Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସରେ (୦୩ ନଭେମ୍ବର) ଘରକୁ ଆଣନ୍ତୁ ଏହି ୧୦ଟି ଜିନିଷ,ଘରେ ଧନ ସମ୍ପତି ପୁରି ଉଠିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନତେରସ ଘରକୁ ଆଣନ୍ତୁ ଏହି ୧୦ ଟି ଜିନିଷ ଧନର ବୃଦ୍ଧି ହେବ।

ବନ୍ଧୁଗଣ ପବିତ୍ର ଧନନ୍ତରୀ ଜୟନ୍ତୀ ବା ଧନତେରସ ଚଳିତ ବର୍ଷ ୩ ନଭେମ୍ବରକୁ ପଡ଼ିବାକୁ ଯାଉଅଛି। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଧନତେରସ ଦିନ କେଉଁ ଜିନିଷ କିଣିବା ଦ୍ୱାରା ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହେବା ସହିତ ଘରକୁ ଧନର ଆଗମନ ହେବ। ବନ୍ଧୁଗଣ ବର୍ତ୍ତମାନ ଧନତେରସ ଏବଂ ଦୀପାବଳିର ମାହଲ ଚାଲିଆସୁଛି। ଏହି ଦୁଇ ପର୍ବ ଧନକୁ ଜଡିତ ଅଟେ। ସେଥିପାଇଁ ଏହି ଦୁଇ ଦିନ କରାଯାଉଥିବା କାମ ଆମ ଧନରେ ବୃଦ୍ଧି କରିଥାଏ। ଏହି କାରଣ ଅଟେ କି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେ କଣ ଉପାୟ କରିଥାନ୍ତି। ଜ୍ୟୋତିଷ ଆଉ ତନ୍ତ୍ର ଶାସ୍ତ୍ରରେ କିଛି ଏମିତି ବସ୍ତୁ ବିଷୟରେ କୁହାଯାଇଅଛି ଯାହାକୁ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆଉ ଘରକୁ ଧନର ଆଗମନ ହୋଇଥାଏ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା କିଛି ଏମିତି ବସ୍ତୁ ବା ଜିନିଷ ବିଷୟରେ ଯାହାକୁ ଯଦି ଆପଣ ଧନତେରସ ଦିନ ଘରେ ସ୍ଥାପିତ କରିଦେବେ ଆପଣଙ୍କ ଘରେ ୧୦୦ ବର୍ଷ ପର୍ଯ୍ୟନ୍ତ ଟଙ୍କାର ଅଭାବ ହେବ ନାହିଁ ତେବେ ଆସନ୍ତୁ ଜାଣିବା

ଲୁଣ। ଅନେକ ଲୋକ ଧନତେରସ ଦିନ ସୁନା ରୂପା ପିତଳ ଆଦି ଜିନିଷ ଘରକୁ ଆଣିଥାନ୍ତି କିନ୍ତୁ ଏହା ବଦଳରେ ଯଦି ଆପଣ ଗୋଟେ ଲୁଣ ପକେଟ ଧନତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନର ବୃଦ୍ଧି ହେବ। କାରଣ ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ କିନ୍ତୁ ଲୁଣର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ।

ହଳଦୀ। ଆପଣ ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ତେବେ ଆପଣଙ୍କର ବହୁତ ଶୁଭ ହୋଇଥାଏ। ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ।

ଗୋମତି ଚକ୍ର। ଗୋମତି ଚକ୍ର ଆପଣଙ୍କୁ ମାର୍କେଟରେ ବହୁତ ସହଜରେ ମିଳିଯିବ। ଏହି ଗୋମତି ଚକ୍ରକୁ ଯଦି ଆପଣ ଧନତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ।

ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ର। ଯଦି ଆପଣ ଧନତେରସ ଦିନ ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ।

ରୂପାରେ ତିଆରି ମା ଲକ୍ଷ୍ମୀଙ୍କର କିମ୍ବା ଭଗବାନ ଗଣେଶଙ୍କଙ୍କର ମୂର୍ତ୍ତି। ଧନତେରସ ଏବଂ ଦୀପାବଳି ଦିନ ବିଧି ବିଧାନରେ ପୂଜା କରିବା ପରେ ରୂପାରେ ତିଆରି ମା ଲକ୍ଷ୍ମୀ କିମ୍ବା ଗଣେଶଙ୍କର ମୂର୍ତ୍ତି ଘରେ ସ୍ଥାପିତ କରନ୍ତୁ। ଏହା କରିବା ଦ୍ୱାରା କେବେବି ଧନର କମି ହୋଇନଥାଏ ଆଉ ଘରେ ସୁଖ ଶାନ୍ତିର ବାସ ହୋଇଥାଏ।

ଲଘୁ ନଡ଼ିଆ। ଏହି ନଡ଼ିଆ ସାମାନ୍ୟ ନଡ଼ିଆ ଠାରୁ ଟିକେ ସାନ ହୋଇଥାଏ। ଏହା ଶ୍ରୀ ଫଳ ମଧ୍ୟ କୁହାଯାଇଥାଏ ଅର୍ଥାତ ମା ଲକ୍ଷ୍ମୀଙ୍କର ଫଳ। ଧନତେରସ କିମ୍ବା ଦୀପାବଳି ଦିନ ପୂଜା କରିବା ଘରେ ଏହି ନଡ଼ିଆକୁ ଲାଲ କପଡ଼ାରେ ବାନ୍ଧି ଏମିତି ଜାଗାରେ ରଖି ଦିଅନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନପଡିବ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଆଉ ଆପଣଙ୍କର ଘରେ ବାସ କରିବେ।

ମା ଲକ୍ଷ୍ମୀଙ୍କର ଚରଣ ପାଦୁକା। ଧନତେରସ କିମ୍ବା ଦୀପାବଳି ଦିନ ରୂପାର ମା ଲକ୍ଷ୍ମୀଙ୍କ ଚରଣ ପାଦୁକାକୁ ଘରେ ସ୍ଥାପିତ କରନ୍ତୁ ଏବଂ ପ୍ରତିଦିନ ଏହାକୁ ପୂଜା କରନ୍ତୁ। ଯଦି ଆପଣ ରୂପାରେ ଆଣିପାରୁ ନାହାନ୍ତି ତେବେ କେଉଁ ବି ଚରଣ ପାଦୁକା ସ୍ଥାପିତ କରନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତ ହେବ।

କଉଡ଼ି। ଏହି ଜିନିଷ ଦେଖିବାରେ ତ ବହୁତ ସାମାନ୍ୟ ଅଟେ କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାରି ହୋଇଥାଏ। ଏହାକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଇଥାଏ। ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ଏହାକୁ ପୂଜା ଘରେ କିମ୍ବା ସିନ୍ଦୁକରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ଘରେ ଧନର ବର୍ଷା ହୋଇଥାଏ।

ମୋତି ଶଙ୍ଖ। ମୋତି ଶଙ୍ଖ ଗୋଟେ ଦୁର୍ଲଭ ପ୍ରକାରର ଶଙ୍ଖ ଅଟେ। ଶାସ୍ତ୍ରରେ ଏହି ଶଙ୍ଖର ବହୁତ ମହତ୍ୱ ଅଛି। ଏହି ଶଙ୍ଖ ବହୁତ ସୁନ୍ଦର ଦେଖାଯାଇଥାଏ। ଆଉ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଯଦି ଆପଣ ଦୀପାବଳି କିମ୍ବା ଧନତେରସ ଦିନ ଏହାକୁ ନିଜ ପୂଜା ଘରେ ସ୍ଥାପିତ କରିଦେବେ ତ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ।

ଏକାକୀ ନଡ଼ିଆ। ଏହା ଏକ ଖାସ ପ୍ରକାରର ନଡ଼ିଆ ଅଟେ। ଏହି ନଡ଼ିଆ ଉପରେ ଆଖି ପରି ଗୋଟେ ଆକୃତି ଥାଏ ଏହି କାରଣରୁ ଏହାକୁ ଏକାକୀ ବା ଏକ ଆଖି ଥିବା ନଡ଼ିଆ କୁହାଯାଏ। ଧନତେରସ କିମ୍ବା ଦୀପାବଳି ଦିନ ଏହାକୁ ଘରେ ସ୍ଥାପିତ କରିବା ଦ୍ୱାରା ମଣିଷର ଭାଗ୍ୟ ଦେଖୁ ଦେଖୁ ହିଁ ବଦଳି ଯାଇଥାଏ।

ଝାଡୁ। ଧନତେରସ ଦିନ ଝାଡୁ ଆଣିଲେ ଅନେକ ଶୁଭ ଫଳ ମିଳିଥାଏ। ଯେତେବେଳେ ଝାଡୁ ଆଣିବେ ଏବଂ ତାକୁ ଯେଉଁ ସ୍ଥାନରେ ରଖିବେ ମନେ ରଖିବେ ଝାଡୁକୁ ଯେପରି ବାହାର ଲୋକ କେହିବି ଦେଖି ପାରିବେ ନାହିଁ। ଝାଡୁକୁ ସର୍ବଦା ଲୁଚେଇ ରଖନ୍ତୁ ଏବଂ ଝାଡୁକୁ କେବେବି ଉତ୍ତର ପୂର୍ବ ଐଶ୍ଵନ୍ୟ କୋଣରେ ରଖିବେ ନାହିଁ ଏବଂ ଏହିଦିନ ଧଳା ଏବଂ ହଳଦିଆ ବସ୍ତ୍ର ଆଣିଲେ ମଧ୍ୟ ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *