Excuse Me Odisha

ଯାହା କହିବୁ ସତ କହିବୁ

ଗାଧୋଇବା ପରେ ସଙ୍ଗେସଙ୍ଗେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନଚେତ ଆସିବ ଅକାଳ ମୃ-ତ୍ୟୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଗାଧୋଇ ସାରିବା ପରେ ସଙ୍ଗେ ସଙ୍ଗେ ଭୁଲରେ ବି କରନ୍ତୁ ନାହିଁ ଏହି କାମ। ଗାଧୋଇ ସାରିବା ପରେ ଆପଣମାନେ ସମସ୍ତେ ତରବର ହୋଇ ସକାଳ ଜଳଖିଆ ଖାଇ କାମରେ ଚାଲି ଯାଇଥାଉ। ପୁରୁଷ ହୁଅନ୍ତୁ କିମ୍ବା ନାରୀ ସମସ୍ତେ ଗାଧୋଇ ସାରିବା ପରେ ଏହିସବୁ ଭୁଲ କରିବା ଅନୁଚିତ। ନଚେତ ଏହି ଛୋଟ ଭୁଲ ଦ୍ୱାରା ଆମ ଜୀବନରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଲାଗିରହିଥାଏ। ଏଥି ସହିତ ପୁରା ଦିନଟି ଅମଙ୍ଗଳରେ କଟି ଥାଏ। ଶାସ୍ତ୍ର ଅନୁସାରେ ପ୍ରତ୍ୟକ କର୍ମର ସଠିକ ନିୟମ ରହିଛି। ଏହି ନିୟମକୁ ମାନି ଚଳିଲେ ଘର ଏବଂ ପରିବାରରେ ସୁଖ ଏବଂ ଶାନ୍ତି ବନି ଏହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ କାମ ସ୍ନାନ କରି ସାରିବା ପରେ କରିବା ଅନୁଚିତ।

ପ୍ରଥମ କଥା। ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ। କାରଣ ଏହି ଦିଗକୁ ଯମରାଜଙ୍କୁ ସମର୍ପିତ କରାଯାଇଛି। ଯେତେବେଳେ ଆମେ କୌଣସି ଅଶୁଭ କାର୍ଯ୍ୟ କରିଥାଉ ଯେମିତିକି ମୃତ୍ୟୁ ବ୍ୟକ୍ତିଙ୍କ କ୍ରିୟା କର୍ମ ସେହି ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରିଥାଉ। ତେଣୁ ସ୍ନାନ କରିବା ସମୟରେ ଅନ୍ୟ କୌଣସି ଦିଗକୁ ମୁହଁ କରି ସ୍ନାନ କରିପାରିବେ। ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବା ବହୁତ ଶୁଭ ମାନା ଯାଇଛି। ଗାଧୋଇ ସାରିବା ପରେ ସୁର୍ଯ୍ୟ ଦେବଙ୍କୁ ନିଶ୍ଚିତ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ଦିନଟି ଭଲରେ ବ୍ୟତୀତ ହେବ।

ସ୍ନାନ କରିବା ପରେ ବାଲ୍ଟିରେ ଗାଧୋଇବା ପାଣି ରଖନ୍ତୁ ନାହିଁ। ସଫା ପାଣି ଭର୍ତ୍ତି କରି ରଖନ୍ତୁ। ବହୁତ ଲୋକ ଅଛନ୍ତି ଗାଧୋଇ ସାରିବା ପରେ ବାଲ୍ଟିକୁ ଓଲଟାଇ ରଖିଦିଅନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଏପରି କଲେ ଆପଣ ମାନଙ୍କ ଧନ ସଞ୍ଚୟରେ ବାଧା ଆସିଥାଏ ତେଣୁ ସବୁବେଳେ ଗାଧୁଆ ଘରେ ପାଣି ଭର୍ତ୍ତିକରି ରଖନ୍ତୁ।

ଓଦା ଲୁଗା ପକେଇ ରଖନ୍ତୁ ନାହିଁ। ପ୍ରାୟତଃ ଲୋକମାନେ ଗାଧୋଇ ସାରିବା ପରେ ଓଦା ଲୁଗା ବାଥରୁମରେ ଅଧିକ ସମୟ ପର୍ଯ୍ୟନ୍ତ ପକାଇ ରଖିଥାନ୍ତି କିନ୍ତୁ ଏହା ବହୁତ ଖରାପ ଅଭ୍ୟାସ ହୋଇଥାଏ। ଯେଉଁ ଲୋକମାନଙ୍କର ଜାତକରେ ରାହୁ ଦୋଷ ଅଛି ସେମାନଙ୍କ ପାଇଁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ। ତେଣୁ ଗାଧୋଇ ସାରିବା ପରେ ଓଦା ବା ପାଲଟା ଲୁଗାକୁ ଶୁଖାଇବା ଉଚିତ।

ଗାଧୋଇବା ସମୟରେ ଚପଲ ପିନ୍ଧିବାକୁ ଅଶୁଭ ମାନାଯାଏ। ଏହା ଦ୍ୱାରା ଧନହାନି ଜନିତ ସମସ୍ୟା ଲାଗିରହିଥାଏ। ଗାଧୋଇବା ସମୟରେ ପ୍ରଥମ ପାଣି ପାଦରେ ପକାଇବାକୁ ଶୁଭ ମାନାଯାଏ। କିନ୍ତୁ ଗାଧୋଇ ସାରିବା ପରେ ପାଦରେ ପାଣି ଢାଳିବାକୁ ଅତ୍ୟନ୍ତ ଅଶୁଭ ମାନାଯାଇଛି।

ସ୍ନାନ କରିବା ସମୟରେ କେବେବି ନିରବ ହୋଇ ସ୍ନାନ କରିବା ଅନୁଚିତ ଅଟେ। ସ୍ନାନ କରିବା ସମୟରେ କୌଣସି ମନ୍ତ୍ର ଉଚାରଣ କରି ବା ସଂଗୀତ ଗାନ କରି ସ୍ନାନ କରିବା ଦ୍ୱାରା ଆମ ମାନଙ୍କୁ ଶାନ୍ତି ମିଳିଥାଏ ଏବଂ ପୁରା ଦିନଟି ଆମକୁ ସଚେତ ଅନୁଭବ ହୋଇଥାଏ।

ଗାଧୋଇ ସାରିବା ପରେ ନଖ କାଟିବା ବା ଶେଭି ହେବା ଭୁଲ ଅଟେ। ଏପରି କରିବା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ମାନାଯାଇଛି। ଏବଂ ଏହିପରି କରୁଥିବା ଲୋକଙ୍କ ଗୃହରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ।

ଗାଧୋଇ ସାରିବା ପରେ ଓଦା ଲୁଗାରେ ଠାକୁର ପୂଜା କରିବା ଅନୁଚିତ ଅଟେ। ଏହା କରିବା ଦ୍ୱାରା ଆମର ସମସ୍ତ ପୁଣ୍ୟ କାମ ପାପ କର୍ମରେ ପରିଣତ ହୋଇଯାଏ। କିନ୍ତୁ ଓଦା ଲୁଗାରେ ସ୍ଵର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଶୁଭ ମାନାଯାଏ।

ଗାଧୋଇ ସାରିବା ପରେ ସଙ୍ଗେ ସଙ୍ଗେ ସିନ୍ଦୁର ପିନ୍ଧିବା ବା ସଜବାଜ ହେବା ଅଶୁଭ ମାନାଯାଏ। ନାରୀମାନେ ଗାଧୋଇ ସାରି ଖାଲି ପେଟରେ ସିନ୍ଦୁର ଲଗାନ୍ତୁ ନାହିଁ କିମ୍ବା ସଜବାଜ ହୁଅନ୍ତୁ ନାହିଁ ଏହା ଆପଣଙ୍କ ସ୍ୱାମୀଙ୍କ ଆୟୁଷ ଉପରେ ପ୍ରଭାବ ପକାଇଥାଏ। ତେଣୁ ସ୍ନାନ କରିସାରି ଠାକୁର ପୂଜା କରନ୍ତୁ। ଏହା ପରେ ପାଟିରେ ଲୁଣ ମାରି ଏବଂ କିଛି ଶୁଖିଲା ଜିନିଷ ଖାଇ ସିନ୍ଦୁର ଲଗାନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କର ଆୟୁଷ ବଢିଥାଏ। କିନ୍ତୁ ମନେରଖନ୍ତୁ ଗାଧୋଇ ସାରିବା ପରେ କେବେବି ମୁଢି ଖାଆନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।

ଅଗ୍ନି ସ୍ପର୍ଶ କରିବା। ପ୍ରାୟତଃ କିଛି ଲୋକ ଗାଧୋଇ ସାରିବା ପରେ ରୋଷେଇ କରନ୍ତି କିନ୍ତୁ ଏହା ପୂର୍ବରୁ ଆପଣ ପାଟିରେ କିଛି ଲୁଣ ମାରନ୍ତୁ ଏବଂ ଏହା ପରେ ଅଗ୍ନିକୁ ସ୍ପର୍ଶ କରନ୍ତୁ। ଏହି ଭୁଲ ଦ୍ୱାରା ଖାଦ୍ୟର ଅଭାବ ଦେଖାଦିଏ।

ସୂର୍ଯ୍ୟାସ୍ତ ସମୟରେ ସ୍ନାନ କରିବା ବହୁତ ବଡ଼ ପାପ ହୋଇଥାଏ ତେଣୁ ଆପଣ ସନ୍ଧ୍ୟା ସମୟରେ ସ୍ନାନ କରିବା ପାଇଁ ପସନ୍ଦ କରନ୍ତି ତେବେ ସୂର୍ଯ୍ୟସ୍ତ ହେବା ପରେ ହିଁ ସ୍ନାନ କରନ୍ତୁ। କିନ୍ତୁ ସୂର୍ଯ୍ୟାସ୍ତ ହେବା ସମୟରେ ସ୍ନାନ କରିବା ଅନୁଚିତ ହୋଇଥାଏ।

ତେଣୁ ଆପଣମାନେ ଯଦି ଗାଧୋଇ ସାରିବା ପରେ ଏହି ଭୁଲ କରୁଛନ୍ତି ତେବେ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *