Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ଘରେ ମୂଷା ରାଜ କରୁଛନ୍ତି କି ? ମୂଷା ଘର ଛାଡି ସବୁ ଦିନ ପାଇଁ ପଳାଇବ,ବାସ ଆପଣାନ୍ତୁ ଏହି ଘରୋଇ ଉପାୟ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ମୂଷାକୁ ଘରୁ ଘଉଡାଇବାର ଘରୋଇ ଉପାୟ ବିଷୟରେ। ବନ୍ଧୁଗଣ ଘରେ ମୂଷା ରହିଲେ ଆପଣଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରିଥାନ୍ତି ଏବଂ ଆପଣଙ୍କର ବିଭିନ୍ନ ଦାମୀ ଜିନିଷକୁ ଖରାପ କରି ଦେଇଥାନ୍ତି। ସେଥିପାଇଁ ଆମେ ମାର୍କେଟରୁ ମୂଷା ମରା ମେଡ଼ିସିନ ଆଣିଥାଉ। କିନ୍ତୁ ତାହା ଆମ ଛୋଟ ପିଲା ମାନଙ୍କ ପାଇଁ ମଧ୍ୟ ବହୁତ କ୍ଷତିକାରକ ଅଟେ। ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଘରୋଇ ଉପଚାର ଜଣେଇବୁ ଏହା ବହୁତ କମ ଖର୍ଚ୍ଚରେ ଆପଣ ଘରେ ବନେଇ ପାରିବେ ଏବଂ ଆପଣଙ୍କର ଘରୁ ମୂଷାଙ୍କୁ ମାରିବା ପରିବର୍ତେ ଆପଣ ଘଉଡ଼ାଇ ପାରିବେ। ସେଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ତାହା ଅଟେ ଜର୍ଦା। ବନ୍ଧୁଗଣ ଆପଣ ଖୋଲା ଜର୍ଦା ବି ଆଣିପାରିବେ କିମ୍ବା ଏମିତି ବି ପକେଟ ଜର୍ଦାବି ଆଣିପାରିବେ। ବନ୍ଧୁଗଣ ଜର୍ଦା ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଥିବେ କିନ୍ତୁ ଏହା ମୂଷା ମାନଙ୍କ ପାଇଁ ବି ବହୁତ କ୍ଷତିକାରକ ହୋଇଥାଏ। ଏହାର ସେବନ ଦ୍ୱାରା ମୂଷା ମାନେ ବେହସ ହୋଇଯାନ୍ତି ଏବଂ ପାଣି ବିକଳରେ ବାହାରକୁ ଦୌଡ଼ି ପଳାନ୍ତି। ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଏହାର ବ୍ୟବହାର ଆପଣ ମୂଷା ଘଉଡାଇବା ପାଇଁ କିପରି କରିବେ। ବନ୍ଧୁଗଣ ଆପଣଙ୍କୁ ଏକ ଚାମଚ ପାଖାପାଖି ଜର୍ଦାର ଆବଶ୍ୟକତା ପଡିବ। ଏଥିପାଇଁ ଆପଣ ଦୁଇଟି ଛୋଟ ପକେଟ ଜର୍ଦା କିମ୍ବା ଏକ ଚାମଚ ଖୋଲା ଜର୍ଦାର ପ୍ରୟୋଗ ଏଥିରେ କରିପାରିବେ। ଧରାଯାଉ ଆପଣ ଦୁଇ ପକେଟ ବା ଏକ ଚାମଚ ଜର୍ଦାର ବ୍ୟବହାର କରୁଛନ୍ତି ତ ସେଥିରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ଶୁଦ୍ଧ ଦେଶୀ ଗାଈ ଘିଅ। ବନ୍ଧୁଗଣ ଗାଈ ଘିଅର ସୁଗଦ୍ଧ ଏତେ ସୁନ୍ଦର ହୋଇଥାଏ ଯେ ମୂଷା ମାନଙ୍କୁ ଏହା ବହୁତ ଆକର୍ଷିତ କରିଥାଏ। ସେଥିପାଇଁ ଏହି ଉପଚାରରେ ଏକ ଚାମଚ ଶୁଦ୍ଧ ଗାଈ ଘିଅ ନିହାତି ପ୍ରୟୋଗ କରନ୍ତୁ। ଏବେ ଏହି ଜର୍ଦା ଏବଂ ଗାଈ ଘିଅକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଜର୍ଦାକୁ ଘିଅରେ ଭଲ ଭାବରେ ମିଶାଇ ସାରିବା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ବେଶନ। ବନ୍ଧୁଗଣ ବେଶନ ତ ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ ଆପଣ ଚାହିଁଲେ ବେଶନ ପରିବର୍ତେ ଅଟାର ପ୍ରୟୋଗ ମଧ୍ୟ ଏଥିରେ କରିପାରିବେ। କିନ୍ତୁ ବନ୍ଧୁଗଣ ଯଦି ଆପଣ ଅଟାର ପ୍ରୟୋଗ ଏଥିରେ କରିବେ ତ ତେବେ ଅଟା ବହୁତ ଶୀଘ୍ର ଶୁଖି ଯାଇଥାଏ ଏବଂ ମୂଷା ତାହାକୁ ଖାଇବା ପାଇଁ ଭଲ ପାଇବେ ନାହିଁ। ସେଥିପାଇଁ ଆପଣ ଏଥିରେ ୨ ଚାମଚ ବେଶନର ପ୍ରୟୋଗ କରନ୍ତୁ। ଏବେ ଏହି ସବୁକୁ ମିଶେଇ ଦିଅନ୍ତୁ ଆଉ ଯେମିତି ଅଟା ଦଳନ୍ତି ସେମିତି ଦଳି ଦିଅନ୍ତୁ ଏବେ ଏଥିରେ ଆପଣ ଅଳ୍ପ ପାଣି ନେଇ ଯେମିତି ଅଟା ଦଳନ୍ତି ଠିକ ସେମିତି ଦଳିଦେବେ। ବେଶି ହାଡ଼ କରିବେନି ପତଳା ରଖିବେ ଏବଂ ନରମ ରଖିବେ କାରଣ ଯେମିତି ଆପଣ ଏହାର ଗୋଳା ବନାଇ ପାରିବେ। ଏବେ ଏହି ଗୋଳାରେ ଆପଣ ଆଉ ଅଳ୍ପ ଟିକେ ଘିଅ ମିଶାଇ ଦିଅନ୍ତୁ। ଏହାର ସୁଗଦ୍ଧ ଆହୁରି ଦୁଇଗୁଣିତ ହୋଇଯିବ। ଯାହା ଦ୍ୱାରା ମୂଷାଙ୍କୁ ଏଗାର ସୁଗଦ୍ଧ ଆକର୍ଷିତ କରିବ।

ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରିବେ।

ବନ୍ଧୁଗଣ ଏହି ଜର୍ଦା ବେଶନ ମିଶ୍ରିତ ଗଳାର ଛୋଟ ଛୋଟ ଗଲି ତିଆରି କରିଦିଅନ୍ତୁ। ଏବେ ଆସନ୍ତୁ ଜାଣିବା ଏହାକୁ ମୂଷା ମାନଙ୍କୁ କେମିତି ଦେବେ। ଆପଣ ଯେପରି ମୂଷା ମରା ଔଷଧ ମୂଷାଙ୍କୁ ଦିଅନ୍ତି ଠିକ ସେହିପରି ଯେଉଁଠାରେ ଆପଣଙ୍କର ମୂଷା ଅଧିକ ଥିବେ ସେହି ଜାଗାରେ ଆପଣ ଏହି ଗୋଟେ ଗୋଟେ ଗୋଳା ପକେଇ ଦିଅନ୍ତୁ। ବନ୍ଧୁଗଣ ଏହାର ସୁଗନ୍ଧରେ ମୂଷା ଆକର୍ଷିତ ହୋଇଥାଏ ଏବଂ ଆସି ଏହାକୁ ଖାଇଥାଏ। କିନ୍ତୁ ଗୋଟେ କଥାର ଧ୍ୟାନ ରଖିବେ ଏହାକୁ ଆପଣ ଯେତେବେଳେ ଦେବେ ସେତେବେଳେ ଆପଣ ପାଣିକୁ ସମ୍ପୂର୍ଣ୍ଣ ଭାବେ ଲୁଚାଇ ଦେବେ। ମୂଷାଙ୍କ ଠାରୁ ପାଣିକୁ ଦୂରେଇ ରଖିବେ। କାରଣ ଏହା ଦେଲା ମାତ୍ରେ ମୂଷା ବେହସ ଅବସ୍ଥାକୁ ଆସିବେ ଆଉ ପାଣି ଖୋଜିବେ। ଯଦି ଆପଣଙ୍କର ଘରୁ ସେମାନେ ପାଣି ପାଇଯିବେ ତେବେ ସେମାନେ ଘର ବାହାରକୁ ଯିବେ ନାହିଁ। ସେଥିପାଇଁ ଆମେ ଆପଣଙ୍କୁ କହିଦେଉଛୁ ଯେ ଯେତେବେଳେ ଏହାର ପ୍ରୟୋଗ କରିବେ ଆପଣଙ୍କର ଘରୁ ପାଣି ଲୁଚାଇ ଦିଅନ୍ତୁ ମୂଷା ଯେମିତି ପାଣି ପାଇବ ନାହିଁ ଦେଖିବେ ମୂଷା ପାଣି ବିକଳରେ ଘରୁ ବାହାରକୁ ପଳାଇଯିବେ ଏବଂ ଏହାର ସେବନ ଦ୍ୱାରା ମୂଷାର ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଯେ ସେ ପାଗଳ ଭଳି ଅବସ୍ଥା ହେବ ଆଉ ସେ ଘରକୁ ଆସିବନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *