Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ସକାଳୁ ସକାଳୁ ଉଠିବା ପରେ ଏହି ୪ଟି କାମ କରନ୍ତୁ ନାହିଁ,ନହେଲେ ସବୁଦିନ ପାଇଁ ଦରିଦ୍ର ହୋଇକି ରହିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି ସକାଳୁ ଉଠିବା ପରେ ଏହି ୪ ଟି କାମ କରନ୍ତୁ ନାହିଁ।

ବନ୍ଧୁଗଣ ସକାଳେ କିମ୍ବା ଦିନରେ ଆମର ସବୁ ଇନ୍ଦ୍ରିୟରେ ଏକ ଶକ୍ତି ବା ଉର୍ଜା ରହିଥାଏ। ଆମର ମନ ମସ୍ତିସ୍କ ଆଉ ଆମର ଆତ୍ମା ଏକଦମ ତାଜା ରହିଥାଏ। ଯଦି କୌଣସି କାରଣରୁ ଆମେ ଦୁଃଖୀ କିମ୍ବା ମାନସିକ ସ୍ଥିତି ଠିକ ନାହିଁ ତ ଏହାର ପ୍ରଭାବ ଆମର ଇନ୍ଦ୍ରିୟ ଉପରେ ପଡିଥାଏ। ସକାଳ ସମୟ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ କାରଣ ଆମର ଦିନର ଆରମ୍ଭ ଯଦି ଭଲ ହୁଏ ତେବେ ପୁରା ଦିନ ମଧ୍ୟ ଭଲରେ କଟିବ। ଶାସ୍ତ୍ରରେ ମଧ୍ୟ ସକାଳର ସମୟକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନାଯାଇଛି। ଆମର ଶାସ୍ତ୍ରରେ କିଛି ଏମିତି କାମ କୁହାଯାଇଛି ଯାହାକୁ ସକାଳୁ ଉଠି ପ୍ରଥମେ କରିବେ ତ ଆମର ପୁରା ଦିନରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ ଏବଂ ପୁରା ଦିନଟି ଭଲରେ କଟିଥାଏ। କିନ୍ତୁ ଆମର ଶାସ୍ତ୍ରରେ ଏପରି ମଧ୍ୟ କୁହାଯାଇଛି ଯାହାକୁ ସକାଳୁ ଉଠିବା ପରେ କରିବା ଅନୁଚିତ ଅଟେ କାରଣ ଏହା ଦ୍ୱାରା ଆମର ପୁରା ଦିନଟି ଖରାପ ହୋଇଯାଏ ଏବଂ ଏହାର ନକରାତ୍ମକ ପ୍ରଭାବ ଆମର ଜୀବନରେ ପଡିଥାଏ। ମନେରଖନ୍ତୁ ଆମର ସବୁ କାମ ମଧ୍ୟ ବିଗିଡିଯାଏ। ଆଜି ଆମେ ଆପଣଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ ଜଣେଇବୁ ଯାହାକୁ ସକାଳୁ ଉଠିବା ପରେ ମନୁଷ୍ୟକୁ ଭୁଲରେ ବି ମଧ୍ୟ କରିବା ଉଚିତ ନୁହେଁ। ନଚେତ ଏହାର ପ୍ରଭାବ ମାନସିକ ଆର୍ଥିକ ସାମାଜିକ ସ୍ଥିତି ଉପରେ ପଡିବ। ଆସନ୍ତୁ ଜାଣିବା ସେହିସବୁ କାର୍ଯ୍ୟ ବିଷୟରେ।

ପ୍ରଥମ କାର୍ଯ୍ୟ। ସକାଳୁ ଉଠିବା ପରେ ପ୍ରଥମେ ନିଜର ଇଷ୍ଟ ଦେବଙ୍କୁ ହାତ ଯୋଡି ଆରାଧନା କରନ୍ତୁ। ତାଙ୍କର ନାମ ଏବଂ ତାଙ୍କର ମନ୍ତ୍ର ଜପକୁ ସ୍ମରଣ କରନ୍ତୁ। କୌଣସି ପ୍ରକାର ଅପଶବ୍ଦ କୁହନ୍ତୁ ନାହିଁ। ନିଜର ରାଗ ଉପରେ କଣ୍ଟ୍ରୋଲ ରଖନ୍ତୁ। ଭଗବାନଙ୍କୁ ସ୍ମରଣ କରନ୍ତୁ। କଥା କଥାରେ ଲଢେ଼ଇ ଝଗଡା କରନ୍ତୁ ନାହିଁ। ଏହା ଠାରୁ ଦୂରେଇ ରୁହନ୍ତୁ। ସକାଳୁ ହୋଇଥିବା ଲଢେଇ ଝଗଡା ପୁରା ଦିନ ଆମ ମନରେ ରହିଥାଏ। କୌଣସି କାମରେ ମଧ୍ୟ ମନ ଲାଗେନାହିଁ। ଏହା ଦ୍ୱାରା ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଇଥାଏ।

ଦ୍ୱିତୀୟ କାର୍ଯ୍ୟ। ଆଇନା ତଥା ନିଜର ଛାଇ। ଯେମିତି ସକାକୁ ଉଠିବା ମାତ୍ରେ ଇଶ୍ୱରଙ୍କ ନାମକୁ ସ୍ମରଣ କଲେ ଆମର ଦିନଟି ଶୁଭ ହୋଇଥାଏ ଠିକ ସେମିତି ଈଶ୍ୱରଙ୍କ ଦର୍ଶନ କରିବା ତା ଠାରୁ ଅଧିକ ଶୁଭଦାୟକ ଅଟେ। ସକାଳୁ ଉଠି ସର୍ବପ୍ରଥମେ ନିଜର କିମ୍ବା ଅନ୍ୟ ବ୍ୟକ୍ତିର ଚେହେରା କେବେ ଦେଖନ୍ତୁ ନାହିଁ। ଏହାର କାରଣ ବାସ୍ତୁଶାସ୍ତ୍ରରେ ବେଡ଼ରୁମରେ ଆଇନା ଲଗାଇବା ପାଇଁ ମନା କରାଯାଇଛି। ଆପଣ ଯଦି ସକାଳୁ ଉଠି ଈଶ୍ୱରଙ୍କ ଦର୍ଶନ କରନ୍ତି ତ ଶୁଭ ହୋଇଥାଏ କିନ୍ତୁ ବେଡ଼ରୁମରେ ଇଶ୍ୱରଙ୍କ ଫୋଟ ଲଗାଇବା ବି ମନା କରାଯାଇଛି। ତେଣୁ ଆପଣ ସକାଳୁ ଉଠିବା ପରେ ନିଜର ହାତ ପାପୁଲିକୁ ଯୋଡି ଦର୍ଶନ କରି ଈଶ୍ୱରଙ୍କୁ ସ୍ମରଣ କରିବା ସମୟରେ ଏହି ମନ୍ତ୍ରର ଉଚାରଣ କରନ୍ତୁ। ଓମ୍ମ କରାଗ୍ରେ ବସତେ ଲକ୍ଷ୍ମୀ କର ମଧେ ସରସ୍ମୃତି କର ମୂଳେ ତୁ ଗୋବିଦ୍ଧ ପ୍ରଭାତେ କର ଦର୍ଶନମ। ଏହାର ଅର୍ଥ ଆପଣଙ୍କର ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀଙ୍କ ନିବାସ ଅଟେ, ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ହାତର ତଳ ଭାଗରେ ଭଗବାନ ବ୍ରହ୍ମ,ଶ୍ରୀକୃଷ୍ଣଙ୍କ ଗୋବିନ୍ଦଙ୍କର ନିବାସ ହୋଇଥାଏ।

ତୃତୀୟ କାର୍ଯ୍ୟ। ଅନ୍ୟର ଅପମାନ କରନ୍ତୁ ନାହିଁ। କିଛି ଲୋକଙ୍କର ଅଭ୍ୟାସ ଥାଏ କି ନିଜର ରାଗ ଘରର ମହିଳା ଏବଂ ପିଲାଙ୍କ ଉପରେ ଲଦି ଦେଇଥାନ୍ତି। ଏମିତିକି ସେମାନଙ୍କୁ ହାତ ମଧ୍ୟ ଉଠାଇ ଥାନ୍ତି କିନ୍ତୁ ଏହା କୌଣସି ବି ଦୃଷ୍ଟିକୋଣରୁ ଠିକ ନୁହେଁ। ସକାଳୁ ଉଠି ପ୍ରଥମେ ଘରର କୌଣସି ମହିଳାଙ୍କ ଅପମାନ କରନ୍ତୁ ନାହିଁ। ଏହାର ଅର୍ଥ ଆପଣ ମା ଲକ୍ଷ୍ମୀଙ୍କର ଅପମାନ କରୁଛନ୍ତି। ଦିନରେ ଆରମ୍ଭରେ ହିଁ ଯଦି ଆପଣ ମା ଲକ୍ଷ୍ମୀଙ୍କର ଅପମାନ କରନ୍ତି ତାହେଲେ ମା ଲକ୍ଷ୍ମୀ ଆପଣଙ୍କ ପାଖରେ ରହିବାକୁ ପସନ୍ଦ କରନ୍ତି ନାହିଁ।ଏଣୁ ସକାଳୁ ଉଠିବା ପରେ ମନକୁ ଶାନ୍ତ ରଖନ୍ତୁ। ଘରର ମହିଳାଙ୍କୁ କୌଣସି ପ୍ରକାରର ଅପଶବ୍ଦ କୁହନ୍ତୁ ନାହିଁ। ନଚେତ ମା କକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିବ। ଶାସ୍ତ୍ରରେ ସକାଳୁ ସକାଳୁ କ୍ରୋଧ କରିବା ମଧ୍ୟ ଅନୁଚିତ ବୋଲି ମାନାଯାଏ। ସକାଳୁ ଉଠି କ୍ରୋଧ କରିବା ଦ୍ୱାରା ଏହାର ପ୍ରଭାବ ମନୁଷ୍ୟର ମନ ଭିତରେ ଦିନସାରା ରହିଥାଏ। ଯାହାର କାରଣରୁ କୌଣସି କାର୍ଯ୍ୟରେ ମନ ଲାଗେନାହିଁ। ଏହା ସହିତ ଜୀବନରେ ନକାରାତ୍ମକତା ଶକ୍ତିର ପ୍ରଭାବ ପଡିଥାଏ ଏବଂ ବ୍ୟକ୍ତି ଉନ୍ନତି କରିବା ବଦଳରେ ତଳକୁ ଅବନତି କରିଥାଏ।

ଚତୁର୍ଥ କାର୍ଯ୍ୟ। ତାମସିକ ଭୋଜନ ଏବଂ ଧୂମପାନ କରନ୍ତୁ ନାହିଁ। ଆପଣ ଜାଣିଛନ୍ତି କି ଆମର ଭୋଜନ ଆମର ମନ ମସ୍ତିଷ୍କରେ ପ୍ରଭାବ ପକାଇ ଥାଏ। ଆମର ଭୋଜନ ଯେତେ ସାତିକ ଏବଂ ପୃଷ୍ଟିକର ହେବ ଆମର ବ୍ୟବହାର ମଧ୍ୟ ସେତିକି ଭଲ ହେବ। ସକାଳ ସମୟରେ ଯଦି ଆମର ଭୋଜନ ତାମସିକ ଏବଂ ବାସୀ ଖାଦ୍ୟ ହୁଏ ତ ଆମର ପୁରାଦିନ ଖରାପ ହୋଇଯାଏ। ଏଥିପାଇଁ ସକାଳୁ କେବେ ମଧ୍ୟତାମସିକ ଏବଂ ବାସୀ ଖାଦ୍ୟର ଭୋଜନ କରନ୍ତୁ ନାହିଁ।

ପଞ୍ଚମ କାର୍ଯ୍ୟ। ହିଂସାର ଫୋଟ ଦେଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠିବା ପରେ କୌଣସି ପ୍ରକାରର ହିଂସା ଚିତ୍ର ଦେଖିବା ଭଲ ନୁହେଁ। ଯେପରି ଯୁଦ୍ଧ, ହିଂସା ପଶୁ, ହିଂସା ଅସ୍ତ୍ର ଏସବୁ ଜିନିଷକୁ ଦେଖିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ନିଜ ଉପରେ ପଡିଥାଏ। ତାହାର ସ୍ୱଭାବ ଅଧିକ କ୍ରୋଧିତ ହେବାକୁ ଲାଗିଥାଏ। ଏହା ସହିତ ପଶୁ ପକ୍ଷୀ ଲଢ଼ୁଥିବାର ଦେଖିବାକୁ ମଧ୍ୟ ଅଶୁଭ ମାନାଯାଏ। ଘରୁ ବାହାରି ଯିବା ସମୟରେ ଝଗଡା ଦେଖିବେ ତ ସେମାନଙ୍କ ମଝିକୁ ଯାଆନ୍ତୁ ନାହିଁ। ସେହି ଝଗଡ଼ାରେ ସାମିଲ ହୁଅନ୍ତୁ ନାହିଁ। ନିଜ କାମରେ ବାହାରିଯାଅନ୍ତୁ। ନଚେତ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କର ଜୀବନ ଉପରେ ପଡିବ। ତ ବନ୍ଧୁଗଣ ଏହା ଥିଲା କିଛି କାର୍ଯ୍ୟ ଯାହା ମନୁଷ୍ୟକୁ ସକାଳୁ ଉଠିକି କରିବା ଅନୁଚିତ ଅଟେ।

ଏବେ ଆସନ୍ତୁ ଜାଣିନେବା ଧନବାନ ହେବା ପୂର୍ବରୁ ଭଗବାନ ଆମକୁ କେଉଁ ସଂକେତ ଦେଇଥାନ୍ତି।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟ ଜୀବନରେ ଯେବେ ଭଲ ହେବାକୁ ଥିବ ତ ପ୍ରକୃତି ଦ୍ୱାରା ତାକୁ କିଛି ସଂକେତ ମିଳିଥାଏ। ଯେଉଁ ମନୁଷ୍ୟ ଏହି ସଂକେତକୁ ବୁଝିଯାଏ ତ ଖରାପ ସମୟକୁ ମଧ୍ୟ ଆନନ୍ଦରେ ପରିଣତ କରି ଜୀବନକୁ ଉପଭୋଗ କରୁଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଭଲ ସମୟ ଆସିବା ପରେ ମନୁଷ୍ୟକୁ ଅହଂକାର କରିବା ଉଚିତ ନୁହେଁ। କାରଣ ଭଲ ସମୟ ସବୁଦିନେ ରହେ ନାହିଁ। ଖରାପ ସମୟ ମଧ୍ୟ ଆସିଥାଏ। ଏଥିପାଇଁ ଭଲ ସମୟ ଆସିଲା ପରେ ମନୁଷ୍ୟକୁ ଆସିବାକୁ ଥିବା ଖରାପ ସମୟକୁ ନିଜେ ସକ୍ଷମ କରିବା ଉଚିତ। ଏଥିପାଇଁ ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଏମିତି ସଂକେତ ବିଷୟରେ ଯାହା ମନୁଷ୍ୟକୁ ଆଗରୁ କହିଦିଏ କି ଜୀବନରେ କିଛି ଭଲ ହେବାକୁ ଯାଉଛି। ତାହାର ଖରାପ ସମୟ ସମାପ୍ତ ହେବାକୁ ଯାଉଛି।

ପ୍ରଥମ ସଂକେତ। ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ବନ୍ଧୁଗଣ ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହାକୁ ଶୁଭ ସଂକେତ ମାନାଯାଏ। ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି।

ଦ୍ୱିତୀୟ ସଂକେତ। ମୂର୍ତ୍ତି ଉପରୁ ଫୁଲ ପଡିବା। ଆପଣ ପୂଜା କରୁଛନ୍ତି ଈଶ୍ୱରଙ୍କ ମୂର୍ତି ଉପରେ ଫୁଲ ରଖିଛନ୍ତି ହଠାତ ଯଦି ସେହି ଫୁଲ ପଡିଯିବ ତ ଏହା ଈଶ୍ୱରଙ୍କ ସଂକେତ ମାନାଯାଏ। ଇଶ୍ଵର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ସେ ଆପଣଙ୍କ ପୂଜା ସ୍ୟୁକାର କରିଛନ୍ତି। ଏହାକୁ ଅତ୍ୟନ୍ତ ଶୁଭ ମାନାଯାଏ।

ତୃତୀୟ ସଂକେତ। ଅକାରଣରେ ଧନ ପ୍ରାପ୍ତି। ଆପଣ ବାହାରକୁ କିଛି କାମରେ ଗୁରୁଜନଙ୍କର ଆଶୀର୍ବାଦ ନେଇଯାଉଛନ୍ତି ତ ଆପଣଙ୍କୁ ଅକାରଣରେ ତାଙ୍କ ଦ୍ବାରା କିଛି ପଇସା ମିଳେ ତ ଏହା ବି ମଧ୍ୟ ଶୁଭ ସଂକେତ ମାନାଯାଇଛି। ଆପଣଙ୍କର ସେହି କାମ ମଧ୍ୟ ସଫଳ ହେବ।

ଚତୁର୍ଥ ସଂକେତ। ଚଢେଇ ମାନଙ୍କର ବସା। ଆପଣଙ୍କ ଘରେ ଚଢେଇ ଘର ବନାଏ ତ ଏହାବି ଶୁଭ ସଂକେତ ହୋଇଥାଏ।

ପଞ୍ଚମ ସଂକେତ। ବିଲେଇ ଛୁଆ ଜନ୍ମ ଦେବା। ଘରେ ବିଲେଇ ଛୁଆ ମାନଙ୍କୁ ଜନ୍ମ ଦେବା ଏହା ଭବିଷ୍ୟତ ସଂକେତ ମାନାଯାଏ। ଆପଣଙ୍କ ଜୀବନରେ ଆସୁବାକୁ ଥିବା ଭଲ ସମୟ ଏହା ଇଶାରା ଦେଇଥାଏ।

ଷଷ୍ଠ ସଂକେତ। ଆପଣ କିଛି କାମରେ ଯାଉଛନ୍ତି ଘରୁ ବାହାରିବା ସମୟରେ ଆପଣଙ୍କର ମନେ ପଡ଼ିଯାଏ କି ଆପଣ କିଛି ଭୁଲି ଯାଉଛନ୍ତି ତ ଏହା ଖରାପ ସମୟ ସମାପ୍ତ ହେବାର ସଂକେତ ଦେଇଥାଏ। ଯଦି ଆପଣ ରାସ୍ତାରେ ଚାଲୁଥିବା ସମୟରେ କିଛି ମନେପଡେ ତ ଏହାର ସଂକେତ ଉଦ୍ଧାର ଦେଇଥିବା ଟଙ୍କା ମିଳିଯିବ କିମ୍ବା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବାର ସଂକେତ ଦେଇଥାଏ। ଧନ ଲାଭର ମଧ୍ୟ ସଂକେତ ଦେଇଥାଏ।

ସପ୍ତମ ସଂକେତ। ବନ୍ଧୁଗଣ ଏକାଦଶୀ ବ୍ରତକୁ ସର୍ବତମ ବ୍ରତ ମାନାଯାଏ। ଏକାଦଶୀ ବ୍ରତ କରୁଥିବା ମନୁଷ୍ୟ ଆର ଜନ୍ମର ସବୁ ପାପରୁ ମୁକ୍ତି ପାଇଥାଏ। ଏକାଦଶୀ ଦିନ ଦୁଆର ମୁହଁକୁ ଯଦି ଗାଈ ଆସିଥାଏ ଏହାକୁ ଭଲ ସଂକେତ ମାନାଯାଏ। ଯଦି ଆପଣଙ୍କ ଘରକୁ ଏକାଦଶୀ ଦିନ ଗାଇମାନେ ଆସନ୍ତି ତ ଆପଣ ପୂଜା କରି ନୈବେଦ୍ୟ ଚଢାନ୍ତୁ। ଏହା ଆପଣଙ୍କ ଖରାପ ସମୟ ସମାପ୍ତ ହେବାର ସଂକେତ ଦେଇଥାଏ।

ଅଷ୍ଟମ ସଂକେତ। ଆଖିରୁ ଲୁହ ଆସିବା। ବନ୍ଧୁଗଣ ଯେତେବେଳେ ମନୁଷ୍ୟ ଦୁଃଖୀ ହୋଇଯାଏ ବା ଆଖିରେ ଲୁହ ଆସିଯାଏ ପରନ୍ତୁ ଯଦି ଆତ୍ମାକୁ କଷ୍ଟ ହୁଏ ତ ଆଖିରେ ପାଣି ଆସୁବାକୁ ଲାଗିଥାଏ ଯେବେ ଆପଣ ଈଶ୍ୱରଙ୍କ ପୁରାଣ ଶୁଣୁଛନ୍ତି କିମ୍ବା ଈଶ୍ୱରଙ୍କୁ ଧ୍ୟାନ କରୁଛନ୍ତି ହଠାତ ଆଖିରେ ପାଣି ଭରି ଯାଏ ଏହାକୁ ଶାସ୍ତ୍ରରେ ଶୁଭ ମାନାଯାଏ। ଇଶ୍ଵର ସଂକେତ ଦେଇଥାନ୍ତି କି ଭଲ ସମୟ ଆପଣଙ୍କର ଆସିବାକୁ ଯାଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *