Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶିବଙ୍କର ବାପା ଓ ମାଆ କିଏ ?

ସେୟାର୍ କରନ୍ତୁ

ଭଗବାନ ଶିବ ଏହି ସୃଷ୍ଟିର ଆଦି ଓ ଅନ୍ତ ଅଟନ୍ତି। ଏମିତିରେ କହିବାକୁ ଗଲେ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥାଏ କି ଭଗବାନ ଶିବଙ୍କ ପିତାମାତା କିଏ ? ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ। କହି ରଖୁଛୁ କି ଭଗବାନ ଶିବ ଏହି ସୃଷ୍ଟିର ଆରମ୍ଭ କରିଥିଲେ ଏବଂ ସେ ହିଁ ଏହି ସୃଷ୍ଟିକୁ ସମାପ୍ତ କରିବେ। ଏହା ମଧ୍ୟ ପ୍ରଶ୍ନ ଆସୁଛି କି ଯଦି ଭଗବାନ ଶିବ ଏହି ସୃଷ୍ଟିର ରଚନା କରିଛନ୍ତି, ତାହେଲେ ତାଙ୍କୁ ଜନ୍ମ କିଏ ଦେଇଥିବେ । ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କ ମାତାପିତାଙ୍କ ବିଷୟରେ ଜାଣିବା ପାଇଁ କିଛି ମୁନିଋଷି ମାନେ ତାଙ୍କୁ ପ୍ରଶ୍ନ କରିଥିଲେ କି, ହେ ମହାଦେବ ଆପଣଙ୍କୁ କିଏ ଜନ୍ମ ଦେଇଛନ୍ତି ? ସେହି ସମୟରେ ଭଗବାନ ଶିବ କହିଲେ କି ମୋତେ ସୃଷ୍ଟିର ନିର୍ମାଣ କର୍ତ୍ତା ଭଗବାନ ବ୍ରହ୍ମା ଜନ୍ମ ଦେଇଛନ୍ତି।

ଭଗବାନ ଶିବଙ୍କ ଠାରୁ ଉତ୍ତର ଶୁଣି ମଧ୍ୟ ରୁଷିମାନଙ୍କର ଜିଜ୍ଞାସା ଏତିକିରେ ଶାନ୍ତ ହୋଇ ନ ଥିଲା। ସେମାନେ ଭଗବାନ ଶିବଙ୍କୁ ପୁଣି ପ୍ରଶ୍ନ କଲେ କି ଯଦି ଆପଣଙ୍କର ପିତା ଭଗବାନ ବ୍ରହ୍ମା ଅଟନ୍ତି, ତାହେଲେ ଆପଣଙ୍କ ଜେଜେବାପା କିଏ ? ଭଗବାନ ଶିବ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ କି ଏହି ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ହିଁ ମୋର ଜେଜେବାପା ଅଟନ୍ତି। ଭଗବାନ ଶିବଙ୍କ ଲୀଳା ବିଷୟରେ ବୁଝି ନପାରି ରୁଷିମାନେ ପୁଣି ପ୍ରଶ୍ନ କଲେ କି ଯଦି ତୁମର ବାପା ବ୍ରହ୍ମା ଓ ଜେଜେବାପା ବିଷ୍ଣୁ ଅଟନ୍ତି, ତାହେଲେ ଆପଣଙ୍କର ଜେଜେବାପାଙ୍କ ବାପା କିଏ?

ଏଭଳି ପ୍ରଶ୍ନ ଶୁଣିବା ପରେ ଭଗବାନ ଶିବ ହସିବାକୁ ଲାଗିଲେ। ସେ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ କି ଭଗବାନ ଶିବ ହିଁ ମୋର ଜେଜେବାପାଙ୍କ ବାପା ଅଟନ୍ତି।ଶ୍ରୀମଦ୍ଭାଗବତ ଗୀତା ମହାପୁରାଣ ଅନୁସାରେ, ଥରେ ଋଷି ନାରଦ ନିଜର ପିତା ବ୍ରହ୍ମାଙ୍କୁ ପ୍ରଶ୍ନ କଲେ କି, ଏହି ସୃଷ୍ଟିର ନିର୍ମାଣ କିଏ କରିଛନ୍ତି? ଭଗବାନ ବିଷ୍ଣୁ, ନା ଭଗବାନ ଶିବ, ନା ସ୍ଵୟଂ ସେ । ଅର୍ଥାତ ଆପଣଙ୍କର ମାତାପିତା କିଏ ? ସେହି ସମୟରେ ବ୍ରହ୍ମା ତ୍ରିଦେବଙ୍କ ଜନ୍ମ କାହାଣୀ ବିଷୟରେ କହିଲେ। ପ୍ରକୃତି ସ୍ୱରୂପ ଦୂର୍ଗା ଓ କାଳ ସଦାଶିବ ସ୍ୱରୂପ ବ୍ରହ୍ମା ଯୋଗୁଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ଉତ୍ପତ୍ତି ହୋଇଛି।

ଏହାର ଅର୍ଥ ହେଉଛି, ପ୍ରକୃତି ସ୍ୱରୂପ ମାଆ ଦୁର୍ଗା ଅଟନ୍ତି ଏବଂ ବ୍ରହ୍ମା ଅର୍ଥାତ କାଳ ସଦାଶିବଙ୍କ ପିତା ଅଟନ୍ତି। ଶାସ୍ତ୍ର ଓ ପୁରାଣରେ ଭଗବାନ ଶିବ ଓ ଆଦିଶକ୍ତି ମହିମା ବିଷୟରେ ବିଭିନ୍ନ ଗାଥା ବର୍ଣନା କରାଯାଇଛି। କିନ୍ତୁ ଇଶ୍ଵରଙ୍କ ଲୀଳା ବିଷୟରେ ସେ ସ୍ଵୟଂ ହିଁ ଜାଣିଛନ୍ତି। ତାଙ୍କ ଲୀଳା ବିଷୟରେ କେହି ମଧ୍ୟ ବୁଝି ପାରିବେ ନାହିଁ। ଭଗବାନ ଶିବ ଦେବତାମାନଙ୍କର ଇଷ୍ଟ ଅଟନ୍ତି, ସେ ହିଁ ଆରମ୍ଭ ଓ ସେ ହିଁ ଅନ୍ତ ଅଟନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *