Excuse Me Odisha

ଯାହା କହିବୁ ସତ କହିବୁ

ଶରୀରର ଏହିସବୁ ଅଙ୍ଗରେ ଝିଟିପିଟି ପଡିଲେ ହୋଇଯିବେ ମାଲାମାଲ,ଜାଣନ୍ତୁ ଶୁଭ ଓ ଅଶୁଭ ସଂକେତ ବିଷୟରେ

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଝିଟିପିଟି ପଡ଼ିଯାଏ, ତାହେଲେ କିଛି କ୍ଷେତ୍ରରେ ତାକୁ ଶୁଭ ଏବଂ ଆଉକିଛି କ୍ଷେତ୍ରରେ ଏହାକୁ ଅଶୁଭ ମାନା ଯାଇଥାଏ। ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ପରିଣାମ ମିଳିଥାଏ ଏବଂ କେଉଁ ଅଙ୍ଗରେ ପଡିଲେ ଅଶୁଭ ହୋଇଥାଏ ଆସନ୍ତୁ ସେହି ବିଷୟରେ ଜାଣିବା।

୧/ ମହିଳାମାନଙ୍କ ବାମ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ଓ ଡାହାଣ ଅଙ୍ଗରେ ପଡିବା ଅଶୁଭ ହୋଇଥାଏ। ପୁରୁଷଙ୍କ ଶରୀରର କୌଣସି ଅଙ୍ଗରେ ଝିଟିପିଟି ପଡ଼ିଲେ ଠିକ ଏହାର ବିପରୀତ ଘଟିଥାଏ।

୨/ ଯଦି ଝିଟିପିଟି କୌଣସି ବ୍ୟକ୍ତିଙ୍କ ମଥାର ଡାହାଣ ପଟେ ପଡେ ତାହେଲେ , ସେହି ଲୋକଟିକୁ ଖୁବ ଶୀଘ୍ର ଧନ ସମ୍ପତ୍ତି ମିଳିବାର ସମ୍ଭାବନା ରହିଛି।ଯଦି ମହିଳାଙ୍କ ମଥାର ବାମ ପଟେ ପଡେ ତାହେଲେ ସେମାନଙ୍କୁ ସବୁ କ୍ଷେତ୍ରରେ ଲାଭ ମିଳିଥାଏ।

୩/ ଡାହାଣ କାନରେ ଝିଟିପିଟି ପଡ଼ିଲେ, ଧନଲାଭର ସଂକେତ ଦେଇଥାଏ। ଏହାସହିତ ବ୍ୟକ୍ତିକୁ ଆଭୂଷଣ ପ୍ରାପ୍ତ ହୋଇଥାଏ। ଝିଟିପିଟି ବାମ କାନରେ ପଡିଲେ ଆୟୁଷ ବଢିଥାଏ ବୋଲି କୁହାଯାଏ।

୪/ ଯଦି କୌଣସି ଲୋକର ଡାହାଣ ପାଦରେ ଡାହାଣ ପଦରେ ଝିଟିପିଟି ପଡେ, ତାହେଲେ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ ଏବଂ ବାମ ପାଦରେ ପଡିଲେ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଥାଏ।

୫/ ଯଦି ମହିଳା କିମ୍ବା ପୁରୁଷଙ୍କ ନାଭି ଉପରେ ଝିଟିପିଟି ପଡେ, ତାହେଲେ ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ। ଏହାସହିତ ବହୁତ ବଡ଼ ସ୍ବପ୍ନ ମଧ୍ୟ ପୂରଣ ହୋଇଥାଏ।

୬/ ଯଦି କୌଣସି ଲୋକର ଅଣ୍ଟା ମଝିରେ ଝିଟିପିଟି ପଡେ , ତାହେଲେ ତାଙ୍କୁ ଆର୍ଥିକ ଲାଭ ମିଳିବାର ସଂକେତ ମିଳିଥାଏ।

୭/ ଯଦି ଜଣେ ବ୍ୟକ୍ତିଙ୍କ ନାକ ଉପରେ ଝିଟିପିଟି ପଡେ, ତାହେଲେ ସେହି ବ୍ୟକ୍ତିର ଭାଗ୍ୟୋଦୟ ହେବାର ସମ୍ଭାବନା ରହିଛି ବୋଲି ଜାଣି ନେବେ।ଏହି ବ୍ୟକ୍ତି ସର୍ବଦା ଜୀବନରେ ଆଗକୁ ବଢିବେ।

୮/ ଯଦି କୌଣସି ବ୍ୟକ୍ତିଙ୍କ ବେକ ଉପରେ ଝିଟିପିଟି ପଡେ, ତାହେଲେ ଏହା ବ୍ୟକ୍ତିର ମାନସମ୍ମାନ ବୃଦ୍ଧି ହେବାର ସଂକେତ ଦେଇଥାଏ।

୯/ ଯଦି କୌଣସି ଲୋକର ଡାହାଣ ଗାଲରେ ଝିଟିପିଟି ପଡ଼ିଯାଏ, ତାହେଲେ ସେହି ଲୋକର ଆୟୁଷରେ ବୃଦ୍ଧି ହୋଇଥାଏ। ଅସୁସ୍ଥ ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ।

୧୦/ ଯଦି କୌଣସି ଲୋକର ଛାତିର ଡାହାଣ ପଟେ ଝିଟିପିଟି ପଡ଼ିଥାଏ, ତାହେଲେ ଏହା ଶୁଭ ବୋଲି ମାନା ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *