Excuse Me Odisha

ଯାହା କହିବୁ ସତ କହିବୁ

କୃଷ୍ଣବାଣୀ : କଳିଯୁଗର ୫ଟି ସତ୍ୟକଥା,ଯାହାକୁ ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ

ସେୟାର୍ କରନ୍ତୁ

କଳିଯୁଗର ସମୟ କିଭଳି ରହିବ, ସେହି ବିଷୟରେ ପୁରାତନ କାଳରୁ ଭଗବାନ ଶ୍ରୀକୃଷ୍ଣ କହି ଦେଇଥିଲେ।କଳିଯୁଗର ସମୟ କିପରି ରହିବ, ଏହା ମହାଭାରତ କାଳରୁ ଜଣା ପଡି ଯାଇଥିଲା। ଦିନେ ପାଞ୍ଚ ପାଣ୍ଡବଙ୍କୁ ଏହି କଥା ଜାଣିବା ପାଇଁ ଇଚ୍ଛା ହେଲା କି କଳିଯୁଗରେ ଥିବା ଲୋକମାନେ କିପରି ସମୟ ଅତିବାହିତ କରିବେ ଏବଂ ସେମାନଙ୍କ ସ୍ଵଭାବ କିପରି ହେବ। ସେଥିପାଇଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଯାଇ ପଚାରିଲେ, ହେ ପ୍ରଭୁ! ଆପଣ ସବୁ ଜଗତ ବିଷୟରେ ସବୁ ଜାଣିଛନ୍ତି। ଆପଣ ଏହା ମଧ୍ୟ ଜାଣିଥିବେ କି କଳିଯୁଗରେ ଲୋକମାନେ କିଭଳି ସ୍ଵଭାବର ହେବେ ଓ କିପରି ଜୀବନ ବିତାଇବେ। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ ସାଙ୍ଗେ ସାଙ୍ଗେ ଆଦେଶ ଦେଇ କହିଲେ କି ତୁମେ ପାଞ୍ଚ ଭାଇ ଜଙ୍ଗଲକୁ ଯାଅ ଏବଂ ସେଠାରେ ଯାହା ଦେଖିଲ ତୁମେ ଆସି ମୋତେ କହିବ

ଏହା ଶୁଣିବା ପରେ ପାଞ୍ଚ ଭାଇ ନିଜ ନିଜ ବାଟରେ ଚାଲିଗଲେ ।ସେମାନେ ଯିବା ବେଳେ ପ୍ରଥମେ ଯୁଧିଷ୍ଠିର ଏକ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହା କହିବାରୁ ,ଭଗବାନ କହିଲେ କଳିଯୁଗରେ ଥିବା ଲୋକମାନେ କହିବେ ଗୋଟେ ଓ କରିବେ ଆଉ ଗୋଟେ। ଏଭଳି ପ୍ରକାରର ଲୋକମାନେ ଏହି ଜାଗାରେ ରହିବେ। ସେମାନେ ଦୁଇ ମୁହଁରେ ସମସ୍ତଙ୍କ ଶୋଷଣ କରିବେ। ଏହାପରେ ଭୀମ ଗୋଟେ ଗାଈକୁ ଦେଖିଲେ, ଯିଏ ନିଜ ବାଛୁରୀକୁ ଏଭଳି କାମଡି ଧରିଥିଲା, ତାର ରକ୍ତ ବାହାରି ଯାଇଥିଲା ।ଏହା ଦେଖି ଭୀମ ଭଗବାନ ଶ୍ରୀକୃଷ୍ଣଙ୍କ କହିଲେ। ଭଗବାନ କହିଲେ, କଳି ଯୁଗରେ ଥିବା ମାତାପିତା ମାନେ ଏଭଳି ପ୍ରକାରେ ନିଜ ସନ୍ତାନ ମାନଙ୍କୁ ମୋହ ଜାଲରେ ବାନ୍ଧି ରଖିବେ ଏବଂ ପିଲାମାନଙ୍କୁ ନଷ୍ଟ କରିଦେବେ। ଏହା ସହିତ ନିଜ ପିଲା ସଚ୍ଚୋଟ ଓ ସାଧୁ ହେଲେ ସେମାନେ ମନଦୁଃଖ କରିବେ ଏବଂ ଅନ୍ୟ କାହାର ପିଲା ସାଧୁ ହେଲେ ସେମାନେ ତାକୁ ମୁଣ୍ଡିଆ ମାରିବା ପାଇଁ ଯିବେ।

ଆହୁରି ମଧ୍ୟ କହିଲେ କି ପୁତ୍ର କେବେବି ପିତାମାତାର ହୋଇ ରହିବ ନାହିଁ। ସେ ତାର ସ୍ତ୍ରୀର ହୋଇଯିବ। ଝିଅ ବାପାମାଆଙ୍କର ନହୋଇ ସେ ତାର ସ୍ୱାମୀର ହୋଇଯିବ। ଏହାପରେ ଅର୍ଜୁନ ଏକ ପକ୍ଷୀକୁ ଦେଖିଲେ, ଯାହା ଦେହରେ ପୁରାଣ ଲେଖା ହୋଇଥିଲା। କିନ୍ତୁ ସେହି ପକ୍ଷୀଟି ଜଣେ ମଣିଷର ମାଂସ ଖାଉଥିଲା। ଏହା ଦେଖି ଅର୍ଜୁନ ଭଗବାନଙ୍କୁ ପଚାରିଲେ, ଭଗବାନ! ଏହା କିଭଳି ଦୃଶ୍ୟ। ଭଗବାନ କହିଲେ, କଳିଯୁଗରେ ମଣିଷ ମାନେ ଜ୍ଞାନରେ ପରିପୂର୍ଣ୍ଣ ହେବେ। କିନ୍ତୁ ସେମାନେ ସବୁବେଳେ ଅନ୍ୟମାନଙ୍କ ଧନକୁ ଲୋଭ କରିବେ।ସବୁବେଳେ ସେମାନେ ଅନ୍ୟମାନଙ୍କ ଉପାର୍ଜନ ହାସଲ କରିବା ପାଇଁ ଇଚ୍ଛା ରଖିବେ।

ଏହାପରେ ଯିବା ବାଟରେ ନକୁଳ ଏକ ପଥର ଦେଖିଲେ, ଯାହା ଏକ ବଡ ପଥର ଅଟେ। ଏହି ପଥର ଗଡିବା ସମୟରେ ବଡ ବଡ ଗଛ ମଧ୍ୟ ଏହାକୁ ଅଟକାଇ ପାରିଲେ ନାହିଁ। କିନ୍ତୁ ଗୋଟେ ଛୋଟ ଗଛ ପାଖରେ ଯାଇ ଏହି ପଥର ଅଟକି ଗଲା। ଏହାକୁ ନେଇ ଭଗବାନ ଶ୍ରୀକୃଷ୍ଣ କହିଲେ, ଏହି ପଥର ଭଳି ମଣିଷ ମାନଙ୍କ ବୁଦ୍ଧି ମଧ୍ୟ ନଷ୍ଟ ହୋଇଯିବ। ଏହାସହିତ ସେମାନେ ସବୁକିଛି ଭୁଲିଯିବେ। ଏହାକୁ ଧନ ମଧ୍ୟ ଅଟକାଇ ପାରିବ ନାହିଁ । ହରି ନାମ ଭଳି ଏକ ଛୋଟ ଶବ୍ଦ ଏହାକୁ ଅଟକାଇ ପାରିବ। ଏହାପରେ ସହଦେବ ଗୋଟେ କୂଅ ଦେଖିଲେ, ସେହି କୂଅଟି ବହୁତ ଗଭୀର ଥିଲା, କିନ୍ତୁ ସେଥିରେ ପାଣି ନଥିଲା। ଭଗବାନ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ଥିବା ମଣିଷ ମାନେ ପୂଜାପାଠରେ ବହୁତ ଟଙ୍କା ଖର୍ଚ୍ଚ କରିବେ, କିନ୍ତୁ ଜଣେ ଅସହାୟ ଲୋକକୁ କେବେବି ଗୋଟେ ପଇସା ମଧ୍ୟ ଦେବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *