Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀଙ୍କର ଏହି ଅଙ୍ଗରେ ରହିଥାଏ କଳାଜାଇ, ତାଙ୍କ ସ୍ଵାମୀ ହୋଇଥାନ୍ତି କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରାଚୀନ ସମୁଦ୍ର ଶାସ୍ତ୍ର ଅନୁସାରେ ଅନେକ ମହିଳା ନିଜ ଜନ୍ମରୁ ହିଁ ବହୁତ ଭାଗ୍ୟବାନ ହୋଇଥାନ୍ତି। ସେମାନେ ନିଜର ସୌଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାମାନଙ୍କ ଶରୀରରେ ଏପରି କିଛି ଚିହ୍ନ ରହିଥାଏ, ଯାହା ସେମାନଙ୍କର ସ୍ଵାମୀ, ପରିବାରର ଭାଗ୍ୟ ଭବିଷ୍ୟତ ଓ ଜୀବନଶୈଳୀ ବିଷୟରେ ଦର୍ଶାଇଥାଏ। ସେହିପରି ଭାବରେ ପ୍ରତ୍ୟେକ ନାରୀମାନଙ୍କର ଶରୀରର କୌଣସି ନା କୌଣସି ଅଙ୍ଗରେ ନିଶ୍ଚିତ ଭାବରେ କଳାଜାଇ ରହିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁଯାୟୀ ଶରୀରର କଳାଜାଇ ବିଷୟରେ ଅନେକ ବର୍ଣ୍ଣନା କରାଯାଇ ଅଛି। ନାରୀର କେଉଁ ଅଙ୍ଗରେ କଳାଜାଇ ରହିଲେ ତାଙ୍କ ସ୍ଵାମୀ ଓ ପରିବାରର ମଙ୍ଗଳ ହୋଇଥାଏ, ସେହି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା ଯେ ସ୍ତ୍ରୀର କେଉଁ ଅଙ୍ଗରେ କଳାଜାଇ ରହିଲେ ତାଙ୍କ ସ୍ଵାମୀ ଧନୀ ହୋଇଥାନ୍ତି।

ଯେଉଁ ମହିଳାମାନଙ୍କର ପାଦରେ କଳାଯାଇ ରହିଥାଏ, ସେମାନେ ଅଧିକ ବୁଦ୍ଧିମତୀ ହୋଇଥାନ୍ତି। ଏମାନେ ସର୍ବଦା ନିଜ ସ୍ଵାମୀ ଓ ପରିବାରର ମଙ୍ଗଳ କାମନା କରିଥାନ୍ତି। ଏହି ମହିଳାମାନେ ବହୁତ ଅଳ୍ପ ଆୟରେ ମଧ୍ୟ ନିଜ ପରିବାରକୁ ଖୁସିରେ ରଖିଥାନ୍ତି। ଏପରି ମହିଳାମାନେ ଖାସ କରି ଦେବୀ ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି। ଏମାନଙ୍କ ସ୍ଵାମୀ ଓ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ ଏବଂ ଏହି ମହିଳା ମାନେ ସର୍ବଦା ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାନ୍ତି।

ଯେଉଁ ମହିଳା ମାନଙ୍କର ନାଭି ତଳେ ବା ନାଭି ଚାରିପାଖରେ କଳାଯାଇ ଥାଏ, ସେହି ମହିଳା ତାଙ୍କ ପରିବାର ଓ ତାଙ୍କ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି। ଏମାନେ ଯେଉଁ ଘରେ ନିଜ ପାଦ ରଖିଥାନ୍ତି, ସେହିଘରେ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହୋଇଥାଏ।

ଯେଉଁ ମହିଳାମାନଙ୍କର ନାକର ଉପର ଭାଗରେ କଳାଜାଇ ରହିଥାଏ ,ସେମାନେ ସର୍ବଦା ନିଜ ପରିବାର ପାଇଁ ଭାଗ୍ୟବାନ ହୋଇଥାନ୍ତି। ସେମାନେ ଯେଉଁ ଘରକୁ ବିବାହ କରି ଯିବେ, ସେହିଘରେ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହେବାକୁ ଲାଗିବ। ଏହି ମହିଳାଙ୍କ ପାଖରେ ଟଙ୍କା ସଞ୍ଚୟ କରିବାର କ୍ଷମତା ଅଧିକ ରହିଥାଏ। ସେଥିପାଇଁ ତାଙ୍କ ସ୍ବାମୀ ଓ ପରିବାରର ଲୋକମାନଙ୍କୁ ଭବିଷ୍ୟତରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ।

ଯେଉଁ ମହିଳାମାନଙ୍କର କପାଳର ମଧ୍ୟଭାଗରେ କଳାଯାଇ ଚିହ୍ନ ରହିଥାଏ ସେମାନେ ଭବିଷ୍ୟତରେ ବହୁତ ଧନୀ ହୋଇଥାନ୍ତି। ଏହାସହିତ ସେମାନେ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିବେ, ସେ ମଧ୍ୟ ଖୁବ୍ ଶୀଘ୍ର ଧନୀ ହୋଇଯିବେ। ସେମାନେ ନିଜ ଜୀବନରେ କେବେବି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ। ଏହାସହିତ ଏହି ମହିଳାମାନେ ଯେଉଁ ଘରେ ରୁହନ୍ତି, ସେହି ଘର ପାଇଁ ଲକ୍ଷ୍ମୀମନ୍ତ ହୋଇଥାନ୍ତି। ଏହି ମହିଳାଙ୍କ ପାଇଁ ତାଙ୍କ ସ୍ବାମୀଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *