Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୫ଟି ନିୟମ,ପୁଣ୍ୟ ପ୍ରାପ୍ତି ହେବ

ସେୟାର୍ କରନ୍ତୁ

ବନ୍ଧୁଗଣ ପବିତ୍ର କାର୍ତ୍ତିକ ମାସର ଆରମ୍ଭ ହୋଇସାରିଛି।ଏହି କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ ଟି ନିୟମ ଜୀବନ ହସ ଖୁସିରେ ଭରିଯିବ। ବନ୍ଧୁଗଣ କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ମାସ ଭାବରେ ମାନାଯାଇଥାଏ। ହିନ୍ଦୁ ଧର୍ମରେ କୁହାଯାଇଅଛି କି ଏହି ମାସଟି ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ଅଟେ। ଏହି ମାସକୁ ଅଧିକ ପୂଜନୀୟ ମାନାଯାଇଥାଏ। ଶାସ୍ତ୍ର ଅନୁସାରେ ଏହି ସମୟରେ ଜପ ତପ ଦାନ ଧର୍ମ ଏବଂ ପୂଜା ପାଠ ଆଦି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ଭରି ରହିଥାଏ। କୁହାଯାଏ କି ଭଗବାନ ଶ୍ରୀହରି ବ୍ରହ୍ମାଙ୍କୁ ବ୍ରହ୍ମା ନାରଦଙ୍କୁ ଏବଂ ନାରଦ ମହାରାଜା ବୁଦ୍ଧଙ୍କୁ ଏହି ମାସର ମହାନତା ବିଷୟରେ କହିଥିଲେ। ଏହା ସହିତ ଏହି ମାସରେ ୭ ଟି ମୁଖ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଏବଂ ଗୃହକୁ ସୁଖ ଶାନ୍ତିର ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ଯାହାକୁ ପାଳନ କରି ଆପଣ ଭଗବାନଙ୍କର କୃପା ପ୍ରାପ୍ତ କରିପାରିବେ।

ପ୍ରଥମ କଥା। ଶ୍ରୀହରୀଙ୍କର ତୁଳସୀ ଅତି ପ୍ରିୟ ହେବା ଦ୍ୱାରା ଏହି ମାସରେ ତୁଳସୀ ପୂଜାକୁ ଅଧିକ ମହତ୍ୱ ଦିଆଯାଇଥାଏ। କହିବାକୁ ଗଲେ ତୁଳସୀ ମାଙ୍କର ସର୍ବଦା ପୂଜା କରିବା ଉଚିତ। ଏହି ମାସରେ ତାଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ମିଳିଥାଏ ତେଣୁ ଏହି ମାସରେ ମା ତୁଳସୀଙ୍କୁ ପୂଜା କରିବା ଉଚିତ ହୋଇଥାଏ।

ଦ୍ୱିତୀୟ କଥା। କାର୍ତ୍ତିକ ମାସର ଦ୍ୱିତୀୟ ଏବଂ ସବୁଠାରୁ ପବିତ୍ର ନିୟମ ଦୀପ ଦାନକୁ ମାନାଯାଇଥାଏ। ଏହି ସମ୍ପର୍ଣ୍ଣ ମାସରେ ନଦୀ ଏବଂ ପୋଖରୀ ଆଦିରେ ଦୀପ ଦାନ କରିବା ଉଚିତ ହୋଇଥାଏ। ଏହା ଦ୍ୱାରା ଘରେ ଉପସ୍ଥିତ ଥିବା ନକରାତ୍ମକ ବାତାବରଣ ଦୂର ହୋଇଥାଏ ଏବଂ ଜୀବନକୁ ସୁଖର ଆଗମନ ହୋଇଥାଏ।

ତୃତୀୟ କଥା। ଶାସ୍ତ୍ର ଅନୁସାରେ ଏହି ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଆବଶ୍ୟକ ହୋଇଥାଏ। ମାନାଯାଇଥାଏ କି ଏହି ମାସରେ ଭୂମି ଉପରେ ଶୋଇବା ଦ୍ୱାରା ବ୍ୟକ୍ତିର ମନ ଶୁଦ୍ଧ ହୋଇଥାଏ। ବ୍ୟକ୍ତିର ଅନ୍ତରରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ବିଚାର ପ୍ରବେଶ ହୋଇଥାଏ ଏବଂ ଶରୀର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ ଭାବରେ ହୋଇଥାଏ। ଯାହା ଫଳରେ ବ୍ୟକ୍ତିର ଶରୀର ସୁସ୍ଥ ଏବଂ ରୋଗ ମୁକ୍ତ ହୋଇଥାଏ।

ଚତୁର୍ଥ କଥା। ମାନ୍ୟତା ରହିଛି କି ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ। ଯଦି କେହି ଶରୀରରେ ତେଲ ଲଗାଇବା ପାଇଁ ଚାହୁଁଥାନ୍ତି ତେବେ କେବଳ ନରକ ଚତୁର୍ଦୋଷୀ ଅର୍ଥାତ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦୋଷୀ ଦିନ ତେଲ ଲଗାଇ ପାରିବେ।

ପଞ୍ଚମ କଥା। ଏହି ମାସ ସାରା ମୁଗ ମସୁର ଚଣା ଏବଂ ମଟର ଆଦି ଖାଦ୍ୟ ଏବଂ ପଦାର୍ଥ ସେବନ କରିବା ଉଚିତ ନୁହେଁ। ଏହା ବ୍ୟତୀତ ବ୍ୟକ୍ତିଙ୍କୁ ମଦ ଏବଂ ମାଂସ ସେବନରୁ ଦୁରେଇ ରହିବା ଆବଶ୍ୟକ ହୋଇଥାଏ।

ଷଷ୍ଠ କଥା। ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ନିଜ ଜୀବନରେ ତ୍ୱପସି ଭଳି ଜୀବନ ଅତିବାହିତ କରିବା ଉଚିତ। ଏହା ସହିତ କମ କଥା କହିବା ଅନ୍ୟ ମାନଙ୍କ କଥା ଶୁଣିବା ଝଗଡା ଆଦି ନକରିବା କାହା ବିଷୟରେ ଖରାପ କଥା ନକହିବା ଭଳି ନିୟମ ଆଦି ପାଳନ କରିବା ଉଚିତ। ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ଉଚିତ।

ସପ୍ତମ କଥା। ଏହି ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ ଏବଂ ଭଗବାନ ବିଷ୍ଣୁଙ୍କର ନାମ ସ୍ମରଣ କରିବା ଉଚିତ। ମାନାଯାଇଥାଏ କି ଏହିଭଳି କରିବା ଦ୍ୱାରା ପତି-ପତ୍ନୀଙ୍କର ମଧ୍ୟରେ ବିବାଦ ସମାପ୍ତ ହୋଇଥାଏ। ଏଥି ସହିତ ଏହି ମାସର ବ୍ରହ୍ମ ମୁହୂର୍ତ୍ତ ବା ଭୋର ସମୟରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ଶ୍ରୀରରକୁ ସକାରାତ୍ମକ ଉର୍ଜା ମିଳିଥାଏ। ଯାହା ଫଳରେ ବ୍ୟକ୍ତିର ପ୍ରତ୍ୟକ କାର୍ଯ୍ୟ ସଫଳ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *