରେ କିଛି ନୀତି ନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ ଅଟେ। ଏହାଦ୍ବାରା ବ୍ୟକ୍ତିର ଅଭାବ ଅସୁବିଧା ଦୂର ହୋଇ ବ୍ୟକ୍ତିକୁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ପୋଡି ଯାଇଥିବା ବା ନିଆଁ ପଡି ସାମାନ୍ଯ କଣା ହୋଇ ଯାଇଥିବା ବସ୍ତ୍ର ପିନ୍ଧିବା ଅନୁଚିତ। ଯଦି ଘର ଭିତରକୁ ମାଙ୍କଡ ପଶି ଯାଏ, ତାହେଲେ ସେହି ଘରର ଅର୍ଥହାନୀ ହୋଇଥାଏ। ତେଣୁ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ସହିତ ଦକ୍ଷିଣା ଦାନ କରିବା ଉଚିତ। ସବୁବେଳେ କାଚ ପାତ୍ରରେ ଲୁଣ ରଖିବା ଉଚିତ। ସେଥିରେ ଚାରୋଟି ଲବଙ୍ଗ ପକାଇ ରଖିଲେ ଋଣ ଭାର ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଧ୍ୟ ସ୍ୱଚ୍ଛଳ ହୋଇଥାଏ।

ପ୍ରତ୍ଯେକ ଦିନ ଗୀତାର ଗୋଟିଏ ହେଲେ ମଧ୍ୟ ଶ୍ଳୋକ ପାଠ କରିବା ଉଚିତ। ବିଶେଷ କରି ଗର୍ଭବତୀ ମହିଳା ମାନେ ଗୀତା ପାଠ କଲେ ଅତ୍ୟନ୍ତ ମଙ୍ଗଳ ହୋଇଥାଏ। ଠାକୁର ପୂଜା କରିବା ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଉଚିତ । ସେହିପରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ମୁଦି ପିନ୍ଧିବା ମଙ୍ଗଳକାରୀ ସବ୍ୟସ୍ତ୍ୟ ହୋଇଥାଏ। ସୂର୍ଯ୍ୟାସ୍ତ ପରେ ବାହାର ଲୋକଙ୍କୁ କ୍ଷୀର, ହଳଦୀ ଓ ଝାଡୁ ଆଦି ଜିନିଷ ଦିଅନ୍ତୁ ନାହିଁ, ଏହା ଅମଙ୍ଗଳକାରୀ ହୋଇଥାଏ।

ବାଡିରେ କିମ୍ବା ଘରେ ମହୁଫେଣା ହୋଇଥିଲେ ଏହାକୁ ଭାଙ୍ଗନ୍ତୁ ନାହିଁ। କାରଣ ଏହା ରହିବା ଦ୍ୱାରା ଆପଣଙ୍କୁ ବହୁତ ଶୁଭଫଳ ପ୍ରାପ୍ତ ହୋଇଥାଏ। କେବେବି ନିମ୍ବଗଛ କାଟିବା କିମ୍ବା ନିମ୍ବକାଠ ଜାଳିବା ଉଚିତ ନୁହେଁ। କାରଣ ଏହାର ଧୂଆଁ ନାକରେ ବାଜିଲେ ନପୁଂସକତା ଦେଖା ଦେଇଥାଏ। ବାଥରୁମ ବା ଗାଧୁଆ ଘରେ ନଖ କିମ୍ବା ଦାଢି କାଟିବା ଅମଙ୍ଗଳକାରୀ ଓ କ୍ଷତିକାରକ ହୋଇଥାଏ। ଛେଳି ଖୁରାର ଧୂଳି କିମ୍ବା ଘୁଷୁରୀ ଖୁରାର ଧୂଳି ଘରେ ପଡିବା ଅଶୁଭ ଅଟେ।

ଛେଳି ଖୁରା ବା ଘୁଷୁରୀ ଖୁରାର ଧୂଳି ଘରେ ପଡ଼ିଲେ, ଧନହାନୀ ହେବା ସହିତ ଘରେ ଦରିଦ୍ରତା ଦେଖା ଦେଇଥାଏ। ଗାଈ ଖୁରାର ଧୂଳି, ଧାନର ଧୂଳି, ଭଣଜା ପାଦଧୂଳି କିମ୍ବା ବ୍ରାହ୍ମଣ ପାଦଧୂଳି ଘରେ ପଡିଲେ, ଘରୁ ଦରିଦ୍ରତା ଦୂର ହୋଇ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ରବିବାର ଦିନ ବେଲଗଛ ପୂଜା କରି ପ୍ରଦକ୍ଷିଣ କରିବା ମଙ୍ଗଳମୟ ହୋଇଥାଏ। ଏହିପରି ସାତୋଟି ରବିବାର ଯାଏଁ କଲେ, ଆପଣଙ୍କର ସମସ୍ତ ମନୋସ୍କାମନା ପୂରଣ ହେବ।

କୌଣସି ବ୍ୟକ୍ତିର କୁଣ୍ଡଳୀରେ କାଳସର୍ପ ଦୋଷ ଥିଲେ କିମ୍ବା ବିବାହ ବିଳମ୍ବ ହେଉଥିଲେ, ଗାଧୁଆ ଘରେ ଆଳତୀ କର୍ପୁର ରଖିବା ଦ୍ଵାରା ଶୁଭଫଳ ପ୍ରାପ୍ତ ହୋଇଥାଏ। ଘର ବାହାରେ ପଥର ଗଦା କରି ରଖିବା କିମ୍ବା କଣ୍ଟାଗଛ ଓ କ୍ଷୀର ବାହାରୁଥିବା ଗଛ ଆଦି ରଖିବା ଉଚିତ ନୁହେଁ। ଏହି ଗଛ ଘର ବାହାରେ ରହିଲେ ଏହା ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ଘରେ କେବେବି କୁଲା ଓ ଛାଞ୍ଚୁଣୀ ଏକାଠି ରଖିବା ଉଚିତ ନୁହେଁ , ଏହା ଅଶୁଭ ଏବଂ ଅମଙ୍ଗଳ ହୋଇଥାଏ। ବିବାହିତା ମହିଳା ମାନେ ସିନ୍ଦୁର ପିନ୍ଧିବା ବେଳେ ଗଭାରେ ଧଳା ରଙ୍ଗର ଫୁଲ ଲଗାଇବା ଉଚିତ।

ଯଦି ଆପଣଙ୍କ ଘରେ କୌଣସି ଅଶୁଭ କାର୍ଯ୍ୟ ଘଟୁଛି, ତାହେଲେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରନ୍ତୁ ଏବଂ ରାଶି ଲଡୁ ଭୋଗ ଲଗାନ୍ତୁ।ଏଭଳି କରିବା ଦ୍ୱାରା ଘରୁ ଅଶାନ୍ତି ଦୂର ହୋଇଥାଏ।

ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆଗକୁ ଏହିଭଳି ବାସ୍ତୁ ଓ ଅନୁଚିନ୍ତା ମୂଳକ ପୋଷ୍ଟ ପଢିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *