Excuse Me Odisha

ଯାହା କହିବୁ ସତ କହିବୁ

ବିପଦ ଆସିବା ପୂର୍ବରୁ ମିଳିଥାଏ ଏହି ୫ଟି ସଙ୍କେତ,ଆଉ ଏସବୁ ଗରିବ ହେବାର କାରଣ

ସେୟାର୍ କରନ୍ତୁ

ବନ୍ଧୁଗଣ ଘରେ ହେଉଥିବା ଛୋଟ ଛୋଟ କଥାରେ କେତେ ସବୁ ସଂକେତ ଲୁଚି ରହିଥାଏ। ଏହି ସଂକେତକୁ ଯଦି ବୁଝି ନିଆଯାଏ ତ ଆମେ ଜାଣିପାରିବା ଯେ ଭବିଷ୍ୟତରେ ଆସିବାକୁ ଥିବା ସମୟ କେମିତି ରହିବ ଏବଂ ସମସ୍ୟାରୁ ବଞ୍ଚିପାରିବା। ଜ୍ୟୋତିଷ ଅନୁସାରେ ଯେବେ ଦରିଦ୍ରତା ବଢିବାର ସମ୍ଭାବନା ରହିଥାଏ ତ ଘରେ ଛୋଟ ଛୋଟ ଘଟଣା ଇଶାରା କରିଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁକି ଗରିବୀ ଆସିବାର କଣ କଣ ସଂକେତ ମିଳିଥାଏ। ତେବେ ଆସନ୍ତୁ ଜାଣିବା।

ଯଦି ଘରେ କୌଣସି ବି ସମସ୍ୟା ଆସିବାକୁ ଥାଏ ତ ତାହାର ପ୍ରଭାବ ସବୁଠୁ ପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ପଡିଥାଏ। ତୁଳସୀର ଗଛ ବିଲକୁଲ ଶୁଖିଯାଇଥାଏ। ଯାହା ଦ୍ୱାରା ଘରକୁ ଦରିଦ୍ରତା ଏବଂ ସମସ୍ୟା ଆସିବାର ସଂକେତ ମିଳିଥାଏ। ଯଦି ଆପଣଙ୍କର ଘରେ ବୃକ୍ଷ ଲତାର ପତ୍ର ଶୁଖିଯାଏ ତ ତାକୁ ତୁରନ୍ତ କାଟି ଦିଅନ୍ତୁ। ଘରେ ଲାଗିରହିଥିବା ବୃକ୍ଷଲତା ହରାଭରା ରହିବା ଦରକାର। ଘରେ ବୃକ୍ଷଲତାର ପତ୍ର ନଶୁଖିବା ଉଚିତ ଏହା ଦ୍ୱାରା ବୁଧ ଗ୍ରହ ଖରାପ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଉପରେ କରଜ ବଢିଥାଏ। ବୃକ୍ଷଲତାକୁ ସବୁଦିନ ପାଣି ଦିଅନ୍ତୁ ଯତ୍ନ ନିଅନ୍ତୁ କିନ୍ତୁ ଶୁଖିବାକୁ ଦିଅନ୍ତୁ ନାହିଁ।

ଘରେ ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। କାହିଁକିନା ଝାଡୁ ଦରିଦ୍ରତାକୁ ଘରୁ ବାହାର କରିଦେଇଥାଏ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ଦୌଲତ ଆସିଥାଏ। ଝାଡୁ ଉପରେ ଗୋଡ଼ ରଖିବା କିମ୍ବା ଝାଡୁରେ ଗୋଡ଼ ନବଜାଇବା ଉଚିତ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଘରେ କୌଣସି ଛୋଟ ପିଲା ଯଦି ଅଚାନକ ଘରେ ଝାଡୁ ଲଗାଇବାକୁ ଲାଗେ ତ ତାହାକୁ ଘରକୁ କୌଣସି ଅତିଥି ଆସିବାର ସଂକେତ ମାନାଯାଇଥାଏ। ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ନଲଗାଇବା ଉଚିତ। କାହିଁକିନା ଏହା ବ୍ୟକ୍ତିର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଝାଡୁକୁ କେବେବି ଠିଆ କରିକି ରଖନ୍ତୁ ନାହିଁ। ଝାଡୁକୁ ସବୁବେଳେ ଶୁଆଇକି ରଖନ୍ତୁ। ଝାଡୁକୁ ଠିଆ କରି ରଖିବା ଦ୍ୱାରା ଘରେ କଳହ ବଢିଥାଏ। ଏବଂ ଘରେ ଦରିଦ୍ରତା ଏବଂ ଗରିବିର ବାସ ହୋଇଥାଏ। ଅନ୍ଧାର ହେବା ପରେ ଆପଣ ଝାଡୁ ଲଗାନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛି ତ ସେ ଯିବା ପରେ ସଙ୍ଗେ ସଙ୍ଗେ ଘରେ ଝାଡୁ ଲଗାନ୍ତୁ ନାହିଁ। କିଛି ସମୟ ଛାଡିକି ଝାଡୁ ଲଗାଇ ପାରିବେ ତାହାବି ଭଗବାନଙ୍କୁ ପ୍ରାର୍ଥନା କରିବା ପରେ। ଘରେ ଝାଡୁକୁ ଆପଣ ଲୁଚେଇ ରଖିବା ଉଚିତ। କାହାର ନଜର ଝାଡୁ ଉପରେ ନପଡିବା ଉଚିତ ଯେଉଁ ପ୍ରକାରରେ ଧନକୁ ଲୁଚେଇ ରଖାଯାଏ ସେହି ପ୍ରକାରରେ ଝାଡୁକୁ ବି ଲୁଚେଇ ରଖିବା ଉଚିତ। ଯେମିତି କାହାରି ନଜର ଝାଡୁ ଉପରେ ନପଡିବ। ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ କୌଣସି ବି ପ୍ରମୁଖ ସ୍ଥାନ ନରଖି ଝାଡୁକୁ ଏଠି ସେଠି ରଖି ଦିଅନ୍ତି ସେମାନଙ୍କର ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ଏହା ଦ୍ୱାରା ଖର୍ଚ୍ଚ ବଢିଥାଏ। ବନ୍ଧୁଗଣ ଗାଈ କିମ୍ବା ଅନ୍ୟ କୌଣସି ବି ଜୀବଜନ୍ତୁଙ୍କୁ ଝାଡୁରେ ମାରିବା ଅନୁଚିତ। ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରୁ ରୁଷ୍ଟ ହୋଇକରି ଚାଲିଯାଇଥାନ୍ତି।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଯାଇଥାଏ ସେଠାରେ ଅଚାନକ ଖର୍ଚ୍ଚ ବଢିଯାଏ। ଘରର ଲୋକ ବିମାରିରେ ପଡିଯାଇଥାନ୍ତି। ବହୁତ ଲୋକ କହିଥାନ୍ତି କି କ୍ଷୀର ଉତୁରି ତଳେ ପଡିବା ଶୁଭ ହୋଇଥାଏ ତ ଆମେ ଆପଣଙ୍କୁ କହି ଦେଉଛୁ କି ଯଦି ସବୁବେଳେ କ୍ଷୀର ଉତୁରି ତଳେ ପଡେ ତ ଏହା ଶୁଭ ନୁହେଁ। ସର୍ବଦା ଏପରି ନହେବା ଉଚିତ। ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ଏବଂ ଫେରିବା ବେଳେ ଆପଣଙ୍କୁ କବାଟ ପାଖରେ ସବୁଠୁ ପ୍ରଥମେ ଝିଟିପିଟିର ଦର୍ଶନ ହୋଇଯାଏ ତ ଏହାର ମାନେ ହେଉଛି ଆପଣଙ୍କର ଖରାପ ସମୟ ବହୁତ ଜଲଦି ହିଁ ଆରମ୍ଭ ହେବାର ଅଛି। ସେଥିପାଇଁ ଆପଣଙ୍କୁ ସାବଧାନ ରହିବା ଉଚିତ। ବନ୍ଧୁଗଣ ଘରେ ଝିଟିପିଟି ଦେଖାଦେବା ଏମିତିରେ ତ ଶୁଭ ସଂକେତ ହୋଇଥାଏ କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେହି ଘରେ ଝିଟିପିଟି ମରି ଯାଇଥିବାର ମିଳିଯାଏ ତ ନୂଆ ଘରକୁ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ପୂଜା ପାଠ କରିଦେବା ଉଚିତ। ଯଦି ଏମିତି ନକରନ୍ତି ତ ସମସ୍ୟା କେବେବି ପିଛା ଛାଡି ନଥାଏ। ଯଦି ଜଣା ଅଜଣାରେ ଝିଟିପିଟି ଆପଣଙ୍କର ଶରୀରର ଅଙ୍ଗ ଉପରେ ପଡିଥାଏ ତ ଏହାବି ଆଗକୁ ଆସିବାକୁ ଥିବା ସମୟର ସୂଚନା ଦେଇଥାଏ। ଯେମିତି ଝିଟିପିଟି ଆପଣଙ୍କର ମଥା ଉପରେ ପଡେ ତ ଏହା ଆପଣଙ୍କ ପାଇଁ ଖୁସିର ସଂକେତ ହୋଇଥାଏ। ଏବଂ ଜଲଦି ହିଁ ଆପଣଙ୍କୁ ଧନଲାଭ ହେବାକୁ ଯାଉଅଛି। କିନ୍ତୁ ଯେବେ ଝିଟିପିଟି ଆପଣଙ୍କର ଶିର ଉପରେ କିମ୍ବା ବାଳ ଉପରେ ପଡେ ତ ଆପଣ ସତର୍କ ହୋଇଯାଅନ୍ତୁ କାହିଁକିନା ଆପଣଙ୍କର ଜୀବନରେ ବହୁତ ବଡ଼ ସଂକଟ ଆସିବାକୁ ଯାଉଅଛି। ସେହିପରି ଆଖି ଫରକିବା ବା ଡେଇଁବା ଆପଣଙ୍କର ଆଗକୁ ଆସୁଥିବା ସମୟ ବିଷୟରେ ସଂକେତ ଦେଇଥାଏ। ମହିଳା ମାନଙ୍କର ବାମ ଆଖି ଡେଇଁଲେ ଏହାର ମାନେ ହେଉଛି ଆପଣଙ୍କର ଜୀବନରେ କିଛି ଭଲ ହେବାକୁ ଯାଉଅଛି। ଏହା ଶୁଭ ସଂକେତର ଇଶାରା କରିଥାଏ। ଯଦି ବାମ ଆଖି ଚାରି ପଟରୁ ଫରଫର ହୋଇଥାଏ ତ ଏହାର ମାନେ ହେଉଛି ଆପଣଙ୍କର ବିବାହର ଯୋଗ ଜଲଦି ହିଁ ଆସିବାକୁ ଯାଉଅଛି। ମହିଳା ମାନଙ୍କର ଡାହାଣ ଆଖି ଡେଇଁବାର ଅର୍ଥ ଅଶୁଭ ହୋଇଥାଏ। ଡାହାଣ ଆଖି ଡେଇଁବା ଆପଣଙ୍କର ଜୀବନରେ ସଂକଟ ଆସିବାର ସଂକେତ ଦେଇଥାଏ। ପୁରୁଷଙ୍କର ବାମ ଆଖି ଡେଇଁବାର ଅର୍ଥ ତାଙ୍କ ଜୀବନରେ ଦୁଖଦାୟକ ସମୟ ଆସିବାକୁ ଯାଉଛି। ସେମିତି ପୁରୁଷଙ୍କ ଡାହାଣ ଆଖି ଡେଇଁବାର ଅର୍ଥ ଏହା ଅଟେ କି ତାଙ୍କ ଜୀବନରେ କିଛି ଶୁଭ ସମାଚାର ଆସିବାକୁ ଯାଉଅଛି। ସେହି କାଉ ଦ୍ୱାରା ବି ଆଗକୁ ଆସୁଥିବା ସମୟ ବିଷୟରେ ସଂକେତ ମିଳିଥାଏ। ଯଦି କାଉ କୌଣସି ସ୍ତ୍ରୀର ମୁଣ୍ଡ ଉପରେ ଆସି ବସିଯାଏ ତ ସେହି ସ୍ତ୍ରୀର ପତି ଉପରେ ବିପଦ ଆସିବାର ସଂକେତ ଦେଇଥାଏ। ଯଦି କୌଣସି ବ୍ୟକ୍ତିର ଘର ପାଖରେ କିମ୍ବା ଘର ଉପରେ ଅଚାନକ ବହୁତ ସାରା କାଉ ଆସି କରି ରାବନ୍ତି ତ ଏହା ସେହି ଘର ଉପରେ ଆସିବାକୁ ଥିବା କିଛି ବଡ଼ ସଂକଟର ସଂକେତ ଦେଇଥାଏ।

ବନ୍ଧୁଗଣ ଘରେ କାଚର କୌଣସି ପାତ୍ର ବା ଜିନିଷ ବାରମ୍ବାର ତଳେ ପଡି ଭାଙ୍ଗି ଗଲେ ଏହାକୁ ବି ଦରିଦ୍ରତା ଆସିବାର ସଂକେତ ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *