Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ୍,ନହେଲେ …

ସେୟାର୍ କରନ୍ତୁ

ବନ୍ଧୁଗଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାବେଳେ କରନ୍ତୁ ନାହିଁ ଏହିସବୁ ଭୁଲ। ପୁରାଣ ଅନୁସାରେ କୁହାଯାଇଥାଏ କି ସଂସାରର ସମସ୍ତ ମାନବଙ୍କୁ ସ୍ନାନ କରି ସାରିବା ପରେ ସୁର୍ଯ୍ୟ ଦେବଙ୍କୁ ଅବଶ୍ୟ ଜଳ ଅର୍ପଣ କରିବା ଦରକାର। ତମ୍ବାର ଲୋଟାରେ ଜଳ ଚଢାଇଲେ ବହୁତ ଶୁଭ ମାନାଯାଇଥାଏ। ଜଳ ସହିତ ମନ୍ଦାର ଫୁଲ ମିଶେଇ ସୁର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ଦ୍ୱାରା ସୂର୍ଯ୍ୟଦେବ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି। ଜଳକୁ ଚଢାଇବା ସମୟରେ ସୂର୍ଯ୍ୟଦେବଙ୍କ ମନ୍ତ୍ରର ଉଚାରଣ କରିବା ଆବଶ୍ୟକ। ଏହା ଦ୍ୱାରା ମନରେ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଯେଉଁ ଲୋକର ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ଯଦି ସେହି ଲୋକ ପ୍ରତିଦିନ ସକାଳୁ ଉଠି ସ୍ନାନ କରିସାରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବେ ତ ତାଙ୍କୁ ସ୍ବାସ୍ଥ୍ୟ ସମ୍ବଦ୍ଧିୟ ଯାହାବି ସମସ୍ୟା ସବୁ ଦୂର ହୋଇଥାଏ। ବହୁତ ଲୋକଙ୍କର କୁଣ୍ଡଳୀରେ ସୁର୍ଯ୍ୟଙ୍କର ଦୋଷା ଠିକ ନଥାଏ ଏହି ଲୋକ ମାନଙ୍କୁ ଅବଶ୍ୟ ହିଁ ସବୁଦିନ ସ୍ନାନ କରି ସାରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ଉଚିତ। ଏହା ଦ୍ୱାରା ତାଙ୍କର ଗ୍ରହର ଯାହାବି ଖରାପ ଅଛି ସେଥିରେ ସୁଧାର ଆସିପାରେ। ତେବେ ଆସନ୍ତୁ ଜାଣିବା ସୁର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ଆମକୁ କେଉଁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ଏହିପରି କିଛି ଭୁଲ କରୁଛନ୍ତି ତ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ଏବଂ ନଚଢାଇବା ସମାନ କଥା ଅଟେ। ତେବେ ଆସନ୍ତୁ ଜାଣିନେବା।

ସବୁଠୁ ପ୍ରଥମ କଥା। ପୂର୍ବ ଦିଗ ଆଡ଼କୁ ମୁହଁ ରଖନ୍ତୁ। ସୂର୍ଯ୍ୟଦେବଙ୍କୁ ସବୁବେଳେ ପୂର୍ବ ଦିଗ ଆଡ଼କୁ ମୁହଁ କରି ଜଳ ଚଢାଇବା ଉଚିତ। ସବୁବେଳେ ସୂର୍ଯ୍ୟଙ୍କ ଦିଶା ଯେତେବେଳେ ପୂର୍ବ ଦିଗରେ ଥିବ ସେହି ସମୟରେ ହିଁ ଜଳ ଚଢ଼େଇବାର ପ୍ରୟାସ କରିବା ଉଚିତ। ଜଳ ଚଢାଇବା ସମୟରେ କିଛି ବି ଜଳର ଛିଟା ଆପଣଙ୍କ ଗୋଡ଼ ଉପରେ ନ ପଡିବା ଉଚିତ। ସବୁବେଳେ ଏହି କଥାର ଧ୍ୟାନ ରଖିବା ଉଚିତ କି ଆପଣ ଯେଉଁଠାରେ ଜଳ ଚଢ଼ାଉଛନ୍ତି କିନ୍ତୁ ସୂର୍ଯ୍ୟଦେବଙ୍କୁ ଚଢ଼ୁଥିବା ଜଳର ଛିଟା ଯେମିତି ଆପଣଙ୍କ ଗୋଡ଼ ଉପରେ ନପଡ଼େ। ଯଦି ଜଳ ଚଢାଇବା ସମୟରେ ଆପଣଙ୍କର ଗୋଡ଼ ଉପରେ ସେହି ଜଳ ପଡିଥାଏ ତ ଏହା ଅଶୁଭ ହୋଇଥାଏ। କାହିଁକିନା ଏହା ଦ୍ୱାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି। ଆପଣଙ୍କ ଉପରେ ସୂର୍ଯ୍ୟଦେବଙ୍କର ଅଶୁଭ ଦୃଷ୍ଟି ପଡିଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ସୂର୍ଯ୍ୟଦେବଙ୍କ ଏହି ମନ୍ତ୍ରକୁ ଜପ କରନ୍ତୁ ” ଓଁ ସୂର୍ଯ୍ୟାୟ ନମଃ”।

ବିନା ସ୍ନାନରେ ଜଳ ଚଢାନ୍ତୁ ନାହିଁ। ଭୁଲରେ ବି ଏହି କାମ କରନ୍ତୁ ନାହିଁ। ବିନା ସ୍ନାନରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ ନାହିଁ। ସୂର୍ଯ୍ୟଦେବଙ୍କୁ ସ୍ଵଛତା ବହୁତ ହିଁ ପସନ୍ଦ ହୋଇଥାଏ। ଏମିତିରେ ଯଦି ଆପଣ ବିନା ସ୍ନାନରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବେ ତ ସୂର୍ଯ୍ୟଦେବ ଆପଣଙ୍କ ଉପରେ ରୁଷ୍ଠ ହୋଇଯିବେ ଏବଂ ଆପଣ ପ୍ରତ୍ୟକ କାର୍ଯ୍ୟରେ ଅସଫଳ ହେବେ।

ତମ୍ବା ପାତ୍ରର ଉପଯୋଗ। ଆଜିକାଲି ପ୍ଲାଷ୍ଟିକର ଦୁନିଆ ଚାଲିଛି। ପ୍ଲାଷ୍ଟିକର କୌଣସି ବି ପ୍ରକାରର ଜିନିଷରେ ସୂର୍ଯ୍ୟଦେବଙ୍କୁ ଜଳ ବିଲକୁଲ ବି ଅର୍ପଣ କରନ୍ତୁ ନାହିଁ। ଏହା ଛଡା ଷ୍ଟିଲ ପିତଳ କାଚ ଇତ୍ୟାଦି ପାତ୍ରରେ ବି ବ୍ୟବହାର କରନ୍ତୁ ନାହିଁ। ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ପାଇଁ ସବୁବେଳେ ତମ୍ବା ପାତ୍ରର ପ୍ରୟୋଗ କରିବା ଉଚିତ। ଏହା ପଛରେ ବୈଜ୍ଞାନିକ କାରଣ ଏହା ଅଟେ ଯେ ସୂର୍ଯ୍ୟଦେବଙ୍କ ପୁଷ୍କତାରୁ ପ୍ଲାଷ୍ଟିକର କିଛି ବିଷାକ୍ତ ଗ୍ୟାସ ବାହାରିଥାଏ। ଯାହା ଆମର ଶରୀର ପାଇଁ ବି ଭଲ ହୋଇନଥାଏ।

ବ୍ରହ୍ମମୁହୂର୍ତ୍ତରେ ହିଁ ଜଳ ଅର୍ପଣ କରନ୍ତୁ। ଚେଷ୍ଟା କରନ୍ତୁ ସବୁବେଳେ ବ୍ରହ୍ମମୁହୂର୍ତ୍ତରେ ହିଁ ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ବ୍ରହ୍ମମୁହୂର୍ତ୍ତର ସମୟ ଅର୍ଥାତ ସକାଳର ୩ ଟାରୁ ୫ ଟା ପର୍ଯ୍ୟନ୍ତର ସମୟ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ସବୁଠାରୁ ଭଲ ସମୟ ମାନାଯାଇଥାଏ। ଜଳ ଚଢାଇବା ପୂର୍ବରୁ ଆପଣଙ୍କ ନିୟମିତ କ୍ରିୟାକର୍ମ ବି ପୂରଣ ହେବା ଉଚିତ। ଆପଣ ସୁର୍ଯ୍ୟ ବସ୍ତ୍ର ପିନ୍ଧିକରି ହିଁ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଦିଅନ୍ତୁ ଏମିତି କରିବା ଦ୍ୱାରା ନବ ଗ୍ରହ ଅର୍ଥାତ ନବ ଗ୍ରହଙ୍କର କୃପା ସର୍ବଦା ଆପଣଙ୍କ ଉପରେ ବନି ରହିବ।

ଅକ୍ଷତ ଏବଂ ଫୁଲ ଅବଶ୍ୟ ରହିବା ଉଚିତ। ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ଜଳରେ ଅକ୍ଷତ ଏବଂ ମନ୍ଦାର ଫୁଲ ରହିବା ନିହାତି ଆବଶ୍ୟକ।

ସବୁବେଳେ ଆପଣଙ୍କର ହାତକୁ ମୁଣ୍ଡ ଉପରେ ରଖି କରି ହିଁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଯେତେବେଳେ ଜଳର ଧାରା ସୁର୍ଯ୍ୟଦେବଙ୍କୁ ଅର୍ପଣ କରିବା ପାଇଁ ପଡିଥାଏ ତ ସେତେବେଳେ ଏହି ଧାରାରେ ସୂର୍ଯ୍ୟଦେବଙ୍କୁ ଦେଖିବା ଉଚିତ। କୁହାଯାଇଥାଏ କି ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ବନିରହିଥାଏ ଏବଂ ବ୍ୟକ୍ତିଙ୍କର ମନରେ ସକାରତ୍ମକ ଉର୍ଜାବି ପ୍ରବେଶ କରିଥାଏ।

ଚପଲ ପିନ୍ଧନ୍ତୁ ନାହିଁ। ଭୁଲରେ ବି ଆପଣଙ୍କ ପାଦରେ ଚପଲ ନରହିବା ଉଚିତ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଚପଲ ପିନ୍ଧି କରି ଜଳ ଅର୍ପଣ କରୁଛନ୍ତି ତ ସୂର୍ଯ୍ୟଦେବ ଆପଣଙ୍କ ଉପରେ ରୁଷ୍ଠ ହୋଇପାରନ୍ତି। ଏବଂ ଆପଣଙ୍କର ଯାହାବି କାମ ଅଟକି ରହିଛି ସେସବୁ କାମରେ ଆପଣ ଆଗକୁ ବଢ଼ିପାରିବେ ନାହିଁ। ଏଥିପାଇଁ ସର୍ବଦା ସୂର୍ଯ୍ୟଦେବଙ୍କୁ ଖାଲି ପାଦରେ ହିଁ ଜଳ ଅର୍ପଣ କରନ୍ତୁ।

ରବିବାର ଦିନ ଜଳ ଅବଶ୍ୟ ଚଢାନ୍ତୁ। ଆପଣ ପ୍ରତିଦିନ ଜଳ ଚଢାନ୍ତୁ କି ନାହିଁ କିନ୍ତୁ ରବିବାର ଦିନ ଅବଶ୍ୟ ଜଳ ଚଢାନ୍ତୁ। କାହିଁକିନା ରବିବାର ହେଉଛି ସୂର୍ଯ୍ୟଦେବଙ୍କର ଦିନ। ଏହି ଦିନ ଅବଶ୍ୟ ହିଁ ସବୁ ବ୍ୟକ୍ତିଙ୍କୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଏହା ଦ୍ୱାରା ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ପ୍ରକାରର ଯଦି ସୁର୍ଯ୍ୟ ସମ୍ବଦ୍ଧିତ କିଛି ଦୋଷ ଥିବ ତାହା ଦୂର ହୋଇପାରିବ। ସାଧା ଭୋଜନ ଖାଆନ୍ତୁ। ଯଦି ଆପଣ ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ଜଳ ଚଢ଼ାଉଛନ୍ତି ତ ଏହି କଥାର ଅବଶ୍ୟ ଧ୍ୟାନ ରଖନ୍ତୁ କି ଆପଣ ରବିବାର ଦିନ ଆମିଷ ସେବନ କରନ୍ତୁ ନାହିଁ। ଲାଲ ରଙ୍ଗର ପନିପରିବା ଏବଂ ମସୁରଡାଲି ଖାଆନ୍ତୁ ନାହିଁ। ଯଦି ଆପଣ ରବିବାର ଦିନ ମିଷ୍ଠାନ ଗ୍ରହଣ କରୁଛନ୍ତି ତ ଏହା ବହୁତ ଭଲ କଥା ହୋଇଥାଏ। ରବିବାର ଦିନ ଲାଲ କପଡା ଭୁଲରେବି ପିଦ୍ଧନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *