Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ମଧ୍ୟ ସୋମବାର ଦିନ କରନ୍ତୁ ନାହିଁ ଏହି ୫ଟି ଭୁଲ, ଘର ଉପରକୁ ଆସିଥାଏ ବିପଦ। ନାଟ ହୋଇଯାଏ ଘର।

ସେୟାର୍ କରନ୍ତୁ

ସୋମବାର ଦିନ ଭଗବାନ ଶିବଙ୍କ ଦିନ ବୋଲି ମାନା ଯାଇଥାଏ। ଏହିଦିନ ଲୋକେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଓ ତାଙ୍କ କୃପା ଲାଭ କରିବା ପାଇଁ ବ୍ରତ ଉପବାସ ରଖିଥାନ୍ତି । ଭଗବାନ ଶିବ ଖୁବ ଶୀଘ୍ର ତାଙ୍କ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି । କିନ୍ତୁ ଏଭଳି କିଛି କାର୍ଯ୍ୟ ରହଛି ଯାହା ଆପଣ ସୋମବାର ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ନଚେତ ଭଗବାନ ଶିବ ରୁଷ୍ଟ ହୋଇ ଯାଇଥାନ୍ତି ଏବଂ ଆପଣଙ୍କ ପରିବାର ପ୍ରତି ବିପଦ ମାଡି ଆସେ। ତେବେ ଆସନ୍ତୁ ଜାଣିବା କଣ ସେହି କାର୍ଯ୍ୟ ଗୁଡିକ।

ପ୍ରଥମରେ ହେଉଛି, ଯଦି ଆପଣ ସୋମବାର ବ୍ରତ ପାଳନ କରୁଛନ୍ତି ତାହେଲେ ଏହିଦିନରେ କେବେ ମଧ୍ୟ ଭୁଲରେ ଖାଦ୍ଯରେ ଲୁଣ ବ୍ୟବହାର କରିବା ଉଚିତ ନୁହେଁ, ବିନା ଲୁଣରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଯଦି ଲୁଣର ଅଧିକ ଆବଶ୍ୟକତା ରହିଛି ତେବେ ସୈନ୍ଧବ ଲୁଣ ବ୍ୟବହାର କରିପାରିବେ। କିନ୍ତୁ ଖାଇବା ଲୁଣକୁ ଭୁଲରେ ମଧ୍ୟ ହାତ ଲଗାଇବା ଉଚିତ ନୁହେଁ। ନଚେତ ଭଗବାନ ଶିବଙ୍କ ପ୍ରକୋପର ସାମନା କରିବାକୁ ପଡିପାରେ ଏବଂ ଆପଣଙ୍କ ବ୍ରତ ମଧ୍ୟ ନିଷ୍ଫଳ ହୋଇଯିବ।

ଦ୍ବିତୀୟରେ ହେଉଛି, ଯଦି ଆପଣ ବିବାହିତା ଅଟନ୍ତି ତାହେଲେ ଏହିଦିନ ପତି ପତ୍ନୀ ଉଭୟଙ୍କୁ ସଂଯମତା ରଖିବା ଆବଶ୍ୟକ ଅଟେ। ସୋମବାର ଦିନ ବ୍ରତ ରଖୁଥିଲେ ଭୁଲରେ ମଧ୍ୟ ସମ୍ବନ୍ଧ ବନାନ୍ତୁ ନାହିଁ, ନଚେତ ଆପଣଙ୍କ ବ୍ରତ ଉପବାସ ନିଷ୍ଫଳ ହେବା ସହିତ ଓଲଟା ଭଗବାନ ଶିବଙ୍କ ପ୍ରକୋପ ଆପଣଙ୍କ ଉପରେ ପଡିପାରେ। କାରଣ ଯେକୌଣସି ବ୍ରତ ଉପବାସରେ ବ୍ରହ୍ମଚାରୀ ହୋଇ ପାଳନ କରିବା ଆବଶ୍ୟକ ଅଟେ।

ତୃତୀୟରେ ହେଉଛି, ସୋମବାର ଦିନ କେବେ ହେଲେ ଗୁରୁଜନଙ୍କ ଅପମାନ ଭୁଲରେ ମଧ୍ୟ କରନ୍ତୁ ନାହିଁ। ଘରେ ଏବଂ ଘର ବାହାରେ ନିଜ ଠାରୁ ବଡ କୌଣସି ଲୋକଙ୍କ ଅପମାନ କରନ୍ତୁ ନାହିଁ। କୌଣସି ବ୍ୟକ୍ତି ଆପଣଙ୍କୁ କିଛି କହିଲେ ମଧ୍ୟ ଆପଣ ଚୁପ ରହିବା ଉଚିତ। କାରଣ ସୋମବାର ଦିନ ଗୁରୁଜନଙ୍କ ଅପମାନ କିମ୍ବା ବିବାଦ ଆଦି କରିବା ଦ୍ଵାରା ଭଗବାନ ଶିବ ଆପଣଙ୍କ ବ୍ରତ ଉପବାସ ଗ୍ରହଣ କରନ୍ତି ନାହିଁ ବୋଲି କୁହାଯାଏ।

ଚତୁର୍ଥରେ ହେଉଛି, ସୋମବାର ଦିନ ତାମସିକ ବା ଆମିଷ ଭୋଜନ କରିବା ଅନୁଚିତ ଅଟେ। ସୋମବାର ଦିନ ପୂର୍ବ ରାତିରୁ ହିଁ ଆମିଷ ଏବଂ ପିଆଜ ରସୁଣ ଭୋଜନ କରନ୍ତୁ ନାହିଁ। ଏହି ଦିନ ସକାଳେ ସ୍ନାନ କର୍ମ ଆଦି ସାରି ଭଗବାନ ଶିବଙ୍କ ମନ୍ଦିର ଯାଆନ୍ତୁ ଓ ଗୋଟିଏ ନଡିଆ ଭୋଗ ଲଗାନ୍ତୁ। ଏହିଦିନ ଅନ୍ୟ ମାନଙ୍କ ମନକୁ କଷ୍ଟ ଦେବା ଭଳି କୌଣସି କଟୁ କଥା କୁହନ୍ତୁ ନାହିଁ। ବ୍ରତ ଉପବାସ ସମୟରେ ଦୁଇ ବେଳା ଶିବଙ୍କ ପାଖରେ ଆଳତି ନିଶ୍ଚୟ କରିବା ଉଚିତ।

ଭଗବାନ ଶିବଙ୍କୁ ସର୍ବଦା ଶାନ୍ତ ପରିବେଶ ପସନ୍ଦ ହୋଇଥାଏ। ସେଥିପାଇଁ ଶିବଙ୍କ ପୂଜାର୍ଚ୍ଚନା କରିବା ସମୟରେ ଶାନ୍ତି ରକ୍ଷା କରିବା ଆବଶ୍ୟକ। ନଚେତ ଭଗବାନ ଶିବ କ୍ରୋଧିତ ହୋଇ ଯାଇଥାନ୍ତି। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *