Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ ଘଣ୍ଟା,ଆସିପାରେ ଅକାଳ ମୃତ୍ୟୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଦିଗରେ ଘଣ୍ଟା ଲଗେଇବା ଦ୍ୱାରା ଆସିଥାଏ ଅକାଳ ମୃତ୍ୟୁ।

ବନ୍ଧୁଗଣ କୁହାଯାଏ କି ସମୟ ବହୁତ ମୂଲ୍ୟବାନ ହୋଇଥାଏ। ସମୟ ବହୁତ ଅମୂଲ୍ୟ ହୋଇଥାଏ ଆଉ ଏହାବି କୁହାଯାଏ କି ସମୟ ବହୁତ ବଳବାନବି ହୋଇଥାଏ।ଭତା ସହିତ କୁହାଯାଏ କି ସମୟ ବହୁତ କ୍ଷତିବି ଦେଇଥାଏ। ସେହି ସମୟ କେବେ କେବେ ସେହି କ୍ଷତିକୁ ଭରି ଦେଇଥାଏ। ଆଉ ବିଗିଡି ଯାଇଥିବା ସମୟ କେବେବି ଆସେନାହିଁ। ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟକ ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ଗଭୀର ଭାବରେ ପଡିଥାଏ। ଆଉ ଏଥି ମଧ୍ୟରୁ ଗୋଟିଏ ବସ୍ତୁ ହେଲା ଘଡି ବା ଘଣ୍ଟା। ବାସ୍ତୁଶାସ୍ତ୍ରରେ ଘଣ୍ଟାକୁ ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ମାନାଯାଏ। ଏହା ଆମ ଜୀବନକୁ ସିଧା ସିଧା ପ୍ରଭାବିତ କରିଥାଏ। ଘଣ୍ଟା ମନୁଷ୍ୟ ପାଇଁ ଭଲ ଏବଂ ଖରାପ ସମୟ ନେଇକି ଆସିଥାଏ। ଆପଣ କେତେଥର ଶୁଣିଥିବେ ଲୋକମାନେ କହୁଥିବେ କି ମୋର ଖରାପ ସମୟ ଚାଲିଛି ତ ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଆପଣ ନିଜର ଖରାପ ସମୟକୁ ଭଲ ସମୟରେ ବଦଳେଇ ପାରିବେ ଆଉ ଭାଗ୍ୟର ତାଲାକୁ ଖୋଲି ପାରିବେ। ତ ଆସନ୍ତୁ ବନ୍ଧୁଗଣ ଜାଣିବା ଘଣ୍ଟା ସହିତ ଜଡ଼ିତ କିଛି ବାସ୍ତୁ ଟିପ୍ସ। ଆଉ ଘଣ୍ଟାକୁ କେଉଁ ଦିଗରେ ଲଗେଇବା ଭଲ ଆଉ କେଉଁ ଦିଗରେ ଭଲ ନୁହେଁ। ବନ୍ଧୁଗଣ କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ସମୟ ତ କହିଥାଏ ତା ସହିତ ପରିବାରର ସମସ୍ତ ସଦସ୍ୟଙ୍କୁ ନକରାତ୍ମକ ଉର୍ଜା ଦେଇଥାଏ। ନିରନ୍ତର ଚାଲୁଥିବାକୁ ସନ୍ଦେଶ ଦେଇଥାଏ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ବନ୍ଦ ଘଣ୍ଟାକୁ ଘରେ ଲଗେଇକି ରଖିବାକୁ ଅଶୁଭ ମାନାଯାଇଛି। ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ଅଛି ତାହେଲେ ଆପଣ ଶୀଘ୍ର ତାକୁ ବାହାର କରିଦିଅନ୍ତୁ। ଆଉ ସେହି ସ୍ଥାନରେ ଚାଲୁଥିବା ଘଣ୍ଟାକୁ ଲଗେଇ ଦିଅନ୍ତୁ। ବନ୍ଦ ଘଣ୍ଟା ଘରେ ନକରାତ୍ମକ ଉର୍ଜାକୁ ବଢ଼େଇଥାଏ। ସେଥିପାଇଁ ସବୁବେଳେ ଚାଲୁଥିବା ଘଣ୍ଟାକୁ ହିଁ ଘରେ ଲଗାନ୍ତୁ। ବନ୍ଧୁଗଣ ଘରେ ସବୁବେଳେ ଘଣ୍ଟାକୁ ଉତ୍ତର ପୂର୍ବ ଏବଂ ପଶ୍ଚିମ ଦିଗରେ ହିଁ ଲଗେଇବା ଦରକାର। ଅର୍ଥାତ ଭୁଲରେ ବି କେବେବି ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗକୁ ଯମରାଜାଙ୍କ ଦିଗ ମାନାଯାଏ ଆଉ ବାସ୍ତୁଶାସ୍ତ୍ର ହିସାବରେ ଦକ୍ଷିଣ ଦିଗରେ କେବେବି ଘଣ୍ଟା ଲଗେଇବା ଭଲ ନୁହେଁ। ଦକ୍ଷିଣ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାରର ଆୟୁ ସ୍ୱାସ୍ଥ୍ୟ ପାଇଁ ଅଶୁଭ ମାନାଯାଏ। କେବେବି ଘରର ମୁଖ୍ୟ ଦ୍ୱାର ଉପରେ କିମ୍ବା ମୁଖ୍ୟ ଦ୍ଵାରର କବାଟ ଉପରେ ଘଣ୍ଟା ଲଗାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ଅଶାନ୍ତି ବଢିଥାଏ ଆଉ କଥା କଥାରେ ଝଗଡା ହୋଇଥାଏ। ଯଦି ଆପଣଙ୍କ ଘରେ ସବୁବେଳେ ଝଗଡା ହେଉଛି ତ ଥରେ ଦେଖିନିଅନ୍ତୁ ଆପଣଙ୍କ କବାଟ ଉପରେ ଘଣ୍ଟା ଲଗେଇ ନାହାଁନ୍ତି ତ। ବନ୍ଧୁଗଣ ଘଣ୍ଟାକୁ ସବୁବେଳେ ସଫା ରଖନ୍ତୁ। ଘଣ୍ଟା ଉପରେ କେବେବି ଧୂଳି ଜମିବାକୁ ଦିଅନ୍ତୁ ନାହିଁ। ଭାଙ୍ଗିଥିବା କିମ୍ବା କାମ କରୁନଥିବା ଘଣ୍ଟାର ବ୍ୟବହାର କରନ୍ତୁ ନାହିଁ। ବନ୍ଧୁଗଣ ଯଦି ଘଣ୍ଟା ସମୟର ପଛରେ ଚାଲୁଥିବ ଅର୍ଥାତ ଯଦି ସମୟ ଅନୁସାରେ ସ୍ଲୋ ଥିବ ତ ଏହା ଆମ ପ୍ରଗତି କିମ୍ବା ସଫଳତାର ବାଧା ଆଣିଥାଏ। ସେଥିପାଇଁ ଧ୍ୟାନ ରଖିବେ କି ଘଣ୍ଟା ଠିକ ସମୟରେ ଚାଲୁଥିବ ଆଉ ଆପଣ ଚାହିଁବେ ତ ସମୟକୁ ୨ ରୁ ୩ ମିନିଟ ଆଗରେ ରଖିପାରିବେ। ଏଥି ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଘଣ୍ଟାରୁ ସକାରାତ୍ମକ ଉର୍ଜାର ବୃଦ୍ଧି କରିବା ପାଇଁ ଆପଣ ପ୍ରତି ଘଂଟାରେ ମଧୁର ସଙ୍ଗୀତ ବାଜୁଥିବା ଘଣ୍ଟା ଘରେ ଲଗାନ୍ତୁ। ଏହା ସକାରାତ୍ମକ ଉର୍ଜାର ସଂଚାର କରିବ। ପ୍ରତି ଘଣ୍ଟାରେ ଆପଣଙ୍କୁ ଆକର୍ଷିତ କରିବ ଆଉ ଜୀବନରେ ନୂଆ ଅବସର ପ୍ରଦାନ କରିବାରେ ସାହାର୍ଯ୍ୟ କରିବ। ତା ସହିତ ବାସ୍ତୁଶାସ୍ତ୍ର ଅନୁସାରେ ଘରର ହଲରେ ପେଣ୍ଡୁ ଲମ୍ବାର ଘଣ୍ଟା ଲଗାନ୍ତୁ। ମାନାଯାଏ କି ପେଣ୍ଡୁଲମ ଘଣ୍ଟା ମଣିଷର ଖରାପ ସମୟକୁ ଦୂର କରିଥାଏ ଆଉ ସଫଳତା ଆଣିଥାଏ। ଆପଣ ଚାହିଁବେ ତ ଏହାକୁ ଡ୍ରଇଂ ରୁମରେ ବି ଲଗେଇ ପାରିବେ। ବାସ୍ତୁଶାସ୍ତ୍ର ଅନୁସାରେ ଗୋଲ ବା ଅଣ୍ଡାକାର ଆକୃତିର ଘଣ୍ଟାକୁ ଶୁଭ ବୋଲି ମାନାଯାଇଛି। ଏହା ଘରେ ପଜିଟିଭ ଏନର୍ଜୀକୁ ବଢ଼େଇ ଥାଏ। ତା ସହିତ ଘଣ୍ଟାକୁ କେବେବି ମୁଣ୍ଡ ପାଖରେ ରଖି ଶୋଇବେ ନାହିଁ ଏହା ଅଶୁଭ ଫଳ ଦେଇଥାଏ। ଯଦି ଆପଣ ଘଣ୍ଟାକୁ ଜଡିତ ଏହି କଥା ମନେ ରଖିବେ ଆଉ ପାଳନ କରିବେ ତାହେଲେ ଆପଣଙ୍କ ଭାଗ୍ୟ ବଦଳିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *