Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵୟଂ ମାଆ ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ଘର ଝାଡୁ କରିବ, ତାଙ୍କ ଘର ଧନଧାନ୍ୟରେ ଭରି ଦେବେ ମାଆ ଲକ୍ଷ୍ମୀ

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଘରକୁ ମନ୍ଦିର ତୁଲ୍ୟ ବୋଲି ମାନା ଯାଇଥାଏ। ସେଥିପାଇଁ ଗୃହକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ। ଅପରିଷ୍କାର ରହୁଥିବା ଘରକୁ ଦରିଦ୍ରତା ଆସିଥାଏ ଓ ଘରେ ନକରାତ୍ମକତା ଶକ୍ତିର ପ୍ରବେଶ ହୋଇଥାଏ ବୋଲି ମାନାଯାଏ । ହିନ୍ଦୁଧର୍ମର ପ୍ରାଚୀନ ଗ୍ରନ୍ଥରେ ଝାଡୁକୁ ଖୁବ ମହତ୍ଵ ଦିଆଯାଇଛି। ଏହାକୁ ସ୍ଵୟଂ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। କାରଣ ମା ଲକ୍ଷ୍ମୀଙ୍କୁ ସ୍ଵଚ୍ଛତା ପ୍ରିୟ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ଘର ଝାଡୁ କଲେ, ଏହା ଅଧିକ ଶୁଭ ଫଳ ପ୍ରଦାନ କରିଥାଏ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଝାଡୁକୁ କେବେ ମଧ୍ୟ ଖୋଲାରେ ବା ଅନ୍ୟମାନଙ୍କ ନଜର ପଡୁଥିବା ସ୍ଥାନରେ ରଖନ୍ତୁ ନାହିଁ। ଏହା ଉପରେ ଅନ୍ୟ ଲୋକଙ୍କ ନଜର ପଡିବା ଦ୍ଵାରା ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଓ ଏଥିଯୋଗୁଁ ଆପଣଙ୍କୁ ଅନେକ ଆର୍ଥିକ ସମସ୍ୟାର ସାମନା କରିବାକୁ ମଧ୍ୟ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପୁରୁଣା ଏବଂ ଭାଙ୍ଗି ଯାଇଥିବା ଝାଡୁ ଘରେ ରଖିବା ବା ବ୍ୟବହାର କରିବା ଉଚିତ ନୁହେଁ। ଏପରି ଝାଡୁକୁ ତୁରନ୍ତ ବଦଳି ଦିଅନ୍ତୁ ଓ ପୁରୁଣା ଝାଡୁକୁ ଫିଙ୍ଗି ଦିଅନ୍ତୁ । ନଚେତ ଏହାଦ୍ଵାରା ଆପଣଙ୍କ ଘରେ ଅନେକ ପ୍ରକାର ସମସ୍ଯା ଦେଖା ଦେଇପାରେ।

ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁକୁ କେବେ ମଧ୍ୟ ଠିଆ କରି ରଖିବା ଉଚିତ ନୁହେଁ ।ଏହାଦ୍ଵାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏଥିଯୋଗୁଁ ଆପଣଙ୍କ ଘରେ ଆର୍ଥିକ ସମସ୍ଯା ଦେଖା ଦେଇଥାଏ। ତେଣୁ ଝାଡୁକୁ ସର୍ବଦା ଶୁଆଇ ରଖନ୍ତୁ । ସନ୍ଧ୍ୟା ସମୟରେ ଝାଡୁ କରିବା ମଧ୍ୟ ଅନୁଚିତ ହୋଇଥାଏ। ଏହି ସମୟରୁ ନକରାତ୍ମକ ଊର୍ଜା ବୃଦ୍ଧି ହୋଇଥାଏ। ତେଣୁ ସନ୍ଧ୍ୟା ସମୟରେ ଝାଡୁ କରିବା ଦ୍ୱାରା, ଘରେ ଅଧିକ ନକରାତ୍ମକ ଶକ୍ତି ପ୍ରବେଶ କରି ପାରେ। ଏହି ସମୟରେ ଝାଡୁ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି।

ଏପରି କରିବା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଧନହାନୀର ସମ୍ମୁଖୀନ ହେବାକୁ ପଡିପାରେ । ଝାଡୁକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖିବା ଆବଶ୍ୟକ। ଏହାଦ୍ବାରା କୌଣସି ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରି ନଥାଏ । ଝାଡୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ଏଥିପାଇଁ ଏହାକୁ କେବେ ମଧ୍ୟ ଗୋଡ ଲଗାନ୍ତୁ ନାହିଁ । ଅଜାଣତରେ ଗୋଡ ବାଜିଗଲେ ଏହାକୁ ମଥାରେ ଲଗାଇ ଜୁହାର ହେଇ ଯାଆନ୍ତୁ । ଆପଣଙ୍କୁ ସର୍ବଦା ଶନିବାର ଦିନ ହିଁ ନୂଆ ଝାଡୁ ଘରକୁ ଆଣିବା ଉଚିତ। ଏହି ଦିନ ନୂଆ ଝାଡୁ କିଣିବା ଏବଂ ତାର ଉପଯୋଗ କରିବା ଶୁଭ ବୋଲି ମାନା ଯାଇଥାଏ।

ଝାଡୁ କିଣିବା ପରେ ପ୍ରଥମେ ତାର ପୂଜା କରନ୍ତୁ ଏବଂ ତାପରେ ଏହାକୁ ବ୍ୟବହାର କରନ୍ତୁ। ମଇଳା ହୋଇ ଯାଇଥିବା ଝାଡୁକୁ ସର୍ବଦା ସଫା ରଖନ୍ତୁ ଏବଂ ପରିଷ୍କାର ପାଣିରେ ଧୁଅନ୍ତୁ। ଭାଙ୍ଗି ଯାଇଥିବା ଝାଡୁକୁ ଘରେ ନରଖି ଫୋପାଡି ଦିଅନ୍ତୁ । ଅପରିଷ୍କାର ପାଣିରେ ଝାଡୁ ସଫା କରିବା ଦ୍ୱାରା ଉଭୟ ଝାଡୁ ଓ ଦେବୀ ଲକ୍ଷ୍ମୀଙ୍କ ଅପମାନ ବୋଲି ମାନାଯାଏ । ଏପରି କରିବା ଦ୍ଵାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆମ ଫେସପେଜକୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *