Excuse Me Odisha

ଯାହା କହିବୁ ସତ କହିବୁ

ଏବେ ଆପଣ ନୁହେଁ ସେ କାନ୍ଦିବେ, ଯିଏ ଆପଣଙ୍କ ହୃଦୟ ଭାଙ୍ଗିଛି ତା ସହିତ କଣ କରିବା ଉଚିତ,ଜାଣନ୍ତୁ କୃଷ୍ଣ ବାଣୀ

ସେୟାର୍ କରନ୍ତୁ

ଆପଣ କେବେ ଚିନ୍ତା କରିଛନ୍ତି କି ଯେ, ଆପଣଙ୍କ ଘର ଲୋକଙ୍କୁ ନେଇ ଆପଣ ଦୁଃଖିତ ରହିବେ । ବେଳେବେଳେ ଆମେ ଆମ ଜୀବନରେ କାହାକୁ ଏତେ ଅଧିକ ମହତ୍ଵ ଦେଇ ଥାଉ କି ସେ ଆମକୁ ଛାଡି ଚାଲି ଗଲେ ଆମେ ନିଜକୁ ସମ୍ଭାଳି ପାରି ନଥାଉ । ଆପଣଙ୍କର ଏଭଳି ଅବସ୍ଥା ଦେଖି ଆପଣଙ୍କ ପରିବାର ଲୋକଙ୍କୁ କିଭଳି ଅନୁଭବ ହେବ, କଣ ଆପଣ ଏହା ଜାଣିଛନ୍ତି? ଏହାକୁ ଯଦି ଆପଣ ଜାଣି ପାରି ଥାନ୍ତେ, ତାହେଲେ ଆପଣ ନିଶ୍ଚିତ ଭାବରେ କିଛି ମଧ୍ୟ ଭୁଲ କରିବେ ନାହିଁ। କାରଣ ଆପଣ ଜାଣିଛନ୍ତି କି ଆପଣ କାହା ପାଇଁ କାନ୍ଦୁଛନ୍ତି ଓ କାହା ପାଇଁ ନିଜର ମନ ଦୁଃଖ କରୁଛନ୍ତି। ଆପଣ ଜଣେ ଏଭଳି ମହିଳା କିମ୍ବା ପୁରୁଷ ପାଇଁ ନିଜକୁ ପଛରେ ରଖିଛନ୍ତି ଯିଏ ଆପଣଙ୍କ ବିଷୟରେ କେବେ ମଧ୍ୟ ଚିନ୍ତା କରୁ ନାହାନ୍ତି।

ଯଦି ଆପଣ ମାନେ ଏଭଳି କିଛି କାମ କରୁଛନ୍ତି, ତାହେଲେ ନିଜକୁ ସମ୍ଭାଳି ନିଅନ୍ତୁ। ଯେବେ ଆମେ ଜନ୍ମ ହେଉ ଆମର ସବୁ ଠାରୁ ପ୍ରିୟ ଆମ ମା ଥାଆନ୍ତି। କିନ୍ତୁ ଯଦି ଆମେ ତାଙ୍କୁ କେବେବି ଦୁଃଖ ଦେଉ, ତାହେଲେ ଆମେ କେବେବି ଖୁସିରେ ରହି ପାରିବା ନାହିଁ। ପରିବାର ଏକ ଏପରି ସ୍ଥାନ, ଯେଉଁଠାରେ କେବଳ ଆମେ ଆମର ନିଜ ଲୋକଙ୍କ ପାଇଁ ନୁହେଁ ବରଂ ନିଜ ପାଇଁ ମଧ୍ୟ ସମସ୍ତଙ୍କ ଆଖିରେ ଭଲ ପାଇବା ଦେଖିଥାଉ।

ସତ କହିବାକୁ ଗଲେ କିଛି ଜିନିଷ ଦୁନିଆରେ ବଦଳିବ ନାହି । ଯଦି ଆମେ କୌଣସି ବ୍ୟକ୍ତିଙ୍କ ପାଇଁ କିଛି କରିଛୁ ଓ ସେ ଆମକୁ ବୁଝି ପାରୁ ନାହିଁ, ତେବେ ଏଥିପାଇଁ ଆମ ମନ କଷ୍ଟ ହୁଏ, କିନ୍ତୁ ଏହାକୁ ଭୁଲି ଯିବା ଉଚିତ। ଯଦି ଆପଣ ଭାବୁଛନ୍ତି କି କୌଣସି ବ୍ୟକ୍ତି ଆପଣଙ୍କ ସହିତ ବିଶ୍ବାସଘାତକତା କରିଛନ୍ତି ଓ ଏଥିରେ ଆପଣଙ୍କର ଭୁଲ ନା ସେହି ବ୍ୟକ୍ତିଙ୍କର ଭୁଲ। କହିବାକୁ ଗଲେ ମଣିଷର ମନ ପାଇଁ ଆମେ କଷ୍ଟ ଅନୁଭବ କରୁଛେ। ଆମେ କଷ୍ଟ ପାଇଲେ, ଆମ ପରିବାର ଲୋକେ ଏହା ଦେଖି ମନ କଷ୍ଟ କରିଥାନ୍ତି।

ତେଣୁ ଆମକୁ ଆମ କ୍ଯାରିୟର ଏବଂ ଆମ ଜୀବନକୁ ନେଇ ପୁଣିଥରେ ଆଗକୁ ବଢିବା ଉଚିତ । ଅନ୍ୟ କାହା ପାଇଁ ଆମେ କାନ୍ଦି, ନିଜକୁ କଷ୍ଟ ଦେବା ଉଚିତ ନୁହେଁ। ଏହାର କାରଣ ହେଉଛି, ଆପଣ ଯଦି ନିଜକୁ କଷ୍ଟ ଦେବେ ଏହାର ଅର୍ଥ ହେଉଛି ଖରାପ କରିଥିବା ଲୋକ ନୁହେଁ କଷ୍ଟ ଭୋଗୁଥିବା ଲୋକ ହିଁ ଏହି କଷ୍ଟର କାରଣ ହୋଇଥାଏ।

କିନ୍ତୁ ଆମେ ଜାଣିଛୁ କି, ଆମେ କିଛି ମଧ୍ୟ ହରାଇ ନାହୁଁ। ଆମେ ଆଶା କରିଥିବା ମଣିଷ ଆମକୁ ମିଳି ନାହିଁ। କିନ୍ତୁ ଆମେ କଣ ଏଥିପାଇଁ ବଞ୍ଚିବା ଛାଡି ଦେବା ?ହୁଏ ତ ଆଗକୁ ଯାଇକି ଆମେ ଅନେକ କିଛି ପାଇ ପାରିବା। ତେଣୁ ନିଜକୁ ସମ୍ଭାଳି ନିଅନ୍ତୁ ଓ ଆଗକୁ ଚାଲନ୍ତୁ ଦେଖିବେ ସବୁକିଛି ଆପଣଙ୍କ ପାଖରେ ଅଜାଡି ହୋଇଯିବ। ଏହା କେବଳ ଆମେ ନୁହେଁ ଏହା ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି କି, ଯଦି ଆପଣଙ୍କୁ କେହି ଛାଡି ଦେଇଛି ସେଥିପାଇଁ ଚିନ୍ତା କରନ୍ତୁ ନାହିଁ। କାରଣ ତା ମନରେ ଥିବା ହିନ ଭାବନା ତାର ଅନ୍ତ କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *