Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଶାସ୍ତ୍ର: ନବରାତ୍ରିରେ ଯେକୌଣସି ଦିନରେ ଗୋମାତାଙ୍କୁ ଖୁଆନ୍ତୁ ଏହି ଗୋଟିଏ ଜିନିଷ, ସବୁବେଳେ ଘରେ ଭରି ରହିବ ଧନ ସଂପତ୍ତି।

ସେୟାର୍ କରନ୍ତୁ

ନବରାତ୍ରି ସମୟରେ ଦେବୀ ଦୂର୍ଗାଙ୍କର ନଅଟି ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା ଆରାଧନା କରା ଯାଇଥାଏ। ଦେବୀ ଦୁର୍ଗାଙ୍କର ପ୍ରତ୍ଯେକ ରୂପ ଦେଖିଲେ, ତାଙ୍କର ଭକ୍ତ ମାନଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ମାଆ ଦୁର୍ଗା ନିଜ ଭକ୍ତ ମାନଙ୍କର ଛୋଟ ଛୋଟ ପ୍ରୟାସରେ ପ୍ରସନ୍ନ ହୋଇ ଯାଇଥାନ୍ତି ଏବଂ ସେମାନଙ୍କୁ ସୁଖଶାନ୍ତି ପ୍ରଦାନ କରିଥାନ୍ତି। କିନ୍ତୁ ଛୋଟ ଛୋଟ ଭୁଲ ଯୋଗୁଁ ମଧ୍ୟ ମା ଦୂର୍ଗା ରୁଷ୍ଟ ହୋଇ ଯାଇଥାନ୍ତି। ଆଜି ଆମେ ଆପଣଙ୍କୁ ନବରାତ୍ରିରେ ଗୋମାତାଙ୍କୁ ପୂଜା କରିବାର ମହତ୍ଵ ଏବଂ ତାଙ୍କୁ କେଉଁ ଜିନିଷ ଅର୍ପଣ କଲେ ମା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ।

ହିନ୍ଦୁଧର୍ମରେ ଗୋମାତାଙ୍କୁ ନେଇ ଅନେକ ଧାର୍ମିକ ମହତ୍ଵ ରହିଛି। ଶାସ୍ତ୍ର ଅନୁସାରେ ଗାଈ ଦେହରେ ୩୩ କୋଟି ଦେବାଦେବୀଙ୍କ ସହିତ ମା ଦୂର୍ଗା ମଧ୍ୟ ବାସ କରି ଥାଆନ୍ତି। ଯେଉଁ ବ୍ୟକ୍ତି ନବରାତ୍ରି ସମୟରେ ଗାଈର ପୂଜା ଉପାସନା କରନ୍ତି, ତାଙ୍କ ଉପରେ ଦେବୀ ଦୁର୍ଗାଙ୍କର ବିଶେଷ ଆଶୀର୍ବାଦ ରହିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ଗୋମାତା କାମଧେନୁ ଅଟନ୍ତି । ତାଙ୍କୁ ପୂଜାର୍ଚ୍ଚନା ପୂଜା କରିବା ଦ୍ଵାରା ସେ ସମସ୍ତ ପ୍ରକାରର ଦୁଃଖକଷ୍ଟ ହରଣ କରି ନିଅନ୍ତି । ଏହାସହିତ ସେ ସମସ୍ତ ମନୋସ୍କାମନା ମଧ୍ୟ ପୂରଣ କରିଥାନ୍ତି।

ଯଦି କୌଣସି ବ୍ୟକ୍ତି କ୍ରୋଧୀ ହୋଇଥାଏ, ପାଠପଢାରେ ଦୁର୍ବଳ, କହିବାରେ ଅସମର୍ଥ ହୋଇଥାଏ, ତେବେ ନବରାତ୍ରି ସମୟରେ ସେହି ବ୍ୟକ୍ତି ଗୋମାତାଙ୍କୁ ସବୁଜ ଘାସ ଖାଇବାକୁ ଦେବା ଆବଶ୍ୟକ। ଏହା କରିବା ଦ୍ଵାରା ଗ୍ରହ ଦଶା ଠିକ ହୋଇଯାଏ। ଶାସ୍ତରେ ଗୋଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଫଳଦାୟକ ମାନାଯାଏ। ମଙ୍ଗଳ ଦଶା ଖରାପ ଥିଲେ ନବରାତ୍ରିରେ ଗୋଦାନ କରିବା ଦ୍ଵାରା ତାହା ଠିକ ହୋଇଯାଏ।ଆପଣ ଯଦି ନବ ଗ୍ରହ ଓ ଶନି ଗ୍ରହ ଦଶା ଠିକ କରିବାକୁ ଚାହୁଁଛନ୍ତି, ତାହେଲେ ନବରାତ୍ରି ସମୟରେ କାଳି ଗାଈର ଦାନ ଅବଶ୍ୟ କରନ୍ତୁ।

ଯଦି ଆପଣଙ୍କର କୌଣସି କାର୍ଯ୍ୟ ଯେତେ ଚେଷ୍ଟା କଲେ ମଧ୍ୟ ସମ୍ପନ୍ନ ହୋଇ ପାରୁନାହିଁ, ତେବେ ନବରାତ୍ରି ସମୟରେ ଘରର ଦୁଆର ପାଖକୁ ଆସିଥିବା ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଏହାସହିତ ସେହି ଗାଈର କାନରେ ନିଜ ମନର ଇଛା ନିଶ୍ଚିତ କୁହନ୍ତୁ। ଗୋମାତାଙ୍କୁ ନିୟମିତ ପୂଜାର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ। ଯଦି ଆପଣଙ୍କ ସନ୍ତାନ ଆପଣଙ୍କ କଥା ମାନୁ ନାହିଁ ତେବେ ନବରାତ୍ରିରେ ଆପଣଙ୍କ ସନ୍ତାନ ହାତରେ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ।

ନବରାତ୍ରି ସମୟରେ ଗୋମାତାଙ୍କୁ ପାଣି ଅବଶ୍ୟ ପିଇବାକୁ ଦିଅନ୍ତୁ ଓ ତାଙ୍କୁ ଗୁଡ ଖାଇବାକୁ ମଧ୍ୟ ଦିଅନ୍ତୁ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ। ପ୍ରତିଦିନ ଗୋମାତାଙ୍କ ପିଠିରେ ହାତ ଲଗାଇ ଆଉଁସିଲେ ସମସ୍ତ ରୋଗର ନାଶ ହୋଇଥାଏ। ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅନେକ ଦିନରୁ ଅଟକି ରହିଛି, ତାହେଲେ ଏହି ନବରାତ୍ରିରେ ଗୋମାତାଙ୍କୁ ରୁଟି ଓ ଗୁଡ ଖାଇବାକୁ ଦିଅନ୍ତୁ ଏବଂ ତାଙ୍କ କାନରେ ଜୟ ମା ଦୂର୍ଗା ଅବଶ୍ୟ କୁହନ୍ତୁ । ଏହା ସହିତ ନିଜର ମନ କଥା ମାଆ ଦୁର୍ଗାଙ୍କ ଆଗରେ ପ୍ରକଟ କରନ୍ତୁ।

ଯଦି ନବରାତ୍ରି ସମୟରେ ଗୋମାତା ଆପଣଙ୍କ ଘର ସାମନାରେ ଆରାମ କରନ୍ତି, ତାହେଲେ ବୁଝି ନିଅନ୍ତୁ କି ମା ଦୂର୍ଗା ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହୋଇଛନ୍ତି। ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *