Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଝାଡୁ ତଳେ ରଖନ୍ତୁ ଏହି ଜିନିଷ,ଘରେ ହେବ ଧନର ବର୍ଷା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ଏତେ ପଇସା ଆସିବ ଆପଣ ସମ୍ଭାଳି ପାରିବେ ନାହିଁ।

ବନ୍ଧୁଗଣ ଝାଡୁ ମାଧ୍ୟମରେ ଆମେ ଦୈତ ରୂପୀ ଅଳିଆ ଆବର୍ଜନାକୁ ପ୍ରତ୍ୟକ ଦିନ ବାହାର କରିଥାଉ। ଏବଂ ଝାଡୁର ଛୋଟ ଉପାୟ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟକୁ ଦୂର କରିଥାଏ। ମାନାଯାଇଥାଏ ଯେଉଁ ଘରର କୋଣ ଅନୁକୋଣରେ ସଫା ରହିଥାଏ ସେଠାକାର ବାତାବରଣ ପଜିଟିଭ ରହିଥାଏ ସକାରାତ୍ମକ ରହିଥାଏ ଏବଂ ଘରେ କିଛି ବି ବାସ୍ତୁଦୋଷ ରହିନଥାଏ। ତେବେ ଝାଡୁ ସହିତ ଜଡ଼ିତ ବହୁତ ରହସ୍ୟ ରହିଛି ତା ମଧ୍ୟରୁ ଆଜି ଆମେ ଏହି ପୋଷ୍ଟରେ ଏକ ଖାସ କଥା ଜଣେଇବୁ। ରାତିରେ ଝାଡୁ ତଳେ କଣ ରଖିବେ କାରଣ ଝାଡୁ ଲଗେଇବାର ବିଶେଷ ନିୟମ ରହିଥାଏ ଯଦି ସେହି ନିୟମର ପାଳନ ଆପଣ କରିପାରନ୍ତି ନାହିଁ ତାହେଲେ କିଛି ଅସୁବିଧା ନାହିଁ। ସେଥିପାଇଁ ରାତିରେ ଆପଣଙ୍କୁ ଛୋଟ କାମ କରିବାକୁ ପଡିବ। ବହୁତ ସାଧାରଣ ଅଟେ। ଆସନ୍ତୁ ଜାଣିବା।

ଯେତେବେଳେ ଆମେ ଘରର ସଫା କରିଥାଉ ତେବେ ମା ଲକ୍ଷ୍ମୀଙ୍କ କୃପା ଆମ ଉପରେ ବର୍ଷା ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କ ପ୍ରତୀକ ହିଁ ଝାଡୁକୁ ମାନାଯାଇଥାଏ। ଏମିତି କୁହାଯାଏ ଯଦି ଆପଣ କୌଣସି ଏକାଦଶୀ ତିଥି ଦିନ ପାଖରେ ଥିବା ମନ୍ଦିରରେ ୩ ଟି ଝାଡୁ ଦାନରେ ଦେବେ ଏବଂ ଧ୍ୟାନ ରଖିଥିବେ ଯେବେ ଦାନ କରିବେ ଏହାକୁ ଗୁପ୍ତ ଦାନ କୁହାଯାଇଥାଏ। ଭୋର ସକାଳୁ ଦିନ ହେବା ପୂର୍ବରୁ ଆପଣ ଝାଡୁ ଦେଇ ଆସିଯିବେ। ଆପଣ ଚାହିଁଲେ ଝାଡୁର ମନ୍ଦିରରେ ସଫା କରି ସେଠାରେ ହିଁ ଛାଡି ଆସିପାରିବେ ଏବଂ ପୁରୁଣା ଝାଡୁ ଆପଣଙ୍କ ଘରେ ରହିଥିବ ବହୁତ ଦିନରୁ ଆପଣ ବ୍ୟବହାର କରୁଛନ୍ତି ତାହେଲେ ସେହି ଝାଡୁକୁ ଆପଣ ଘରେ ବ୍ୟବହାର କରନ୍ତୁ ନାହିଁ। କାରଣ ପୁରୁଣା ଝାଡୁରେ ଅଧିକ ବାସ୍ତୁଦୋଷ ଉତ୍ପନ ହୋଇଥାଏ। ଯେବେବି ଝାଡୁ ଛିଣ୍ଡି ତଳେ ପଡିବାରେ ଲାଗିଥାଏ ତେବେ ସେହି ଝାଡୁକୁ ଘରେ ରଖନ୍ତୁ। ପୁରୁଣା ସମୟରେ ଲୋକେ ସବୁବେଳେ ମନ୍ଦିରରେ ଝାଡୁ ଦାନ କରୁଥିଲେ ମନ୍ଦିରର ସଫା କରୁଥିଲେ ଏବେବି ଲୋକେ କରନ୍ତି। ଯେତେବେଳେ ବି ଆପଣ ମନ୍ଦିରରେ ଝାଡୁ ରଖିବେ ଧ୍ୟାନ ରଖିଥିବେ ବ୍ରହ୍ମ ମୁହୂର୍ତ୍ତରେ ହିଁ ରଖିବା ଶୁଭଦାୟକ ହୋଇଥାଏ ଏବଂ ଆପଣ ଏହିକାମକୁ ବିଶେଷ ଦିନରେ କରିବା ଅତି ଶୁଭ ହୋଇଥାଏ। ଯେମିତି କିଛି ପର୍ବପର୍ବାଣୀ କିମ୍ବା ଏକାଦଶୀ ତିଥିରେ କିମ୍ବା ଶୁକ୍ରବାର ଦିନରେ ଆପଣ କରିପାରିବେ।

ଶାସ୍ତ୍ରରେ ଝାଡୁର ଗୁପ୍ତ ଦାନର ମହତ୍ୱ ରହିଛି କିନ୍ତୁ ଯେଉଁ ଝାଡୁର ଘରର ସଫା କରୁଛନ୍ତି ସେହି ଝାଡୁକୁ କେବେବି ଅନ୍ୟ କାହାକୁ ଦାନରେ ଦିଅନ୍ତୁ ନାହିଁ ଅଥବା ମା ଲକ୍ଷ୍ମୀ ଆପଣଙ୍କ ଘରୁ ଓଲଟା ଚାଲିଯିବେ। ଏହି କଥା ସବୁବେଳେ ମନେ ରଖିଥିବେ। ଯେବେବି ଆପଣ ଘରେ ଝାଡୁ ପୋଛା କରୁଛନ୍ତି ସେତେବେଳେ ଧ୍ୟାନ ରଖିଥିବେ ଖାଇବା ଅଇଁଠା ପଡିଛି ତାହା ଉପରେ ଝାଡୁ ଲଗେଇବା ପୂର୍ବରୁ ପ୍ରଥମେ ଅଇଁଠା ଉପରେ ପାଣି ପକାନ୍ତୁ ଏବଂ କୌଣସି କପଡ଼ାରେ ପୋଛିଲା ପରେ ଝାଡୁ କରନ୍ତୁ। ଅଇଁଠାକୁ ଝାଡୁରେ ବାହାର କରିବା ଉଚିତ ନୁହେଁ ଏମିତି କରିବା ଦ୍ୱାରା ବାସ୍ତୁଦୋଷର ପ୍ରଭାବ ଘରେ ପଡିଥାଏ। ଯାହା ଦ୍ୱାରା ଘରେ ଦୁଃଖ କଷ୍ଟର ସମସ୍ୟା ବଢିବାକୁ ଲାଗିପାରେ। ଏହା ସହିତ ଘରେ ଯେତେବେଳେ ଆପଣ ପୋଛା ଲଗାନ୍ତି ଧ୍ୟାନ ରଖିବେ ପୋଛା ପାଣିରେ ଫଟିକ କିମ୍ବା ଲୁଣ ମିଶେଇ ପୋଛା ଲଗାନ୍ତୁ। ଏମିତି କରିବା ଦ୍ୱାରା ଘରର ବାତାବରଣ ଭଲ ରହିବ ଏବଂ ଘରେ ପବିତ୍ରତା ମଧ୍ୟ ରହିବ। ଯେଉଁଠି ପବିତ୍ରତା ରହିଥାଏ ସେଠାରେ ସଦାସର୍ବଦା ଆନନ୍ଦ ରହିଥାଏ ଖୁସି ରହିଥାଏ। ସେହିଭଳି ପୁରୁଣା ମାନ୍ୟତା ଅଛି ଗୁରୁବାର ଦିନ ଘରେ ପୋଛା ଲଗେଇବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ବିଗିଡି ଯାଆନ୍ତି ଯଦି ଗୁରୁବାର ଦିନ ଜରୁରୀ ଅଟେ ତେବେ ଆପଣ ପୋଛା ପାଣିରେ ହଳଦୀ ଅଳ୍ପ ମିଶାଇ ପୋଛା ଲଗେଇ ପାରିବେ। ଏମିତି କରିବା ଦ୍ୱାରା ଦୋଷ ନଷ୍ଟ ହୋଇଥାଏ।

ଝାଡୁର ଆହୁରି ଅନେକ ମହତ୍ତ୍ୱପୂର୍ଣ୍ଣ କଥା ଅଛି ଯାହାକୁ ଆପଣ ଜାଣି ରଖିବା ବହୁତ ଭଲ ହେବ। ଝାଡୁକୁ ଭୁଲରେ ବି କେବେବି ଖୋଲା ଜାଗାରେ ରଖନ୍ତୁ ନାହିଁ। ଯେମିତି ଆପଣ ଛାତ ଉପରେ ଝାଡୁ ଲଗେଇ ସେହି ଝାଡୁକୁ ଖୋଲାରେ ଛାଡି ଦେଲେ ଯେମିତି ଆକାଶ ତଳେ ବା ଅଗଣାରେ। ଆମର କହିବାର ଉଦେଶ୍ୟ ଆପଣ ଝାଡୁକୁ ଖୋଲା ଜାଗାରେ ରଖନ୍ତୁ ନାହିଁ। ଆପଣ ଘରର କୋଣରେ କିମ୍ବା କୌଣସି ତଳେ ରଖି ପାରିବେ। ଚେଷ୍ଟା କରନ୍ତୁ ଆପଣ ଝାଡୁକୁ ଭଲ ରୂପେ ରଖନ୍ତୁ ଏବଂ ଏହିଭଳି ରଖନ୍ତୁ ଯେପରି ଅନ୍ୟ କାହାର ନଜର ନପଡିବ। ଯେମିତି ଆପଣ ଧନକୁ ଲୁଚେଇ ରଖିଥାନ୍ତି ସେହିପରି ଝାଡୁକୁ ବି ରଖିବା ଉଚିତ। ସବୁବେଳେ ଲୁଚେଇ ରଖନ୍ତୁ ନଚେତ ଏହାକୁ ଅଶୁଭ ମାନାଯାଇଥାଏ। ଯେଉଁ ଠାରେ ଆପଣ ଖାଇଥାନ୍ତି ସେଠାରେ ଆପଣ ଝାଡୁ ରଖନ୍ତୁ ନାହିଁ। ଯଦି ସେହି ସ୍ଥାନରେ ଆପଣ ଝାଡୁ ରଖୁଛନ୍ତି ତାହେଲେ ଘରର ଅନ୍ନ ଜଲଦି ଜଲଦି ସରିବାରେ ଲାଗିବ ତା ସହିତ ସ୍ବାସ୍ଥ୍ୟରେ ସବୁବେଳେ ଅସୁବିଧା ଲାଗିରହିବ ତା ସହିତ ଏହି କଥାର ଧ୍ୟାନ ରଖିଥାନ୍ତୁ ଯେ ଯେତେବେଳେ ଆପଣ ଝାଡୁ କିଣି ଆଣିବା ପରେ ସେହି ଝାଡୁରେ ଘର ସଫା କରିବା ଆରମ୍ଭ କରନ୍ତୁ ନାହିଁ। ସେହି ନୂଆ ଝାଡୁର ମୁଠିରେ କିମ୍ବା ଯେଉଁଠି ଝାଡୁକୁ ଆପଣ ଧରନ୍ତି ସେହି ଜାଗାରେ ଧଳା ସୂତା ବାନ୍ଧି ଝାଡୁକୁ ବ୍ୟବହାର କରନ୍ତୁ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ସ୍ଥିର ରହିଥାନ୍ତି। ତା ସହିତ ରାତିରେ ଶୋଇବା ପୂର୍ବରୁ ଝାଡୁରେ ଗୋଟେ ଛୋଟ ଉପାୟ କରାଯାଇଥାଏ ଆଉ ସେହି ଉପାୟଟି ହେଉଛି ରାତିରେ ଶୋଇବା ପୂର୍ବରୁ ଘରର କବାଟ ପାଖରେ ଭିତର ପଟୁ ଝାଡୁକୁ ରଖିଦିଅନ୍ତୁ। ଧ୍ୟାନ ରଖିବେ ଝାଡୁକୁ ଛିଡା କରି ରଖିବେ ନାହିଁ। ଝାଡୁକୁ ଶୁଆଇ ରଖିବେ। ଝାଡୁ ତଳେ ଅଳ୍ପ ଜିରା ପକେଇ ଦିଅନ୍ତୁ। ଜିରା ତ ଆପଣଙ୍କ ଘରେ ଥିବ। ଯାହାକୁ ଆପଣ ଆପଣଙ୍କର ରୋଷେଇରେ ବ୍ୟବହାର କରୁଛନ୍ତି। ରାତିରେ ଶୋଇବା ପୂର୍ବରୁ ଅଧିକ ରଖନ୍ତୁ ନାହିଁ ୨ ରୁ ୩ଟି ଜିରା ଦାନା ରଖିବେ ଏବଂ ସକାଳୁ ଉଠି ଯେତେବେଳେ ଝାଡୁ ଲଗାଇବେ ସେତେବେଳେ ଜିରାକୁ ବି ଝାଡୁ କରି ବାହାର କରିଦେବେ ଏହି ଉପାୟଟି ଆପଣଙ୍କୁ ରାତିରେ ହିଁ କରିବାକୁ ହେବ।

ଝାଡୁ ଯେତେବେଳେ ବି କବାଟ ପାଖରେ ରଖିବେ ରାତିରେ ହିଁ ରଖିବେ ଦିନରେ ରଖିବେ ନାହିଁ। ତା ସହିତ ଧ୍ୟାନ ରଖିବେ ଯଦି କୌଣସି ଛୁଆ ଅଚାନକ ଘରେ ଝାଡୁ କରିବାରେ ଲାଗେ ତାହେଲେ ଘରକୁ ନୂଆ କୁଣିଆ ଆସିବେ। ବେଳେବେଳେ ଆମର ପାଦ ଝାଡୁ ଉପରେ ବାଜି ଯାଇଥାଏ ଏମିତି ହେଲେ ଏହାକୁ ଅଶୁଭ ମାନାଯାଇଥାଏ। ସେତେବେଳେ ଆପଣ ଝାଡୁକୁ ଛୁଇଁ କ୍ଷମା ମାଗିନିଅନ୍ତୁ। ଭୁଲରେ ଝାଡୁରେ କାହାକୁ ବାଡାନ୍ତୁ ନାହିଁ। ସେ ଜୀବଜନ୍ତୁ ହୁଅନ୍ତୁ କିମ୍ବା ମନୁଷ୍ୟ ହୁଅନ୍ତୁ। ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ଏବଂ ଘରୁ ଯିବାର ସଙ୍ଗେ ସଙ୍ଗେ ଝାଡୁ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଯେଉଁ ବ୍ୟକ୍ତି ବିଶେଷ କାମରେ ବାହାରକୁ ଯାଇଥାନ୍ତି ତାଙ୍କର କାମ ସଫଳ ହେବନାହିଁ। ଏଥିପାଇଁ ତୁରନ୍ତ ଘରୁ ଯିବା ପରେ ଝାଡୁ କରନ୍ତୁ ନାହିଁ। କମସେକମ ଅଧ ଘଂଟାଏ କିମ୍ବା ଗୋଟେ ଘଣ୍ଟା ପରେ ଝାଡୁ ଲଗାନ୍ତୁ। ଝାଡୁକୁ କେବେବି ଛିଡା କରି ରଖନ୍ତୁ ନାହିଁ। ଏହାକୁ ଅଶୁଭ ମାନାଯାଇଥାଏ ଏବଂ ଦୁଇଟି ଝାଡୁ ଏକା ସାଙ୍ଗରେ ରଖନ୍ତୁ ନାହିଁ ଅଲଗା ଅଲଗା ରଖନ୍ତୁ। ନହେଲେ ଘରେ ବିନା କାରଣରେ ଝଗଡା ହେବ। ଯେତେବେଳେ ଆପଣ ନୂଆ ଘର ସିପଟ କରନ୍ତି ସେମାନେ ନୂଆ ଝାଡୁ ନେଇ ନୂଆ ଘରକୁ ଯାଆନ୍ତୁ। ପୁରୁଣା ଝାଡୁକୁ ବି ନେଇ ପାରିବେ କାରଣ ପୁରୁଣା ଝାଡୁ ପୁରୁଣା ଘରେ ଛାଡି ପାରିବେ ନାହିଁ। ଯେତେବେଳେ ଗୃହ ପ୍ରବେଶ କରିବେ ସେତେବେଳେ ଗୋଟେ ହାତରେ ତୁଳସୀର ଗଛ ଏବଂ ଦ୍ୱିତୀୟ ହାତରେ ଝାଡୁ ଧରି ପ୍ରବେଶ କରନ୍ତୁ। ତା ସହିତ ଗୋଟେ ପାତ୍ରରେ କିମ୍ବା ଗୋଟେ ଢାଳରେ ପାଣି ଧରି ପ୍ରବେଶ କରିବା ଉଚିତ। ଏମିତି କରିବା ଅତି ଶୁଭଦାୟକ ହୋଇଥାଏ। ଘରେ ସୁଖ ସମୃଦ୍ଧି ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *