Excuse Me Odisha

ଯାହା କହିବୁ ସତ କହିବୁ

ଘରେ ରଖିଛନ୍ତି କି ଏହି ୬ ଟି ଜିନିଷ,ଭିକାରୀ ହେବାକୁ ଅଧିକ ସମୟ ଲାଗିବ ନାହିଁ।

ସେୟାର୍ କରନ୍ତୁ

ସମସ୍ତ ବ୍ୟକ୍ତି ନିଜର ଜୀବନ ଚଲାଇବା ପାଇଁ ଟଙ୍କା ପଇସାର ଆବଶ୍ୟକତା ନିହାତି ପଡିଥାଏ। ବିନା ଟଙ୍କାରେ ଆଜିର ସମୟରେ କୌଣସି କାର୍ଯ୍ୟ ସମ୍ଭବ ହୋଇନଥାଏ। ଆଜିକାଲି ସବୁ ଜିନିଷ ଟଙ୍କା ପଇସା ବଳରେ ହିଁ ସମ୍ଭବ ହେଇପାରିବ ସମସ୍ତଙ୍କୁ ନିଜ ଖର୍ଚ୍ଚ ମେଣ୍ଟେନ କରିବା ପାଇଁ ବହୁତ ଟଙ୍କାର ଆବଶ୍ୟକତା ହୋଇଥାଏ। ଏହି କାରଣରୁ ଆଜିର ସମୟରେ ସବୁ ବ୍ୟକ୍ତି ଟଙ୍କା ପାଇଁ ପାଗଳ ହୋଇଥାନ୍ତି। ଲୋକମାନେ ଅଧିକରୁ ଅଧିକ ଟଙ୍କା ପଇସା ରୋଜଗାର କରିବା ଆଶାରେ ପଡିରହିଥାନ୍ତି କିନ୍ତୁ ସବୁ ଲୋକ ଜୀବନରେ ଅଧିକ ଟଙ୍କା ରୋଜଗାର କରିପାରିବେ ନାହିଁ କୁହାଯାଏ ଯେ ଯାହା ଭାଗ୍ୟରେ ଯେତିକି ଥାଏ ସେତିକି ମିଳିଥାଏ। ବ୍ୟକ୍ତି ଦିନରାତି ପରିଶ୍ରମ କଲେ ସୁଦ୍ଧା ଯଦି ତାହାର ଭାଗ୍ୟରେ ଗରିବୀ ହେବାର ଲେଖା ହୋଇଛି ତ ହୋଇ ରହିବ। ଯଦି ତାର ଧନବାନ ହେବାର ଲେଖା ହୋଇଥିବ ତାହେଲେ ସେ ଅଳ୍ପ ପରିଶ୍ରମ କଲେ ମଧ୍ୟ ଧନବାନ ହୋଇପାରିବ। କେବେ କେବେ ଭାଗ୍ୟରେ ଧନ ସମ୍ପତ୍ତିର ସୁଖ ଲେଖା ଥାଏ କିନ୍ତୁ ଏହା ପରେ ମଧ୍ୟ ବ୍ୟକ୍ତି ଧନବାନ ହୋଇପାରେ ନାହିଁ। ଏହି ସମ୍ବଦ୍ଧରେ ଜ୍ୟୋତିଷ ଶାସ୍ତ୍ର କହିବା କଥା ହେଉଛି ବ୍ୟକ୍ତିର କିଛି କର୍ମ ତାହାର ଜୀବନ ସାରା ଗରିବ କରି ରଖିଥାଏ। ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଘରର ସୁଖ ଶାନ୍ତି ଏବଂ ଧନ ସମ୍ପତ୍ତି ପାଇଁ କିଛି ବାସ୍ତୁର ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ବ୍ୟକ୍ତି ବାସ୍ତୁଶାସ୍ତ୍ରର କିଛି ନିୟମର ଉଲଘଂନ କରିଥାଏ ତାହେଲେ ତା ଜୀବନରେ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ। ଅଜାଣତରେ କରାଯାଉଥିବା କିଛି ଭୁଲ କାରଣରୁ ଘର ଉପରେ ନକରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ ତେବେ ଆଜି ଆମେ ଆପଣଙ୍କୁ କିଛି ସେହିପରି ବସ୍ତୁ ବିଷୟରେ ଜଣାଇବାକୁ ଯାଉଛୁ ଯାହାର ଧ୍ୟାନ ନରଖିବା ଦ୍ୱାରା ଜୀବନସାରା ଦାରିଦ୍ରତାର ସାମ୍ନା କରିବାକୁ ପଡିଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଏପରି୬ ଟି ଜିନିଷ ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଆପଣମାନେ ଗୃହରେ ରଖିବା ଦ୍ୱାରା ଆପଣଙ୍କ ଗୃହରେ ଧନ ସମ୍ପତ୍ତିର ଅଭାବ ସବୁବେଳେ ଲାଗିରହିଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ।

ଭାଙ୍ଗିଯାଇଥିବା ଜିନିଷ। ଘରେ ଭୁଲରେ ମଧ୍ୟ ଭଙ୍ଗା ବାସନ ରଖନ୍ତୁ ନାହିଁ। ଏହି ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଘରେ ଭଙ୍ଗା ବାସନ ରଖିବା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଏଥିପାଇଁ ଏହି କଥାକୁ ନିହାତି ଦୃଷ୍ଟି ଦେବା ଯେ ଯଦି ଘରେ ଭଙ୍ଗା ବାସନ ଅଛି ତାହେଲେ ତାହାକୁ ତୁରନ୍ତ ବାହାରକୁ ଫିଙ୍ଗିଦେବା ଉଚିତ।

ଖରାପ ଘଡି। ଏମିତି କୁହାଯାଏ ଯେ ଘଡି ପରିବାରର ଉନ୍ନତିକୁ ସୁଚାଇଥାଏ। ବନ୍ଦ ଥିବା ଘଡି ଘରେ ଅସୁବିଧା ଆଣିଥାଏ। ସେଥିପାଇଁ ବନ୍ଦ ଥିବା ଘଡି କିମ୍ବା ଭାଙ୍ଗି ଯାଇଥିବା ଘଡିକୁ ତୁରନ୍ତ ଠିକ କରିନିଅନ୍ତୁ କିମ୍ବା ବାହାରକୁ ଫିଙ୍ଗି ଦିଅନ୍ତୁ।

କାଚ। ଘରେ ଭଙ୍ଗା କାଚ ରଖିବା ଅତ୍ୟନ୍ତ ଅଶୁଭ ବୋଲି ବିଶ୍ୱାସ କରାଯାଏ। ତେଣୁ ଭୁଲରେ ମଧ୍ୟ ଭଙ୍ଗା କାଚକୁ ଘରେ ରଖନ୍ତୁ ନାହିଁ। ଏଥିରେ ପରିବାରର ସଦସ୍ୟ ମାନଙ୍କର ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ। ଏହା ଦ୍ୱାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ କଳି ଝଗଡା ମଧ୍ୟ ଲାଗି ରହିଥାଏ। ତେଣୁ ଭଙ୍ଗା କାଚ ଘରର ଆର୍ଥିକ ସଂକଟର କାରଣ ମଧ୍ୟ ହୋଇଥାଏ।

ଭାଙ୍ଗି ଯାଇଥିବା ଫୋଟ। ଘରେ ଭଙ୍ଗା ଫୋଟ ରଖିବା ଦ୍ୱାରା ବାସ୍ତଦୋଷ ଲାଗିରହିଥାଏ। ଯଦି ଆପଣଙ୍କର ପସନ୍ଦର ଫୋଟ ଭାଙ୍ଗି ଯାଇଛି ତାହେଲେ ତାହାକୁ ତୁରନ୍ତ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ। ନଚେତ ଆପଣଙ୍କୁ ଭୟଙ୍କର ଆର୍ଥିକ ସଂକଟର ସମୁଖୀନ କରିବାକୁ ପଡ଼ିପାରେ।

କବାଟ। କୌଣସି ଘର ପାଇଁ କବାଟ ମହତ୍ୱପୂର୍ଣ୍ଣ ହୋଇଥାଏ ଏଥିପାଇଁ ଯଦି କବାଟରେ କିଛି ତ୍ରୁଟି ଥାଏ ବା ଭାଙ୍ଗି ଯାଇଥାଏ ତାହେଲେ ତାହାକୁ ତୁରନ୍ତ ଠିକ କରିନିଅନ୍ତୁ। ଅନ୍ୟଥା ଏହାର କାରଣରୁ ଆପଣଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

ପଲଙ୍କ କିମ୍ବା ଫର୍ନିଚର। ଘରେ ଭଙ୍ଗା ପଲଙ୍କ କିମ୍ବା ଫର୍ନିଚର ରହିବା ମଧ୍ୟ ଅଶୁଭ ହୋଇଥାଏ। ଯଦି ଘରେ ଭଙ୍ଗା ପଲଙ୍କ କିମ୍ବା ଫର୍ନିଚର ଅଛି ତାହେଲେ ତୁରନ୍ତ ସେସବୁ ଠିକ କରିନିଅନ୍ତୁ। ଏପରି ନକରିଲେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଅସୁବିଧା ଆସିଥାଏ। ଏହା ସହିତ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *