Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ମଧ୍ୟ ଲୁଗା ସଫା ସମୟରେ କରନ୍ତୁ ନାହିଁ ଏଭଳି କାର୍ଯ୍ୟ, ନଚେତ ସର୍ବନାଶ ହେବ

ସେୟାର୍ କରନ୍ତୁ

ଜୀବନରେ ଏମିତି କିଛି କାର୍ଯ୍ୟ ରହିଛି, ଏହାର ଭଲ ବା ଖରାପ ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ମଣିଷ ଜୀବନରେ ଯେଉଁସବୁ ଘଟଣା ଘଟିଥାଏ ତାହାର କାରଣ ଓ ନିରାକରଣ ବିଷୟରେ ଶାସ୍ତ୍ରରେ ଲେଖା ହୋଇଥାଏ। ଏହାସହିତ ଘରେ ରହୁଥିବା ଜିନିଷ ବା ଘରର ସ୍ଥିତି ବା ଘର ମଧ୍ୟରେ ମଣିଷ ଯେଉଁ କାର୍ଯ୍ୟ କରେ, ତାର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ ବୋଲି ତାହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏହା ସହିତ ଲୁଗା ଠାରୁ ଆରମ୍ଭ କରି ଲୁଗା ସଫା କରିବା ବା ଶୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ମଣିଷ ଜୀବନକୁ ନଷ୍ଟ କରିପାରେ। ଆଜି ଆମେ ଆପଣ ମାନଙ୍କୁ ଲୁଗା ଧୋଇବା ସମୟରେ କଣ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ।

ଆମେ ପ୍ରତିଦିନ ଯେଉଁ ଲୁଗା ପରିଧାନ କରିଥାଉ, ତାହା ପ୍ରତିଦିନ ସଫା କରିଥାଉ। କିଛି ମହିଳା ମାନେ ରାତ୍ରି ବା ସନ୍ଧ୍ୟା ସମୟରେ ଲୁଗା ସଫା କରିଥାନ୍ତି। କାରଣ ବ୍ୟସ୍ତ ବହୁଳ ଜୀବନରେ ଦିନରେ ଏତେ ସମୟ ମିଳି ନଥାଏ। କିନ୍ତୁ ସନ୍ଧ୍ୟା ବା ରାତ୍ରି ସମୟରେ ଖରାପ ଶକ୍ତିର ପ୍ରଭାବ ଅଧିକ ରହିଥାଏ। ଏହି ସମୟରେ ଭୁଲରେ ମଧ୍ୟ ଲୁଗା ସଫା କରିବା ଉଚିତ ନୁହେଁ। ଏପରି କରିବା ଦ୍ଵାରା ଘରେ ଉନ୍ନତିର ହାନୀ ଘଟିଥାଏ। ଏହାସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳି ନଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଗାକୁ ଘରର ଛାତ ଉପରେ ଶୁଖାଇବା ଅନୁଚିତ ଅଟେ। ଏହା ଦ୍ଵାରା ଆପଣଙ୍କ ଆୟ ଧୀରେ ଧୀରେ କମି ଯାଇଥାଏ

ତେଣୁ ଭୁଲରେ ମଧ୍ୟ ଘରର ଛାତ ଉପରେ ଲୁଗା ସଫା କରି ଶୁଖାନ୍ତୁ ନାହିଁ। ଘରର ଅଗଣା ବା ଘର ଭିତରେ କପଡା ଶୁଖାଇବା ଉଚିତ। ଏହା ସହିତ ଶାସ୍ତ୍ରରେ ଗୁରୁବାର ଦିନ ଲୁଗା ସଫା କରିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କାରଣ ଗୁରୁବାର ହେଉଛି ଧନର ଦେବୀ ମାଆ ଲକ୍ଷ୍ମୀଙ୍କର ଦିନ। ଏହିଦିନ ଘରେ କପଡା ସଫା କଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି। ଆଜିକାଲି ଆଧୁନିକ ଯୁଗରେ ନୂଆ ଷ୍ଟାଇଲିସ ବସ୍ତ୍ର ଚାଲିଥିବା ବେଳେ ପୁରୁଣା ବା ଚିରାଫଟା ବସ୍ତ୍ର ଧାରଣ କରିବା ଉଚିତ ନୁହେଁ। ଏହାଦ୍ଵାରା ବାସ୍ତୁ ଦୋଷ ବୃଦ୍ଧି ହେବା ସହିତ ଧନହାନୀ ହେବାର ସମ୍ଭାବନା ରହିଥାଏ।

ଆପଣଙ୍କୁ ସର୍ବଦା ଲୁଗା ଗୁଡିକୁ ସଜାଡି ରଖିବା ଉଚିତ। ପ୍ରତ୍ୟେକଦିନ ଲୁଗା ସଫାକରି ଶୁଖାଇବା ପରେ ଭଲଭାବରେ ଭାଙ୍ଗି ଏହାକୁ ସଜାଇ ରଖିବା ଉଚିତ। ଆପଣ ନିଜେ ପିନ୍ଧୁଥିବା ବସ୍ତ୍ରକୁ ଟାଙ୍ଗିକି ରଖିବା ଉଚିତ ନୁହେଁ। ଘରର ମହିଳା ମାନେ ଏହିକଥା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ଦୂର ହେବା ସହିତ ଘର ଧନଧାନ୍ୟରେ ଭରି ଉଠିବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ, ଅନ୍ୟ ସହ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *