Excuse Me Odisha

ଯାହା କହିବୁ ସତ କହିବୁ

ଜ୍ୟୋତିଷ ଶାସ୍ତ୍ର : ଏମାନେ ହେଲେ ଦୁନିଆର ସବୁଠାରୁ ଶୁଭ ରାଶି, ୨୦୨୧ ରୁ ୨୦୩୦ ମସିହା ଭିତରେ ଆକାଶ ଛୁଇଁବ ଏହି ରାଶିମାନଙ୍କର ଭାଗ୍ୟ

ସେୟାର୍ କରନ୍ତୁ

ବିଶ୍ବରେ ମାନବ ଜୀବନ ଗ୍ରହ ନକ୍ଷତ୍ର ମାନଙ୍କୁ ନେଇ ଗଢ଼ା ହୋଇଛି। ମଣିଷ ଜୀବନରେ ଯାହା ଘଟୁଛି ଏବଂ ଯାହା କିଛି ଘଟିବାକୁ ଯାଉଛି, ତାହା ପୂର୍ବରୁ ସ୍ଥିର ହୋଇ ସାରିଛି। ତେଣୁ ଏଭଳି ପରିସ୍ଥିତିରେ ମଣିଷର କର୍ମ ହିଁ ଅଧିକ ଶକ୍ତିଶାଳୀ ଅଟେ। ମଣିଷ ନିଜ କର୍ମ ଅନୁସାରେ ନିଜ ଭାଗ୍ୟକୁ ବଦଳେଇ ଦେଇ ପାରେ। ମଣିଷର ଗ୍ରହ ନକ୍ଷତ୍ର ଚଳନ ଉପରେ ମଣିଷର ଭାଗ୍ୟ ଭବିଷ୍ୟତ ସ୍ଥିର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ନବ ଗ୍ରହ,ଦ୍ଵାଦଶ ରାଶି ତଥା ଅନେକ ନକ୍ଷତ୍ର ମାନଙ୍କର ବର୍ଣ୍ଣନା ରହିଛି।

ମେଷ,ବୃଷ,ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ମକର, ବିଛା, ଧନୁ ରାଶି ଆଦି ଦ୍ଵାଦଶ ରାଶି, ଏଗୁଡ଼ିକ ମଣିଷ ଭାଗ୍ୟରେ ଅବସ୍ଥିତ। ତାହେଲେ ଗ୍ରହ ନକ୍ଷତ୍ର ଅନୁସାରେ ମଣିଷର ରାଶିରେ ବିଭିନ୍ନ ପରିବର୍ତ୍ତନ ଆସିଥାଏ। ସେହି ପରିବର୍ତ୍ତନ କେତେବେଳେ ଭଲ ହୋଇଥାଏ ତ ଆଉ କେତେବେଳେ ଖରାପ ସାବ୍ୟସ୍ତ ହୋଇଥାଏ। ଭାଗ୍ୟର ଖରାପ ପ୍ରଭାବରୁ ଦୂରେଇ ରହିବା ପାଇଁ ବିଭିନ୍ନ ପ୍ରତିକାର ମଧ୍ୟ ରହିଛି।

ପୁରାତନ ଯୁଗରେ ମଣିଷ ଏତେ ମଧ୍ୟ ସଚେତନ ହୋଇ ପାରୁ ନଥିଲା। କିନ୍ତୁ ଆଜିର ବୈଜ୍ଞାନିକ ସମାଜରେ ମଣିଷକୁ ନିଜ ଭାଗ୍ୟ ଭବିଷ୍ୟତକୁ ନେଇ ସଚେତନ ରହିବା ପାଇଁ ଅନେକ ମାଧ୍ୟମ ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ଭବିଷ୍ୟତ ରାଶିଚକ୍ରର ଚଳନ ତଥା ପରିବର୍ତ୍ତନ ପାଇଁ ସମ୍ଭବ ହୋଇଥାଏ। ମନୁଷ୍ୟର ଜନ୍ମ ତାରିଖ, ସମୟ ତଥା ସେହି ସମୟରେ ବିଭିନ୍ନ ଗ୍ରହ ନକ୍ଷତ୍ର ମାନଙ୍କର ଉପସ୍ଥିତିକୁ ଦେଖି ବ୍ୟକ୍ତିର ଜାତକ ବା ରାଶି ସମ୍ପର୍କରେ ଗଣନା କରାଯାଇଥାଏ। ଏହି ରାଶି ମାନଙ୍କର ପ୍ରଭାବ ଆମ ଜୀବନରେ ଅଧିକ ପଢ଼ିଥାଏ।

ଆପଣମାନେ ନିଜ ଜୀବନରେ କେବେ ମଧ୍ୟ କିଛି ଚମତ୍କାର ଅନୁଭବ କରିଥିବେ। ଯେପରି ଆପଣ ବହୁତ ପରିଶ୍ରମ କରିବା ସତ୍ୱେ ଆପଣଙ୍କୁ କିଛି ସଫଳତା ମିଳୁନାହିଁ। କିନ୍ତୁ ସଠିକ ସମୟ ମଧ୍ୟରେ ଅଧିକ ସଫଳତା ହାସଲ କରିଥିବେ। ଯଦି ଆପଣ କେବେବି ଏପରି ଅନୁଭବ କରିଛନ୍ତି, ତାହା କେବଳ ଆପଣଙ୍କ ରାଶିର ସ୍ୱର୍ଣାଯୋଗ ପ୍ରଭାବରୁ ସମ୍ଭବ ହୋଇଛି। ଆଜି ଆମେ ଏପରି ୫ଟି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ,ଯେଉଁମାନଙ୍କ ଭାଗ୍ୟ ଆସନ୍ତା ୧୦ ବର୍ଷ ମଧ୍ୟରେ ଚମତ୍କାର ମୋଡ଼ ନେବାକୁ ଯାଉଛି।

ଏହି ୫ଟି ରାଶିର ଲୋକମାନେ ନିଜ ରାଶିଚକ୍ରର ସମସ୍ତ ରାଶି ମାନଙ୍କ ଠାରୁ ଆଶାନୁରୂପ ସଫଳତା ପାଇବେ। ସବୁ କ୍ଷେତ୍ରରେ ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଏହି ରାଶିର ଲୋକଙ୍କୁ ଅଧିକ ଧନଲାଭ ହେବାର ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କୁ ପୁଞ୍ଜି ନିବେଶ କରିବା ଆବଶ୍ୟକ, ଏଥିରେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। ଆପଣଙ୍କୁ ଆପଣଙ୍କ ପରିଶ୍ରମର ସଠିକ ଫଳ ପ୍ରାପ୍ତ ହେବ। ଆର୍ଥିକ ସଙ୍କଟ ଦୂର ହେବାର ସମ୍ଭାବନା ରହିଛି।

ଆପଣଙ୍କୁ ପରିବାରର ଗୁରୁଜନ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ, ଯାହାଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଚାକିରି ପାଇଁ ଆବେଦନ କରିଥିବା ଲୋକଙ୍କୁ ଉତ୍ତମ ଚାକିରି ପ୍ରାପ୍ତ ହେବ। ଆପଣଙ୍କ ଧର୍ଯ୍ୟ ଓ ସାହାସ ଆପଣଙ୍କୁ ସଫଳତା ଆଡ଼କୁ ଅଗ୍ରସର ହେବା ପାଇଁ ସାହାଯ୍ୟ କରିବ। ଆପଣଙ୍କ ମଧ୍ୟରେ ଦୃଢ ଆତ୍ମବିଶ୍ବାସ ଜାଗ୍ରତ ହେବ।ଆପଣ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ରହିବ। ଦାମ୍ପତ୍ୟ ଜୀବନ ଓ ପ୍ରେମ ଜୀବନ ସୁଖମୟ ରହିବ। ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି – କନ୍ୟା ରାଶି, ବୃଷ ରାଶି, ତୁଳା ରାଶି, ମେଷ ରାଶି, ଧନୁ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *