Excuse Me Odisha

ଯାହା କହିବୁ ସତ କହିବୁ

ନିଜର ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କର ଲଭ୍ ମ୍ୟାରେଜ ହେବ ନାଁ ଆରେଞ୍ଜ ମ୍ୟାରେଜ୍

ସେୟାର୍ କରନ୍ତୁ

ବନ୍ଧୁଗଣ ବାହାଘର ଗୋଟେ ଏମିତି ପବିତ୍ର ସମ୍ପର୍କ ହୋଇଥାଏ ଯାହା ନାଁକି କେବଳ ଦୁଇଟି ମଣିଷକୁ ଗୋଟିଏ ବନ୍ଧନରେ ବାନ୍ଧିଥାଏ ତାହା ସହିତ ଦୁଇଟି ପରିବାରକୁ ବି ମିଶେଇ ଥାଏ। ଆପଣଙ୍କ ମନକୁ ବି ଏହିକଥା ନିଶ୍ଚୟ କେବେ ନାଁ କେବେ ଆସିଥିବ କି ଆପଣଙ୍କର Love marriage ହେବ ନାଁ Arrange marriage। ଆଉ ଆଜିକାଲିର ଜୀବନରେ ଏହି ପ୍ରଶ୍ନ ଆସିବା ତ ସାମାନ୍ୟ କଥା ଅଟେ। ବନ୍ଧୁଗଣ ଆଜି ଆମେ ଗ୍ରହ ଏବଂ ଅଙ୍କକୁ ନେଇ ଜାଣିବା ଆପଣଙ୍କର ବିବାହ କିପରି ହେବ। ବିନା ଜ୍ୟୋତିଷର ସାହାର୍ଯ୍ୟରେ ଆପଣ ଏହା ଜାଣିପାରିବେ କି ଆପଣଙ୍କର marriage Love ହେବ ନାଁ Arrange। କିନ୍ତୁ ଆପଣଙ୍କୁ ମୂଲ୍ୟାଙ୍କ ବିଷୟରେ ଜାଣିବାକୁ ପଡିବ। ମୂଲ୍ୟାଙ୍କର ଅର୍ଥ ହୋଇଥାଏ ଆପଣଙ୍କର ଜନ୍ମ ତାରିଖର ମୂଳ ଅଙ୍କ। ଆପଣ ନିଜର ଜନ୍ମ ତାରିଖର ପ୍ରତ୍ୟକ ଅଙ୍କକୁ ଯୋଡି ନିଜ ମୂଲ୍ୟାଙ୍କ ବାହାର କରିପାରିବେ। ଧ୍ୟାନ ରଖିବେ ମୂଲ୍ୟାଙ୍କ ୧ ରୁ ୯ ପର୍ଯ୍ୟନ୍ତ ହୋଇଥାଏ। ଯେମିତିକି ଯଦି ଆପଣଙ୍କର ଜନ୍ମ ୨୫ ତାରିଖକୁ ହୋଇଛି ତ ମୂଲ୍ୟାଙ୍କ ବାହାର କରିବା ପାଇଁ ଆମେ ୨ଏବଂ ୫କୁ ମିଶାଇ ଦେବା। ମାନେ ୨+୫=୭। ତ ତାର ମୂଲ୍ୟାଙ୍କ ହେବ ୭। ଠିକ ସେହି ପ୍ରକାରରେ ଯଦି ଆପଣଙ୍କର ଜନ୍ମ ୨୯ ତାରିଖକୁ ହୋଇଛି ତ ଆପଣଙ୍କର ମୂଲ୍ୟାଙ୍କ ହେବ ୨। ଆପଣ ଭାବୁଥିବେ ୨ କେମିତି ହେବ? ତ ମୂଲ୍ୟାଙ୍କ ବାହାର କରିବା ପାଇଁ ୨୯ ମାନେ ୨ ଏବଂ ୯ କୁ ମିଶାଇ ଦେବେ ଅର୍ଥାତ ୨+୯=୧୧ କିନ୍ତୁ ଆମେ ଆପଣଙ୍କୁ ପ୍ରଥମରୁ କହିଥିଲୁ ମୂଲ୍ୟାଙ୍କ ୧ ରୁ ୯ ପର୍ଯ୍ୟନ୍ତ ହିଁ ହେବ। ତ ସେଥିପାଇଁ ୧୧ ଅର୍ଥାତ ୧ ଆଉ ୧ କୁ ମିଶେଇ ଦେବେ ତ ମୂଲ୍ୟାଙ୍କ ଆସିବ ୨। ସେମିତି ଯଦି କାହାର ଜନ୍ମ ୨୫ ତାରିଖକୁ ହୋଇଥିବ ତ ତାହାର ମୂଲ୍ୟାଙ୍କ ହେବ ୭। ତ ବନ୍ଧୁଗଣ ଯଦି ଆପଣ ଏହି ଟ୍ରିଟ ଟିକୁ ବୁଝି ପାରୁନାହାନ୍ତି ତ ଆପଣଙ୍କୁ ପୋଷ୍ଟର ଲାଷ୍ଟରେ ଆପଣ ମାନଙ୍କୁ ଜଣେଇବୁ କେଉଁ ତାରିଖରେ ଜନ୍ମ ହୋଇଥିଲେ କେତେ ମୂଲ୍ୟାଙ୍କ ହେବ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ବାହାଘର love ହେବ ନାଁ Arrange। ମୂଲ୍ୟାଙ୍କ-୧ ଏହି ଅଙ୍କ ସୁର୍ଯ୍ୟ ଦେବତାଙ୍କ ପ୍ରତୀକ ଅଟେ। ଯେଉଁମାନଙ୍କ ମୂଲ୍ୟାଙ୍କ ୧ ହୋଇଥାଏ ସେମାନେ ଟିକେ ଲାଜୁଆ ସ୍ୱଭାବର ହୋଇଥାନ୍ତି। ଆଉ କେବେବି ନିଜେ ପ୍ରୋପଜ କରିପାରନ୍ତି ନାହିଁ। ଆଉ ଏହି କାରଣରୁ ଏମାନଙ୍କର love marriage ହେବା ଟିକେ କଷ୍ଟକର ହୋଇଥାଏ। ଅଧିକାଂଶରେ ଏମାନଙ୍କର Arrange marriage ହୋଇଥାଏ। ମୂଲ୍ୟାଙ୍କ-୨ ଏହି ଅଙ୍କ ଚନ୍ଦ୍ରମାଙ୍କ ପ୍ରତୀକ ହୋଇଥାଏ। ଯେଉଁ ଲୋକମାନଙ୍କର ମୂଲ୍ୟାଙ୍କ-୨ ହୋଇଥାଏ ସେମାନେ ବହୁତ ବୁଝି ସୁଝି ହିଁ love ଉପରେ ବିଶ୍ୱାସ କରିଥାନ୍ତି। ଆଉ ଏମାନେ ଯାହାକୁ ଭଲ ପାଆନ୍ତି ତାକୁ ବାହା ହେବାକୁ ସବୁ ପ୍ରୟାସ କରିଥାନ୍ତି। ମୂଲ୍ୟାଙ୍କ-୩ ଏହି ଅଙ୍କ ଗୁରୁଙ୍କ ପ୍ରତୀକ ହୋଇଥାଏ। ଆଉ ଏହି ଆଙ୍କର ଲୋକମାନେ love marriage କରିଥାନ୍ତି। ମୂଲ୍ୟାଙ୍କ-୪ ଏହି ଅଙ୍କ ରାହୁର ପ୍ରତୀକ ଅଟେ। ଏହି ଆଙ୍କର ଲୋକମାନେ ଅଧିକ ପ୍ରେମ ସମ୍ବଦ୍ଧ ବନେଇ ଥାନ୍ତି। ସେଥିପାଇଁ ଏମାନେ love marriage ପ୍ରତି ସେତେ ଗମ୍ଭୀର ନଥାନ୍ତି। ମୂଲ୍ୟାଙ୍କ-୫ ଏହି ଅଙ୍କ ବୁଧଙ୍କ ପ୍ରତୀକ ଅଟେ। ଏହି ଆଙ୍କର ଲୋକମାନେ ପାରମ୍ପରିକ ସମ୍ପର୍କରେ ବିଶ୍ୱାସ ରଖିଥାନ୍ତି। ଏମାନେ ନିଜର ପରିବାରର ସହମତିରେ ହିଁ ବାହା ହୋଇଥାନ୍ତି। ସେଥିପାଇଁ ଏମାନଙ୍କର ଅଧିକାଂଶ Arrange marriage ହୋଇଥାଏ। ମୂଲ୍ୟାଙ୍କ-୬ ଏହି ଅଙ୍କ ଶୁକ୍ରଙ୍କ ପ୍ରତୀକ ଅଟେ। ଏହି ଆଙ୍କର ଲୋକମାନଙ୍କର ଅଧିକାଂଶରେ love marriage ହିଁ ହୋଇଥାଏ। କିନ୍ତୁ ଗୋଟିଏରୁ ଅଧିକ ପ୍ରେମ ସମ୍ବଦ୍ଧ ଥିବା କାରଣରୁ ଭଲ ଲାଇଫ ପାର୍ଟନରକୁ ଏମାନେ ଛାଡି ଦିଅନ୍ତି। ମୂଲ୍ୟାଙ୍କ-୭ ଏହି ଅଙ୍କ କେତୁଙ୍କ ପ୍ରତୀକ ଅଟେ। ଏହି ମୂଲ୍ୟାଙ୍କର ଲୋକମାନେ ଅଧିକ ସଙ୍କୁଚିତ ସ୍ୱଭାବର ହୋଇଥାନ୍ତି। ସେଥିପାଇଁ love marriageରେ interest ଥିଲେ ମଧ୍ୟ କିଛି କରିପାରନ୍ତି ନାହିଁ। ମୂଲ୍ୟାଙ୍କ-୮ଏହି ଅଙ୍କ ଶନିଙ୍କ ପ୍ରତୀକ ଅଟେ। ଏହି ଆଙ୍କର ଲୋକମାନେ ବହୁତ କମ ବୟସରେ loveରେ ପଡ଼ିଥାନ୍ତି। କିନ୍ତୁ ଏମାନେ ଯଦି ଚେଷ୍ଟା କରିବେ ତ ଏମାନଙ୍କର love marriageରେ ସଫଳତା ନିଶ୍ଚୟ ମିଳିବ। ମୂଲ୍ୟାଙ୍କ-୯ ଏହି ଅଙ୍କ ମଙ୍ଗଳଙ୍କର ପ୍ରତୀକ ଅଟେ। ଏହି ଅଙ୍କର ଲୋକମାନେ love marriage କରିବାକୁ ବହୁତ ଡରିଥାନ୍ତି। Arrange marriage କରିବାରେ ଏମାନେ ଅଧିକ ବିଶ୍ୱାସ ରଖିଥାନ୍ତି। ତ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା କେଉଁ ତାରିଖରେ ଜନ୍ମ ହୋଇଥିଲେ କେତେ ମୂଲ୍ୟାଙ୍କ ହେବ। ଯେଉଁ ମାନଙ୍କର ଜନ୍ମ ୧,୧୦,୧୯ ଏବଂ ୨୮ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ୧ ହେବ। ଯେଉଁମାନଙ୍କର ଜନ୍ମ ୨,୧୧,୨୦ ଏବଂ ୨୯ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୨। ଯେଉଁମାନଙ୍କର ଜନ୍ମ ୩,୧୨,୨୧ ଏବଂ ୩୦ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୩। ଯେଉଁମାନଙ୍କର ଜନ୍ମ ୪,୧୩,୨୧ ଏବଂ ୨୨ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୪। ଯେଉଁମାନଙ୍କର ଜନ୍ମ ୫, ୧୪ ଏବଂ ୨୩ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୫। ଯେଉଁମାନଙ୍କର ଜନ୍ମ ୬,୧୫ ଏବଂ ୨୪ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୬। ଯେଉଁମାନଙ୍କର ଜନ୍ମ ୭,୧୬ ଏବଂ ୨୫ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୭। ଯେଉଁମାନଙ୍କର ଜନ୍ମ ୮,୧୭ ଏବଂ ୨୬ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୮। ଯେଉଁମାନଙ୍କର ଜନ୍ମ ୯,୧୮ ଏବଂ ୨୭ ତାରିଖରେ ହୋଇଛି ସେମାନଙ୍କର ମୂଲ୍ୟାଙ୍କ ହେବ ୯।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *