Excuse Me Odisha

ଯାହା କହିବୁ ସତ କହିବୁ

ଏହି ଲୋକଙ୍କୁ ଭୁଲରେ ବଜାନ୍ତୁ ନାହିଁ ପାଦ ନଚେତ ଜୀବନ ହୋଇଯିବ ବରବାଦ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଲୋକଙ୍କୁ ଭୁଲରେ ମଧ୍ୟ ବଜାନ୍ତୁ ନାହିଁ ପାଦ ନଚେତ ଜୀବନ ହୋଇଯିବ ବର୍ବାଦ।

ବନ୍ଧୁଗଣ ଏହି ଲୋକମାନଙ୍କୁ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ନିଜ ପାଦ। ନଚେତ ଜୀବନ ହୋଇଯିବ ବର୍ବାଦ। ନିଜ ଭାଗ୍ୟ ହୋଇଯିବ ଦୁର୍ଭାଗ୍ୟ। ଭାରତରେ ସବୁବେଳେ ସଂସ୍କାରର ବହୁତ ମାନ୍ୟତା ରହିଛି। ଏହା ମଧ୍ୟରୁ ହିନ୍ଦୁ ସଭ୍ୟତାରେ ଏହିସବୁ କଥାର ଅନେକ ଧ୍ୟାନ ରଖାଯାଇଥାଏ। ଏହି ସଭ୍ୟତାରେ ବଡ଼ ମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନିଆଯାଏ। ମୁଣ୍ଡ ନୁଆଁଇବା ପ୍ରଣାମ କରିବା ଆମର ପରମ୍ପରା ଅଟେ। ଏମିତିରେ ଏଠାରେ ମଧ୍ୟ ପାଦ ବାଜିଯିବାର ମଧ୍ୟ ବହୁତ ଧ୍ୟାନ ଦିଆଯାଇଥାଏ। ଯଦି କାହା ଦେହରେ ପାଦ ବାଜିଯାଏ ଏହାକୁ ଅସମ୍ମାନ କରିବା ବୁଝାଯିବା ସହିତ ଆପଣଙ୍କର ନିଜର ଭାଗ୍ୟର ଦ୍ୱାର ବନ୍ଦ ମଧ୍ୟ ଆପଣ ନିଜକୁ ନିଜେ କରିଥାନ୍ତି। ଯଦି ଆପଣ କାହାର ସମ୍ମାନ କରନ୍ତି ସେଥିରେ ଆପଣଙ୍କର କିଛି କ୍ଷତି ହୁଏନାହିଁ। କାହାକୁ ସମ୍ମାନ ଦେବା ଭୁଲ ନୁହେଁ କିନ୍ତୁ କାହାର ଅପମାନ କରିବା ବହୁତ ଭୁଲ ଅଟେ। ଆମ ହିନ୍ଦୁ ସମାଜରେ ବ୍ରାହ୍ମଣଙ୍କୁ ସବୁଠାରୁ ଉଚ୍ଚରେ ରଖାଯାଏ ଏବଂ ସବୁଠାରୁ ପୂଜନୀୟ ମାନନ୍ତି। ଘରେ କୌଣସି ଶୁଭ କାର୍ଯ୍ୟ ପାଇଁ ବ୍ରାହ୍ମଣଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇଥାଏ। ଏମାନଙ୍କ ଠାରୁ ମିଳିଥିବା ଆଶୀର୍ବାଦ ପିଢ଼ି ପରେ ପିଢ଼ି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେଥିପାଇଁ ଆପଣ ଭୁଲରେ ମଧ୍ୟ ବ୍ରାହ୍ମଣଙ୍କ ଦେହରେ ପାଦ ବଜାନ୍ତୁ ନାହିଁ।

ଯେଉଁ କନ୍ୟା ମାନଙ୍କର ବୟସ କମ ଥାଏ ସେମାନଙ୍କର ମାସିକ ଋତୁସ୍ରାବ ଆରମ୍ଭ ହୋଇନଥାଏ ସେମାନେ କୁମାରୀ କନ୍ୟା ହୋଇଥାନ୍ତି ଏହି କନ୍ୟା ମାନଙ୍କୁ ଆମ ଦେଶରେ ପୂଜା କରାଯାଏ। ଏମାନଙ୍କର ପାଦ ଛୁଇଁବା ଦରକାର ଏବଂ ଭୁଲରେ ବି ଏମାନଙ୍କ ଦେହରେ ପାଦ ବଜାଇବା କଥା ନୁହେଁ ନଚେତ ଆପଣ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରୁଛନ୍ତି।

ଅଗ୍ନିକୁ ହିନ୍ଦୁ ଧର୍ମରେ ଅଗ୍ନି ଦେବତା ବୋଲି ମାନନ୍ତି। ଏହି ଅଗ୍ନି ନଥିଲେ ସଂସାରର ସବୁ କାମ ବନ୍ଦ ହୋଇଯିବ। ଅଗ୍ନି ଦ୍ୱାରା ଆମେ ଖାଦ୍ୟ ତିଆରି କରୁ। ଶୀତ ଦିନରେ ଆମେ ଶରୀରକୁ ଗରମ କରୁ ଏବଂ ଅଗ୍ନି ଆମର ବହୁତ କାମରେ ଆସେ। ଅଗ୍ନିକୁ କେବେ ପାଦ ଦେଖେଇବା ଉଚିତ ନୁହଁ।

ଭଗବାନ ଏବଂ ଗୁରୁଙ୍କ ମଧ୍ୟରେ ଆମ ଧର୍ମରେ ଶ୍ରେଷ୍ଠ ବୋଲି ମାନନ୍ତି। ଆମର ମାତା ପିତା ଗୁରୁ ସମାନ ହୋଇଥାନ୍ତି। ଗୁରୁଙ୍କ ଦେହରେ କେବେବି ପାଦ ବଜାଇବା କଥା ନୁହେଁ। ଘରର ବଡ଼ ବୃଦ୍ଧମାନେ ନିଜ ଘରର ଗୁରୁ ଏବଂ ଇଶ୍ଵର ହୋଇଥାନ୍ତି। ତ ତାଙ୍କୁ ବି ଭୁଲରେ ପାଦ ବଜାନ୍ତୁ ନାହିଁ। ସେଥିପାଇଁ ସେମାନଙ୍କ ଦେହରେ କେବେବି ପାଦ ବଜାଇବା କଥା ନୁହେଁ। ସେମାନଙ୍କର ସେବା କରିବା ବହୁତ ଭଲ ବୋଲି ମାନିଥାନ୍ତି। ଆପଣଙ୍କ ଘରର ବୟସ୍କ ଲୋକମାନେ ଘରର ଢାଲ ହୋଇଥାନ୍ତି। ସବୁବେଳେ ସେମାନଙ୍କର ସେବା କରନ୍ତୁ। କେବେବି ସେମାନଙ୍କ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *