Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀମାନେ ଭୁଲରେ ବି ସ୍ବାମୀର ଏହି ଦିଗରେ ଶୁଅନ୍ତୁ ନାହିଁ,ନହେଲେ ଆସିପାରେ ଭୟଙ୍କର ବି-ପଦ

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟକ ମନୁଷ୍ୟ ସୁଖ ଶାନ୍ତି ତଥା ଧନ ଐଶ୍ଵର୍ଯ୍ୟ ପୁର୍ଣ ଜୀବନ ବିତାଇବାକୁ ଚାହିଁଥାଏ। ଏବଂ ଏହି ସବୁ ମନର ଇଚ୍ଛାକୁ ପୁରା କରିଥାଏ ଆମ ଘରର ବାସ୍ତୁ। ଏଣୁ ବାସ୍ତୁଶାସ୍ତ୍ରର ଓ ଜ୍ୟୋତିଷଶାସ୍ତ୍ରର ନିୟମର ଆମେ ପରିଚାଳିତ ହେଲେ ବି ଆମର ସମସ୍ତ ମନକାମନା ପୁର୍ଣ ହୋଇଥାଏ। ନଚେତ ଘରେ ଅଶାନ୍ତି ତଥା ଦରିଦ୍ରତା ମାଡି ଆସିଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଯେ ସ୍ୱାମୀ ସ୍ତ୍ରୀ କିପରି ଶୋଇଲେ ଓ ବସିଲେ ଘରେ ଉନ୍ନତି ହୋଇଥାଏ। ଏବଂ କିପରି ଶୋଇଲେ ଅବା ବସିଲେ ସର୍ବନାଶ ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆପଣ ମାନେ ପ୍ରାୟତଃ ଲକ୍ଷ କରିଥିବେ ଯେ ସ୍ତ୍ରୀ ସ୍ୱାମୀର ବାମ ପଟେ ଶୋଇଥାଏ କିମ୍ବା ବାମ ପଟେ ବସିଥାଏ। ତେବେ ଆସନ୍ତୁ ଜାଣିନେବା ଏହା କେତେ ଦୂର ଠିକ ଅବା ଭୁଲ ହୋଇଥାଏ। ବନ୍ଧୁଗଣ ଧର୍ମ ଶାସ୍ତ୍ର ଅନୁସାରେ ସ୍ତ୍ରୀ ସ୍ୱାମୀର ବାମାଙ୍ଗୀ ବୋଲି ମାନ୍ୟତା ରହିଅଛି। ଯାହାର ଅର୍ଥ ହେଉଛି ସ୍ୱାମୀର ବାମ ଅଙ୍ଗର ଅଧିକାରିଣୀ ହେଉଛି ସ୍ତ୍ରୀ। ଏଥିପାଇଁ ପୁରୁଷ ଶରୀରର ବାମ ଅଙ୍ଗଟି ସ୍ତ୍ରୀର ହୋଇଥାଏ। ଏଣୁ ହସ୍ତରେଖା ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀର ଡାହାଣ ହାତରେ ସ୍ୱାମୀର ଏବଂ ସ୍ୱାମୀର ବାମ ହାତରେ ସ୍ତ୍ରୀର ଭାଗ୍ୟ ନିର୍ଣ୍ଣୟ କରାଯାଇଥାଏ। ଏଥିପାଇଁ ସଭା ସମିତିର ସିନ୍ଦୁର ଦାନ ସମୟରେ ଓ ଆଶୀର୍ବାଦ ନେବା ସମୟରେ ସ୍ତ୍ରୀ ସ୍ୱାମୀର ବାମ ପଟେ ରହିବାର ନିୟମ ରହିଛି।ଏପରିକି ଭୋଜନ କରିବା ସମୟରେ ମଧ୍ୟ ସ୍ତ୍ରୀ ସ୍ୱାମୀର ବାମ ପାର୍ଶ୍ଵରେ ରହିବା ଉଚିତ ହୋଇଥାଏ। ଏହା ଦ୍ୱାରା ସ୍ତ୍ରୀର ଲକ୍ଷ୍ମୀମନ୍ତ ହେବାର ଗୁଣ ଓ ସ୍ଵଭାବ ପ୍ରଜଳିତ ହୋଇଥାଏ। ଏବଂ ଘରେ ମା ଲକ୍ଷ୍ମୀ ପ୍ରବେଶ କରିବା ସହିତ ସର୍ବଦା ବାସ କରିଥାନ୍ତି। ଏବଂ ଘର ସୁଖ ସମ୍ପଦରେ ସର୍ବଦା ଭରି ରହିଥାଏ। ଅଭାବ କେବେବି ଦେଖା ଦେଇନଥାଏ। ଏବଂ ଏହା ସହିତ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ। ଏହାର ବିପରୀତ ହେଲେ ଘରେ ସର୍ବନାଶ ବା ଦରିଦ୍ରତା ଦେଖିବାକୁ ମିଳିଥାଏ। ଏବଂ ଏପରି ସ୍ତ୍ରୀକୁ ଅଲକ୍ଷ୍ମୀର ପରିଚୟ ମିଳିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ସ୍ତ୍ରୀ ବାମାଙ୍ଗୀ ହେଲେ ମଧ୍ୟ କିଛି କାର୍ଯ୍ୟ ବା କ୍ଷେତ୍ରରେ ସ୍ୱାମୀର ଡାହାଣ ପାର୍ଶ୍ଵରେ ରହିବାର ନିୟମ ମଧ୍ୟ ରହିଅଛି। ତେବେ ସେହିସବୁ କାର୍ଯ୍ୟ ବା କ୍ଷେତ୍ର ହେଉଛି କନ୍ୟାଦାନ ସମୟରେ ଓ ଯଜ୍ଞକର୍ମରେ,ଜାତକ କର୍ମ ସମୟରେ, ନାମକରଣ ସମୟରେ ଏବଂ ଅନ୍ନପ୍ରାସନ ସମୟରେ ସ୍ତ୍ରୀକୁ ସର୍ବଦା ଡାହାଣ ପାର୍ଶ୍ଵରେ ରହିବା ଅବା ବସିବାର ନିୟମ ମଧ୍ୟ ରହିଛି। ଅର୍ଥାତ ଧର୍ମ କାର୍ଯ୍ୟ ମାନଙ୍କରେ ସ୍ତ୍ରୀ ସ୍ୱାମୀର ଡାହାଣ ପାର୍ଶ୍ଵରେ ରହିବା ଏବଂ ସାଂସାରିକ କାର୍ଯ୍ୟ କ୍ରମରେ ସ୍ତ୍ରୀ ସ୍ୱାମୀର ବାମ ପାର୍ଶ୍ଵରେ ରହିବା ଉଚିତ ହୋଇଥାଏ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଆହୁରି ମଧ୍ୟ ଅନେକ କିଛି ନିୟମ ରହିଅଛି ଯାହାକୁ କି ପାଳନ କରିବା ଦ୍ୱାରା ସ୍ତ୍ରୀର ଲକ୍ଷ୍ମୀମତ ହେବାର ପରିଚୟ ମିଳିଥାଏ। ସେହି ନିୟମ ଗୁଡିକ ହେଲା ନାରୀ ମାନେ ଠିକ ସମୟରେ ଶୋଇବା ଏବଂ ସକାଳେ ଶୀଘ୍ର ଉଠିବା। ଏବଂ ଏହା ସହିତ ଘରକୁ ସ୍ୱଚ୍ଛ ବା ସ୍ୱଦ୍ଧତା ରଖିବା। ଘରକୁ ସ୍ୱଚ୍ଛ କରିବା ପରେ ସ୍ନାନ ଶୌଚ ଆଦି ସାରି ତୁଳସୀ ଗଛ ମୂଳରେ ପାଣି ଦେବା ଓ ଘରର ଠାକୁରଙ୍କୁ ପୂଜା କରିବା ହେଉଛି ସ୍ତ୍ରୀର ଲକ୍ଷ୍ମୀମତ ଗୁଣ ହୋଇଥାଏ। ଏହା ସହିତ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ। ଘରେ ନାରୀମାନେ ସକାଳ ସମୟରେ ବିଳମ୍ବ ପର୍ଯ୍ୟନ୍ତ ଶୋଇରହିବା ଦ୍ୱାରା ଘରକୁ ଦୁର୍ଭାଗ୍ୟ ମାଡି ଆସିଥାଏ।ନାକାରାତ୍ମକତା ବଢିଥାଏ।ଏହା ସହିତ ଶାରୀରିକ ଓ ମାନସିକ କଷ୍ଟ ମଧ୍ୟ ମିଳିଥାଏ। ଏଣୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଭଲ ହୋଇନଥାଏ। ଏଥିପାଇଁ ଘରର ନାରୀମାନେ ସକାଳେ ଶୀଘ୍ର ଉଠିବା ସହିତ ଘରର ଅନ୍ୟ ସଦସ୍ୟଙ୍କୁ ଶୀଘ୍ର ଉଠାଇବାକୁ ଚେଷ୍ଟା କରିବା ଉଚିତ।

ସେତିକି ଆବଶ୍ୟକ ନହେଲେ ଘରର ନାରୀମାନେ ଦିନରେ ଶୋଇବା ଉଚିତ ନୁହେଁ।ଦିନରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ହୋଇଥାଏ। ଦେହ ଓ ମନରେ ଅଳସ ଭରିଯାଏ ଏବଂ ଏହାର କୁପ୍ରଭାବ ଘରର ସମସ୍ତଙ୍କ ଉପରେ ପଡିଥାଏ।ଏବଂ ଘରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ। ନାରୀମାନେ ସନ୍ଧ୍ୟା ସମୟରେ ଭୁଲରେ ମଧ୍ୟ ଶୋଇବା ଉଚିତ ନୁହେଁ। ଏହା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଠ ହୋଇ ଘରୁ ଚାଲିଯାଇଥାନ୍ତି। ଏହା ସହିତ ବାସ୍ତୁଶାସ୍ତ୍ର ମତରେ ଶୟନ କକ୍ଷରେ ସ୍ୱାମୀ ସ୍ତ୍ରୀର ଝଗଡା ବହୁତ ଅଶୁଭ ଫଳ ଦେଇଥାଏ।ଏଣୁ ସ୍ୱାମୀ ସ୍ତ୍ରୀ ଶୟନ କକ୍ଷରେ କୌଣସି ପ୍ରକାରର କଳହ ବା ଝଗଡା କରିବା ଉଚିତ ନୁହେଁ। ଏହା ରାହୁ କେତୁ ଗ୍ରହଙ୍କ କାରଣରୁ ହୋଇଥାଏ। ଏଣୁ ଏହି ଗ୍ରହ ମାନଙ୍କର କୁପ୍ରଭାବରୁ ଦୁରେଇ ରୁହନ୍ତୁ। ବନ୍ଧୁଗଣ ଶୋଇବା ପୂର୍ବରୁ ହାତ ପାଦ ଭଲ ଭାବରେ ଧୋଇ ଶୁଅନ୍ତୁ। ଏହା ଦ୍ୱାରା ଭଲ ନିଦ ହେବା ସହିତ ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ। ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ସ୍ତ୍ରୀକୁ ସର୍ବଦା ସ୍ୱାମୀର ବାମ ପାର୍ଶ୍ଵରେ ଶୋଇବା ଉଚିତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *