Excuse Me Odisha

ଯାହା କହିବୁ ସତ କହିବୁ

ବାଛନ୍ତୁ ନିଜର ଜନ୍ମ ମାସ ଓ ଜାଣନ୍ତୁ ନିଜ ବିଷୟରେ ଏହି ବଡ ରାଜ

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ମାସର ବିଶେଷ ମହତ୍ଵ ରହିଛି। ଏହି ଜନ୍ମ ମାସରୁ ବ୍ଯକ୍ତିର ସ୍ବଭାବ, ଚରିତ୍ର ଓ ଭାଗ୍ୟ ଭବିଷ୍ୟତ ବିଷୟରେ ଜଣା ପଡିଥାଏ। ଏହାସହିତ ବ୍ଯକ୍ତିର ବର୍ତ୍ତମାନ ସମୟରେ କଣ ଘଟିବାକୁ ଯାଉଛି, ତାହା ମଧ୍ୟ ଜାଣିହୁଏ। ଆଜି ଆମେ ଆପଣ ମାନଙ୍କୁ ଜନ୍ମ ମାସରୁ କିପରି ନିଜର ଭବିଷ୍ୟତ ବିଷୟରେ ଜାଣିହେବ ସେହି ବିଷୟରେ କହିବାକୁ ଯାଉଛୁ।

ଜାନୁଆରୀ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ଉଦାର ସ୍ଵଭାବର ହୋଇଥାନ୍ତି। ଏମାନେ ସହଜରେ ବନ୍ଧୁତାର ହାତ ବଢ଼ାଇ ଥାଆନ୍ତି। ଆପଣମାନେ ଅନ୍ୟମାନଙ୍କୁ ଖୁସି ରଖିବାରେ ସକ୍ଷମ ହୋଇଥାନ୍ତି।

ଫେବୃଆରୀ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ ଅନ୍ୟ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।ଆପଣ ଉଦାର ସ୍ଵଭାବର ବ୍ୟକ୍ତି ଅଟନ୍ତି। ଏଥିପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଖୁବ୍ ଶୀଘ୍ର ଆଗେଇ ଆସିଥାନ୍ତି।

ମାର୍ଚ୍ଚ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ ସର୍ବଦା ଜୀବନରେ ସଫଳତା ହାସଲ କରିଥାନ୍ତି। ଆପଣମାନେ ନିଜ ସମ୍ପର୍କୀୟଙ୍କ ପାଖରେ ପ୍ରିୟପାତ୍ର ହେବାସହିତ ସମାଜରେ ନିଜର ଏକ ପରିଚୟ ସୃଷ୍ଟି କରିଥାନ୍ତି। ଆପଣଙ୍କ ଜୀବନ ସର୍ବଦା ସୁଖପୂର୍ଣ୍ଣ ହୋଇଥାଏ।

ଏପ୍ରିଲ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ , ସେମାନଙ୍କର ଭଲ ଗୁଣ ଓ ସଚ୍ଚୋଟ ସ୍ଵଭାବ ଯୋଗୁଁ ଲୋକମାନେ ପ୍ରଶଂସା କରିଥାନ୍ତି। ଆପଣ ଯାହାକୁ ବିଶ୍ଵାସ କରନ୍ତି, ତାଙ୍କୁ ସହଜରେ ଭୁଲି ପାରନ୍ତି ନାହିଁ।

ମେ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ ଯେଉଁମାନେ ଭଲ ଭାବରେ ଜାଣିଥାନ୍ତି ଓ ବୁଝିଥାନ୍ତି, ସେମାନେ ଅଧିକ ଭଲ ପାଇବା ଦେଇଥାନ୍ତି। ଆପଣ ଜଣେ ସୁନ୍ଦର ଓ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି। ଆପଣ ସର୍ବଦା ନିଜ ପରିବାର ଓ ବନ୍ଧୁଙ୍କୁ ସବୁ ଅସୁବିଧାରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି।

ଜୁନ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ ଅଧିକ ଶାନ୍ତ ସ୍ଵଭାବର ହୋଇଥାଆନ୍ତି।ତେଣୁ ଏମାନେ ଲୋକମାନଙ୍କ ମନରେ କଣ ଅଛି ଜାଣି ପାରନ୍ତି। ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିତ୍ରତା କରିଥାନ୍ତି ଏବଂ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି।

ଜୁଲାଇ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ ସାମାନ୍ୟ କଥାକୁ ନେଇ ଭାବୁକ ମଧ୍ୟ ହୋଇ ଯାଇଥାନ୍ତି। ଏମାନେ ପ୍ରଦର୍ଶନ କରିବା ବା ଦେଖେଇ ହେବାକୁ ପସନ୍ଦ କରନ୍ତି ନାହିଁ। ଏହାସହିତ ଏମାନଙ୍କୁ ସମସ୍ତେ ପସନ୍ଦ କରିବା ସହିତ ସମ୍ମାନ ମଧ୍ୟ କରିଥାନ୍ତି।

ଅଗଷ୍ଟ ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ ସର୍ବଦା ନିଜର ଭଲଗୁଣ ପାଇଁ ପରିଚିତ ଥାଆନ୍ତି। ଏମାନେ ସର୍ବଦା ପ୍ରଥମେ ନିଜର ଭୁଲ ମାନିଥାନ୍ତି। ସମାଜରେ ଏମାନଙ୍କର ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ପାଇଥାଏ ।

ସେପ୍ଟେମ୍ବର ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ ବ୍ୟବସାୟରେ ନୂଆ ଯୋଜନା କରି ସଫଳତା ହାସଲ କରିଥାନ୍ତି। ଏମାନେ ଜଣେ ଦକ୍ଷ ନେତା ହୋଇଥାନ୍ତି ହୋଇଥାନ୍ତି

ଅକ୍ଟୋବର ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ କଠିନ ପରିସ୍ଥିତିରେ ସଠିକ ନିଷ୍ପତ୍ତି ନେଇଥାନ୍ତି। ଏହାସହିତ ଏମାନେ ସର୍ବଦା ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାନ୍ତି।

ନଭେମ୍ବର ମାସ –

ଏହି ମାସରେ ଜନ୍ମ ହୋଇଥିବା ଲୋକେ ସର୍ବଦା ଲୋକଙ୍କୁ ପ୍ରଥମେ ଭଲ ଭାବରେ ପରଖିଥାନ୍ତି। ତାପରେ ସେମାନଙ୍କ ସହିତ ବନ୍ଧୁତା ରଖିଥାନ୍ତି। ଏମାନଙ୍କ ଚିନ୍ତାଧାରା ସର୍ବଦା ଅଲଗା ହୋଇଥାଏ।

ଡିସେମ୍ବର ମାସ –

ଏହି ମାସରେ ଜନ୍ମିତ ଲୋକେ ଜୀବନରେ କଠିନ ପରିଶ୍ରମ କରିଥାନ୍ତି ଏବଂ ଆଗକୁ ବଢିବା ପାଇଁ ସକ୍ଷମ ହୋଇଥାନ୍ତି। ଆପଣମାନେ ଅଧିକ ଆଶାବାଦୀ ହୋଇଥାନ୍ତି। ଆପଣ ନିଜ ଭାବନାକୁ ଲୁଚାଇ ରଖିପାରନ୍ତି ନାହିଁ। ଆପଣ ଯେଉଁ କାର୍ଯ୍ୟରେ ମନୋନିବେଶ କରିଥାନ୍ତି, ସେହି କାର୍ଯ୍ୟରେ ଆପଣ ନିଶ୍ଚିତ ଭାବରେ ସଫଳତା ହାସଲ କରିଥାନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ, ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଆମର ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *